ମଣ୍ଡିରେ ପଡିଛି ସାଢେ ୩ ହଜାର କୁଇଣ୍ଟାଲ ଧାନ

ଲୋଇସିଂହା,୧୪।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ସମବାୟ ମସିତି(ପାକ୍ସ)ରେ ସାଢେ ୩ ହଜାର କୁଇଣ୍ଟାଲ ଧାନ ବିକ୍ରି ପାଇଁ ପଡି ରହିଛି । ପାକ୍ସରେ ଜାଗା ଅଭାବରୁ ୩ କିମି ଦୂର ଭାଲିଆମୁଣ୍ଡା ସାପ୍ତାହିକ ବଜାରରେ ଗତ ୩ ଦିନ ହେଲା ଚାଷୀଙ୍କ ଧାନ ଗଚ୍ଛିତ ରଖି ଧାନକିଣା ଯାଉଛି। ଖୋଲା ସ୍ଥାନରେ ହଜାର ହଜାର ବସ୍ତା ଧାନ ପଡି ରହିଛି। ଉପଜିଲାପାଳଙ୍କ ନିର୍ଦ୍ଦେଶରେ ସେଠାକୁ ମଣ୍ଡି ସ୍ଥାନାନ୍ତରିତ କରାଯାଇଥିବା କୁହାଯାଉଛି । ଅପରପକ୍ଷେ ଟାର୍ଗେଟ ପାଇଥିବା ବିକାଶ ରାଇସ ମିଲର୍ସର ଅସହଯୋଗରୁ ମଣ୍ଡିରୁ ଧିମା ଧାନ ଉଠାଣ କାରଣରୁ ମଣ୍ଡିରେ ଏପରି ଅଚଳାବସ୍ଥା ସୃଷ୍ଟି ହୋଇଛି। ଟୋକନ କଟିବା ଏବଂ ଧାନ ଚୋରି ଭୟ ଚାଷୀଙ୍କୁ ଘାରିଛି । ଯୋଗୀସର୍ଡା,ବାଦିବାହାଲ ଓ ବୁଢୀପଦର ପଞ୍ଚାୟତର କେତେକ ଗ୍ରାମକୁ ନେଇ ଯୋଗୀସର୍ଡା ପ୍ରାଥମିକ କୃଷି ସମବାୟ ସମିତି ଗଠିତ। ୨୦୨୨-୨୩ ବର୍ଷରେ ପାକ୍ସରେ ଚାଷୀଙ୍କ ଧାନବିକ୍ରି ପାଇଁ ୮୬୫ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସେଥିମଧ୍ୟରୁ ଅଦ୍ୟାବଧି ୫୪୯ ଜଣ ଚାଷୀଙ୍କ ୨୧ ହଜାର ୮୪୯ କୁଇଣ୍ଟାଲ ଧାନ କ୍ରୟ ହୋଇଛି । ପାକ୍ସରୁ ଧାନ କିଣିବା ପାଇଁ ତୁଷୁରାର ବିକାଶ, ଶ୍ରୀଗଣେଶ ଓ ନାରାୟଣୀ ମିଲର୍ସ ଟାର୍ଗେଟ ପାଇଥିଲେ। ହେଲେ ଜିଲାପାଳ ନାରାୟଣୀକୁ ଧାନକ୍ରୟରୁ ବାତିଲ କରି ଲୋକନାଥ ମିଲର୍ସକୁ ଦାୟିତ୍ୱ ଦେଇଥିଲେ । ଲୋକନାଥ ମିଲର୍ସ ଟାର୍ଗେଟ ପାଇଥିବା ୫ ହଜାର ୫୧୦ କୁଇଣ୍ଟାଲରୁ ୧ ଶହ କୁଇଣ୍ଟାଲ କ୍ରୟ କରିବାକୁ ବାକି ରହିଛି। ସେହିପରି ଶ୍ରୀଗଣେଶ ୧ହଜାର ୪୦ କୁଇଣ୍ଟାଇ ୫୯ କେଜି କ୍ରୟ ବାକି ରହିଛି। ଅପରପକ୍ଷେ ବିକାଶ ମିଲର୍ସ ସର୍ବାଧିକ ୧୬ ହଜାର ୧୨୫ କୁଇଣ୍ଟାଲ ୭୪ କେଜି ଟାର୍ଗେଟ ପାଇଛି । ସେଥରୁ ୧୦ ହଜାର ୯୪୯ କୁଇଣ୍ଟାଲ ୬୮ କେଜି ଏବେ ସୁଦ୍ଧା କ୍ରୟ କରିଛି । ଏବେ ବି ୫ ହଜାର ୪୭୪ କୁଇଣ୍ଟାଲ ୦୬ କେଜି କ୍ରୟ ବାକି ରହିଛି। ବିକାଶ ମିଲର୍ସର ଅସହଯୋଗ ତଥା ଠିକ ଭାବରେ ଗାଡି ପଠାଉ ନ ଥିବାରୁ ମଣ୍ଡିରୁ ଧାନ ଉଠାଣରେ ବାଧା ସୃଷ୍ଟି ହୋଇଛି। ମଣ୍ଡିରେ କଟନୀ ଛଟନୀ ଏକ ପ୍ରମୁଖ ସମସ୍ୟା ହୋଇଛି। ସମିତି ପରିସରରେ ତାର ଜାଲି ସହ ସିସି କ୍ୟାମେରା ଲାଗିଛି। ଏହାସତ୍ତ୍ୱେ ସମିତି ପରିସରରୁ ଚାଷୀଙ୍କ ଧାନ ଚୋରି ଅଭିଯୋଗ ହୋଇଥିଲା। ଏବେ ପାକ୍ସ ଠାରୁ ୩ କିମି ଦୂର ଖୋଲା ସ୍ଥାନରେ ହଜାର ହଜାର ବସ୍ତା ଧାନ ପଡି ରହିବା ଚାଷୀଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି। ସୂଚନାଯୋଗ୍ୟ ଯେ, ପାକ୍ସରେ ଧାନକିଣାରେ ଅନିୟମିତା ଅଭିଯୋଗ ହୋଇଛି। ଏପରି କି ଜମି ଜାଲିଆତି କରି ଧାନ କିଣିବା ଘଟଣାରେ ପାକ୍ସରେ ଡିଇଓଙ୍କୁ ସମବାୟ ବିଭାଗ ବରଖାସ୍ତ କରିବା ଏବଂ ପାକ୍ସ ଅଧୀନ ଭାଲିଆମୁଣ୍ଡା ଗ୍ରାମର ଏକ ଗୋଦାମରୁ ଯୋଗାଣ ବିଭାଗ ବେଆଇନ ଭାବେ ଗଚ୍ଛିତ ୩୪୯ ବସ୍ତା ଧାନ ଜବତ କରିଥିଲା। ଚଳିତ ବର୍ଷ ଧାନକିଣାରେ ଉକ୍ତ ପାକ୍ସ ବିବାଦୀୟ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?