ସ୍ବଚ୍ଛତାର ଅଗ୍ରଦୂତ

ଅଭିମନ୍ୟୁ ଧଳ

 

ପରିବେଶ ବନ୍ଧୁ ଭାବରେ ଜଣା ଶାଗୁଣା ଓ ବିଲୁଆ ଏବେ ଅବଲୁପ୍ତ ତାଲିକାରେ। ଏମାନେ ମଶାଣି ସ୍ବଚ୍ଛ କରିବା କାମରେ ସତେ ଯେପରି ବିନାମୂଲ୍ୟରେ ଲାଗିପଡ଼ନ୍ତି। ଶାଗୁଣା ଶନିଦେବଙ୍କ ବାହନ ବୋଲି ପୁରାଣରେ ଉଲ୍ଲେଖ ଥିବାବେଳେ ମଣିଷମାନେ ଏମାନଙ୍କୁ ଅସୁର ବୋଲି ଭାବିବା ଏକ ଅନ୍ଧବିଶ୍ୱାସ। ବର୍ତ୍ତମାନ ଆମ ପିଲା ଏମାନଙ୍କୁ ଦେଖିବାର ସୁଯୋଗ ହରାଇଛନ୍ତି। ନନ୍ଦନକାନନ ବୁଲିଆସିଲେ ତାରଜାଲି ଭିତରେ ଶାଗୁଣା ଓ ବିଲୁଆଙ୍କୁ ଦେଖିହେବ। ଏମାନେ ବିଲୁପ୍ତ ପ୍ରାୟ ପ୍ରାଣୀ ତାଲିକାରେ। ବର୍ତ୍ତମାନ ଆମ ଦେଶରୁ ଶାଗୁଣା ବଂଶ ପ୍ରାୟ ଲୋପ ପାଇବାକୁ ବସିଲେଣି। ୧୯୮୦ ଦଶକ ପରଠାରୁ କ୍ରମାଗତ ଶାଗୁଣାଙ୍କ ସଂଖ୍ୟା କମିବାରେ ଲାଗିଛି । ବିଶେଷଜ୍ଞଙ୍କ ମତରେ ଶାଗୁଣାଙ୍କ ସଂଖ୍ୟା ୯୯% କମିଛି। ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ଡାଇକ୍ଳୋଫେନା ଏଥିପାଇଁ ଦାୟୀ। କୌଣସି ପ୍ରାଣୀଦେହରେ ଏହାକୁ ପ୍ରୟୋଗ କରାଗଲେ ଓ ସେହି ପ୍ରାଣୀର ମୃତ୍ୟୁ ଘଟିଲା ପରେ ଆମେ ତାକୁ ଖୋଲା ପଡ଼ିଆ ବା ମଶାଣିରେ ପକାଇଦେଉ। ପରନ୍ତୁ ଏହାର ଯକୃତ ଏବଂ ବୃକକ୍‌ରେ ଏହି ରାସାୟନିକ ପଦାର୍ଥ ଜମା ହୋଇ ରହିଥାଏ। ଯେତେବେଳେ ଶାଗୁଣା ଏହି ପଶୁର ମଢ଼ ଖାଏ, ସେତେବେଳେ ଏହି ରାସାୟନିକ ପଦାର୍ଥ ସିଧାସଳଖ ତା’ ଦେହକୁ ଯାଏ। ବିଜ୍ଞାନର ଅଗ୍ରଗତି ଫଳରେ ରାସାୟନିକ ପଦାର୍ଥର ବ୍ୟବହାର ଦିନକୁଦିନ ବଢ଼ିବାରେ ଲାଗିଛି। ଏହାର ନକାରାତ୍ମକ ପ୍ରଭାବ ପରିବେଶ ଉପରେ ପଡ଼େ। ଭାରତ, ନେପାଳ ଏବଂ ପାକିସ୍ତାନରେ ଏକ ସ୍ବତନ୍ତ୍ର ପ୍ରଜାତିର ଶାଗୁଣା ଦେଖିବାକୁ ମିଳନ୍ତି। ୨୦୦୨ ମସିହାରେ ଅନ୍ତର୍ଜାତୀୟ ସଂରକ୍ଷଣ କେନ୍ଦ୍ର ପକ୍ଷରୁ ଶାଗୁଣାକୁ ବିଲୁପ୍ତ ପ୍ରାଣୀ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ବିଷକ୍ରିୟା ଯୋଗୁଁ ୮୮% ଶାଗୁଣା ପ୍ରଜାତିଙ୍କ ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। କୁକୁର ଓ ବିଲୁଆଙ୍କୁ ବିଷ ଦେଇ ମାରି ବାହାରେ ଫୋପାଡ଼ି ଦେଲେ ତାକୁ ବିଲୁଆ ଖାଇ ମରୁଛନ୍ତି। ନଦୀକୂଳିଆ ଲୋକେ ମୃତ ଗାଈ ଗୋରୁ ମଇଁଷିଙ୍କୁ ନଦୀରେ ଭସାଇ ଦିଅନ୍ତି। ପରନ୍ତୁ ଶାଗୁଣା ସେହି ମଢ଼ ଖାଇ ସଫା କରିଦିଅନ୍ତି। ଶାଗୁଣାଙ୍କ ଅନୁପସ୍ଥିତି ଯୋଗୁଁ ନଦୀଜଳ ପ୍ରଦୂଷିତ ହେବା ଏହାର ମୁଖ୍ୟ କାରଣ। ପ୍ରାଣୀ ସୁରକ୍ଷା ଧାରା ୧୯୭୨ ଅନ୍ତର୍ଗତ ଗ୍ରିଫନ ଶାଗୁଣା ଯାହାକୁ ଆମେ ଫୁଲ ଶାଗୁଣା କହୁ, ସେମାନଙ୍କୁ ବିଲୁପ୍ତ ପ୍ରଜାତି ତାଲିକାଭୁକ୍ତ କରାଯାଇଥିଲା। ବିଷକ୍ରିୟା ଯୋଗୁ ୨୦୨୨ରେ ଆସାମରେ ୧୦୦ ଶାଗୁଣା ମରିଥିଲେ। ମୃତପଶୁଙ୍କ ଶଢ଼ାମାଂସ ଖାଇବା ବେଳେ ଶବ ପାଖରେ ପ୍ରାଧାନ୍ୟ ବିସ୍ତାର କରିଥାନ୍ତି ଶାଗୁଣା। ସୁଦୂର ଆକାଶରେ ମେଳି ବାନ୍ଧି ଉଡ଼ୁଥିବାବେଳେ ଶାଗୁଣା ଭୂପୃଷ୍ଠରେ ଶବ ଦେଖିଲେ ସେଠାରେ ଓହ୍ଲାଇ ଥା’ନ୍ତି । କୁକୁର ଓ ବିଲୁଆ ଶବ ପାଖରେ ଥିବା ବେଳେ ଶାଗୁଣା ଆସିଲେ ଭୟରେ ସେମାନେ ଘୁଞ୍ଚି ଯାଇଥାନ୍ତି। ଏମାନେ ମଶାଣିର ଝଙ୍କାଳିଆ ବରଗଛ ଜଙ୍ଗଲର ଉଚ୍ଚ ଗଛରେ ବସା ବାନ୍ଧି ଅଣ୍ଡା ଦେଇ ଛୁଆ ଫୁଟାନ୍ତି। ଏମାନେ ବୃହତ୍‌ ପକ୍ଷୀ ହେଲେ ମଧ୍ୟ ଏମାନଙ୍କ ଆଚରଣ ଶାନ୍ତ। ବିଷ୍ଣୁଶର୍ମାଙ୍କ ପଞ୍ଚତନ୍ତ୍ରରେ ”ଅଜ୍ଞାତ କୁଳଶିଳସ୍ୟ ବାସ ନ ଦେୟୋ“ ଗଳ୍ପରେ ଅନ୍ଧ ଓ ବୃଦ୍ଧ ଜରଦ୍‌ଗବ ଶାଗୁଣା ଦୀର୍ଘକର୍ଣ୍ଣ ନାମକ ଚତୁର ବିଲୁଆ କଥାରେ ତାକୁ ବିଶ୍ୱାସ କରି ଆଶ୍ରୟ ଦେବା ।
ବିଚରା ପକ୍ଷୀ ଶାବକ ଭକ୍ଷଣ ପରେ ପକ୍ଷୀମାନେ ଏକାଠି ହୋଇ ବୃଦ୍ଧ ଶାଗୁଣାକୁ ମାରିଦେବା, ଶାଗୁଣାର ସରଳ ପଣିଆକୁ ନିର୍ଦ୍ଦେଶ କରେ।
ବିଲୁଆ ଜଙ୍ଗଲ ଚାଷଜମିର ଉଚ୍ଚ ହିଡ଼ରେ ଗାତ କରି ରୁହେ। ଦିନରେ ଏହା ଜଙ୍ଗଲ ଓ ବିଲରେ ଖାଦ୍ୟ ସଂଗ୍ରହ କଲାବେଳେ ରାତିରେ ଜନପଦ, ମଶାଣିରେ ଖାଦ୍ୟ ସଂଗ୍ରହ କରେ, ମାଛ, ମାଂସ ଓ କେତେକ ଫଳ ଖାଏ। ୧୯୮୦ ଦଶକରୁ ବିଲୁଆ ମାରି ସେମାନଙ୍କ ଚମ ବିକି କରାଯାଉଛି। ଶାଗୁଣା ପରି ବିଷ ମାଂସ ଖାଇ ଏମାନଙ୍କ ସଂଖ୍ୟା ଦ୍ରୁତ ଗତିରେ କମି ଚାଲିଛି। ବିଲୁପ୍ତ ପ୍ରାୟ ଏହି ବିଲୁଆକୁ ବର୍ତ୍ତମାନର ପିଲାଏ ଦେଖିବାରୁ ବଞ୍ଚତ୍ତ। ଗାଁମାନଙ୍କରେ ହୁ-କେ-ହୋ ରଡ଼ି ଆଉ ଶୁଭୁନି। ପ୍ରକୃତିଦତ୍ତ ସ୍ବଚ୍ଛତାର ଅଗ୍ରଦୂତ ଶାଗୁଣା ଓ ବିଲୁଆ ବଂଶ ବିନାଶ ମୁହଁରେ । ବାଘଙ୍କ ସୁରକ୍ଷା ପାଇଁ ସରକାର ଏବଂ ବେସରକାରୀ ସଂଗଠନଗୁଡ଼ିକ ଯେଉଁଭଳି ଭାବେ ”ସେଭ ଟାଇଗର“ କ୍ୟାମ୍ପେନ ଆରମ୍ଭ କରିଛନ୍ତି, ସେହିପରି ଶାଗୁଣା ଓ ବିଲୁଆ ବିଲୁପ୍ତ ନ ହେବା ଲାଗି ଅଭିଯାନ ଆରମ୍ଭ କରିବାର ଆବଶ୍ୟକତା ରହିଛି। ସ୍ବାସ୍ଥ୍ୟ ବିଜ୍ଞାନର ପ୍ରଭୂତ ଉନ୍ନତି ସତ୍ତ୍ୱେ ପଶୁମାନଙ୍କୁ ଯେଉଁ ଡାଇକ୍ଲୋଫେନା ଇଞ୍ଜେକ୍ସନ ଦିଆଯାଉଛି, ଏହା ବଦଳରେ ଅନ୍ୟ ପ୍ରତିଷେଧକ ଟିକା ଦେବା ଆବଶ୍ୟକ; ଯାହା ଫଳରେ ଏମାନଙ୍କ ମୃତ୍ୟୁ ପରେ ଏମାନଙ୍କ ମଢ଼ ଖାଇ ଶାଗୁଣା ଓ ବିଲୁଆଙ୍କ ବଂଶ ଲୋପରୁ ରକ୍ଷା ମିଳିବ।
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ: ୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?