ବ୍ୟାନର, ପୋଷ୍ଟର ପାଇଁ ଗଛରେ କଣ୍ଟାପିଟା, ସବୁ ଦେଖି ବନ ବିଭାଗ ଚୁପ

ଦାରିଙ୍ଗବାଡ଼ି,୨୦ା୨(ଅରୁଣ ସାହୁ): ଦାରିଙ୍ଗବାଡ଼ି ବନାଞ୍ଚଳର ଜାତୀୟ ରାଜପଥ ସମେତ ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛରେ ବ୍ୟାନର, ପୋଷ୍ଟର ପାଇଁ ଗଛରେ କଣ୍ଟାପିଟା କରାଯାଉଛି। ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ପକ୍ଷରୁ ନିଜର ପ୍ରଚାର ପ୍ରସାର ପାଇଁ ଏଭଳି ଗଛକୁ କଣ୍ଟାପିଟା ଯାଇ ନଷ୍ଟ କରାଯାଉଥିବା ବେଳେ ସବୁ ଦେଖି ବନ ବିଭାଗ ଚୁପ ରହିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏବେ ପରୀକ୍ଷାର ବେଳ ଏହା ପରେ ଅନ୍ୟାନ୍ୟ ଶ୍ରେଣୀ ପାଇଁ ନାମ ଲେଖା ଚାଲିବ। ତେବେ ଜିଲା ଓ ଜିଲା ବାହାରୁ ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ନିଜ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନାମ ଲେଖେଇବାକୁ ବିଜ୍ଞାପନ ପୋଷ୍ଟର, ବ୍ୟାନର ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। କିନ୍ତୁ ତାକୁ ରାସ୍ତା କଡ଼ରେ ରହିଥିବା ବଡ଼ବଡ଼ ଗଛରେ ବ୍ୟାନର ଗୁଡ଼ିକୁ କଣ୍ଟାପିଟି ଗଛକୁ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ଏହି ସବୁ ରାସ୍ତା କଡ଼ରେ ରହିଥିବା ଗଛ ଗୁଡିକରେ ଶହ ଶହ ବ୍ୟାନର ପୋଷ୍ଟର କଣ୍ଟାପିଟା ଯାଇଥିବା ବନ ଅଧିକାରୀ, ବନ କର୍ମଚାରି ଦେଖିଲେ ମଧ୍ୟ ନିରବ ବସିଛନ୍ତି। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଦାରିଙ୍ଗବାଡ଼ି ସମେତ ସିମନବାଡ଼ି, ଶ୍ରାନିକେତା, ବୁଡ଼ାଗୁଡା, କିରିକୁଟି, ବାଡାବାଙ୍ଗା, ସିଆଙ୍ଗବାଲି, ଭ୍ରମରବାଡ଼ି ଆଦି ଅଞ୍ଚଳରେ ଗଛରେ କଣ୍ଟାପିଟା ଯାଇଛି। ଏନେଇ କଣ୍ଟାପିଟା କାର୍ଯ୍ୟରେ ଲିପ୍ତ ଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ଏମାନେ କହନ୍ତି…

ଦାରିଙ୍ଗବାଡି ଏକ ପର୍ଯ୍ୟଟନକ୍ଷେତ୍ର ଏଠାକାର ଜଳବାୟୁ ଓ ଜଙ୍ଗଲ, ପରିବେଶ ଦେଖିବାକୁ ଆସୁଥିବା ପର୍ଯ୍ୟଟକ ଏବେ ଜଙ୍ଗଲ ନଷ୍ଟ ଓ ଗଛରେ କଣ୍ଟାପିଟା ଦେଖି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଗଛରେ କଣ୍ଟାପିଟା ହୋଇଥିବା ଆମ ନଜରରେ ପଡୁଛି। କିନ୍ତୁ ବନ ବିଭାଗ ସବୁ ଦେଖି ନିରବ ରହିଥିବା ଦୁର୍ଭାଗ୍ୟ ଜନକ।
ମାଥିଆସ ଦିଗାଲ (ସ୍ଥାନୀୟ ବାସିନ୍ଦା)
ବଡ଼ ଦୁଃଖର ବିଷୟ ବୃକ୍ଷ ଆମ ଜୀବନ ରକ୍ଷା କରୁଛି। କିନ୍ତୁ ଆମେ ତାକୁ କଣ୍ଟା କଷ୍ଟ ଦେଉଛେ। ଏଥିପାଇଁ ଜଙ୍ଗଲ ଧୀରେ ଧୀରେ ନଷ୍ଟ ହେଉଛି। ତେଣୁ ବନ ବିଭାଗ ଦୃଷ୍ଟି ଦେଇ ଶୀଘ୍ର ଏହାକୁ ବନ୍ଦ କରିବା ସହ ତୃଣମୂଳସ୍ତରରୁ ରୋକିବା ଦିଗରେ ଚେତନ କରିବା ଜରୁରୀ।
ସାରଦା ଚରଣ ବଳିୟାର ସିଂ (ସ୍ଥାନୀୟ ବାସିନ୍ଦା )
ସରକାର ମା’ପାଇଁ ଗଛଟିଏ ସ୍ଲେ୍‌ାଗାନ ଦେଉଛନ୍ତି। କିନ୍ତୁ ବାସ୍ତବରେ ସେହି ଜୀବନ ଧରିଥିବା ବୃକ୍ଷ ଏବେ ବିପଦରେ। ତେଣୁ ଯେଉଁମାନେ ବୃକ୍ଷକୁ କଣ୍ଟା ପିଟୁଛନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏଥିପାଇଁ ସରକାର ଏକ ନିୟମ ଆଣିବା ଦରକାର। ପ୍ରଚାର ପ୍ରସାର ପାଇଁ ଗଛକୁ କଣ୍ଟାପିଟାବା ଅପରାଧ। ତେଣୁ ଗଛ ଆମକୁ ଜୀବନ ସହ ଖାଇବାକୁ ଫଳ ମୂଳ ଦେଉଛି। ତେଣୁ ଗଛ ବଞ୍ଚାଇବା ଆମ ସମସ୍ତଙ୍କ ଦାୟିତ୍ୱ।
ବିଳାସିନୀ ନାୟକ  (ସମାଜିକ କର୍ମୀ)
ଆମେ ଗତ ମେ’ ମାସରେ ଗଛରୁ କଣ୍ଟା ହଟାଇଥିଲୁ। ଏବେ ପରୀକ୍ଷା ସମୟ ଥିବାରୁ ବିଜ୍ଞାପନ ପାଇ ଗଛରେ କଣ୍ଟା ପିଟି ନଷ୍ଟ କରାଯାଉଛି। ଏଭଳି ଯେଉଁମାନେ କରୁଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମାଧବ ଚନ୍ଦ୍ର ବେହେରା (ବନାଞ୍ଚଳ ଅଧିକାରୀ, ଦାରିଙ୍ଗବାଡି ବନାଞ୍ଚଳ )
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରିପବ୍ଲିକାନ୍‌-ସମର୍ଥିତ ଗୋଷ୍ଠୀଗୁଡ଼ିକୁ ଏଲନ୍‌ ମସ୍କଙ୍କ ୪୪୫.୭୭ ମିଲିୟନ ଡଲାର ସହାୟତା

ଓ୍ବାଶିଂଟନ, ୧।୧୧: ୨୯ ଅକ୍ଟୋବର ୨୦୨୬ ସୁଦ୍ଧା ଉପଲବ୍ଧ ଫେଡେରାଲ ଇଲେକ୍ସନ କମିଶନ ତଥ୍ୟ ଅନୁଯାୟୀ କୋଟିପତି ଶିଳ୍ପୋଦ୍ୟୋଗୀ ଏଲନ୍‌ ମସ୍କ ୨୦୨୫ରୁ ରିପବ୍ଲିକାନ-ସମର୍ଥିତ ରାଜନୈତିକ ଆକ୍ସନ…

ବାତ୍ୟାଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବ୍ରହ୍ମପୁର ଏମ୍‌ପି

ଦିଗପହଣ୍ଡି,୩୧।୧୦(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ଏମ୍‌ପି ଡ.ପ୍ରଦୀପ ପାଣିଗ୍ରାହୀ ଶନିବାର ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ବାତ୍ୟା ଅର୍ଣ୍ଣବର କରାଳ ରୂପରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଗ୍ରାମ…

ଜିଲାପାଳଙ୍କ ସହ ଆଲୋଚନା କଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଛତ୍ରପୁର, ୩୧ା୧୦(ଦିଲୀପ ସାମଲ): ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ…

ଧୋଇଗଲା ବିଜୁ ସେତୁ ରାସ୍ତା, ତିନି ଖଣ୍ଡ ଗାଁ ଲୋକେ ହନ୍ତସନ୍ତ

ମୋହନା,୩୧ା୧୦(ମନ୍ମଥ ମିଶ୍ର): ତିନି ଖଣ୍ଡ ଗାଁକୁ ସଂଯୋଗ କରୁଥିବା ବିଜୁ ସେତୁ ଏବେ ବିପଦସଙ୍କୁଳ ଅବସ୍ଥାରେ। ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ବ୍ରିଜ୍‌ ରାସ୍ତା ସହ ପ୍ରୋଟେକ୍ସନ ଗାଡ଼ୱାଲ…

ଗଞ୍ଜାମରେ ରବିବାର ଛୁଟି ବାତିଲ

ଛତ୍ରପୁର,୩୧ା୧୦(ଦିଲୀପ ସାମଲ): ଗଞ୍ଜାମ ଜିଲାରେ ବର୍ଷା ଆଶଙ୍କା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ୨ଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି ହୋଇଛି। ଛାତ୍ରୀଛାତ୍ରଙ୍କ…

କନ୍ଧମାଳରେ ସରକାରୀ ଛୁଟି ବାତିଲ, ରବିବାର ଖୋଲା ରହିବ କାର୍ଯ୍ୟାଳୟ

ଫୁଲବାଣୀ,୩୧ା୧୦(ରାକେଶ କୁମାର ରାଉତ): ବାତ୍ୟା ଜନିତ କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ ତଥା ଆଗକୁ ଆସୁଥିବା ଅନ୍ୟ ଏକ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ କନ୍ଧମାଳ ଜିଲାପାଳ ୧…

ବେଆଇନ ଗ୍ୟାସ୍‌ ମହଜୁଦ୍‌ ଉପରେ ଯୋଗାଣ ବିଭାଗର ଚଢ଼ାଉ, ୨୨୯ ଘରୋଇ ସିଲିଣ୍ଡର ଜବତ

ଖୋର୍ଦ୍ଧା,୩୧ା୧୦(ପ୍ରଭାତ ପାଣିଗ୍ରାହୀ): ଘରୋଇ ରନ୍ଧନ ଗ୍ୟାସ୍‌ ସିଲିଣ୍ଡରର ବେଆଇନ ମହଜୁଦ ଓ କଳାବଜାର ଉପରେ ଖୋର୍ଦ୍ଧା ଜିଲା ଯୋଗାଣ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି। ଭୁବନେଶ୍ୱର…

ଆଜମ ଖାନ୍‌ଙ୍କୁ ଗିରଫ କଲା ED: ଅଖିଳେଶ କହିଲେ…

ଲକ୍ଷ୍ନୌ,୩୧।୧୦: ଉତ୍ତର ପ୍ରଦେଶର ରାମପୁରରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ୍‌ ଖାନଙ୍କୁ ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ(ED) ଶନିବାର ଗିରଫ କରିଛି। ରାମପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?