ଜୀବନ ପ୍ରତି ବିପଦ, ଭାଇଜାନ୍‌ଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ…

ମୁମ୍ବାଇ : ବଲିଉଡ୍‌ ଅଭିନେତା ଭାଇଜାନ୍‌ଙ୍କ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ। ତାଙ୍କୁ ହତ୍ୟା ଧମକ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ସେ ବନ୍ଧୁକ ଲାଇସେନ୍ସ୍‌ ପାଇଁ ଆବେଦନ କରିଛି। ତାଙ୍କୁ ଏହି ଲାଇସେନ୍ସ ପ୍ରଦାନ କରାଯାଇଛି। ମୁମ୍ବାଇ ପୋଲିସ କହିଛି ଯେ ସଲମାନ ଖାନ ଧମକପୂର୍ଣ୍ଣ ଚିଠି ପାଇବା ପରେ ମୁମ୍ବାଇ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଆତ୍ମରକ୍ଷା ପାଇଁ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରଥିଲେ। ଏବେ ତାଙ୍କୁ ଏହା ଯୋଗାଇ ଦିଆଯାଇଛି।

ଏହାପୂର୍ବରୁ ଏକ ଏନଜିଓ ସଲମାନ ଖାନଙ୍କ ଅସ୍ତ୍ର ଲାଇସେନ୍ସକୁ ବିରୋଧ କରିଥିଲା। ସଂଘର୍ଷ ଏନଜିଓର ଅଧ୍ୟକ୍ଷ ପୃଥ୍ବୀରାଜ ମସ୍କେ ସଲମାନ ଖାନଙ୍କ ଲାଇସେନ୍ସକୁ ବିରୋଧ କରି ମୁମ୍ବାଇ ପୋଲିସକୁ ଚିଠି ଲେଖି କହିଥିଲେ ଯେ ଅତୀତରେ ସଲମାନ ଖାନଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି। ଶର୍ଟ ଟେମ୍ପର ହୋଇ ସେ ଯେକୌଣସି ସମୟରେ ସେହି ଅସ୍ତ୍ରର ଅପବ୍ୟବହାର କରିପାରନ୍ତି। ଯେତେବେଳେ ସଲମାନ ଖାନଙ୍କର ମୁମ୍ବାଇ ପୋଲିସ ଠାରୁ ଆରମ୍ଭ କରି ବେସରକାରୀ ସୁରକ୍ଷାକର୍ମୀ ପର୍ଯ୍ୟନ୍ତ ଏତେ ସୁରକ୍ଷା ଅଛି, ତାଙ୍କର ଅସ୍ତ୍ରଶସ୍ତ୍ରର ଆବଶ୍ୟକତା କାହିଁକି?

କିଛି ଦିନ ପୂର୍ବରୁ ଦବଙ୍ଗ ଖାନ ମୁମ୍ବାଇ ପୋଲିସ କମିଶନର ବିବେକ ଫନସାଲକରଙ୍କୁ ମଧ୍ୟ ଭେଟିଥିଲେ। ମୁମ୍ବାଇ ପୋଲିସର କମିଶନର ତାଙ୍କଠାରୁ ଜାଣିବାକୁ ଚେଷ୍ଟା କରିଥିଲେ ଯେ ସେ କେଉଁ ପ୍ରକାର ଧମକ ପାଇଛନ୍ତି ଏବଂ ପରେ ସଲମାନ ଖାନଙ୍କୁ ତାଙ୍କ ସୁରକ୍ଷା ବିଷୟରେ କହିଥିଲେ ।

ଜୁନ ୫ ରେ ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସଲମାନ ଖାନ ଏବଂ ସଲିମ ଖାନ ଗ୍ରହଣ କରିଥିବା ଧମକପୂର୍ଣ୍ଣ ଚିଠିରେ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ପରି ଅବସ୍ଥା ହେବ ବୋଲି ଲେଖାଯାଇଥିଲା। ଲରେନ୍ସ ବିଷ୍ନୋଇ ୧୯୯୮ ମସିହାରେ ସଲମାନ ଖାନ ଶିକାର କରିଥିବା କୃଷ୍ଣସାର ମୃଗର ପ୍ରତିଶୋଧ ନେବାକୁ ଚାହୁଁଛନ୍ତି। ବିଷ୍ନୋଇ ନିଜେ ପୋଲିସ ରିମାଣ୍ଡରେ ପ୍ରକାଶ କରିଛନ୍ତି ଯେ ସେ ୨୦୧୮ ମସିହାଠାରୁ ସଲମାନ ଖାନଙ୍କ ହତ୍ୟା ପାଇଁ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ସେ ଏକ ସ୍ବତନ୍ତ୍ର ରାଇଫଲ ମଧ୍ୟ କିଣିଥିଲେ, ଯେଉଁଥିପାଇଁ ସେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?