ସ୍ବାମୀଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସ୍ତ୍ରୀକୁ ବାରଣ, ହତ୍ୟା ଧମକ

ଗୋପ, ୭।୮(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ଥାନା ଅଧୀନ ସୋରଭା ପଞ୍ଚାୟତ ଦୁର୍ଗାପୁର ଗ୍ରାମରେ ଜଣେ ମହିଳାଙ୍କ ବିବାହର ଚାରି ମାସ ପରେ ଯୌତୁକ ନିର୍ଯାତନା ଏବଂ ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟାକୁ ବାରଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିବା ଭଳି ରବିବାର ଅଭିଯୋଗ ହୋଇଛି। ଏନେଇ ପୋଲିସ ୩୩୨/୨୩ରେ ଶାଶୁ, ଶ୍ୱଶୁର ଓ ଦିଅରଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି।
ପ୍ରକାଶ ଯେ, ରାଜକିଶୋର ନାୟକଙ୍କୁ ବୈଦିକ ରୀତିନୀତିରେ ଗୌରୀରାଣୀ ସ୍ବାଇଁ ୨୦୨୧ରେ ବିବାହ କରିଥିଲେ। ବିବାହ ସମୟରେ ଯୌତୁକ ମୁତାବକ ନଗଦ ଅର୍ଥ, ଆସବାବପତ୍ର ଦିଆଯାଇଥିଲା। ଏଥିସହ ରାଜକିଶୋରଙ୍କୁ ୨୫ ଗ୍ରାମ୍‌ର ସୁନା ଚେନ୍‌ ଓ ମୁଦି, ଝିଅକୁ ସୁନା ଚେନ୍‌, ମଙ୍ଗଳସୂତ୍ର, ସୁନା ଚୁଡ଼ି, କାନଫୁଲ, ଶଙ୍ଖା ସମେତ ୧୫ ଭରିର ସୁନା ଅଳଙ୍କାର ସହ ୬୦୦ ଗ୍ରାମ୍‌ର ରୁପା ଅଳଙ୍କାର ପ୍ରଦାନ କରିଥିଲେ। ବିବାହର ୪/୫ ମାସ ପରେ ଅଧିକ ଯୌତୁକ ଦାବି କରି ସ୍ବାମୀ, ଦିଅର ବିଜୁ ନାୟକ, ଶାଶୁ ମଞ୍ଜୁଲତା ନାୟକ, ଶ୍ୱଶୁର ବ୍ରଜକିଶୋର ନାୟକ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ମାଡ଼ମାରି ଘରୁ ବାହାର କରିଦେଇଥିଲେ। ପରେ ଭଦ୍ରଲୋକଙ୍କ ମାଧ୍ୟମରେ ବୁଝାଶୁଝା କରି ଗୌରୀଙ୍କୁ ଘରକୁ ଫେରାଇ ଆଣିଥିବା ବେଳେ ସ୍ବାମୀ ସ୍ତ୍ରୀ ଦୁହେଁ ଭୁବନେଶ୍ୱରଠାରେ ରହୁଥିଲେ। ହେଲେ ସେଠାରେ ମଧ୍ୟ ସ୍ବାମୀ ନିଶା ସେବନ କରି ଗୌରୀରାଣୀଙ୍କୁ ଅକଥନୀୟ ଅତ୍ୟାଚାର କରୁଥିଲେ। ଏନେଇ ଗୌରୀ ଭୁବନେଶ୍ୱର ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ପରେ ଗତ ମାସରେ ସଡ଼କ ଦୁର୍ଘଟଣାରେ ରାଜକିଶୋରଙ୍କ ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବାକୁ ଗୌରୀ ଶାଶୁଘରେ ପହଞ୍ଚିଥିବା ବେଳେ ଶାଶୁଘର ଲୋକେ ତାଙ୍କୁ ଗାଳିମନ୍ଦ କରି ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ଯୌତୁକ ଟଙ୍କା, ସୁନା, ରୁପା ଅଳଙ୍କାର ସବୁ ଫେରାଇବାକୁ ଦର୍ଶାଇଥିଲେ ମଧ୍ୟ ପୋଲିସ କେବଳ ମାମଲା ରୁଜୁ କରି ଚୁପ ବସି ରହିଛି। ମାମଲା ରୁଜୁ ହୋଇଥିଲେ ମଧ୍ୟ ଏହି ଅଭିଯୋଗ ନୟାହାଟ ଫାଣ୍ଡି ଅଧିକାରୀ କୁନାଲ କୁମାରଙ୍କ ନିକଟରେ ପହଞ୍ଚିପାରି ନ ଥିବା ଜଣାପଡ଼ିଛି। ଏହି ମାମଲାରେ ପୁରୀ ଏସ୍‌ପି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ କୁନାଲଙ୍କୁ ପଚାରିବାରେ, ତାଙ୍କ ନିକଟରେ ଏ ସମ୍ପର୍କିତ କୌଣସି ଏତଲା କପି ପହଞ୍ଚି ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

CJP କୁ ନେଇ ଏମିତି କହିଲେ ମମତା ବାନାର୍ଜୀ, ରାଜନୀତି ହେଲାଣି ସରଗରମ

ନୂଆଦିଲ୍ଲୀ,୩।୧୦: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକରୋଚ ଜନତା ପାର୍ଟି’ (CJP) ଦ୍ୱାରା ଚାଲିଥିବା…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?