ତଥ୍ୟ ସୂଚନା ମାଗିବାରୁ ହତ୍ୟା ଧମକ

କେନ୍ଦ୍ରାପଡ଼ା ଅଫିସ,୨ା୯: ପଞ୍ଚାୟତ ଉନ୍ନୟନ ଖର୍ଚ୍ଚର ତଥ୍ୟ ମାଗିବାରୁ ମାର୍ଶାଘାଇ ଥାନା କରଞ୍ଜ ଗାଁର ଦଳିତ ବର୍ଗର ସୂଚନା ଅଧିକାର କର୍ମୀ ଜନକର ଜେନାଙ୍କୁ ହତ୍ୟା ଧମକ ଦିଆଯିବା ସହ ମାଡ ମରାଯାଇଛି। ଏ ନେଇ ଥାନାରେ ଅଭିଯୋଗପତ୍ର ଦିଆଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏହି ସ୍ଥିତିକୁ ଲକ୍ଷ୍ୟ କରି ସେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାରଠାରୁ ଧାରଣା ଦେଇଥିବା ବେଳେ ଗୁରୁବାର ଏ ସମ୍ପର୍କରେ ଜାତୀୟ ମାନାବାଧିକାର କମିଶନଙ୍କୁ ଅଭିଯୋଗ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ଜେନା କହିଛନ୍ତି, କରଞ୍ଜ ପଞ୍ଚାୟତର ଶିକ୍ଷା ପାଣ୍ଠି ହଡପ ହେଉଥିବା ସନ୍ଦେହରେ ମେ ୨୨ରେ ବିଇଓଙ୍କୁ ସୂଚନା ଅଧିକାର ଆଇନ ଅନୁଯାୟୀ ତଥ୍ୟ ମାଗିଥିଲି। ଏହି ଘଟଣା କୌଣସି ପ୍ରକାର ଜଣାପଡିବା ପରେ ଅଞ୍ଚଳର ଜଣେ ଜିଲା ପରିଷଦ ସଦସ୍ୟ ଉତ୍‌କ୍ଷିପ୍ତ ହୋଇ ପଡିଥିଲେ। ବାରମ୍ବାର ତଥ୍ୟ ଆବେଦନପତ୍ର ଫେରାଇ ନେବାକୁ କହିଥିଲେ। ଏଥିରେ ରାଜି ନ ହେବାରୁ ଅଗଷ୍ଟ ୧୭ରେ ବଜାରକୁ ଯାଉଥିବା ବେଳେ ମାଡ ମାରିଥିଲେ। ଏଥିସହ ହତ୍ୟା ଧମକ ଦେଇଥିଲେ। ଏ ନେଇ ଥାନାରେ ମାମଲା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ସାଇକେଲ ଦୋକାନରେ ରିପାରିଂ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ବାରମ୍ବାର ଧମକ ଜୀବନ ଓ ଜୀବିକା ଉପରେ ପ୍ରଭାବ ପକାଇଛି। ଏଥିପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଲୋଡାଯାଇଛି। ଏହି ଧାରଣାସ୍ଥଳରେ ଓସାର ଜିଲା ଆବାହକ ପ୍ରତାପ କୁମାର ମହାନ୍ତି, ମାନସ ରଞ୍ଜନ ଆଚାର୍ଯ୍ୟ, ଭାଗୀରଥି ଜେନା, ଅଶୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ସମର୍ଥନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri