Posted inଜାତୀୟ

ଶାସକ ମେଣ୍ଟରେ ସଙ୍କଟ ଆଶଙ୍କା, ସୀମା ବିବାଦ ନେଇ ଶିନ୍ଦେ-ଫଡନାଭିସଙ୍କ ମଧ୍ୟରେ ବଢ଼ିଲା ଦୂରତା…

ମୁମ୍ବାଇ,୨୬।୧୨ : ସୀମା ବିବାଦକୁ ନେଇ ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ ଶେଷ ହୋଇ ନଥିଲା ବେଳେ ବର୍ତ୍ତମାନ ଏହି ପ୍ରସଙ୍ଗରେ ସରକାରରେ ବିଭାଜନ ହେବାର ଖବର ଆସିବା ଆରମ୍ଭ କରିଛି। ସର୍ବଶେଷ ମାମଲା କର୍ନାଟକରେ ପଡୁଥିବା ଅଞ୍ଚଳ ସମ୍ପର୍କରେ ମହାରାଷ୍ଟ୍ର ବିଧାନସଭାରେ ଏକ ପ୍ରସ୍ତାବ ଆଣିବା ସହ ଜଡିତ।

କୁହାଯାଉଛି ଯେ ଏହି ପ୍ରସ୍ତାବକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସର୍ବସମ୍ମତ ନୁହଁନ୍ତି। ଏହି ପ୍ରସ୍ତାବ ଉପରେ ଉଭୟ ନେତାଙ୍କ ଭିନ୍ନ ମତ ରହିଛି। ଏଭଳି ପରିସ୍ଥିତିରେ ସରକାରଙ୍କ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ବଢୁଥିବା ଦୂରତା ଯୋଗୁ ଶାସକ ମେଣ୍ଟରେ ସଙ୍କଟ ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଉଛି।

ଶିନ୍ଦେଙ୍କ ମନ୍ତ୍ରୀ ଶମ୍ଭୁରାଜ ଦେଶାଇ ଗତ ସପ୍ତାହରେ କର୍ନାଟକ ସହ ସୀମା ବିବାଦ ସମ୍ପର୍କରେ ସୋମବାର ବିଧାନସଭାରେ ଏକ ପ୍ରସ୍ତାବ ଆଣିବେ ବୋଲି କହିଥିଲେ। ତେବେ ରାଜ୍ୟରେ ଭାଜପା ନେତୃତ୍ୱର ଏଭଳି ପ୍ରସ୍ତାବ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ। କୁହାଯାଉଛି ଯେ କର୍ନାଟକରେ ଏହାର ନେତୃତ୍ୱାଧୀନ ସରକାର ବିରୋଧରେ ଭାଜପା ଏହି ପ୍ରସଙ୍ଗ ଉଠାଇବାକୁ ଚାହୁଁନାହିଁ। ବିଶେଷକରି ଏପରି ଏକ ସମୟରେ ଯେତେବେଳେ ଆସନ୍ତା ବର୍ଷ କର୍ନାଟକରେ ନିର୍ବାଚନ ମଧ୍ୟ ହେବାକୁ ଯାଉଛି।

ଖବର ଅନୁଯାୟୀ, ଶିନ୍ଦେଙ୍କ ମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ କର୍ନାଟକ ସୀମା ବିବାଦକୁ ନେଇ ସୋମବାର ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ଆଣିବାକୁ ଆଲୋଚନା ହୋଇନାହିଁ। ବାଲାସାହେବଚି ଶିବସେନା ନେତାଙ୍କ ଅନୁଯାୟୀ ବିଧାନସଭାରେ ଏହି ପ୍ରସ୍ତାବ ସମ୍ପର୍କରେ କୌଣସି ବିଜ୍ଞପ୍ତି ଜାରି କରାଯାଇ ନାହିଁ। ବାସ୍ତବରେ ସୀମା ବିବାଦକୁ ନେଇ କର୍ନାଟକ ଦେଇଥିବା ନିଷ୍ପତ୍ତିକୁ ବିରୋଧ କରିବାକ ଭାଜପା ନେତାମାନେ ସମର୍ଥନ କରୁନାହାଁନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ଏପରି କରିବା ଦ୍ୱାରା ଆସନ୍ତା ବର୍ଷ କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ସମସ୍ୟାର ସମ୍ମୁଖୀନ ହେବ। ତେବେ ଏହି ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିଛି ଏବଂ ଶୀତ ଅଧିବେଶନ ଶେଷରେ ଏହାକୁ ବିଧାନସଭାରେ ଅଣାଯାଇପାରିବ।

ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ବିରୋଧୀମାନେ ଶାସକ ଦଳଖୁ ଘେରୁଥିବାରୁ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଆଣିବା ସପକ୍ଷରେ ଅଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ସୀମା ବିବାଦରେ ଶିନ୍ଦେ ଅତ୍ୟଧିକ ଦୁର୍ବଳ ବୋଲି ଅନେକ ବିରୋଧୀଦଳ ନେତା ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ବିରୋଧୀ ମଧ୍ୟ ଅନେକ ଥର ସରକାରରେ ଶିନ୍ଦେ ଏବଂ ଫଡନାଭିସଙ୍କୁ ଶକ୍ତି ତୁଳନା କରିବାକୁ ଚେଷ୍ଟା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?