ବ୍ୟାନର, ପୋଷ୍ଟର ପାଇଁ ଗଛରେ କଣ୍ଟାପିଟା, ସବୁ ଦେଖି ବନ ବିଭାଗ ଚୁପ

ଦାରିଙ୍ଗବାଡ଼ି,୨୦ା୨(ଅରୁଣ ସାହୁ): ଦାରିଙ୍ଗବାଡ଼ି ବନାଞ୍ଚଳର ଜାତୀୟ ରାଜପଥ ସମେତ ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛରେ ବ୍ୟାନର, ପୋଷ୍ଟର ପାଇଁ ଗଛରେ କଣ୍ଟାପିଟା କରାଯାଉଛି। ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ପକ୍ଷରୁ ନିଜର ପ୍ରଚାର ପ୍ରସାର ପାଇଁ ଏଭଳି ଗଛକୁ କଣ୍ଟାପିଟା ଯାଇ ନଷ୍ଟ କରାଯାଉଥିବା ବେଳେ ସବୁ ଦେଖି ବନ ବିଭାଗ ଚୁପ ରହିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏବେ ପରୀକ୍ଷାର ବେଳ ଏହା ପରେ ଅନ୍ୟାନ୍ୟ ଶ୍ରେଣୀ ପାଇଁ ନାମ ଲେଖା ଚାଲିବ। ତେବେ ଜିଲା ଓ ଜିଲା ବାହାରୁ ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ନିଜ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନାମ ଲେଖେଇବାକୁ ବିଜ୍ଞାପନ ପୋଷ୍ଟର, ବ୍ୟାନର ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। କିନ୍ତୁ ତାକୁ ରାସ୍ତା କଡ଼ରେ ରହିଥିବା ବଡ଼ବଡ଼ ଗଛରେ ବ୍ୟାନର ଗୁଡ଼ିକୁ କଣ୍ଟାପିଟି ଗଛକୁ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ଏହି ସବୁ ରାସ୍ତା କଡ଼ରେ ରହିଥିବା ଗଛ ଗୁଡିକରେ ଶହ ଶହ ବ୍ୟାନର ପୋଷ୍ଟର କଣ୍ଟାପିଟା ଯାଇଥିବା ବନ ଅଧିକାରୀ, ବନ କର୍ମଚାରି ଦେଖିଲେ ମଧ୍ୟ ନିରବ ବସିଛନ୍ତି। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଦାରିଙ୍ଗବାଡ଼ି ସମେତ ସିମନବାଡ଼ି, ଶ୍ରାନିକେତା, ବୁଡ଼ାଗୁଡା, କିରିକୁଟି, ବାଡାବାଙ୍ଗା, ସିଆଙ୍ଗବାଲି, ଭ୍ରମରବାଡ଼ି ଆଦି ଅଞ୍ଚଳରେ ଗଛରେ କଣ୍ଟାପିଟା ଯାଇଛି। ଏନେଇ କଣ୍ଟାପିଟା କାର୍ଯ୍ୟରେ ଲିପ୍ତ ଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ଏମାନେ କହନ୍ତି…

ଦାରିଙ୍ଗବାଡି ଏକ ପର୍ଯ୍ୟଟନକ୍ଷେତ୍ର ଏଠାକାର ଜଳବାୟୁ ଓ ଜଙ୍ଗଲ, ପରିବେଶ ଦେଖିବାକୁ ଆସୁଥିବା ପର୍ଯ୍ୟଟକ ଏବେ ଜଙ୍ଗଲ ନଷ୍ଟ ଓ ଗଛରେ କଣ୍ଟାପିଟା ଦେଖି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଗଛରେ କଣ୍ଟାପିଟା ହୋଇଥିବା ଆମ ନଜରରେ ପଡୁଛି। କିନ୍ତୁ ବନ ବିଭାଗ ସବୁ ଦେଖି ନିରବ ରହିଥିବା ଦୁର୍ଭାଗ୍ୟ ଜନକ।
ମାଥିଆସ ଦିଗାଲ (ସ୍ଥାନୀୟ ବାସିନ୍ଦା)
ବଡ଼ ଦୁଃଖର ବିଷୟ ବୃକ୍ଷ ଆମ ଜୀବନ ରକ୍ଷା କରୁଛି। କିନ୍ତୁ ଆମେ ତାକୁ କଣ୍ଟା କଷ୍ଟ ଦେଉଛେ। ଏଥିପାଇଁ ଜଙ୍ଗଲ ଧୀରେ ଧୀରେ ନଷ୍ଟ ହେଉଛି। ତେଣୁ ବନ ବିଭାଗ ଦୃଷ୍ଟି ଦେଇ ଶୀଘ୍ର ଏହାକୁ ବନ୍ଦ କରିବା ସହ ତୃଣମୂଳସ୍ତରରୁ ରୋକିବା ଦିଗରେ ଚେତନ କରିବା ଜରୁରୀ।
ସାରଦା ଚରଣ ବଳିୟାର ସିଂ (ସ୍ଥାନୀୟ ବାସିନ୍ଦା )
ସରକାର ମା’ପାଇଁ ଗଛଟିଏ ସ୍ଲେ୍‌ାଗାନ ଦେଉଛନ୍ତି। କିନ୍ତୁ ବାସ୍ତବରେ ସେହି ଜୀବନ ଧରିଥିବା ବୃକ୍ଷ ଏବେ ବିପଦରେ। ତେଣୁ ଯେଉଁମାନେ ବୃକ୍ଷକୁ କଣ୍ଟା ପିଟୁଛନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏଥିପାଇଁ ସରକାର ଏକ ନିୟମ ଆଣିବା ଦରକାର। ପ୍ରଚାର ପ୍ରସାର ପାଇଁ ଗଛକୁ କଣ୍ଟାପିଟାବା ଅପରାଧ। ତେଣୁ ଗଛ ଆମକୁ ଜୀବନ ସହ ଖାଇବାକୁ ଫଳ ମୂଳ ଦେଉଛି। ତେଣୁ ଗଛ ବଞ୍ଚାଇବା ଆମ ସମସ୍ତଙ୍କ ଦାୟିତ୍ୱ।
ବିଳାସିନୀ ନାୟକ  (ସମାଜିକ କର୍ମୀ)
ଆମେ ଗତ ମେ’ ମାସରେ ଗଛରୁ କଣ୍ଟା ହଟାଇଥିଲୁ। ଏବେ ପରୀକ୍ଷା ସମୟ ଥିବାରୁ ବିଜ୍ଞାପନ ପାଇ ଗଛରେ କଣ୍ଟା ପିଟି ନଷ୍ଟ କରାଯାଉଛି। ଏଭଳି ଯେଉଁମାନେ କରୁଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମାଧବ ଚନ୍ଦ୍ର ବେହେରା (ବନାଞ୍ଚଳ ଅଧିକାରୀ, ଦାରିଙ୍ଗବାଡି ବନାଞ୍ଚଳ )
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଞ୍ଜନଗର: ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼, ଉତ୍ସବମୁଖର …

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ପବିତ୍ର ଗଣେଶ ପୂଜା ଅବସରରେ ଭଞ୍ଜନଗର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଏକ ଆନନ୍ଦଉଲ୍ଲାସ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତ ଦୁଇଦିନ…

ପରିବାର ସହ ନୂଆଁଖାଇ ପାଳିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର; ନୂଆଁଖାଇ ଜୁହାର ଭେଟ ହୋଇ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀର,୧୫ା୯ (ବୀରେନ୍ଦ୍ର କୁମାର ଝାଙ୍କର): ପବିତ୍ର ନୂଆଁଖାଇ ଅବସରରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ପରିବାର ସହ ନବାନ୍ନ ଭକ୍ଷଣ କରିବା ପରେ ନିଜ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ସଜନା ଶାଗ ତୋଳିବା ହେଲା କାଳ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩୦ ବର୍ଷୀୟ ଯୁବକଙ୍କ ଜୀବନ

କୋରାପୁଟ,୧୫।୯(ଅମିତାଭ ବେହେରା): ସଜନା ଶାଗ ତୋଳିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। ଅସାବଧାନତାର ଏକ ମୁହୂର୍ତ୍ତ ଜଣେ ଯୁବକଙ୍କ ଜୀବନରେ କାଳ ସାଜିଛି। ୧୧ କେଭି ବିଦ୍ୟୁତ୍…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ପ୍ରଫେସର କୃତ୍ତିବାସ ବିଶ୍ୱାଳଙ୍କୁ ‘ଭଞ୍ଜଶ୍ରୀ ଶ୍ରୀଧର ଶତପଥୀ ସ୍ମୃତି ସମ୍ମାନ’

ଭଞ୍ଜନଗର,୧୫।୯ (ବାବୁଲା ପ୍ରଧାନ): ଘୁମୁସର ମାଟିର ବିଶିଷ୍ଟ ଜ୍ୟୋତିଷ, ଭଞ୍ଜ ସାହିତ୍ୟ ଗବେଷକ ତଥା ପ୍ରତିଷ୍ଠିତ ସାହିତ୍ୟିକ ଭଞ୍ଜଶ୍ରୀ ପଣ୍ଡିତ ଶ୍ରୀଧର ଶତପଥୀଙ୍କ ୧୧୩ତମ ଜୟନ୍ତୀ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?