ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନ-ପ୍ରଧାନମନ୍ତ୍ରୀଙ୍କ ଆବାସରୁ ହଜାରେରୁ ଅଧିକ ଐତିହାସିକ କଳାକୃତି ନିଖୋଜ…

କଲମ୍ବୋ, ୨୩।୭ : ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହାପୂର୍ବରୁ, ଦେଶରେ ଅର୍ଥନୈତିକ ଏବଂ ରାଜନୈତିକ ସଙ୍କଟ ନେଇ ବିକ୍ଷୋଭକାରୀମାନେ ସରକାରଙ୍କ ବିରୋଧରେ ତୀବ୍ର ବିରୋଧ ପ୍ରଦର୍ଶନ କରିଥିଲେ ଏବଂ ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ଆବାସ ସମେତ ଅନେକ ସରକାରୀ କାର୍ଯ୍ୟାଳୟ ଦଖଲ କରିଥିଲେ। ପ୍ରକାଶ ଥାଉକି, ରାନିଲ ୱିକ୍ରମସିଂଘେ ରାଷ୍ଟ୍ରପତି ହେବା ପରେ, ରାଷ୍ଟ୍ରପାତି ଭବନ ସମେତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ବିକ୍ଷୋଭକାରୀଙ୍କ କବଜାକୁ ମୁକ୍ତ କରାଯାଇଛି। ତେବେ ରାଷ୍ଟ୍ରପତି ଭବନ-ପ୍ରଧାନମନ୍ତ୍ରୀ ଆବାସରୁ ହଜାରେରୁ ଅଧିକ ଐତିହାସିକ କଳାକୃତି ନିଖୋଜ ହୋଇଥିବା ଜଣାପଡିଛି। କଲମ୍ବୋ ପୋଲିସ ଶନିବାର ଏହି ସୂଚନା ଦେଇଛନ୍ତି। ଏହି ମୂଲ୍ୟବାନ ତଥା ପୁରାତନ କଳାକୃତିଗୁଡ଼ିକ ନିଖୋଜ ହୋଇଯାଇଥିବା ପୋଲିସ କହିଛି।

ଏହି ଘଟଣାର ତଦନ୍ତ ଆରମ୍ଭ କରିବା ପାଇଁ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଥିବା ପୋଲିସ କହିଛି। ଶ୍ରୀଲଙ୍କା ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅନୁସନ୍ଧାନକାରୀ ଅଧିକାରୀଙ୍କ ଅସୁବିଧା ହେଉଛି ଯେ ଶ୍ରୀଲଙ୍କାର ପ୍ରତ୍ନତତ୍ତ୍ୱ ବିଭାଗରେ ରାଷ୍ଟ୍ରିୟ ଭବନରେ ପ୍ରାଚୀନତା ଏବଂ ବିଭିନ୍ନ କଳାକୃତିର ବିସ୍ତୃତ ବିବରଣୀ ନାହିଁ। ପ୍ରତ୍ନତତ୍ତ୍ୱ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ହଜିଯାଇଥିବା ପ୍ରାଚୀନ ସାମଗ୍ରୀଗୁଡ଼ିକର ପ୍ରକୃତ ସଂଖ୍ୟା ବିଷୟରେ ନିର୍ଦ୍ଦିଷ୍ଟ ଏବଂ ସ୍ପଷ୍ଟ ସୂଚନା ପାଇବା କଷ୍ଟସାଧ୍ୟ ହେବ। ଯଦିଓ ଏହା ହଜାରେରୁ ଅଧିକ ହୋଇପାରେ ବୋଲି ପୋଲିସ ଅନୁମାନ କରିଛି।

ନବ ନିର୍ବାଚିତ ରାଷ୍ଟ୍ରପତି ରାନିଲ ୱିକ୍ରମସିଂଘେ କହିଛନ୍ତି ଯେ ସେ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରିବାର ବିକ୍ଷୋଭକାରୀଙ୍କ ଅଧିକାରକୁ ସମ୍ମାନ କରନ୍ତି, କିନ୍ତୁ ସେମାନଙ୍କୁ ରାଷ୍ଟ୍ରପତି ଭବନ କିମ୍ବା ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ବାସଭବନ ପରି ଅନ୍ୟ କୌଣସି ସରକାରୀ କୋଠା ଦଖଲ କରିବାକୁ ଦେବେ ନାହିଁ।

ୱିକ୍ରମସିଂଘେ କହିଛନ୍ତି ଯେ ସେ ଶ୍ରୀଲଙ୍କାର ସଶସ୍ତ୍ର ବାହିନୀ ଏବଂ ପୋଲିସକୁ ସର୍ବସାଧାରଣ ସୁବିଧା ଉପରେ ଆକ୍ରମଣ ନକରିବା ଏବଂ ସଂସଦରେ ବାଧା ସୃଷ୍ଟି ନକରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁମତି ଦେଇଛନ୍ତି। ସେ ଏହା ପୂର୍ବରୁ ବିକ୍ଷୋଭକାରୀଙ୍କୁ ସାଂସଦ ଓ ସଂସଦରେ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବାରେ ବାଧା ନଦେବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

CJP ବର୍ତ୍ତମାନ ବିକ୍ଷୋଭ ପ୍ରଦର୍ଶନ କରିବ କି ନାହିଁ? ଅପଡେଟ ଦେଲେ ସୌରଭ ଦାସ

ନୂଆଦିଲ୍ଲୀ,୧୧।୧୦: ସିଜେପି (CJP) ମୁଖପାତ୍ର ସୌରଭ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ‘ଏକ୍ସ’ (X) ରେ ଲେଖି ସେ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

Chanakya Niti: କୌଣସି କଥାକୁ ନେଇ ଚିନ୍ତା କରୁଛନ୍ତି କି? ମାନନ୍ତୁ ଏହି ୪ କଥା, ସୁଖରେ କଟିବ ଜୀବନ

ଆଜିର ଦ୍ରୁତ ଗତିଶୀଳ ଜୀବନରେ ଛୋଟ ଛୋଟ ଜିନିଷ ମଧ୍ୟ ପ୍ରାୟତଃ ମାନସିକ ଚାପ ସୃଷ୍ଟି କରୁଛି। କେତେବେଳେ ଅତୀତର ଭୁଲ ଆମକୁ ହଇରାଣ କରେ, ତ…

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ହସାଇ ହସାଇ ବେଦମ କରୁଛି ବିକ୍ଷୋଭ ସମୟରେ ଆରଏଏଫ (RAF) ଯବାନ ଗୋଡ଼ାଇ ଗୋଡ଼ାଇ ଧରିଥିବା ସବୁଠାରୁ ଛୋଟ ‘କକରୋଚ’ର Video

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୦ ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକରୋଚ ଜନତା ପାର୍ଟି’ (CJP)ର ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?