ବିଶ୍ୱ ଏଡ୍‌ସ ଦିବସର ଅନୁଚିନ୍ତା

ତିବର୍ଷ ଡିସେମ୍ବର ୧ ତାରିଖକୁ ‘ବିଶ୍ୱ ଏଡ୍‌ସ ଦିବସ’ ରୂପେ ପାଳନ କରାଯାଉଛି। ଏ ବର୍ଷ ଏହି ଦିବସର ଥିମ୍‌(ବିଷୟ) ହେଉଛି – ‘ଅଧିକାର ପଥରେ ଚାଲ’(ଟେକ୍‌ ଦି ରାଇଟ୍‌ସ ପାଥ୍‌)। ଏହାର ମୁଖ୍ୟ ଆଭିମୁଖ୍ୟ ହେଉଛି ମାନବ ଅଧିକାରକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ଏଡ୍‌ସକୁ ସମ୍ପୂର୍ଣ୍ଣ ରୂପେ ବିଲୋପ କରିବାକୁ ସମାଜର ପ୍ରତ୍ୟେକ ବର୍ଗର ଲୋକମାନଙ୍କୁ ସାମିଲ କରିବା, ଯେପରି କି ୨୦୩୦ ସୁଦ୍ଧା ପୃଥିବୀକୁ ଏଡ୍‌ସ ଭଳି ଏକ ଭୟଙ୍କର ଜନସ୍ବାସ୍ଥ୍ୟ ସଙ୍କଟରୁ ମୁକ୍ତକରିବା। ଜନସାଧାରଣ ଏଡ୍‌ସକୁ ସକାରାମତ୍କ ଭାବରେ ପ୍ରତିହତ କରିବା ପାଇଁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ।
ବର୍ତ୍ତମାନ ମହାମାରୀ ରୂପେ ସମଗ୍ର ପୃଥିବୀରେ ବ୍ୟାପିଥିବା ଏଡ୍‌ସ ବା ଆକ୍ୟୁଆଡ୍‌ ଇମ୍ୟୁନୋ ଡେଫିସିଏନ୍‌ସି ସିଡ୍ରୋମ୍‌ ହେଉଛି ଏଚ୍‌ଆଇଭି ବା ହ୍ୟୁମାନ ଇମ୍ୟୁନୋଡେଫିସିଏନ୍‌ସି ଭାଇରସ୍‌ ସଂକ୍ରମଣ ଯୋଗୁ। ଏହି ରୋଗରେ ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି କ୍ରମେ କ୍ରମେ ହ୍ରାସ ପାଏ ଓ ଶେଷରେ ରୋଗୀ ମୃତ୍ୟୁମୁଖରେ ପଡ଼େ। ଏଡ୍‌ସ ପ୍ରଥମେ ୧୯୮୧ ମସିହାରେ ଆମେରିକାରେ ଦେଖାଯାଇଥିଲା ଓ ବର୍ତ୍ତମାନ ଏ ଦେଶରେ ପ୍ରାୟ ୧୨ ଲକ୍ଷ ଲୋକ ଏଡ୍‌ସରେ ଆକ୍ରାନ୍ତ ହୋଇଥିବା ଆକଳନ କରାଯାଇଛି। ଆମ ଦେଶରେ ପ୍ରଥମେ ୧୯୮୬ରେ ତାମିଲନାଡୁରେ ଏଚ୍‌ଆଇଭିରେ ଆକ୍ରାନ୍ତ ଜଣେ ବ୍ୟକ୍ତିକୁ ଚିହ୍ନଟ କରାଯାଇଥିଲା। ସମ୍ପ୍ରତି ଭାରତରେ ପ୍ରାୟ ୩୧ ଲକ୍ଷ ବ୍ୟକ୍ତି ଏଚ୍‌ଆଇଭି ପଜିଟିଭ୍‌ ଥିବାର ଜଣାଯାଇଛି। ଭାରତ ହେଉଛି ପୃଥିବୀର ତୃତୀୟ ବୃହତମ ଏଡ୍‌ସ ରୋଗୀ ଥିବା ଦେଶ। ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ କର୍ନାଟକ ହେଉଛି ସବୁଠାରୁ ଅଧିକ ଏଡ୍‌ସ ରୋଗୀ ଥିବା ରାଜ୍ୟ। ସେମାନଙ୍କ ମଧ୍ୟରୁ ଶତକଡ଼ା ପ୍ରାୟ ୮୩ ଭାଗ ହେଉଛନ୍ତି ୧୫-୪୯ ବର୍ଷ ବୟସର ଲୋକ ଓ ୭୦ ହଜାର ହେଉଛନ୍ତି ଶିଶୁ। ରାଷ୍ଟ୍ରୀୟ ଏଡ୍‌ସ ନିୟନ୍ତ୍ରଣ ସଂସ୍ଥା (ନାକୋ) ଅନୁଯାୟୀ ୨୦୧୫ରେ ଦେଶରେ ମୋଟ ପ୍ରାୟ ୨୧ ଲକ୍ଷ ଲୋକ ଏଡ୍‌ସ ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ୨୦୦୧ରେ ଦେଶରେ ବାର୍ଷିକ ୨ ଲକ୍ଷ ଲୋକ ଏଡ୍‌ସ ଦ୍ୱାରା ଆକ୍ରାନ୍ତ ହେଉଥିଲାବେଳେ ୨୦୨୧ ବେଳକୁ ଏହି ସଂଖ୍ୟା ହ୍ରାସ ଘଟି ବାର୍ଷିକ ୬୩ ହଜାରରେ ପହଞ୍ଚିତ୍ଛି। ଲୋକମାନେ ସଚେତନ ହେବାରୁ ଏହା ହ୍ରାସ ଘଟିଛି। ଓଡ଼ିଶାରେ ବର୍ତ୍ତମାନ ପ୍ରାୟ ୪୬ ହଜାର ଏଡ୍‌ସ ସଂକ୍ରମିତ ବ୍ୟକ୍ତି ଅଛନ୍ତି ଓ ସେଥିରୁ ଗଞ୍ଜାମ ଜିଲାରେ ସର୍ବାଧିକ ଅଛନ୍ତି। ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ପକ୍ଷରୁ ରାଜ୍ୟରେ ୧୮୪ଟି ସମନ୍ବିତ ପରାମର୍ଶ କେନ୍ଦ୍ର ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୭୯ଟି ଏ ପ୍ରକାର ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏହାଦ୍ୱାରା ରାଜ୍ୟର ସମସ୍ତ ଆଶଙ୍କାପ୍ରବଣ ଅଞ୍ଚଳର ବ୍ୟକ୍ତିମାନେ ସୁବିଧାରେ ପରାମର୍ଶ ପାଇବା ସହ ଏଡ୍‌ସର ପରୀକ୍ଷା ମାଗଣାରେ କରିପାରିବେ।
ଏଡ୍‌ସ ହେବାର ମୁଖ୍ୟ କାରଣ: ୧. ଅସୁରିକ୍ଷିତ ଯୌନ ସମ୍ପର୍କ, ଯାହାକି ସମଲିଙ୍ଗୀ ବା ବିଷମଲିଙ୍ଗୀ ହୋଇପାରେ, ୨. ଏଚ୍‌ଆଇଭିରେ ସଂକ୍ରମିତ ରକ୍ତକୁ ଗ୍ରହଣ କଲେ, ୩. ଏଡ୍‌ସ ସଂକ୍ରମିତ ମାତାଠାରୁ ଶିଶୁକୁ ସଂକ୍ରମଣ। ଯଦି ଏହି ମାତାମାନେ ଶିଶୁ ଜନ୍ମ ପୂର୍ବରୁ ଏଡ୍‌ସ ପ୍ରତିଷେଧକ ଔଷଧ ଗ୍ରହଣ କରି ନ ଥାନ୍ତି, ତେବେ ପ୍ରାୟ ଶତକଡ଼ା ୩୦ ଭାଗ ଶିଶୁଙ୍କୁ ଏଡ୍‌ସ ହେବା ସୁନିଶ୍ଚିତ, ୪. ଏଚ୍‌ଆଇଭି ସଂକ୍ରମିତ ଇଞ୍ଜେକ୍ସନ୍‌ ଛୁଞ୍ଚିରେ ରକ୍ତ ନେଲେ ବା ନିଶା ଗ୍ରହଣ କରୁଥିଲେ। ଏଚ୍‌ଆଇଭି ଭୂତାଣୁ ସଂକ୍ରମଣ ଦିନଠାରୁ ଏଡ୍‌ସର ଲକ୍ଷଣ ପ୍ରକାଶ ପାଇବାର ମଧ୍ୟବର୍ତ୍ତୀ ସମୟକୁ ‘ଲାଟେଣ୍ଟ ପିରିୟଡ଼’ କୁହାଯାଏ। ଏହି ସମୟରେ ଏଡ୍‌ସ ରୋଗୀ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ସମ୍ଭାବନା ଥାଏ। ଏଡ୍‌ସ ଭୂତାଣୁ ରୋଗୀର କେନ୍ଦ୍ରୀୟ ଓ ପେରିଫେରାଇ ନର୍ଭସ ସିଷ୍ଟମ୍‌କୁ ଅକାମୀ କରିଦିଏ ଓ ମସ୍ତିଷ୍କକୁ ମଧ୍ୟ ସଂକ୍ରମିତ କରିଥାଏ।
ଏଡ୍‌ସ ହୁଏ ଏଚ୍‌ଆଇଭି -୧ ଭୂତାଣୁ ଯୋଗୁ। ଏଚ୍‌ଆଇଭି-୧ ଭୂତାଣୁ ସଂକ୍ରମଣ ହେବାର ତିନିମାସ ପରେ ରୋଗୀ ଶରୀରରେ ଏହି ଭୂତାଣୁ ବିରୁଦ୍ଧରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥାଏ, ଯାହାକୁ ‘ସେରୋକନଭରସନ୍‌’ କୁହାଯାଏ। କିନ୍ତୁ ଭୂତାଣୁ ଆକ୍ରମଣ ହେବା ପରେ ପରେ ରୋଗୀର ସିରମ୍‌ରେ ଏହି ଭାଇରସ୍‌ର ଆର୍‌ଏନ୍‌ଏ ଚିହ୍ନଟ ହୋଇପାରେ। ଅଥଚ ଏଡ୍‌ସର ଲକ୍ଷଣ ପ୍ରକାଶ କରିବାକୁ ପ୍ରାୟ ଆଠବର୍ଷ ଲାଗିଯାଏ। ପ୍ରାୟ ୯-୧୨ ବର୍ଷ ପରେ ରୋଗୀ ମୃତ୍ୟୁମୁଖରେ ପଡ଼େ।
ବତ୍ତର୍ର୍ମାନ ଜନସାଧାରଣ କ୍ରମେ କ୍ରମେ ଏଡ୍‌ସ ପ୍ରତି ସଚେତନ ହେଲେଣି। ଏହାର ଚିକିତ୍ସା ଯୋଗୁ ଓଡ଼ିଶାରେ ପ୍ରତିବର୍ଷ ଏଡ୍‌ସର ହାର କମି ଆସିଲାଣି। ସରକାରୀ ତଥା ବେସରକାରୀ ସଂସ୍ଥାମାନେ ଏଥିପାଇଁ ବ୍ୟାପକ ପ୍ରଚାର, ପ୍ରସାର, କର୍ମଶାଳା, ତୃଣମୂଳ ସ୍ତରରେ ଲୋକମାନଙ୍କୁ ଅଧିକରୁ ଅଧିକ ସଚେତନ କରିବା ଆବଶ୍ୟକ। ସାରା ଦେଶ ତଥା ବିଶ୍ୱର ଜନସାଧାରଣ ଯଦି ଆନ୍ତରିକତାର ସହିତ ସହଯୋଗର ହାତ ବଢ଼ାନ୍ତି, ତେବେ ଖୁବ୍‌ ଶୀଘ୍ର ଆମର ଏ ପୃଥିବୀ ଏଡ୍‌ସ ଶୂନ୍ୟ ହୋଇପାରିବ।
ଅନ୍ବେଷଣ, ୫୨/୨, ଭାଗବତ ସନ୍ଧାନ କଲୋନୀ, ଜି.ଜି.ପି., ଭୁବନେଶ୍ୱର
ମୋ: ୮୨୪୯୦୭୯୦୮୪


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?