ତିନୋଟି ଦେଶ

ଆକାର ପଟେଲ

ବାଂଲାଦେଶରେ ବଳ ପ୍ରୟୋଗକରି ସରକାରକୁ ହଟାଇ ଦିଆଯିବା ପରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିଶେଷକରି ହିନ୍ଦୁଙ୍କ ପ୍ରତି ହିଂସାର ଅନୁମାନ କରାଯାଉଛି। ଦେଖିବାକୁ ଗଲେ ସ୍ବାଧୀନତା ପାଇବା ପରେ ଦକ୍ଷିଣ ଏସିଆ ଦେଶଗୁଡ଼ିକରେ ସଂଖ୍ୟାଲଘୁଙ୍କୁ ଆକ୍ରମଣ କରିବା ଜାତୀୟତାବାଦର ଏକ ଆଧାର ପାଲଟିଯାଇଛି। ବାଂଲାଦେଶର ସମ୍ବିଧାନ ଆରମ୍ଭ ହୋଇଛି ‘ବସ୍‌ମିଲ୍ଲା ଇର୍‌ ରହମାନ ଇର୍‌ ରହିମ’ ବାକ୍ୟରେ। ଏହାର ଧାରା ୨-ଏ କହେ ‘ଗଣତନ୍ତ୍ରର ଓପଚାରିକ ଧର୍ମ ହେଉଛି ଇସ୍‌ଲାମ’। କିନ୍ତୁ ଦେଶ ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନ ଏବଂ ଅନ୍ୟ ଧର୍ମାବଲମ୍ବୀଙ୍କୁ ସମାନ ସ୍ଥିତି ଏବଂ ସମାନ ଅଧିକାର ନିଶ୍ଚିତ କରିବ। ବାଂଲାଦେଶର ସୁପ୍ରିମକୋର୍ଟଙ୍କ ୨୦୧୦ର ଏକ ଆଦେଶ ଧର୍ମ ନିରପେକ୍ଷତାକୁ ପୁନଃ ସ୍ଥାପିତ କରିଛି। ଏଥିରେ କୁହାଯାଇଛି , ୧୫ ଅଗଷ୍ଟ ୧୯୭୫ରେ ଧର୍ମନିରପେକ୍ଷତା, ଜାତୀୟତା ଏବଂ ସମାଜବାଦ ସମ୍ବନ୍ଧରେ ସମ୍ବିଧାନର ପ୍ରସ୍ତାବନା ତଥା ପ୍ରଯୁଜ୍ୟ ଧାରା ଯେଭଳି ଥିଲା ତାହା ପୁନଃ ପ୍ରଚଳିତ ହେବ। ତେବେ ଏହା ଦେଶର ଧର୍ମ ଉପରେ କିଛି ଉଲ୍ଲେଖ କରି ନ ଥିଲା। ତେଣୁ, ଦେଶର ସମ୍ବିଧାନ ଆଲ୍ଲାଙ୍କ ନାମରେ କୋରାନ୍‌ର ଏକ ପଦ ସହ ଆରମ୍ଭ ହୋଇଥିବା ବିଷୟ ଆମକୁ ଆଶ୍ଚର୍ଯ୍ୟ କରେ। ସମ୍ବିଧାନର ପ୍ରସ୍ତାବନା ପ୍ରତିଶ୍ରୁତି ଦିଏ ଯେ ଜାତୀୟତା, ସମାଜବାଦ, ଗଣତନ୍ତ୍ର ଏବଂ ଧର୍ମ ନିରପେକ୍ଷତାର ସର୍ବୋଚ୍ଚ ଆଦର୍ଶ ସମ୍ବିଧାନର ମୌଳିକ ନୀତି ହେବ, କିନ୍ତୁ ସେଠାରେ ଓପଚାରିକ ଭାବେ ଇସ୍‌ଲାମ ଧର୍ମ ରହିଛି। ଦୁବାଇ ଭଳି ବାଂଲାଦେଶରେ ଶୁକ୍ରବାର ଏବଂ ଶନିବାର ସାପ୍ତାହିକ ଛୁଟିଦିନ। ହେଲେ ଏଭଳି ଧାରାକୁ ପାକିସ୍ତାନ ଅନୁସରଣ କରେ ନାହିଁ। ସ୍ବାଧୀନତା ସମୟରେ ପାକିସ୍ତାନ ଧର୍ମକୁ ଆଇନରେ ଏକୀକୃତ କରିଥିଲା ଏବଂ ଅନୁଭବ କରିଥିଲା ଯେ ଏହା ଦେଶ ପାଇଁ ଏକ ସକାରାତ୍ମକ ପ୍ରେରଣା ଦେବ। ଏହାକୁ ବୁଝାଇବାକୁ ଯାଇ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିଆକତ୍‌ ଅଲି ଖାନ୍‌ କହିଥିଲେ, ଭୌତିକ ଏବଂ ବୈଜ୍ଞାନିକ ବିକାଶର ଅଗ୍ରଗତି ହେବା ଯୋଗୁ ମଣିଷ ବିଶ୍ୱ ଏବଂ ସମାଜକୁ ନଷ୍ଟ କରିପାରୁଥିବା ଉଦ୍ଭାବନ କରିବାରେ ସକ୍ଷମ ହୋଇଥିଲା। ଏହା ଘଟିବାର କାରଣ ହେଲା ମଣିଷ ଆଧ୍ୟାତ୍ମିକ ଦିଗକୁ ଅଣଦେଖା କରିବାକୁ ଚାହଁିଥିଲା । ଯଦି ସେ ଈଶ୍ୱରଙ୍କ ଉପରେ ଅଧିକ ବିଶ୍ୱାସ ରଖିଥାନ୍ତା, ତେବେ ଏହି ସମସ୍ୟା ଆସି ନ ଥାନ୍ତା। ସେ ଆହୁରି କହିଥିଲେ, ଧର୍ମ ହିଁ ବିଜ୍ଞାନର ବିପଦକୁ ନିୟନ୍ତ୍ରଣ କରିଥିଲା ଏବଂ ମୁସଲମାନ ଭାବରେ ପାକିସ୍ତାନୀମାନେ ଇସ୍‌ଲାମର ଆଦର୍ଶକୁ ପାଳନ କରିବେ ଏବଂ ବିଶ୍ୱ ପାଇଁ ସେମାନଙ୍କ ଭୂମିକା ରହିବ। ଏହା ପରିବର୍ତ୍ତେ ଯାହା ଘଟିଲା ତାହା ହେଲା ପାକିସ୍ତାନୀ ମୁସଲମାନମାନଙ୍କ ପାଇଁ ଉଦ୍ଦିଷ୍ଟ ନିୟମ ଠିକ୍‌ ସମୟରେ ଅପସରିଗଲା। ଇସ୍‌ଲାମର ଆଦ୍ୟକାଳରେ କୌଣସି ଜେଲ ନ ଥିଲା । ଆପରାଧିକ କାର୍ଯ୍ୟ ପାଇଁ ଦଣ୍ଡ ସାଧାରଣତଃ ଅଟକ ରଖିବା ପରିବର୍ତ୍ତେ ଶାରୀରିକ ଦଣ୍ଡ ରହିଥିଲା। ପାକିସ୍ତାନ ଚୋରି ପାଇଁ ଅଙ୍ଗ ଛେଦନ ଦଣ୍ଡ ଆରମ୍ଭକରି ଡାକ୍ତରଙ୍କ ଏକ ଗୋଷ୍ଠୀକୁ ଏଥିପାଇଁ ପ୍ରଶିକ୍ଷଣ ଦେଇଥିଲା। କିନ୍ତୁ ଭାରତ ଭଳି ଆଇନରେ ପ୍ରଶିକ୍ଷଣପ୍ରାପ୍ତ ପାକିସ୍ତାନର ବିଚାରପତିମାନେ ଏହି ଦଣ୍ଡାଦେଶ ଶୁଣିବାକୁ ନାରାଜ ହେଲେ। ତେଣୁ ଆଇନଗୁଡ଼ିକ କାର୍ଯ୍ୟକାରୀ ହୋଇପାରିଲାନାହିଁ। ପାକିସ୍ତାନ ପଥର ଫିଙ୍ଗାକୁ ବ୍ୟଭିଚାରର ଦଣ୍ଡ ଭାବରେ ଆଣିଥିଲା , କିନ୍ତୁ କୌଣସି ବ୍ୟକ୍ତକୁ ପଥର ଫିଙ୍ଗି ହତ୍ୟା କରାଯାଇ ନାହିଁ। ମଦ୍ୟପାନ କରୁଥିବା ଅଭିଯୁକ୍ତମାନଙ୍କୁ ମାଡ଼ଦେବାର ଉତ୍ସାହ ମଧ୍ୟ ଶେଷ ହୋଇଥିଲା ଏବଂ ୨୦୦୯ରେ ଫେଡେରାଲ ଶରିଆତ୍‌ କୋର୍ଟ ମାଡ଼ ମାରିବା ଦଣ୍ଡକୁ ଅଗ୍ରାହ୍ୟ କରିଥିଲେ ଏବଂ ବିଚାରପତିମାନେ କହିଥିଲେ ଯେ ମଦ ପିଇବା ଅପରାଧ ନୁହେଁ। । ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ସମୟରେ ଶରିଆତ୍‌ ଓ ପିଙ୍ଗଳ କୋଡ୍‌ରେ ବଳାତ୍କାରର ଦଣ୍ଡକୁ ପାକିସ୍ତାନ ବଦଳାଇ ଦେଇଥିଲା । ପାକିସ୍ତାନକୁ ଇସ୍‌ଲାମିକ ଦେଶ କରିବା ସକାଶେ ଶେଷ ତଥା ପ୍ରମୁଖ ଚେଷ୍ଟା ୨ ଦଶନ୍ଧିରୁ ଅଧିକ ପୂର୍ବରୁ ନଓ୍ବାଜ ଶରଫିଙ୍କ ଶାସନ ସମୟରେ ସମାପ୍ତ ହୋଇଯାଇଥିଲା। ଏହି ସମୟରେ ତଥାକଥିତ ୧୫ତମ ସମ୍ବିଧାନ ସଂଶୋଧନ ସିନେଟ୍‌ରେ କାଟ ଖାଇଯାଇଥିଲା। ପାକିସ୍ତାନ ଅସମ୍ପୂର୍ଣ୍ଣ ଇସ୍‌ଲାମୀୟ ଦେଶ ହୋଇ ରହିଗଲା ।
ପାକିସ୍ତାନ ଧର୍ମ ନିରପେକ୍ଷତା ଆଡ଼କୁ ଗତି କରିଥିବାବେଳେ ଭାରତ ଅନ୍ୟ ଦିଗରେ ଯଥେଷ୍ଟ ଆଗକୁ ବଢ଼ିଛିି। ୧୯୫୦ ଦଶକରୁ ଏହା ଘଟିିଆସିଛି ସତ, କିନ୍ତୁ ବିଶେଷ କରି ସାମ୍ପ୍ରତିକ ସମୟରେ ଅଧିକ ହୋଇଛି। ୨୦୧୫ରେ ଭାଜପା ଶାସିତ ରାଜ୍ୟଗୁଡ଼ିକ ଗୋମାଂସ ରଖିବା ଅଧିକାରର ଅପରାଧୀକରଣ ଆରମ୍ଭ ହୋଇଥିଲା, ଯାହା ଭିଡ଼ହିଂସାର କାରଣ ହେଉଛି। ୨୦୧୯ରେ ଭାରତର ସଂସଦ ଟ୍ରିପଲ ତଲାକ୍‌ର ଅପରାଧୀକରଣ କରିଥିଲା। ୨୦୧୮ ପରେ ୭ଟି ଭାଜପା ଶାସିତ ରାଜ୍ୟ ଧର୍ମାନ୍ତରୀକରଣକୁ ଅନୁମତି ନ ଦେଇ ଆନ୍ତଃ ଧର୍ମୀୟ ବିବାହର ଅପରାଧୀକରଣ କରିଥିଲେ। ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ପାଇଁ କେହି ଜଣେ ବି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି । ତେଣୁ ଏହାର ଆବଶ୍ୟକତା ନାହିଁ, ମାତ୍ର ଉଦ୍ଦେଶ୍ୟ ହେଉଛି ହଇରାଣ କରିବା । ୨୦୧୯ରେ ଗୁଜରାଟ ଏକ ନିୟମକୁ କଡ଼ାକଡ଼ି କରିଛି ଯାହା ମୁସଲମାନଙ୍କୁ ହିନ୍ଦୁମାନଙ୍କଠାରୁ ସମ୍ପତ୍ତି କ୍ରୟ ଏବଂ ଲିଜ୍‌ରେ ନେବାକୁ ବାରଣକରେ। ପ୍ରକୃତରେ ବିଦେଶୀମାନେ ଗୁଜରାଟରେ ସମ୍ପତ୍ତି କିଣିବା ସହ ଭଡ଼ା ଦେଇପାରିବେ , କିନ୍ତୁ ଗୁଜରାଟୀ ମୁସଲମାନମାନେ ତାହା କରିପାରିବେ ନାହିଁ ।
ପାକିସ୍ତାନ ସାମ୍ବିଧାନିକ ଭାବେ ସାମ୍ପ୍ରଦାୟିକ ହେବାକୁ ଚାହୁଁଥିଲା, ଭାରତ ଧର୍ମ ନିରପେକ୍ଷ ହେବାକୁ ଚାହୁଁଥିଲା। କିନ୍ତୁ ଭାରତ ଏବେ ନିଜକୁ ସାମ୍ପ୍ରଦାୟିକ ହେବାକୁ ଚାହଁୁଛି। ଦେଢ଼ ଶତାବ୍ଦୀ ପୂର୍ବରୁ ମାକ୍ୟୁଲେ ଦେଇଥିବା ଏକ ଦଣ୍ଡ ସଂହିତାକୁ ଏହି ୩ଟି ଦେଶ କାର୍ଯ୍ୟକାରୀ କରନ୍ତି। କିନ୍ତୁ ସେମାନେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବା ପାଇଁ ସେମାନଙ୍କ ଆଇନରେ ସଂଶୋଧନ କରିଛନ୍ତି। ଆଜି ଭାରତରେ ଏହା ଘଟୁଛି ଏବଂ ପୂର୍ବରୁ ପାକିସ୍ତାନ ମଧ୍ୟ ଏହି ବାଟ ଦେଇ ଯାଇଥିଲା। ତେବେ ଆଶା କରାଯାଏ, ବାଂଲାଦେଶ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବା ସହ ଧର୍ମନିରପେକ୍ଷତା ଆଡ଼କୁ ଗତିକରୁ, ଯାହା ପୁରାତନ ଭାରତକୁ ଗଠନ କରିଥିବା ତିନୋଟି ଦେଶର ଭବିଷ୍ୟତ ପାଇଁ ଅନିବାର୍ଯ୍ୟ ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri