ମଣ୍ଡିରେ ପଡିଛି ସାଢେ ୩ ହଜାର କୁଇଣ୍ଟାଲ ଧାନ

ଲୋଇସିଂହା,୧୪।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ସମବାୟ ମସିତି(ପାକ୍ସ)ରେ ସାଢେ ୩ ହଜାର କୁଇଣ୍ଟାଲ ଧାନ ବିକ୍ରି ପାଇଁ ପଡି ରହିଛି । ପାକ୍ସରେ ଜାଗା ଅଭାବରୁ ୩ କିମି ଦୂର ଭାଲିଆମୁଣ୍ଡା ସାପ୍ତାହିକ ବଜାରରେ ଗତ ୩ ଦିନ ହେଲା ଚାଷୀଙ୍କ ଧାନ ଗଚ୍ଛିତ ରଖି ଧାନକିଣା ଯାଉଛି। ଖୋଲା ସ୍ଥାନରେ ହଜାର ହଜାର ବସ୍ତା ଧାନ ପଡି ରହିଛି। ଉପଜିଲାପାଳଙ୍କ ନିର୍ଦ୍ଦେଶରେ ସେଠାକୁ ମଣ୍ଡି ସ୍ଥାନାନ୍ତରିତ କରାଯାଇଥିବା କୁହାଯାଉଛି । ଅପରପକ୍ଷେ ଟାର୍ଗେଟ ପାଇଥିବା ବିକାଶ ରାଇସ ମିଲର୍ସର ଅସହଯୋଗରୁ ମଣ୍ଡିରୁ ଧିମା ଧାନ ଉଠାଣ କାରଣରୁ ମଣ୍ଡିରେ ଏପରି ଅଚଳାବସ୍ଥା ସୃଷ୍ଟି ହୋଇଛି। ଟୋକନ କଟିବା ଏବଂ ଧାନ ଚୋରି ଭୟ ଚାଷୀଙ୍କୁ ଘାରିଛି । ଯୋଗୀସର୍ଡା,ବାଦିବାହାଲ ଓ ବୁଢୀପଦର ପଞ୍ଚାୟତର କେତେକ ଗ୍ରାମକୁ ନେଇ ଯୋଗୀସର୍ଡା ପ୍ରାଥମିକ କୃଷି ସମବାୟ ସମିତି ଗଠିତ। ୨୦୨୨-୨୩ ବର୍ଷରେ ପାକ୍ସରେ ଚାଷୀଙ୍କ ଧାନବିକ୍ରି ପାଇଁ ୮୬୫ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସେଥିମଧ୍ୟରୁ ଅଦ୍ୟାବଧି ୫୪୯ ଜଣ ଚାଷୀଙ୍କ ୨୧ ହଜାର ୮୪୯ କୁଇଣ୍ଟାଲ ଧାନ କ୍ରୟ ହୋଇଛି । ପାକ୍ସରୁ ଧାନ କିଣିବା ପାଇଁ ତୁଷୁରାର ବିକାଶ, ଶ୍ରୀଗଣେଶ ଓ ନାରାୟଣୀ ମିଲର୍ସ ଟାର୍ଗେଟ ପାଇଥିଲେ। ହେଲେ ଜିଲାପାଳ ନାରାୟଣୀକୁ ଧାନକ୍ରୟରୁ ବାତିଲ କରି ଲୋକନାଥ ମିଲର୍ସକୁ ଦାୟିତ୍ୱ ଦେଇଥିଲେ । ଲୋକନାଥ ମିଲର୍ସ ଟାର୍ଗେଟ ପାଇଥିବା ୫ ହଜାର ୫୧୦ କୁଇଣ୍ଟାଲରୁ ୧ ଶହ କୁଇଣ୍ଟାଲ କ୍ରୟ କରିବାକୁ ବାକି ରହିଛି। ସେହିପରି ଶ୍ରୀଗଣେଶ ୧ହଜାର ୪୦ କୁଇଣ୍ଟାଇ ୫୯ କେଜି କ୍ରୟ ବାକି ରହିଛି। ଅପରପକ୍ଷେ ବିକାଶ ମିଲର୍ସ ସର୍ବାଧିକ ୧୬ ହଜାର ୧୨୫ କୁଇଣ୍ଟାଲ ୭୪ କେଜି ଟାର୍ଗେଟ ପାଇଛି । ସେଥରୁ ୧୦ ହଜାର ୯୪୯ କୁଇଣ୍ଟାଲ ୬୮ କେଜି ଏବେ ସୁଦ୍ଧା କ୍ରୟ କରିଛି । ଏବେ ବି ୫ ହଜାର ୪୭୪ କୁଇଣ୍ଟାଲ ୦୬ କେଜି କ୍ରୟ ବାକି ରହିଛି। ବିକାଶ ମିଲର୍ସର ଅସହଯୋଗ ତଥା ଠିକ ଭାବରେ ଗାଡି ପଠାଉ ନ ଥିବାରୁ ମଣ୍ଡିରୁ ଧାନ ଉଠାଣରେ ବାଧା ସୃଷ୍ଟି ହୋଇଛି। ମଣ୍ଡିରେ କଟନୀ ଛଟନୀ ଏକ ପ୍ରମୁଖ ସମସ୍ୟା ହୋଇଛି। ସମିତି ପରିସରରେ ତାର ଜାଲି ସହ ସିସି କ୍ୟାମେରା ଲାଗିଛି। ଏହାସତ୍ତ୍ୱେ ସମିତି ପରିସରରୁ ଚାଷୀଙ୍କ ଧାନ ଚୋରି ଅଭିଯୋଗ ହୋଇଥିଲା। ଏବେ ପାକ୍ସ ଠାରୁ ୩ କିମି ଦୂର ଖୋଲା ସ୍ଥାନରେ ହଜାର ହଜାର ବସ୍ତା ଧାନ ପଡି ରହିବା ଚାଷୀଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି। ସୂଚନାଯୋଗ୍ୟ ଯେ, ପାକ୍ସରେ ଧାନକିଣାରେ ଅନିୟମିତା ଅଭିଯୋଗ ହୋଇଛି। ଏପରି କି ଜମି ଜାଲିଆତି କରି ଧାନ କିଣିବା ଘଟଣାରେ ପାକ୍ସରେ ଡିଇଓଙ୍କୁ ସମବାୟ ବିଭାଗ ବରଖାସ୍ତ କରିବା ଏବଂ ପାକ୍ସ ଅଧୀନ ଭାଲିଆମୁଣ୍ଡା ଗ୍ରାମର ଏକ ଗୋଦାମରୁ ଯୋଗାଣ ବିଭାଗ ବେଆଇନ ଭାବେ ଗଚ୍ଛିତ ୩୪୯ ବସ୍ତା ଧାନ ଜବତ କରିଥିଲା। ଚଳିତ ବର୍ଷ ଧାନକିଣାରେ ଉକ୍ତ ପାକ୍ସ ବିବାଦୀୟ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri