କାମ ଦେଲାନି ଚାଇନାର ଧମକ, ନେପାଳ ସଂସଦରେ ଆମେରିକା ଏମ୍‌ସିସି ପରିଯୋଜନା…

କାଠମାଣ୍ଡୁ,୨୧।୨ : ଚାଇନାର ଧମକ କାମ ଦେଇନି। ନେପାଳ ସଂସଦରେ ଆମେରିକା ଏମ୍‌ସିସି ପରିଯୋଜନା ବିଲ୍‌ ଆଗତ ହୋଇଛି। ଆମେରିକାର ଉଚ୍ଚାଭିଳାଷୀ ପ୍ରକଳ୍ପ ମିଲେନିୟମ ଚ୍ୟାଲେଞ୍ଜ କର୍ପୋରେଶନ (ଏମ୍‌ସିସି)କୁ ନେପାଳର ସଂସଦରେ ଉପସ୍ଥାପିତ କରାଯାଇଛି। ପ୍ରାୟ ତିନିବର୍ଷ ଧରି ଏହି ପ୍ରକଳ୍ପ ଲଟକି ରହିଥିଲା ।

ଚାଇନା ହସ୍ତକ୍ଷେପ ନୀତି ଯୋଗୁଁ ଏହି ବିଲ୍‌ ନେପାଳ ସଂସଦରେ ଉପସ୍ଥାପିତ ହୋଇପାରୁ ନ ଥିଲା। ଏହି ପ୍ରକଳ୍ପକୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ କୂଟନୈତିକ ବିରୋଧ ଏବଂ ପ୍ରତିରୋଧ ଜାରି ରହିଥିଲା। ଶେଷରେ ଚାଇନାର ଧମକ ଦାକ ଦେଇନି ଏବଂ ଆମେରିକାର ଏକ ବଡ଼ କୂଟନୈତିକ ବିଜୟ ହୋଇଛି।

ନେପାଳର ଶାସକ ମିଳିତ ମଞ୍ଚର ସିପିଏନ ମାଓବାଦୀ, ଜନତା ସମାଜ ପାର୍ଟି ଏବଂ ରାଷ୍ଟ୍ରୀୟ ଜନ ମୋର୍ଚ୍ଚା ଭଳି କମ୍ୟୁନିଷ୍ଟ ଦଳ ଚାଇନା ଚାପରେ ସଂସଦରେ ଏମସିସିର ଉପସ୍ଥାପନ ନେଇ କ୍ରମାଗତ ଭାବରେ ବାଧା ସୃଷ୍ଟି କରୁଥିଲେ। ନେପାଳରେ ଅବସ୍ଥାପିତ ଚାଇନାର ରାଷ୍ଟ୍ରଦୂତ ହୋ ୟାନକିଙ୍କ ଠାରୁ ଆରମ୍ଭ କରି କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା (ସିପିସି) ବୈଦେଶିକ ବିଭାଗର ମୁଖ୍ୟ ସାଙ୍ଗ ଟାଓଙ୍କ ପକ୍ଷରୁ ଲଗାତାର ଚାପ ପଡୁଥିବା ସତ୍ତ୍ୱେ ନେପାଳ ସଂସଦରେ ଏମ୍‌ସିସି ଆଗତ ହୋଇଛି। ନେପାଳର କମ୍ୟୁନିଷ୍ଟ ନେତାଙ୍କ ଉପରେ ଚାଇନାର କ୍ରମାଗତ ଚାପ ଯୋଗୁଁ ଆମେରିକା ଏନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା।

ଆମେରିକାର ସହକାରୀ ବୈଦେଶିକ ସଚିବ ଡୋନାଲ୍ଡ ଲୁ ଫୋନ୍‌ରେ ନେପାଳର ସମସ୍ତ ଦଳର ବରିଷ୍ଠ ନେତାମାନଙ୍କୁ ଖୋଲାଖୋଲି ଭାବରେ କହିଥିଲେ ଯେ ଯଦି ଏହା ଫେବୃଆରୀ ୨୮ ସୁଦ୍ଧା ସଂସଦରେ ପାରିତ ନ ହୁଏ ତେବେ ଚାଇନା ଏଥିରେ ପ୍ରତ୍ୟକ୍ଷ ହସ୍ତକ୍ଷେପ ବୋଲି ବିବେଚନା କରାଯିବ ଏବଂ ନେପାଳ ଉପରେ ଆମେରିକା ଏହାର ନୀତି ଆପଣାଇବ। ଏହାପରେ ନେପାଳ ସଂସଦରେ ଏହି ବିଲ୍‌କୁ ଆଗତ କରାଯାଇଛି


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri