Odisha Elections 2024

ସ୍ବାମୀଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସ୍ତ୍ରୀକୁ ବାରଣ, ହତ୍ୟା ଧମକ

ଗୋପ, ୭।୮(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ଥାନା ଅଧୀନ ସୋରଭା ପଞ୍ଚାୟତ ଦୁର୍ଗାପୁର ଗ୍ରାମରେ ଜଣେ ମହିଳାଙ୍କ ବିବାହର ଚାରି ମାସ ପରେ ଯୌତୁକ ନିର୍ଯାତନା ଏବଂ ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟାକୁ ବାରଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିବା ଭଳି ରବିବାର ଅଭିଯୋଗ ହୋଇଛି। ଏନେଇ ପୋଲିସ ୩୩୨/୨୩ରେ ଶାଶୁ, ଶ୍ୱଶୁର ଓ ଦିଅରଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି।
ପ୍ରକାଶ ଯେ, ରାଜକିଶୋର ନାୟକଙ୍କୁ ବୈଦିକ ରୀତିନୀତିରେ ଗୌରୀରାଣୀ ସ୍ବାଇଁ ୨୦୨୧ରେ ବିବାହ କରିଥିଲେ। ବିବାହ ସମୟରେ ଯୌତୁକ ମୁତାବକ ନଗଦ ଅର୍ଥ, ଆସବାବପତ୍ର ଦିଆଯାଇଥିଲା। ଏଥିସହ ରାଜକିଶୋରଙ୍କୁ ୨୫ ଗ୍ରାମ୍‌ର ସୁନା ଚେନ୍‌ ଓ ମୁଦି, ଝିଅକୁ ସୁନା ଚେନ୍‌, ମଙ୍ଗଳସୂତ୍ର, ସୁନା ଚୁଡ଼ି, କାନଫୁଲ, ଶଙ୍ଖା ସମେତ ୧୫ ଭରିର ସୁନା ଅଳଙ୍କାର ସହ ୬୦୦ ଗ୍ରାମ୍‌ର ରୁପା ଅଳଙ୍କାର ପ୍ରଦାନ କରିଥିଲେ। ବିବାହର ୪/୫ ମାସ ପରେ ଅଧିକ ଯୌତୁକ ଦାବି କରି ସ୍ବାମୀ, ଦିଅର ବିଜୁ ନାୟକ, ଶାଶୁ ମଞ୍ଜୁଲତା ନାୟକ, ଶ୍ୱଶୁର ବ୍ରଜକିଶୋର ନାୟକ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ମାଡ଼ମାରି ଘରୁ ବାହାର କରିଦେଇଥିଲେ। ପରେ ଭଦ୍ରଲୋକଙ୍କ ମାଧ୍ୟମରେ ବୁଝାଶୁଝା କରି ଗୌରୀଙ୍କୁ ଘରକୁ ଫେରାଇ ଆଣିଥିବା ବେଳେ ସ୍ବାମୀ ସ୍ତ୍ରୀ ଦୁହେଁ ଭୁବନେଶ୍ୱରଠାରେ ରହୁଥିଲେ। ହେଲେ ସେଠାରେ ମଧ୍ୟ ସ୍ବାମୀ ନିଶା ସେବନ କରି ଗୌରୀରାଣୀଙ୍କୁ ଅକଥନୀୟ ଅତ୍ୟାଚାର କରୁଥିଲେ। ଏନେଇ ଗୌରୀ ଭୁବନେଶ୍ୱର ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ପରେ ଗତ ମାସରେ ସଡ଼କ ଦୁର୍ଘଟଣାରେ ରାଜକିଶୋରଙ୍କ ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବାକୁ ଗୌରୀ ଶାଶୁଘରେ ପହଞ୍ଚିଥିବା ବେଳେ ଶାଶୁଘର ଲୋକେ ତାଙ୍କୁ ଗାଳିମନ୍ଦ କରି ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ଯୌତୁକ ଟଙ୍କା, ସୁନା, ରୁପା ଅଳଙ୍କାର ସବୁ ଫେରାଇବାକୁ ଦର୍ଶାଇଥିଲେ ମଧ୍ୟ ପୋଲିସ କେବଳ ମାମଲା ରୁଜୁ କରି ଚୁପ ବସି ରହିଛି। ମାମଲା ରୁଜୁ ହୋଇଥିଲେ ମଧ୍ୟ ଏହି ଅଭିଯୋଗ ନୟାହାଟ ଫାଣ୍ଡି ଅଧିକାରୀ କୁନାଲ କୁମାରଙ୍କ ନିକଟରେ ପହଞ୍ଚିପାରି ନ ଥିବା ଜଣାପଡ଼ିଛି। ଏହି ମାମଲାରେ ପୁରୀ ଏସ୍‌ପି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ କୁନାଲଙ୍କୁ ପଚାରିବାରେ, ତାଙ୍କ ନିକଟରେ ଏ ସମ୍ପର୍କିତ କୌଣସି ଏତଲା କପି ପହଞ୍ଚି ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଢ଼ି ବାଣ୍ଟି ଧରାପଡ଼ିଲେ ୨ଯୁବକ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ତେବେ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ମତଦାନ ପୂର୍ବରୁ...

କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ବଜ୍ରପାତରେ…

ଆସିକା,୧୯ା୫(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଳା କୋଟିନଡା ଥାନା ଅନ୍ତର୍ଗତ ହୁମୁକି ଗ୍ରାମରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା।...

ଗରମ ପେଜ ପଡ଼ି ପୋଲିଂ କର୍ମଚାରୀ ଆହତ

ଆସିକା/ଧରାକୋଟ,୧୯ା୫(ସୁରେନ୍ଦ୍ର ନାଥ ସାହୁ/ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ମଛାକୋଟ ପଞ୍ଚାୟତର ମଥୁରା ପଦନାପୁର ଗ୍ରାମର ଏକ ବୁଥରେ ଅଘଟଣ ଘଟିଛି।...

ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କଲେ ସୂର୍ଯ୍ୟବଂଶୀ

ଧାମନଗର,୧୯।୫(ଦେବେନ୍ଦ୍ର ଆନ୍ଦିଆ)-ଧାମନଗର ବିଧାନସଭା ଆସନ ପାଇଁ ଦ୍ୱିତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଅସୁରାଳି ଜୋନ୍‌ରେ ନିର୍ବାଚନ ପ୍ରଚାରକୁ ଜୋରଦାର...

ବିଜେଡି ନିର୍ବାଚନୀ ସଭାରେ ବିଡିଓଙ୍କ ଉପସ୍ଥିତି : ଅଭିଯୋଗ ଆଣିଲା ବିରୋଧୀ

ହାଟଡିହୀ,୧୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ହାଟଡିହୀ ବ୍ଲକ ଛେନାପଦୀଠାରେ ରବିବାର ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ନିଆଁ ଲାଗି ଜଳିଗଲା ୨ ବଖରା ଘର: ଲିଭାଇବା ବେଳେ ୨ ଆହତ

ବାସୁଦେବପୁର,୧୯।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ସୁରେଶ୍ୱରପୁର ଗ୍ରାମର ୮ ନଂ. ୱାର୍ଡରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଶାନ୍ତିଲତା ବେହେରାଙ୍କ ୨...

ପୋଲିଂ ଟିମରେ କର୍ତ୍ତବ୍ୟରତ ଶିକ୍ଷକଙ୍କ ମୃତ୍ୟୁ

ବଲାଙ୍ଗୀର, ୧୯ା୫( ସୁନୀଲ କୁମାର ମହାନ୍ତି): ନିର୍ବାଚନ ପାଇଁ ପୋଲିଂ ଡ୍ୟୁଟିରେ ଥିବା ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଶିକ୍ଷକଙ୍କ ନାଁ ସୁଶୀଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri