ଏଥର କଟକଣାରେ ଭସାଣି

ପୁରୀ ଅଫିସ,୨୪ା୧୦: ଶାରଦୀୟ ଦୁର୍ଗାପୂଜାର ସମସ୍ତ ରୀତିନୀତି କିପରି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବ ତାହା ଉପରେ ଗୁରୁତ୍ୱ ଦେଇଛି ପୁରୀ ଜିଲା ପ୍ରଶାସନ। ଚଳିତବର୍ଷ ମହାମାରୀ କରୋନା ପାଇଁ ସବୁକିଛି ନିରାଡ଼ମ୍ବର ଭାବେ କରାଯିବ। ମା’ ଦୁର୍ଗା ଓ ଗୋଷାଣି ପୂଜା ବିଭିନ୍ନ ମଣ୍ଡପରେ କଟକଣା ଭିତରେ ଚାଲିଛି। ଭସାଣି ମଧ୍ୟ ସରକାରୀ କଟକଣା ଏବଂ ହାଇକୋର୍ଟ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କରାଯିବ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଜଗନ୍ନାଥ ବଲ୍ଲଭ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାହିଯାତ କମିଟି ଓ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଯୋଗଦେଇଥିଲେ। ଜିଲାପାଳ ସିଂ ଏବଂ ଏସ୍‌ପି ଅଖିଳେଶ୍ୱର ସିଂ ସବୁ କମିଟିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପୂଜା କାର୍ଯ୍ୟ ସମ୍ପନ୍ନ କରିବାକୁ ଅନୁରୋଧ କରିଥିଲେ। ମହାମାରୀ କରୋନା ବିପଦ ଏ ପର୍ଯ୍ୟନ୍ତ ଟଳି ନାହିଁ। ତେଣୁ ସମସ୍ତଙ୍କୁ ଏଥିପ୍ରତି ନଜର ରଖିବାକୁ ପଡ଼ିିବ। ଏଥର ଭସାଣି ନିରାଡମ୍ବର ଭାବେ କରାଯିବ। କୌଣସି ବାଜା ବାଜିବ ନାହିଁ କି ଶୋଭାଯାତ୍ରା ହେବ ନାହିଁ। ଆଲୋକ ସାଜସଜା ମଧ୍ୟ ହେବନି। ମଙ୍ଗଳାଘାଟଠାରେ ସମସ୍ତ ମୂର୍ତ୍ତି ବିସର୍ଜନ କରାଯିବ। ଏଥିପାଇଁ ପୁରୀ ପୌରସଂସ୍ଥା ପକ୍ଷରୁ ଅସ୍ଥାୟୀ ପୋଖରୀ ପ୍ରସ୍ତୁତ କରାଯିବ। କୋଭିଡ୍‌ ଗାଇଡ଼ଲାଇନ ଅନୁପାଳନ କରାଯାଇ ଆସନ୍ତା ୨୭ ତାରିଖ ଏକାଦଶୀରେ ଭସାଣି କରାଯିବ। ସିଂହଦ୍ୱାର ସମ୍ମୁଖକୁ ସବୁ ମୂର୍ତ୍ତି ଆସିବେ। ଏକାଦଶୀ ଦୀପ ଉଠିବା ପରେ ଗୋଟିକ ପରେ ଗୋଟିଏ ମୂର୍ତ୍ତି ଭସାଣି ପାଇଁ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ଭବତାରଣ ସାହୁଙ୍କ ସମେତ ବିଭିନ୍ନ ଥାନା ଅଧିକାରୀ ଯୋଗଦେଇଥିଲେ।

ଗାଇଡ୍‌ଲାଇନ୍‌ ଅନୁପାଳନକୁ ବିଏମ୍‌ସିର ଗୁରୁତ୍ୱ

ଭୁବନେଶ୍ୱର, ୨୩ା୧୦ (ବ୍ୟୁରୋ): ଭୁବନେଶ୍ୱରରେ ସଂକ୍ରମଣ କମୁଥିଲେ ମଧ୍ୟ ଏବେ ବି ଜଟିଳ ସ୍ଥିତି ସୁଧୁରିନାହିଁ। ଦୁର୍ଗାପୂଜାରେ ଯେପରି ସଂକ୍ରମଣ ବୃଦ୍ଧି ନ ହେବ ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଗୁରୁତ୍ୱ ଦେବା ସହ ଏହା ଉପରେ ସ୍ବତନ୍ତ୍ର ନଜର ରଖିଛି। ଏଥିପାଇଁ ଶୁକ୍ରବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ସମସ୍ତ ପୂଜା କମିଟି ସହ ଆଲୋଚନା କରି ସହଯୋଗ ଲୋଡ଼ିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ ଅନୁପାଳନ କରିବାକୁ ସେ ନିବେଦନ କରିଛନ୍ତି।
ବିଏମ୍‌ସି ମୁଖ୍ୟାଳୟରେ ଆୟୋଜିତ ବୈଠକରେ କମିଶନର ଚୌଧାରୀ ଗାଇଡ୍‌ଲାଇନ୍‌ ସଂକ୍ରାନ୍ତରେ ପୂଜା କମିଟି କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଲେ, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ମା’ ଦୁର୍ଗାଙ୍କ ମୂର୍ତ୍ତିରେ ରାସାୟନିକ ପଦାର୍ଥ ବ୍ୟବହାରକୁ ବାରଣ କରାଯାଇଛି। ମଣ୍ଡପରେ ସ୍ବଚ୍ଛତା ବଜାୟ ରଖିବା ସହ ଆବଶ୍ୟକ ଡଷ୍ଟବିନ୍‌ର ବ୍ୟବସ୍ଥା କରିବା, ପୂଜା ପରେ କୃତ୍ରିମ ପୋଖରୀରେ ମା’ଙ୍କ ମୂର୍ତ୍ତିକୁ ବିସର୍ଜନ କରିବାକୁ ପରାମର୍ଶ ଦେଇଥିଲେ। ଏହି ମଧ୍ୟରେ ପରିବେଶ ବିଶେଷଜ୍ଞ, ଜୋନାଲ ଡେପୁଟି କମିଶନର, ଏନ୍‌ଜିଓ ସଦସ୍ୟ ଓ ପୂଜା କମିଟିର ବରିଷ୍ଠ ସଦସ୍ୟଙ୍କୁ ନେଇ ଗଠିତ ଟିମ୍‌ ଯାଞ୍ଚ ପ୍ରକ୍ରିୟା ଶେଷ କରିଛନ୍ତି। ନିୟମ ଖିଲାପ କରୁଥିବା ନଜରକୁ ଆସିଲେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜରିମାନା ଆଦାୟ କରିବାକୁ କମିଶନର ଚୌଧାରୀ ନିର୍ଦ୍ଦେଶ ଦେଇଛନ୍ତି। ବିଏମ୍‌ସି ମୁଖ୍ୟାଳୟରେ ଆୟୋଜିତ ଏହି ବୈଠକରେ ବିଭାଗୀୟ ଅନ୍ୟ ଅଧିକାରୀ ଓ ବିଭିନ୍ନ ପୂଜା କମିଟି ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri