ସ୍ବଚ୍ଛତାର ଅଗ୍ରଦୂତ

ଅଭିମନ୍ୟୁ ଧଳ

 

ପରିବେଶ ବନ୍ଧୁ ଭାବରେ ଜଣା ଶାଗୁଣା ଓ ବିଲୁଆ ଏବେ ଅବଲୁପ୍ତ ତାଲିକାରେ। ଏମାନେ ମଶାଣି ସ୍ବଚ୍ଛ କରିବା କାମରେ ସତେ ଯେପରି ବିନାମୂଲ୍ୟରେ ଲାଗିପଡ଼ନ୍ତି। ଶାଗୁଣା ଶନିଦେବଙ୍କ ବାହନ ବୋଲି ପୁରାଣରେ ଉଲ୍ଲେଖ ଥିବାବେଳେ ମଣିଷମାନେ ଏମାନଙ୍କୁ ଅସୁର ବୋଲି ଭାବିବା ଏକ ଅନ୍ଧବିଶ୍ୱାସ। ବର୍ତ୍ତମାନ ଆମ ପିଲା ଏମାନଙ୍କୁ ଦେଖିବାର ସୁଯୋଗ ହରାଇଛନ୍ତି। ନନ୍ଦନକାନନ ବୁଲିଆସିଲେ ତାରଜାଲି ଭିତରେ ଶାଗୁଣା ଓ ବିଲୁଆଙ୍କୁ ଦେଖିହେବ। ଏମାନେ ବିଲୁପ୍ତ ପ୍ରାୟ ପ୍ରାଣୀ ତାଲିକାରେ। ବର୍ତ୍ତମାନ ଆମ ଦେଶରୁ ଶାଗୁଣା ବଂଶ ପ୍ରାୟ ଲୋପ ପାଇବାକୁ ବସିଲେଣି। ୧୯୮୦ ଦଶକ ପରଠାରୁ କ୍ରମାଗତ ଶାଗୁଣାଙ୍କ ସଂଖ୍ୟା କମିବାରେ ଲାଗିଛି । ବିଶେଷଜ୍ଞଙ୍କ ମତରେ ଶାଗୁଣାଙ୍କ ସଂଖ୍ୟା ୯୯% କମିଛି। ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ଡାଇକ୍ଳୋଫେନା ଏଥିପାଇଁ ଦାୟୀ। କୌଣସି ପ୍ରାଣୀଦେହରେ ଏହାକୁ ପ୍ରୟୋଗ କରାଗଲେ ଓ ସେହି ପ୍ରାଣୀର ମୃତ୍ୟୁ ଘଟିଲା ପରେ ଆମେ ତାକୁ ଖୋଲା ପଡ଼ିଆ ବା ମଶାଣିରେ ପକାଇଦେଉ। ପରନ୍ତୁ ଏହାର ଯକୃତ ଏବଂ ବୃକକ୍‌ରେ ଏହି ରାସାୟନିକ ପଦାର୍ଥ ଜମା ହୋଇ ରହିଥାଏ। ଯେତେବେଳେ ଶାଗୁଣା ଏହି ପଶୁର ମଢ଼ ଖାଏ, ସେତେବେଳେ ଏହି ରାସାୟନିକ ପଦାର୍ଥ ସିଧାସଳଖ ତା’ ଦେହକୁ ଯାଏ। ବିଜ୍ଞାନର ଅଗ୍ରଗତି ଫଳରେ ରାସାୟନିକ ପଦାର୍ଥର ବ୍ୟବହାର ଦିନକୁଦିନ ବଢ଼ିବାରେ ଲାଗିଛି। ଏହାର ନକାରାତ୍ମକ ପ୍ରଭାବ ପରିବେଶ ଉପରେ ପଡ଼େ। ଭାରତ, ନେପାଳ ଏବଂ ପାକିସ୍ତାନରେ ଏକ ସ୍ବତନ୍ତ୍ର ପ୍ରଜାତିର ଶାଗୁଣା ଦେଖିବାକୁ ମିଳନ୍ତି। ୨୦୦୨ ମସିହାରେ ଅନ୍ତର୍ଜାତୀୟ ସଂରକ୍ଷଣ କେନ୍ଦ୍ର ପକ୍ଷରୁ ଶାଗୁଣାକୁ ବିଲୁପ୍ତ ପ୍ରାଣୀ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ବିଷକ୍ରିୟା ଯୋଗୁଁ ୮୮% ଶାଗୁଣା ପ୍ରଜାତିଙ୍କ ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। କୁକୁର ଓ ବିଲୁଆଙ୍କୁ ବିଷ ଦେଇ ମାରି ବାହାରେ ଫୋପାଡ଼ି ଦେଲେ ତାକୁ ବିଲୁଆ ଖାଇ ମରୁଛନ୍ତି। ନଦୀକୂଳିଆ ଲୋକେ ମୃତ ଗାଈ ଗୋରୁ ମଇଁଷିଙ୍କୁ ନଦୀରେ ଭସାଇ ଦିଅନ୍ତି। ପରନ୍ତୁ ଶାଗୁଣା ସେହି ମଢ଼ ଖାଇ ସଫା କରିଦିଅନ୍ତି। ଶାଗୁଣାଙ୍କ ଅନୁପସ୍ଥିତି ଯୋଗୁଁ ନଦୀଜଳ ପ୍ରଦୂଷିତ ହେବା ଏହାର ମୁଖ୍ୟ କାରଣ। ପ୍ରାଣୀ ସୁରକ୍ଷା ଧାରା ୧୯୭୨ ଅନ୍ତର୍ଗତ ଗ୍ରିଫନ ଶାଗୁଣା ଯାହାକୁ ଆମେ ଫୁଲ ଶାଗୁଣା କହୁ, ସେମାନଙ୍କୁ ବିଲୁପ୍ତ ପ୍ରଜାତି ତାଲିକାଭୁକ୍ତ କରାଯାଇଥିଲା। ବିଷକ୍ରିୟା ଯୋଗୁ ୨୦୨୨ରେ ଆସାମରେ ୧୦୦ ଶାଗୁଣା ମରିଥିଲେ। ମୃତପଶୁଙ୍କ ଶଢ଼ାମାଂସ ଖାଇବା ବେଳେ ଶବ ପାଖରେ ପ୍ରାଧାନ୍ୟ ବିସ୍ତାର କରିଥାନ୍ତି ଶାଗୁଣା। ସୁଦୂର ଆକାଶରେ ମେଳି ବାନ୍ଧି ଉଡ଼ୁଥିବାବେଳେ ଶାଗୁଣା ଭୂପୃଷ୍ଠରେ ଶବ ଦେଖିଲେ ସେଠାରେ ଓହ୍ଲାଇ ଥା’ନ୍ତି । କୁକୁର ଓ ବିଲୁଆ ଶବ ପାଖରେ ଥିବା ବେଳେ ଶାଗୁଣା ଆସିଲେ ଭୟରେ ସେମାନେ ଘୁଞ୍ଚି ଯାଇଥାନ୍ତି। ଏମାନେ ମଶାଣିର ଝଙ୍କାଳିଆ ବରଗଛ ଜଙ୍ଗଲର ଉଚ୍ଚ ଗଛରେ ବସା ବାନ୍ଧି ଅଣ୍ଡା ଦେଇ ଛୁଆ ଫୁଟାନ୍ତି। ଏମାନେ ବୃହତ୍‌ ପକ୍ଷୀ ହେଲେ ମଧ୍ୟ ଏମାନଙ୍କ ଆଚରଣ ଶାନ୍ତ। ବିଷ୍ଣୁଶର୍ମାଙ୍କ ପଞ୍ଚତନ୍ତ୍ରରେ ”ଅଜ୍ଞାତ କୁଳଶିଳସ୍ୟ ବାସ ନ ଦେୟୋ“ ଗଳ୍ପରେ ଅନ୍ଧ ଓ ବୃଦ୍ଧ ଜରଦ୍‌ଗବ ଶାଗୁଣା ଦୀର୍ଘକର୍ଣ୍ଣ ନାମକ ଚତୁର ବିଲୁଆ କଥାରେ ତାକୁ ବିଶ୍ୱାସ କରି ଆଶ୍ରୟ ଦେବା ।
ବିଚରା ପକ୍ଷୀ ଶାବକ ଭକ୍ଷଣ ପରେ ପକ୍ଷୀମାନେ ଏକାଠି ହୋଇ ବୃଦ୍ଧ ଶାଗୁଣାକୁ ମାରିଦେବା, ଶାଗୁଣାର ସରଳ ପଣିଆକୁ ନିର୍ଦ୍ଦେଶ କରେ।
ବିଲୁଆ ଜଙ୍ଗଲ ଚାଷଜମିର ଉଚ୍ଚ ହିଡ଼ରେ ଗାତ କରି ରୁହେ। ଦିନରେ ଏହା ଜଙ୍ଗଲ ଓ ବିଲରେ ଖାଦ୍ୟ ସଂଗ୍ରହ କଲାବେଳେ ରାତିରେ ଜନପଦ, ମଶାଣିରେ ଖାଦ୍ୟ ସଂଗ୍ରହ କରେ, ମାଛ, ମାଂସ ଓ କେତେକ ଫଳ ଖାଏ। ୧୯୮୦ ଦଶକରୁ ବିଲୁଆ ମାରି ସେମାନଙ୍କ ଚମ ବିକି କରାଯାଉଛି। ଶାଗୁଣା ପରି ବିଷ ମାଂସ ଖାଇ ଏମାନଙ୍କ ସଂଖ୍ୟା ଦ୍ରୁତ ଗତିରେ କମି ଚାଲିଛି। ବିଲୁପ୍ତ ପ୍ରାୟ ଏହି ବିଲୁଆକୁ ବର୍ତ୍ତମାନର ପିଲାଏ ଦେଖିବାରୁ ବଞ୍ଚତ୍ତ। ଗାଁମାନଙ୍କରେ ହୁ-କେ-ହୋ ରଡ଼ି ଆଉ ଶୁଭୁନି। ପ୍ରକୃତିଦତ୍ତ ସ୍ବଚ୍ଛତାର ଅଗ୍ରଦୂତ ଶାଗୁଣା ଓ ବିଲୁଆ ବଂଶ ବିନାଶ ମୁହଁରେ । ବାଘଙ୍କ ସୁରକ୍ଷା ପାଇଁ ସରକାର ଏବଂ ବେସରକାରୀ ସଂଗଠନଗୁଡ଼ିକ ଯେଉଁଭଳି ଭାବେ ”ସେଭ ଟାଇଗର“ କ୍ୟାମ୍ପେନ ଆରମ୍ଭ କରିଛନ୍ତି, ସେହିପରି ଶାଗୁଣା ଓ ବିଲୁଆ ବିଲୁପ୍ତ ନ ହେବା ଲାଗି ଅଭିଯାନ ଆରମ୍ଭ କରିବାର ଆବଶ୍ୟକତା ରହିଛି। ସ୍ବାସ୍ଥ୍ୟ ବିଜ୍ଞାନର ପ୍ରଭୂତ ଉନ୍ନତି ସତ୍ତ୍ୱେ ପଶୁମାନଙ୍କୁ ଯେଉଁ ଡାଇକ୍ଲୋଫେନା ଇଞ୍ଜେକ୍ସନ ଦିଆଯାଉଛି, ଏହା ବଦଳରେ ଅନ୍ୟ ପ୍ରତିଷେଧକ ଟିକା ଦେବା ଆବଶ୍ୟକ; ଯାହା ଫଳରେ ଏମାନଙ୍କ ମୃତ୍ୟୁ ପରେ ଏମାନଙ୍କ ମଢ଼ ଖାଇ ଶାଗୁଣା ଓ ବିଲୁଆଙ୍କ ବଂଶ ଲୋପରୁ ରକ୍ଷା ମିଳିବ।
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ: ୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri