ଭୁବନେଶ୍ୱର,୨।୧୨(ଅନିଲ ଦାସ): କାର୍ତ୍ତିକ ଯାଇ ମାର୍ଗଶିର ମାସ ହେଲା। ଘୋଡ଼େଇ ହେବାକୁ କମ୍ବଳ ଦରକାର ପଡ଼ିଲା ନାହିଁ। ଶୀତବସ୍ତ୍ର ମଧ୍ୟ ବାକ୍ସରୁ ବାହାରିଲା ନାହିଁ। ନଭେମ୍ବରରେ ଚୈତ୍ର ମାସ ଭଳି ଗରମ ଅନୁଭୂତ ହେଲା। ରାତିରେ ହାଲୁକା ଶୀତ ପଡୁଥିଲେ ମଧ୍ୟ ବିନା ପଙ୍ଖାରେ ଶୋଇହେଉ ନାହିଁ। ଦିନରେ ମଧ୍ୟ ପାରଦ ୩୨ ଡିଗ୍ରୀ ସେଲ୍ସିୟସକୁ ଟପିଯାଉଛି। ଶୀତ ହେଉ ନ ଥିବାରୁ ରାଜ୍ୟରେ ଏକପ୍ରକାର ଅସ୍ବାଭାବିକ ପରିବେଶ ସୃଷ୍ଟି ହୋଇଛି। ଚଳିତ ବର୍ଷ ଆଉ ହାଡ଼ଭଙ୍ଗା ଶୀତ ହେବ ନାହିଁ। ଜାନୁୟାରୀ ଶେଷ ସପ୍ତାହରୁ ଗରମ ଆରମ୍ଭ ହୋଇଯିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କଲାଣି। ଶୁକ୍ରବାର ବିଭାଗ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ଡିସେମ୍ବରରୁ ଫେବୃୟାରୀ ଶେଷ ପର୍ଯ୍ୟନ୍ତ ସମଗ୍ର ଦେଶରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଉପରେ ରହିବ। କେବଳ କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ଭାରତର କିଛି ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ସବୁ ସ୍ଥାନରେ ସର୍ବନିମ୍ନ ତାପମାତ୍ର ସ୍ବାଭାବିକଠାରୁ ଉପରେ ରହିବ। ପ୍ରଶାନ୍ତ ମହାସାଗରରେ ଏଲ୍-ନିନ୍ୟୋ ରହିଥିବାରୁ ଚଳିତ ବର୍ଷ ଏହା ଭାରତୀୟ ଜଳବାୟୁକୁ ପ୍ରଭାବିତ କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଭାରତ ମହାସାଗରର ଉପରିଭାଗ ଜଳର ତାପମାତ୍ରା ବୃଦ୍ଧି ହେଉଥିବାରୁ ଜଳବାୟୁ ପ୍ରଭାବିତ ହୋଇଛି। ଏଥିଯୋଗୁ ମଧ୍ୟ ଶୀତର ପ୍ରକୋପ ବଢୁନାହିଁ। ରାଜ୍ୟରେ ନଭେମ୍ବରରୁ ଫେବୃୟାରୀ ଯାଏ ୪ ମାସ ଶୀତ ଅନୁଭୂତ ହୋଇଥାଏ। ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। କେବଳ ଡିସେମ୍ବରରେ କିଛିଦିନ ଶୀତ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଚଳିତ ବର୍ଷ ଶୀତ ଲହର ଆସିବା ସମ୍ଭାବନା କମ ରହିଛି। ନଭେମ୍ବର ଶେଷ ହୋଇଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳକୁ ଖସୁନାହିଁ। ବଙ୍ଗୋପସାଗରରେ ବାରମ୍ବାର ବାତ୍ୟା ସୃଷ୍ଟି ହେବା ଯୋଗୁ ରାଜ୍ୟରେ ଅଧିକାଂଶ ଦିନ ଆକାଶ ମେଘାଚ୍ଛନ୍ନ ରହୁଛି। ନଭେମ୍ବରରୁ ଡିସେମ୍ବର ୧ ତାରିଖ ଯାଏ ବଙ୍ଗୋପସାଗରରେ ୩ଟି ବାତ୍ୟା ସୃଷ୍ଟି ହେଲାଣି। ଆଉ ଏକ ବାତ୍ୟା ଦକ୍ଷିଣ ଆଣ୍ଡାମାନ ଉପକୂଳରେ ଦାନା ବାନ୍ଧୁଛି। ଏଥିଯୋଗୁ ଡିସେମ୍ବର ଦ୍ୱିତୀୟ ସପ୍ତାହ ଯାଏ ଶୀତର ପ୍ରକୋପ ବଢିବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ନଭେମ୍ବରରୁ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ବାୟୁ ପ୍ରବାହ ହୋଇଥାଏ। ତେବେ ଚଳିତ ବର୍ଷ ପୂର୍ବ ଦିଗରୁ ବାୟୁ ପ୍ରବାହ ଜାରି ରହିଥିବାରୁ ରାଜ୍ୟରେ ପାରଦ ତଳମୁହଁା ହେଉନାହିଁ। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଶୁକ୍ରବାର କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୨ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ପାରଦ ଏହା ଉପରେ ରହିଛି। ସର୍ବୋଚ୍ଚ ତାପମାତ୍ରା ମଧ୍ୟ ୩୨ ଡିଗ୍ରୀ ଉପରେ ରହୁଛି। ଚଳିତ ବର୍ଷ ଶୀତଦିନ କମିବା ଏକପ୍ରକାର ସ୍ପଷ୍ଟ ହେଲାଣି। ଶୀତ ହ୍ରାସର ପ୍ରଭାବ ରାଜ୍ୟରେ ଚାଷ ଉପରେ ପଡ଼ିବ। ପନିପରିବା ଓ ରବି ଜାତୀୟ ଫସଲ ଉତ୍ପାଦନ ହ୍ରାସ ପାଇବା ନେଇ କୃଷି ବିଶେଷଜ୍ଞ ଆଶଙ୍କା କରିଛନ୍ତି।
ଦିନିକିଆ ଅଧିନାୟକ ପଦରୁ ଗିଲ୍ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା
ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...
ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍କୁ ଧକ୍କା ଦେଲା କାର୍,ପରେ…
ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...
୩ ଲକ୍ଷ ପାର୍ କରିବ ସୁନା ଦାମ୍! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ
ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...
ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍ ଲୁଟିନେଲେ ଯୁବକ, ଆଉ ତା’ପରେ…
ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍ ଲୁଟି ଫେରାର୍ ହୋଇଯାଇଛନ୍ତି।...
ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ
ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...
ହୋଟେଲ ଭମର୍ସ ସିଲ୍ କଲା ପୌର ପ୍ରଶାସନ
ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...
ଆଉ ୨ ଦିନ ପରେ କ୍ରିସ୍ମାସ
ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...
ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍ ଆମ….
ଭୁବନେଶ୍ୱର,୨୨।୧୨: ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...
Archives


