ମୁଜାଗଡ଼ ରେଞ୍ଜ ହାତୀ କରିଡରରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ

ଭଞ୍ଜନଗର,୨୨।୯(ଡି.ଏନ.ଏ): ଗଞ୍ଜାମ ଜିଲାରେ ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ୪୨ଟି ହାତୀଙ୍କ ମୃତ୍ୟୁ ଘଟିଲାଣି। ସେଥିମଧ୍ୟରୁ କେବଳ ବିଦ୍ୟୁତ୍‌ ଆଘାତରେ ୧୪ଟି ହାତୀ ମୃତ୍ୟୁ ଘଟିଛି। ଶିକାରୀମାନେ ବନ୍ୟପ୍ରାଣୀ ଶିକାର ପାଇଁ ଜଙ୍ଗଲ ରାସ୍ତା ଦେଇ ଯାଇଥିବା ବିଦ୍ୟୁତ୍‌ ତାରରେ ହୁକିଂ କରୁଛନ୍ତି। ସେଥିରେ ଲାଗି ହାତୀ ମୃତ୍ୟୁ ଘଟୁଛି। ସେହିପରି କେତେକ ସ୍ଥାନରେ ଜଙ୍ଗଲ ମଧ୍ୟରେ କମ୍‌ ଉଚ୍ଚତାରେ ବିଦ୍ୟୁତ୍‌ ତାର ଓହଳି ରହୁଥିବା ଯୋଗୁ ତାହା ସଂସ୍ପର୍ଶରେ ଆସି ମଧ୍ୟ ହାତୀଙ୍କ ଜୀବନ ଯାଉଛି।

ବିଦ୍ୟୁତ୍‌ ଆଘାତରେ ୨୦୧୨ ଡିସେମ୍ବରରେ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜରେ ୨, ଏହାପୂର୍ବରୁ ସେହିବର୍ଷ ଅକ୍ଟୋବରରେ ଗାଲେରି ରେଞ୍ଜରେ ୨ଟି ହାତୀଙ୍କ ଜୀବନ ଯାଇଥିଲା। ସେହିପରି ବିଦ୍ୟୁତ୍‌ ୨୦୧୮ ଡିସେମ୍ବରରେ ତାରସିଂ ରେଞ୍ଜରେ ଗୋଟିଏ, କେନ୍ଦ୍ରୀୟ ବନାଞ୍ଚଳରେ ୨୦୨୧ ଜୁନରେ ଗୋଟିଏ ହାତୀର ଜୀବନ ନେଇଛି। ଅନ୍ୟପକ୍ଷରେ ଗତ ଜୁଲାଇ ୨୦ରେ ଜଗନ୍ନାଥପ୍ରସାଦ ରେଞ୍ଜରେ ମଧ୍ୟ ବିଦ୍ୟୁତ୍‌ ଆଘାତରେ ଗୋଟିଏ ଦନ୍ତାହାତୀ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ବ୍ରହ୍ମପୁର ବନଖଣ୍ଡ ଖଲ୍ଲିକୋଟ ରେଞ୍ଜରେ ୨୦୧୨ ଅକ୍ଟୋବରରେ ୨ଟି ଏବଂ ୨୦୧୩ ଅଗଷ୍ଟରେ ରମ୍ଭାରେ ଗୋଟିଏ ହାତୀ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମରିଛି। ଏହି ସମୟ ମଧ୍ୟରେ ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ରେଞ୍ଜରେ ବିଦ୍ୟୁତ୍‌ ଆଘାତରେ ୪ଟି ହାତୀଙ୍କ ଜୀବନ ଯାଇଛି। ଅର୍ଥରେ ଜଙ୍ଗଲ ଅଚଂଳରେ ବିଦ୍ୟୁତ୍‌ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ପ୍ରକ୍ରିୟା ଚାଲିଛି। ସରକାରଙ୍କ ପ୍ରଦତ୍ତ ଅର୍ଥରେ ଜଙ୍ଗଲରେ ଅବ୍ୟବସ୍ଥା ସୁଧାରିବା ପାଇଁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ମଧ୍ୟ ବିଦ୍ୟୁତ୍‌ ବିଭାଗ ପକ୍ଷରୁ କାମ ଚାଲିଛି । ବର୍ତ୍ତମାନ କେତକ ସ୍ଥାନରେ କାମ ସରିଲାଣି। ହେଲେ ସେଠାରେ ଠିକ୍‌ ଭାବେ କାମ କରାଯାଇ ନ ଥିବାରୁ ଅନେକ ସ୍ଥାନରେ ପୁଣି ବିଦ୍ୟୁତ୍‌ ଖୁଣ୍ଟ ଓ ତାର ବିପଦସଙ୍କୁଳ ଅବସ୍ଥାରେ ରହିଛି। ମୁଜାଗଡ଼ ରେଞ୍ଜରେ ଏଭଳି ଦେଖିବାକୁ ମିଳିଛି । ଭଞ୍ଜନଗର ମୁଜାଗଡ଼ ଜାତୀୟ ରାଜପଥ କଡ଼କୁ ଲାଗିଥିବା ସଂରକ୍ଷିତ ଜଙ୍ଗଲରେ ଅନେକ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଉକ୍ତ ରାସ୍ତା ଦେଇ ବିଦ୍ୟୁତ୍‌ ଏବଂ ବନ ବିଭାଗର ଅଧିକାରୀମାନେ ଯାତାୟତ କରୁଥିଲେ ମଧ୍ୟ ସେଥିପତି କାହାରି ଦୃଷ୍ଟି ପଡୁନି । ବିପଦସଙ୍କୁଳ ଖୁଣ୍ଟଗୁଡ଼ିକୁ ଠିକ୍‌ ଭାବେ ପୋତିବା ପାଇଁ ପଦକ୍ଷେପ ନିଆଯାଉନାହିଁ । ଉକ୍ତ ଅଞ୍ଚଳଟି ସମ୍ପୂର୍ଣ୍ଣ ହାତୀ କରିଡ଼ର ଭାବେ ପରିଚିତ। ଅଧିକାଂଶ ସମୟରେ ହାତୀ ଉକ୍ତ ରାସ୍ତାରେ ଯାତାୟତ କରିଥାନ୍ତି। ଯଦି ବିଦ୍ୟୁତ୍‌ ଖୁଣ୍ଟକୁ ତୁରନ୍ତ ସଜଡ଼ା ନ ଯାଏ ତେବେ ହାତୀ ବିପଦରେ ପଡ଼ିବା ଆଶଙ୍କା ରହିଛି ।

ଗତ ଜୁଲାଇ ମାସରେ ହୋଇଥିବା ସମନ୍ବୟ ବୈଠକରେ ରେଞ୍ଜସ୍ତରରେ ମାସକୁ ଥରେ ବୈଠକ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ତାହା ଠିକ୍‌ ଭାବେ ହେଉନାହିଁ । ଦୁଇ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ଭବିଷ୍ୟତରେ ବନ୍ୟଜନ୍ତୁ ବିପଦରେ ପଡ଼ିବା ସମ୍ଭାବନା ରହିଛି । ଏ ନେଇ ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଗତ ୬ ତାରିଖରେ ହୋଇଥିବା ସମନ୍ବୟ ବୈଠକରେ ଜଙ୍ଗଲରେ ଯେଉଁଠି ସମସ୍ୟା ଅଛି ତାହାର ସମାଧାନ କରିବା ପାଇଁ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି। ସେହିପରି ଡିଏଫ୍‌ଓ ସୁଦର୍ଶନ ବେହେରା କହିଛନ୍ତି, ଯଦି କୈଉଁଠି ସମସ୍ୟା ଥିବା ନଜରକୁ ଆସେ ତେବେ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ଟାଟା ପାୱାର ନିର୍ବାହୀଯନ୍ତ୍ରୀ ଜଗତଜିତ୍‌ ଦାସ ମହାପାତ୍ର କହିଛନ୍ତି, ଉତ୍ତର ଘୁମୁସର ବନଖଣ୍ଡରେ ଅନେକ କାମ ହୋଇଛି । ବର୍ତମାନ ଜଗନ୍ନାଥପ୍ରସାଦ ଓ ତିଳିସିଙ୍ଗି ବିଦ୍ୟୁତ୍‌ ସେକ୍ସନରେ କାମ ଚାଲିଛି । କେଉଁଠି ଖୁଣ୍ଟ କିମ୍ବା ତାର ବିପଦସଙ୍କୁଳ ଅବସ୍ଥାରେ ଥିବା ନଜରକୁ ଆସିଲେ ତୁରନ୍ତ କାମ କରାଯାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଦିନ କାଟୁଛନ୍ତି ୫ ମୌଜାର ବାସିନ୍ଦା

ପଟ୍ଟାମୁଣ୍ଡାଇ,୧ା୩ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ ଗତବର୍ଷ ବ୍ରାହ୍ମଣୀ ଓ କାଣୀନଦୀରେ ଆସିଥିବା ବନ୍ୟାରେ ଅଳପୁଆ ପଞ୍ଚାୟତର ଅଳପୁଆ, ଦାମୋଦରପାଟଣା, ରାମନାଏକଡିଆ, ସୁବଳପୁର, ମଣିରାମପୁର...

ଗାର୍ଡଓ୍ବାଲ ନିର୍ମାଣ କାର୍ଯ୍ୟ ନିମ୍ନମାନର

ନାଉଗାଁ,୧ା୩(ସୁଧା ବେହୁରା):ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖରଘାଟ-ବାଲିଭଉଁରୀ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହି ରାସ୍ତାର ନାଉଗଁାସ୍ଥିତ ସାଧୁ ଗୋସ୍ବାମୀ ପୀଠ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଗାର୍ଡଓ୍ବାଲ...

ଟିକେଟ ଦୌଡ଼ରେ ରତିକାନ୍ତ, ବିଶ୍ୱନାଥ

ଡେରାବିଶ୍‌, ୧ା୩ (ବେବର୍ତ୍ତା ଅଜୟ ଦାସ):୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପାଟକୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ତାତି ଜୋର ଧରିଛି। ରାଜ୍ୟରେ ନିର୍ବାଚନମଣ୍ଡଳୀର ଅଧିକ...

୧୭ବର୍ଷ ହେଲା ଅଧାରେ ପଡ଼ିଛି କଣ୍ଠିଆନାଳ ସେତୁ

ପଟ୍ଟାମୁଣ୍ଡାଇ,୧ା୩ (କଳ୍ପତରୁ ନାୟକ):ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତ କଣ୍ଠିଆନାଳ ସେତୁ ନିର୍ମାଣ କାର୍ଯ୍ୟ ୧୭ବର୍ଷ ହେବ ବନ୍ଦ ପଡିଥିବା ବେଳେ ୨୦୨୩ରେ ରାଜ୍ୟ ସରକାର ଗ୍ରାମ୍ୟ...

ବୋନ୍‌ କ୍ୟାନ୍‌ସରରେ ପୀଡ଼ିତ ୩ ବର୍ଷର ଶିଶୁ

କୋରେଇ,୧ା୩(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା କୋରେଇ ବ୍ଲକ ଅନ୍ଧାରି ପଞ୍ଚାୟତ ରଗଡ଼ି ଗ୍ରାମର ରାଜେନ୍ଦ୍ର ରାଉତ ଓ କନକ ରାଉତଙ୍କ ୩ ବର୍ଷର ଶିଶୁପୁତ୍ର ଦୀପକ ରାଉତ...

କାରଖାନା ନିର୍ମାଣ ନାମରେ ମୋରମ ଲୁଟ୍‌

ଯାଜପୁର,୧ା୩(ହର୍ଷବର୍ଦ୍ଧନ ବେହେରା) :ତୃଣମୂଳଠାରୁ ଆରମ୍ଭ କରି ଯାହାର ଯେତେ କ୍ଷମତା ସେହି ପରିମାଣରେ ଦୁର୍ନୀତି ଓ ହରିଲୁଟ ବଢିବା ଏବେ ଯାଜପୁର ଜିଲା ପାଇଁ ଚିନ୍ତାର...

ମତ୍ସ୍ୟଜୀବୀ ପରିବାରଙ୍କୁ ୨୨ କୋଟିର ଜୀବିକା ସହାୟତା

ଭୁବନେଶ୍ୱର,୧।୩(ଅସମାପିକା ସାହୁ):ଅଲିଭ୍‌ ରିଡ୍‌ଲେ କଇଁଛର ସୁରକ୍ଷା ନିମନ୍ତେ ମାଛଧରା କଟକଣା ଯୋଗୁ ପ୍ରଭାବିତ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ରାଜ୍ୟ ଯୋଜନାରେ ଜୀବିକା ସହାୟତା ପ୍ରଦାନ କରାଯାଇଛି। ଗୁରୁବାର...

ବରାହନାଥ ପ୍ରକଳ୍ପ କାମରେ ବ୍ୟାପକ ଅନିୟମିତତା

ଯାଜପୁର,୧ା୩(ହର୍ଷବର୍ଦ୍ଧନ ବେହେରା):ଯାଜପୁର ସହର ଓ ଏହାର ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ ପାଇଁ ପ୍ରାୟ ୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଚାଲିଛି। ସେଥିମଧ୍ୟରୁ ଯାଜପୁର ଉପକଣ୍ଠରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri