ଘନେଇଲା ଯୁଦ୍ଧ ଆଶଙ୍କା, ୟୁକ୍ରେନ୍‌ ଉପରେ ବୁଧବାର ଆକ୍ରମଣ ପାଇଁ ରୁଷିଆର ଯୋଜନା…

ମସ୍କୋ, ୧୨।୨ : ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌ ଉପରେ ବୁଧବାର ଆକ୍ରମଣ ପାଇଁ ରୁଷିଆର ଯୋଜନା କରିଥିବା ଆମେରିକା ଅଧିକାରୀ ଦାବି କରିଛନ୍ତି। ଫେବୃୟାରୀ ୨୦ ଶୀତକାଳୀନ ଅଲିମ୍ପିକ୍ସ୍‌ ପରେ ରୁଷିଆ ଆକ୍ରମଣର ଯୋଜନା କରିଥିବାର ପୂର୍ବରୁ କୁହାଯାଉଥିଲା।

ନାଟୋ ରୁଷିଆର ସର୍ତ୍ତରେ ରାଜି ନହେଲେ ଆକ୍ରମଣ କରାଯିବ। ୟୁକ୍ରେନ୍‌ ଆକ୍ରମଣ ପାଇଁ ରୁଷିଆ ୭୨ ଘଣ୍ଟାର ସମୟ ଧାର୍ଯ୍ୟ କରିଛି। ଏହି ସମୟ ମଧ୍ୟରେ ୟୁକ୍ରେନ୍‌କୁ ମସ୍କୋ ନିୟନ୍ତ୍ରଣରେ ଅଣାଯିବାର ପ୍ରୟାସ କରାଯିବ ବୋଲି ଆମେରିକା ଗୁପ୍ତଚର ସଂସ୍ଥାଗୁଡ଼ିକ ପକ୍ଷରୁ ଦାବି କରାଯାଇଛି। ସମ୍ଭାବ୍ୟ ଯୁଦ୍ଧକୁ ଦୃଷ୍ଟିରେ ରଖି ଆମେରିକା ଏହାର ନାଗରିକଙ୍କୁ ୟୁକ୍ରେନ୍‌ ଛାଡ଼ିବାକୁ ନିର୍ଦ୍ଦେଶ ଜାରି କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆମେରିକୀୟ ନାଗରିକଙ୍କୁ ୟୁକ୍ରେନ୍‌ରୁ ବାହାରି ଆସିବାକୁ କୁହାଯାଇଛି।

ୟୁକ୍ରେନ ଉପରେ ଆକ୍ରମଣ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ନାଟୋ ମଧ୍ୟ ସତର୍କ ଏବଂ ପ୍ରସ୍ତୁତ ରହିଛି। ପୂର୍ବ ୟୁରୋପର ବହୁ ଦେଶରେ ନାଟୋ ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସୈନ୍ୟ ନିୟୋଜିତ କରିଛି। ଆମେରିକାର ନୌସେନା ଏବଂ ଏହାର ସହଯୋଗୀ ମଧ୍ୟ ଏହି କ୍ଷେତ୍ରର ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖି ପାଟ୍ରୋଲିଂ ଅପରେଶନ ଚଳାଇଛନ୍ତି।

ଗୋଟିଏ ପଟେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ନିଜର ସୈନ୍ୟମାନଙ୍କୁ ନିୟୋଜିତ କରୁଥିବାବେଳେ ଆମେରିକା ୟୁକ୍ରେନକୁ ସାହାଯ୍ୟ କରିବା ଏବଂ ରୁଷିଆକୁ କଡ଼ା ଜବାବ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିିଛି।ରୁଷିଆର ନୌସେନା ଏହାର ୬ଟି ଯୁଦ୍ଧପୋତ କୃଷ୍ଣ ସାଗରରେ ପହଞ୍ଚାଇଛି। ଯୁଦ୍ଧପୋତଗୁଡ଼ିକ କ୍ରିମିୟା ନିକଟବର୍ତ୍ତୀ ହୋଇଛନ୍ତି।

ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ପୂର୍ବରୁ କହିଥିଲା ଯେ ଏହି ଯୁଦ୍ଧ ପୋତଗୁଡ଼ିକ ଭୂମଧ୍ୟ ସାଗର ଅଞ୍ଚଳରେ ନିୟୋଜିତ ହେବ। ମାତ୍ର ଏବେ ୟୁକ୍ରେନ ସଙ୍କଟ ନେଇ ପ୍ରତି ମୁହୂର୍ତ୍ତରେ ବିଭିନ୍ନ ପ୍ରକାରର ପରିସ୍ଥିତି ଦେଖାଯାଉଛି। ତେଣୁ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ନିଜର ଯୁଦ୍ଧ ଜାହାଜକୁ ୟୁକ୍ରେନର ଅତି ନିକଟବର୍ତ୍ତୀ କୃଷ୍ଣ ସାଗରକୁ ପଠାଇଛନ୍ତି। ଯାହାଫଳରେ ଆମେରିକା ଏବଂ ନାଟୋ ସୈନ୍ୟମାନଙ୍କୁ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରେ ଏକ ଉପଯୁକ୍ତ ଉତ୍ତର ଦିଆଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri