ମୁକ୍ତ ଇଣ୍ଟରନେଟ୍‌ ପ୍ରତି ବିପଦ

ବିଶ୍ୱ ବାଣିଜ୍ୟ ସଙ୍ଗଠନ(ଡବ୍ଲ୍ୟୁଟିଓ) ବ୍ୟବସ୍ଥା ପାଇଁ ୟୁନାଇଟେଡ ଷ୍ଟେଟ୍ସ ଟ୍ରେଡ୍‌ ରିପ୍ରେଜେଣ୍ଟେଟିଭ ବା ଆମେରିକା ବାଣିଜ୍ୟ ପ୍ରତିନିଧି (ୟୁଏସ୍‌ଟିଆର୍‌) ସୀମାପାର ଡେଟା(ତଥ୍ୟ) ପ୍ରବାହକୁ ସୁରକ୍ଷା ଦେବା, ବାଧ୍ୟତାମୂଳକ ଡେଟା ଲୋକାଲାଇଜେଶନକୁ ରୋକିବା, ଡେଟା ଉତ୍ସ କୋଡ୍‌କୁ ସୁରକ୍ଷିତ ରଖିବା ଏବଂ ଜାତୀୟତା ଉପରେ ଆଧାର କରି ଡିଜିଟାଲ ଉତ୍ପାଦ ଉପରେ ଭେଦଭାବକୁ ନିଷେଧ କରିବାକୁ ଦୀର୍ଘ ଦିନରୁ ଦାବିକରି ଆସୁଥିଲା। କିନ୍ତୁ ଗତ ଅକ୍ଟୋବରରେ ୟୁଏସ୍‌ଟିଆର ଏଭଳି ଦାବିରୁ ଦୂରେଇ ଯାଇଥିଲା। ଏହା ଥିଲା ଏକ ଦୁଃଖଦ ପରିବର୍ତ୍ତନ , ଯାହା ଜ୍ଞାନ ପ୍ରସାର, ବିଶ୍ୱସ୍ତରୀୟ ସହଯୋଗ,ସୀମାପାର ବାଣିଜ୍ୟ ଏବଂ ମୁକ୍ତ ଇଣ୍ଟରନେଟ ସ୍ଥିତି ପ୍ରତି ବିପଦ ସୃଷ୍ଟି କରେ। ୟୁଏସ୍‌ଟିଆଇ ପକ୍ଷରୁ ପ୍ରକାଶ କରାଯାଇଛି ଯେ, ବୃହତ ପ୍ରଯୁକ୍ତି ସଂସ୍ଥା ଏବଂ କୃତ୍ରିମ ବୁଦ୍ଧିମତ୍ତାର ନିୟନ୍ତ୍ରଣ ପାଇଁ ହେଉଥିବା ଦାବିକୁ ମୁକାବିଲା କରିବାରେ ଆମେରିକାର କଂଗ୍ରେସର କ୍ଷମତାକୁ ବାଣିଜ୍ୟ ବ୍ୟବସ୍ଥାଗୁଡ଼ିକ ବାଧା ଦେଇପାରେ ବୋଲି ଏକ ଭୁଲ୍‌ ବିଶ୍ୱାସ ସୃଷ୍ଟି ହେବା ଯୋଗୁ ଏଭଳି ପରିବର୍ତ୍ତନ ଆବଶ୍ୟକ ପଡ଼ିଲା । କିନ୍ତୁ ବାଣିଜ୍ୟ ଚୁକ୍ତିଗୁଡ଼ିକ ବିଶେଷକରି ବୈଧ ସାର୍ବଜନୀନ ନୀତିସବୁ ସାମିଲ କରିସାରିଛନ୍ତି। ସରଳ ଭାବରେ କହିବାକୁ ଗଲେ, ଡବ୍ଲ୍ୟୁଟିଓ ଚୁକ୍ତିରେ ଅନ୍ୟ ଦେଶଗୁଡ଼ିକ ସହିତ ଆମେରିକା ଜଡ଼ିତ ଥିବାରୁ ଏହା ମୁକ୍ତ ଇଣ୍ଟରନେଟର ଚାମ୍ପିୟନ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ତ୍ୟାଗ ନ କରି ଏହାର ଡିଜିଟାଲ କ୍ଷେତ୍ରକୁ ନିୟନ୍ତ୍ରଣ କରିପାରିବ।
ଆମେରିକାର ନୀତି ପରିବର୍ତ୍ତନର ସମ୍ଭାବ୍ୟ ପରିଣାମ ଯେତିକି ବିପଜ୍ଜନକ ସେତିକି ସୁଦୂରପ୍ରସାରୀ। ଆମେରିକା ସହିତ ବାଣିଜି୍ୟକ ସମ୍ପର୍କରେ କ୍ଷତି ହେବା ଭୟ ହିଁ ଅନ୍ୟ ଦେଶଗୁଡ଼ିକୁ ଇଣ୍ଟରନେଟ୍‌ରେ ଜାତୀୟ କଟକଣା ଲଗାଇବାରୁ ବିରତ କରିଛି। ଡିଜିଟାଲ କ୍ଷେତ୍ରରେ ଯେଉଁମାନେ ସମ୍ଭାବ୍ୟ ଡିଜିଟାଲ ସାର୍ବଭୌମତ୍ୱ କଥା ଶୁଣୁଛନ୍ତି, ସେମାନେ ଏହାକୁ ବିରୋଧ କରିବାର କମ୍‌ କାରଣ ରହିଛି। ଡେଟା ସଞ୍ଚାଳନ ଉପରେ ଚାଇନାର ସମ୍ବେଦନହୀନ ଆଭିମୁଖ୍ୟକୁ ନକଲ କରିବାକୁ ଅନେକ ଦେଶ ଚେଷ୍ଟା କରୁଛନ୍ତି। ଉଦାହରଣ ସ୍ବରୂପ, ରୁଆଣ୍ଡାର ଡେଟା-ସୁରକ୍ଷା ଆଇନ କମ୍ପାନୀଗୁଡ଼ିକୁ ଏହାର ସୀମା ମଧ୍ୟରେ ତଥ୍ୟ ସଂରକ୍ଷଣ କରିବାକୁ ବାଧ୍ୟ କରିଥାଏ। ଏହିି ସମୟରେ ବହୁ ସଂଖ୍ୟାରେ ଗଣତାନ୍ତ୍ରିକ ଦେଶ ନିଜସ୍ବ ନିୟମାବଳୀ ଉପରେ ବିଚାର କରୁଛନ୍ତି। ସୀମାପାର ଡେଟା ପ୍ରବାହ ପାଇଁ ଦୃଢ଼ ସୁରକ୍ଷା ନ ରହିଲେ ପ୍ରକୃତ ମୁକ୍ତ ଇଣ୍ଟରନେଟ୍‌ ପାଇବାରେ ବାଧା ସୃଷ୍ଟି କରିପାରେ ବୋଲି ସେମାନେ ମନେ କରୁଛନ୍ତି।
ଆମେରିକା ଓ ମିଳିତ ଇ-ବାଣିଜ୍ୟ ପଦକ୍ଷେପରେ ଜଡ଼ିତ ୯୦ ଡବ୍ଲ୍ୟୁଟିଓ ସଦସ୍ୟ ଦେଶର ଗୁରୁତ୍ୱପୂର୍ଣ୍ଣ ଇଣ୍ଟରନେଟ ସୁରକ୍ଷା ଉପରେ ପ୍ରତିବଦ୍ଧତା ରହୁ ନ ଥିବାରୁ ସେ କ୍ଷେତ୍ରରେ ପ୍ରକୃତ ବିପଦ ଦେଖାଦେଇଛି । ଡେଟା ନିୟନ୍ତ୍ରଣ ଆଭିମୁଖ୍ୟ ବିନା ୧୦୦ରୁ ଅଧିକ ବିକାଶଶୀଳ ଦେଶ ସମେତ ଅନେକ ଦେଶ ମୁକ୍ତ ଇଣ୍ଟରନେଟଠାରୁ ଦୂରେଇ ଯିବାଭଳି ଏକ ନିୟାମକ ପଥ ବାଛି ପାରନ୍ତି। ସୂଚନା ପ୍ରବାହରେ ଅଧିକ ପ୍ରତିବନ୍ଧକ ସୃଷ୍ଟି ହେବା ଯୋଗୁ ଲୋକ, ବ୍ୟବସାୟ ଏବଂ ଦେଶ ପାଇଁ କ୍ଷତି ହେବାର ଆଶଙ୍କା ବଢୁଛି। ଯେଉଁଠି ଡେଟା ସୃଷ୍ଟି ହୋଇଥାଏ ସେହି ଅଞ୍ଚଳରେ ଏହାକୁ ସୀମିତ କରି ରଖିବାର (ଡେଟା-ଲୋକାଲାଇଜେଶନ)ଅଧିକାର କଥା ବିଚାର କରନ୍ତୁ। ଏଥିରେ ନାଗରିକ କିମ୍ବା ଅଧିବାସୀଙ୍କ ସମ୍ପର୍କିତ ସମସ୍ତ ତଥ୍ୟକୁ ନିଜ ଦେଶର ସୀମା ମଧ୍ୟରେ ସଂରକ୍ଷଣ, ସଂଗ୍ରହ କିମ୍ବା ପ୍ରସେସ କରିବା ଆବଶ୍ୟକ ହୋଇପାରେ। ଏହି ଅଧିକାର ଦ୍ୱାରା ବ୍ୟକ୍ତିଗତ ଗୋପନୀୟତା ଏବଂ ନିରାପତ୍ତା ରକ୍ଷା ହୋଇ ନ ପାରେ । ଏଭଳି ଅଧିକାର ନେଇ ପ୍ରଥମେ ଆଗକୁ ବଢୁଥିବା ଦେଶରେ ମାନବ ଅଧିକାରକୁ ସମ୍ମାନ ଜଣାଉ ନ ଥିବା ନିୟାମକଗୁଡ଼ିକର ସିଧାସଳଖ ହସ୍ତକ୍ଷେପ ଦ୍ୱାରା ତଥ୍ୟ ଅଧିକ ବିପଦ ମଧ୍ୟକୁ ଠେଲି ହୋଇଯିବ। ଏହା ତଥ୍ୟକୁ ଅଧିକ ଅସୁରକ୍ଷିତ କରିପାରେ। ବିଗତ ଏକ ଦଶନ୍ଧି ମଧ୍ୟରେ ଓ୍ବିକିମିଡ଼ିଆ ଫାଉଣ୍ଡେଶନ ପ୍ରାୟୋଜିତ ଓ୍ବିକିପିଡ଼ିଆ ଭଳି ଫ୍ରି ଅନ୍‌ଲାଇନ ଏନ୍‌ସାଇକ୍ଲୋପିଡ଼ିଆକୁ ସାରା ବିଶ୍ୱରେ ସ୍ବେଚ୍ଛାସେବୀ ସମ୍ପାଦକମାନେ ସୃଷ୍ଟି କରିବା ସହ ଏହାର ରକ୍ଷଣାବେକ୍ଷଣ କରୁଛନ୍ତି। ଏହା ପ୍ରତିବର୍ଷ ୟୁଜର ଡେଟା ପାଇଁ ଗୁଡ଼ିଏ ଅନୁରୋଧ ପାଉଛି, ଯାହା ମଧ୍ୟରୁ ଅନେକଙ୍କର କୌଣସି ଆଇନଗତ ଆଧାର ନାହିଁ। ।
ଏପରି ଅନେକ ମାମଲା ଅଛି, ଯେଉଁଠାରେ ଏକ ସରକାର କିମ୍ବା ଜଣେ ଧନୀ ବ୍ୟକ୍ତି ସାର୍ବଜନୀନ ତଥ୍ୟକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି କିମ୍ବା ଏହାକୁ ପ୍ରକାଶ କରିଥିବା ସ୍ବେଚ୍ଛାସେବୀଙ୍କ ବିରୋଧରେ ପ୍ରତିଶୋଧାତ୍ମକ ପଦକ୍ଷେପ ନେବାକୁ ଚେଷ୍ଟା କରିଛନ୍ତି। ଓ୍ବିକିମିଡ଼ିଆ ଫାଉଣ୍ଡେଶନ ସେମାନଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରୁଥିବାବେଳେ ଡେଟା-ଲୋକାଲାଇଜେଶନରେ ତଥ୍ୟ ସୁରକ୍ଷା ଅଧିକ କଷ୍ଟସାଧ୍ୟ ହୋଇପାରେ। କାରଣ ସେମାନଙ୍କ ସୀମା ମଧ୍ୟରେ ସଂରକ୍ଷିତ ସୂଚନା ଉପରେ ସରକାରଙ୍କର ଅଧିକ ନିୟନ୍ତ୍ରଣ ରହିଥାଏ। ତା’ପରେ ସେଥିରେ ଆର୍ଥିକ ପ୍ରଭାବ ରହିଛି। ବିଶ୍ୱର ବିଭିନ୍ନ ଦେଶରେ ତଥ୍ୟ ସଂଗ୍ରହ ଏବଂ ସଂରକ୍ଷଣ ସୁବିଧା କରିବା ବ୍ୟୟବହୁଳ ହେବ । ବାସ୍ତବରେ ଏହା ଏତେ ଅଧିକ ଯେ, ଅଣ-ଲାଭକାରୀ ଏବଂ ବ୍ୟବସାୟିକ ସଂସ୍ଥାଗୁଡ଼ିକର ଆର୍ଥିକ କାର୍ଯ୍ୟକ୍ଷମତା ପ୍ରତି ବିପଦ ସୃଷ୍ଟି କରିପାରେ। ଛୋଟ ସଂସ୍ଥାଗୁଡ଼ିକୁ ବୃହତ୍‌ ବିଶ୍ୱସ୍ତରୀୟ ବୈଷୟିକ ପ୍ଲାଟଫର୍ମ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ଅଧିକ କଷ୍ଟକର ହୋଇପଡ଼ିବ। ଶେଷରେ ବିଭିନ୍ନ ଦେଶରେ ଏକାଧିକ, ଅନାବଶ୍ୟକ ଡେଟା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଇଣ୍ଟରନେଟ୍‌ ଆଧାରିତ ସେବାକୁ ବାଧ୍ୟ କରିବା ଦ୍ୱାରା ସମ୍ବେଦନଶୀଳ ବ୍ୟକ୍ତିଗତ ଓ କର୍ପୋରେଟ ତଥ୍ୟ ଭଙ୍ଗ ଏବଂ ଚୋରିର ଅଧିକ ବିପଦ ରହିବ। ଲୋକଙ୍କୁ ତଥ୍ୟ ପାଇବାରେ ବାଧା ଆସିପାରେ।
ଗତ ଅକ୍ଟୋବରରେ ଆମେରିକାର ଘୋଷଣା ପରେ ଜି୭ ମନ୍ତ୍ରୀମାନେ ଡିଜିଟାଲ ବାଣିଜ୍ୟ ଏବଂ ଡିଜିଟାଲ ବଜାର ଖୋଲିବା ପାଇଁ ସେମାନଙ୍କର ପ୍ରତିବଦ୍ଧତା କରିଥିଲେ। ଏହା ସହ ଡେଟା ଫ୍ରି ଫ୍ଲୋ ଓ୍ବିଥ ଟ୍ରଷ୍ଟ( ଡିଏଫ୍‌ଏଫ୍‌ଟି)କୁ ସମର୍ଥନ କରିବାକୁ ଦୃଢ଼ ତତ୍ପରତା ପ୍ରକାଶ କରିଥିଲେ। ଡିଏଫ୍‌ଏଫ୍‌ଟି ଗୋପନୀୟତା ଏବଂ ତଥ୍ୟ ସଞ୍ଚାଳନ ପାଇଁ ସମନ୍ବିତ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିଥାଏ। କିନ୍ତୁ ଜି୭ର ଭୁଲ୍‌ ନୀତି ଏବଂ ଭୌଗୋଳିକ ପ୍ରୟାସକୁ ପ୍ରତିହତ କରିବା ଦକ୍ଷତା ନାହିଁ । ଏହା ଇଣ୍ଟରନେଟକୁ ଭଙ୍ଗ କରିପାରେ । ଏଣୁ ଏକ ମୁକ୍ତ, ବିଶ୍ୱସ୍ତରୀୟ ସଂଯୋଗ ଏବଂ ସୁରକ୍ଷିତ ଇଣ୍ଟରନେଟ ସଂରକ୍ଷଣ କରିବା ପାଇଁ ଆମେରିକା ସମେତ ସମସ୍ତ ଦେଶ ଏହାକୁ ସମର୍ଥନ କରୁଥିବା ନୀତିଗୁଡ଼ିକ ପାଇଁ ଦୃଢ଼ ସମର୍ଥନ ନିଶ୍ଚିତ କରିବାକୁ ପଡ଼ିବ। କିନ୍ତୁ ବିଶ୍ୱରେ ଇଣ୍ଟରନେଟର କ୍ଷତିକୁ ରୋକିବା ପାଇଁ ବାଣିଜି୍ୟକ ବୁଝାମଣା ବାଦ୍‌ ଏକ ନିରନ୍ତର ପ୍ରୟାସ ଆବଶ୍ୟକ । ଅନ୍ୟାନ୍ୟ ଅନ୍ତର୍ଜାତୀୟ ଚୁକ୍ତି ଏବଂ ନିଜ ଦେଶରେ ଡବ୍ଲ୍ୟୁଟିଓ ଇ-ବାଣିଜ୍ୟ ବୁଝାମଣାରେ ନିଆଯାଇଥିବା ଆକ୍ରମଣାତ୍ମକ ଡିଜିଟାଲ-ସାର୍ବଭୌମତ୍ୱ ପଦକ୍ଷେପରୁ ଇଣ୍ଟରନେଟକୁ ରକ୍ଷା କରିବାକୁ ସବୁଠି ଲୋକମାନେ ନିଜ ନେତାଙ୍କୁ ଅନୁରୋଧ କରିବା ଦରକାର। ନିଷ୍ପତ୍ତି ନେଉଥିବା କିମ୍ବା ଆଇନ ପ୍ରଣୟନ କରୁଥିବା ନୀତି ନିର୍ଦ୍ଧାରକମାନେ ଅନ୍‌ଲାଇନ ଡେଟା ପ୍ରବାହର ସମ୍ଭାବ୍ୟ ପ୍ରଭାବକୁ ଆକଳନ କରିବା ଏବଂ ମୁକ୍ତ ଇଣ୍ଟରନେଟ ପ୍ରତି ଥିବା କ୍ଷତି ରୋକିବା ପାଇଁ ଯତ୍ନବାନ ହେବା ଆବଶ୍ୟକ।
ଇଣ୍ଟରନେଟ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି ଓ ଏହାକୁ ଆମେ ଗ୍ରହଣ କରିନେଇଛୁ। କିନ୍ତୁ ଆମ ଜାଣିବାରେ ଆଜି ଇଣ୍ଟରନେଟର ତିଷ୍ଠି ରହିବାର କୌଣସି ନିଶ୍ଚିତତା ନାହିଁ। ଏହା ଅଧିକ ଖଣ୍ଡବିଖଣ୍ଡିତ, ଅସୁରକ୍ଷିତ ଏବଂ ସରକାର ଓ କର୍ପୋରେଶନ ନିୟନ୍ତ୍ରଣରେ ରହିବ ନାହିଁ ବୋଲି ଆମେ କ’ଣ ଏକ ମିଳିତ ବିଶ୍ୱସ୍ତରୀୟ ପ୍ରୟାସ ଦ୍ୱାରା ନିଶ୍ଚିତ କରିପାରିବାନି।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri