ଏ ବର୍ଷ ହେବନି ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର,୨।୧୨(ଅନିଲ ଦାସ): କାର୍ତ୍ତିକ ଯାଇ ମାର୍ଗଶିର ମାସ ହେଲା। ଘୋଡ଼େଇ ହେବାକୁ କମ୍ବଳ ଦରକାର ପଡ଼ିଲା ନାହିଁ। ଶୀତବସ୍ତ୍ର ମଧ୍ୟ ବାକ୍ସରୁ ବାହାରିଲା ନାହିଁ। ନଭେମ୍ବରରେ ଚୈତ୍ର ମାସ ଭଳି ଗରମ ଅନୁଭୂତ ହେଲା। ରାତିରେ ହାଲୁକା ଶୀତ ପଡୁଥିଲେ ମଧ୍ୟ ବିନା ପଙ୍ଖାରେ ଶୋଇହେଉ ନାହିଁ। ଦିନରେ ମଧ୍ୟ ପାରଦ ୩୨ ଡିଗ୍ରୀ ସେଲ୍‌ସିୟସକୁ ଟପିଯାଉଛି। ଶୀତ ହେଉ ନ ଥିବାରୁ ରାଜ୍ୟରେ ଏକପ୍ରକାର ଅସ୍ବାଭାବିକ ପରିବେଶ ସୃଷ୍ଟି ହୋଇଛି। ଚଳିତ ବର୍ଷ ଆଉ ହାଡ଼ଭଙ୍ଗା ଶୀତ ହେବ ନାହିଁ। ଜାନୁୟାରୀ ଶେଷ ସପ୍ତାହରୁ ଗରମ ଆରମ୍ଭ ହୋଇଯିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କଲାଣି। ଶୁକ୍ରବାର ବିଭାଗ ପକ୍ଷରୁ ଜାରି ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ଡିସେମ୍ବରରୁ ଫେବୃୟାରୀ ଶେଷ ପର୍ଯ୍ୟନ୍ତ ସମଗ୍ର ଦେଶରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଉପରେ ରହିବ। କେବଳ କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ଭାରତର କିଛି ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ସବୁ ସ୍ଥାନରେ ସର୍ବନିମ୍ନ ତାପମାତ୍ର ସ୍ବାଭାବିକଠାରୁ ଉପରେ ରହିବ। ପ୍ରଶାନ୍ତ ମହାସାଗରରେ ଏଲ୍‌-ନିନ୍ୟୋ ରହିଥିବାରୁ ଚଳିତ ବର୍ଷ ଏହା ଭାରତୀୟ ଜଳବାୟୁକୁ ପ୍ରଭାବିତ କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଭାରତ ମହାସାଗରର ଉପରିଭାଗ ଜଳର ତାପମାତ୍ରା ବୃଦ୍ଧି ହେଉଥିବାରୁ ଜଳବାୟୁ ପ୍ରଭାବିତ ହୋଇଛି। ଏଥିଯୋଗୁ ମଧ୍ୟ ଶୀତର ପ୍ରକୋପ ବଢୁନାହିଁ। ରାଜ୍ୟରେ ନଭେମ୍ବରରୁ ଫେବୃୟାରୀ ଯାଏ ୪ ମାସ ଶୀତ ଅନୁଭୂତ ହୋଇଥାଏ। ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। କେବଳ ଡିସେମ୍ବରରେ କିଛିଦିନ ଶୀତ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଚଳିତ ବର୍ଷ ଶୀତ ଲହର ଆସିବା ସମ୍ଭାବନା କମ ରହିଛି। ନଭେମ୍ବର ଶେଷ ହୋଇଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳକୁ ଖସୁନାହିଁ। ବଙ୍ଗୋପସାଗରରେ ବାରମ୍ବାର ବାତ୍ୟା ସୃଷ୍ଟି ହେବା ଯୋଗୁ ରାଜ୍ୟରେ ଅଧିକାଂଶ ଦିନ ଆକାଶ ମେଘାଚ୍ଛନ୍ନ ରହୁଛି। ନଭେମ୍ବରରୁ ଡିସେମ୍ବର ୧ ତାରିଖ ଯାଏ ବଙ୍ଗୋପସାଗରରେ ୩ଟି ବାତ୍ୟା ସୃଷ୍ଟି ହେଲାଣି। ଆଉ ଏକ ବାତ୍ୟା ଦକ୍ଷିଣ ଆଣ୍ଡାମାନ ଉପକୂଳରେ ଦାନା ବାନ୍ଧୁଛି। ଏଥିଯୋଗୁ ଡିସେମ୍ବର ଦ୍ୱିତୀୟ ସପ୍ତାହ ଯାଏ ଶୀତର ପ୍ରକୋପ ବଢିବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ନଭେମ୍ବରରୁ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ବାୟୁ ପ୍ରବାହ ହୋଇଥାଏ। ତେବେ ଚଳିତ ବର୍ଷ ପୂର୍ବ ଦିଗରୁ ବାୟୁ ପ୍ରବାହ ଜାରି ରହିଥିବାରୁ ରାଜ୍ୟରେ ପାରଦ ତଳମୁହଁା ହେଉନାହିଁ। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଶୁକ୍ରବାର କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୨ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ପାରଦ ଏହା ଉପରେ ରହିଛି। ସର୍ବୋଚ୍ଚ ତାପମାତ୍ରା ମଧ୍ୟ ୩୨ ଡିଗ୍ରୀ ଉପରେ ରହୁଛି। ଚଳିତ ବର୍ଷ ଶୀତଦିନ କମିବା ଏକପ୍ରକାର ସ୍ପଷ୍ଟ ହେଲାଣି। ଶୀତ ହ୍ରାସର ପ୍ରଭାବ ରାଜ୍ୟରେ ଚାଷ ଉପରେ ପଡ଼ିବ। ପନିପରିବା ଓ ରବି ଜାତୀୟ ଫସଲ ଉତ୍ପାଦନ ହ୍ରାସ ପାଇବା ନେଇ କୃଷି ବିଶେଷଜ୍ଞ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri