ଘନେଇଲା ଯୁଦ୍ଧ ଆଶଙ୍କା, ୟୁକ୍ରେନ୍‌ ଉପରେ ବୁଧବାର ଆକ୍ରମଣ ପାଇଁ ରୁଷିଆର ଯୋଜନା…

ମସ୍କୋ, ୧୨।୨ : ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌ ଉପରେ ବୁଧବାର ଆକ୍ରମଣ ପାଇଁ ରୁଷିଆର ଯୋଜନା କରିଥିବା ଆମେରିକା ଅଧିକାରୀ ଦାବି କରିଛନ୍ତି। ଫେବୃୟାରୀ ୨୦ ଶୀତକାଳୀନ ଅଲିମ୍ପିକ୍ସ୍‌ ପରେ ରୁଷିଆ ଆକ୍ରମଣର ଯୋଜନା କରିଥିବାର ପୂର୍ବରୁ କୁହାଯାଉଥିଲା।

ନାଟୋ ରୁଷିଆର ସର୍ତ୍ତରେ ରାଜି ନହେଲେ ଆକ୍ରମଣ କରାଯିବ। ୟୁକ୍ରେନ୍‌ ଆକ୍ରମଣ ପାଇଁ ରୁଷିଆ ୭୨ ଘଣ୍ଟାର ସମୟ ଧାର୍ଯ୍ୟ କରିଛି। ଏହି ସମୟ ମଧ୍ୟରେ ୟୁକ୍ରେନ୍‌କୁ ମସ୍କୋ ନିୟନ୍ତ୍ରଣରେ ଅଣାଯିବାର ପ୍ରୟାସ କରାଯିବ ବୋଲି ଆମେରିକା ଗୁପ୍ତଚର ସଂସ୍ଥାଗୁଡ଼ିକ ପକ୍ଷରୁ ଦାବି କରାଯାଇଛି। ସମ୍ଭାବ୍ୟ ଯୁଦ୍ଧକୁ ଦୃଷ୍ଟିରେ ରଖି ଆମେରିକା ଏହାର ନାଗରିକଙ୍କୁ ୟୁକ୍ରେନ୍‌ ଛାଡ଼ିବାକୁ ନିର୍ଦ୍ଦେଶ ଜାରି କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆମେରିକୀୟ ନାଗରିକଙ୍କୁ ୟୁକ୍ରେନ୍‌ରୁ ବାହାରି ଆସିବାକୁ କୁହାଯାଇଛି।

ୟୁକ୍ରେନ ଉପରେ ଆକ୍ରମଣ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ନାଟୋ ମଧ୍ୟ ସତର୍କ ଏବଂ ପ୍ରସ୍ତୁତ ରହିଛି। ପୂର୍ବ ୟୁରୋପର ବହୁ ଦେଶରେ ନାଟୋ ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସୈନ୍ୟ ନିୟୋଜିତ କରିଛି। ଆମେରିକାର ନୌସେନା ଏବଂ ଏହାର ସହଯୋଗୀ ମଧ୍ୟ ଏହି କ୍ଷେତ୍ରର ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖି ପାଟ୍ରୋଲିଂ ଅପରେଶନ ଚଳାଇଛନ୍ତି।

ଗୋଟିଏ ପଟେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ନିଜର ସୈନ୍ୟମାନଙ୍କୁ ନିୟୋଜିତ କରୁଥିବାବେଳେ ଆମେରିକା ୟୁକ୍ରେନକୁ ସାହାଯ୍ୟ କରିବା ଏବଂ ରୁଷିଆକୁ କଡ଼ା ଜବାବ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିିଛି।ରୁଷିଆର ନୌସେନା ଏହାର ୬ଟି ଯୁଦ୍ଧପୋତ କୃଷ୍ଣ ସାଗରରେ ପହଞ୍ଚାଇଛି। ଯୁଦ୍ଧପୋତଗୁଡ଼ିକ କ୍ରିମିୟା ନିକଟବର୍ତ୍ତୀ ହୋଇଛନ୍ତି।

ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ପୂର୍ବରୁ କହିଥିଲା ଯେ ଏହି ଯୁଦ୍ଧ ପୋତଗୁଡ଼ିକ ଭୂମଧ୍ୟ ସାଗର ଅଞ୍ଚଳରେ ନିୟୋଜିତ ହେବ। ମାତ୍ର ଏବେ ୟୁକ୍ରେନ ସଙ୍କଟ ନେଇ ପ୍ରତି ମୁହୂର୍ତ୍ତରେ ବିଭିନ୍ନ ପ୍ରକାରର ପରିସ୍ଥିତି ଦେଖାଯାଉଛି। ତେଣୁ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ନିଜର ଯୁଦ୍ଧ ଜାହାଜକୁ ୟୁକ୍ରେନର ଅତି ନିକଟବର୍ତ୍ତୀ କୃଷ୍ଣ ସାଗରକୁ ପଠାଇଛନ୍ତି। ଯାହାଫଳରେ ଆମେରିକା ଏବଂ ନାଟୋ ସୈନ୍ୟମାନଙ୍କୁ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରେ ଏକ ଉପଯୁକ୍ତ ଉତ୍ତର ଦିଆଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?