ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଥିଲା। ଯାହା ଫଳରେ ଉକ୍ତ ଇଣ୍ଡିଗୋ ବିମାନକୁ ଅହମ୍ମଦାବାଦ ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିବାକୁ ବାଧ୍ୟ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ଟିସ୍ୟୁ ପେପରରେ ଲେଖାଯାଇଥିବା ଏକ ନୋଟ୍‌ରେ ବିମାନକୁ ଅପହରଣ ଏବଂ ବୋମା ବିସ୍ଫୋରଣ କରିବାକୁ ଧମକ ଦିଆଯାଇଥିଲା। ଏହା ପରେ ସମସ୍ତ ୧୮୦ ଯାତ୍ରୀ ଏବଂ ସେମାନଙ୍କ ଲଗେଜକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା। ପ୍ରତ୍ୟେକ ଯାତ୍ରୀଙ୍କ ପରିଚୟ ଯାଞ୍ଚ କରାଯାଉଛି। ବିମାନଟି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର (SVPIA)ରେ ସୁରକ୍ଷିତ ଜରୁରୀକାଳିନ ଅବତରଣ କରିଛି।

ଜରୁରୀକାଳିନ ଅବତରଣଅବତରଣ ବିଷୟରେ ସୂଚନା ପାଇବା ପରେ, ଅହମ୍ମଦାବାଦ ବିମାନବନ୍ଦରରେ ନିୟୋଜିତ ବୋମା ନିଷ୍କ୍ରିୟ ସ୍କ୍ୱାଡ୍, ସ୍ନିଫର କୁକୁର ଦଳ ଏବଂ ସିଆଇଏସଏଫ କର୍ମଚାରୀ ତୁରନ୍ତ କାର୍ଯ୍ୟରେ ଲାଗିପଡ଼ିଥିଲେ। ସମଗ୍ର ବିମାନବନ୍ଦର ପରିସରରେ ସୁରକ୍ଷା ବୃଦ୍ଧି କରାଯାଇଥିଲା। ରନୱେ ଚାରିପାଖରେ ଏବଂ ବିମାନ ନିକଟରେ ଅନଧିକୃତ ଗତିବିଧିକୁ ନିଷିଦ୍ଧ କରାଯାଇଛି। ଯେକୌଣସି ସମ୍ଭାବ୍ୟ ବିପଦକୁ ସମୟ ମଧ୍ୟରେ ଏଡାଯାଇପାରିବ ତାହା ନିଶ୍ଚିତ କରିବା ପାଇଁ ସମସ୍ତ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଇଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦ୍ମଶ୍ରୀ ଡା. ଅଶୋକ ମହାପାତ୍ରଙ୍କ ପରଲୋକ: ଖେଲିଗଲା ଶୋକର ଛାୟା

ନୂଆଦିଲ୍ଲୀ,୨।୧୧: ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ପ୍ରଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ବ୍ରେନ ଷ୍ଟ୍ରୋକ…

ରାଜ୍ୟ ସଭାର ସବୁଠୁ ଧନୀ ସାଂସଦଙ୍କ ତାଲିକା ଜାରି: ପ୍ରଥମ ତାଲିକାରେ ଏହି ନେତା, ଓଡ଼ିଶାର…

ନୂଆଦିଲ୍ଲୀ, ୨।୧୧: ରାଜ୍ୟ ସଭାର ସବୁଠୁ ଧନୀ ସାଂସଦଙ୍କ ସମ୍ପତ୍ତି ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଛି। ADRର ରିପୋର୍ଟରେ ଏହି ଖୁଲାସା ହୋଇଛି। ରିପୋର୍ଟ ଅନୁଯାୟୀ, ୧୦୪…

ପ୍ରଦୂଷଣରେ ଅଣନିଃଶ୍ୱାସୀ ଦିଲ୍ଲୀ, GRAP-2 କଟକଣା ଲାଗୁ; ଜାଣନ୍ତୁ କ’ଣ ରହିବ ବନ୍ଦ

ନୂଆଦିଲ୍ଲୀ, ୨।୧୧: ଦିଲ୍ଲୀ-NCRରେ ଲଗାତାର ବଢ଼ୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ୨ ନଭେମ୍ବର…

ଏସିଆ କପ ପାଇଁ ଟିମ ଇଣ୍ଡିଆ ଘୋଷଣା: ତିଳକ ଅଧିନାୟକ; ବୈଭବଙ୍କୁ ମିଳିଲା ସୁଯୋଗ, ଏହି ଦିନ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ, ୨।୧୧: ୨୦୨୬ ପୁରୁଷ ରାଇଜିଂ ଷ୍ଟାର୍ସ ଏସିଆ କପ ପାଇଁ ଇଣ୍ଡିଆ-ଏ ଦଳ ଘୋଷଣା କରିଛି ବିସିସିଆଇ। ତିଳକ ବର୍ମାଙ୍କୁ ଦଳର ଅଧିନାୟକ ଏବଂ ରଜତ…

ଏକମାତ୍ର ପୁଅକୁ ବଳି ଦେଇ ମୃତଦେହ ପାଖରେ ଶୋଇପଡ଼ିଲେ ବାପା: ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅହମ୍ମଦାବାଦ୍‌,୨।୧୧: ଗୁଜରାଟର ଅହମ୍ମଦାବାଦ ଜିଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜର ୧୦ ବର୍ଷୀୟ ପୁଅକୁ ଘରେ ଥିବା ଦେବୀଙ୍କ ବେଦୀ ସାମ୍ନାରେ…

ଜନ୍ମଦିନରେ ବଡ଼ ଘୋଷଣା କଲେ ନୀତା ଅମ୍ବାନୀ: ଅସହାୟଙ୍କୁ ମିଳିବ ନୂଆ ଜୀବନ

ମୁମ୍ବାଇ,୨।୧୧: ନିଜ ଜନ୍ମଦିନକୁ ସ୍ମରଣୀୟ କରିବା ସହ ହଜାର ହଜାର ଅସହାୟଙ୍କ ଜୀବନରେ ଖୁସି ଭରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା…

Delhi-NCRରେ ଗ୍ରୀନ୍‌ କ୍ରାକର୍ସ ଫୁଟାଇବାକୁ ଅନୁମତି, ସୁପ୍ରିମକୋର୍ଟ ରଖିଲେ ଏହି ସର୍ତ୍ତ…

ନୂଆଦିଲ୍ଲୀ,୨।୧୧: ଦୀପାବଳିରେ Delhi-NCRରେ ଗ୍ରୀନ୍‌ କ୍ରାକର୍ସ(green crackers) ଫୁଟାଇବା ପାଇଁ ସୁପ୍ରିମକୋର୍ଟ ଅସ୍ଥାୟୀ ଭାବେ ଅନୁମତି ପ୍ରଦାନ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, କେବଳ ନଭେମ୍ବର ୭…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଜେଲ୍‌ ଗଲେ ବିଦ୍ୟାଭାରତୀ

ପାରଳାଖେମୁଣ୍ଡି,୨ା୧୧(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଜେଲ୍‌ ଯାଇଛନ୍ତି। ଆଗୁଆ ଜାମିନ୍‌ ଆବେଦନ ଖାରଜ ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?