ଏଥର କଟକଣାରେ ଭସାଣି

ପୁରୀ ଅଫିସ,୨୪ା୧୦: ଶାରଦୀୟ ଦୁର୍ଗାପୂଜାର ସମସ୍ତ ରୀତିନୀତି କିପରି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବ ତାହା ଉପରେ ଗୁରୁତ୍ୱ ଦେଇଛି ପୁରୀ ଜିଲା ପ୍ରଶାସନ। ଚଳିତବର୍ଷ ମହାମାରୀ କରୋନା ପାଇଁ ସବୁକିଛି ନିରାଡ଼ମ୍ବର ଭାବେ କରାଯିବ। ମା’ ଦୁର୍ଗା ଓ ଗୋଷାଣି ପୂଜା ବିଭିନ୍ନ ମଣ୍ଡପରେ କଟକଣା ଭିତରେ ଚାଲିଛି। ଭସାଣି ମଧ୍ୟ ସରକାରୀ କଟକଣା ଏବଂ ହାଇକୋର୍ଟ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କରାଯିବ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଜଗନ୍ନାଥ ବଲ୍ଲଭ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାହିଯାତ କମିଟି ଓ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଯୋଗଦେଇଥିଲେ। ଜିଲାପାଳ ସିଂ ଏବଂ ଏସ୍‌ପି ଅଖିଳେଶ୍ୱର ସିଂ ସବୁ କମିଟିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପୂଜା କାର୍ଯ୍ୟ ସମ୍ପନ୍ନ କରିବାକୁ ଅନୁରୋଧ କରିଥିଲେ। ମହାମାରୀ କରୋନା ବିପଦ ଏ ପର୍ଯ୍ୟନ୍ତ ଟଳି ନାହିଁ। ତେଣୁ ସମସ୍ତଙ୍କୁ ଏଥିପ୍ରତି ନଜର ରଖିବାକୁ ପଡ଼ିିବ। ଏଥର ଭସାଣି ନିରାଡମ୍ବର ଭାବେ କରାଯିବ। କୌଣସି ବାଜା ବାଜିବ ନାହିଁ କି ଶୋଭାଯାତ୍ରା ହେବ ନାହିଁ। ଆଲୋକ ସାଜସଜା ମଧ୍ୟ ହେବନି। ମଙ୍ଗଳାଘାଟଠାରେ ସମସ୍ତ ମୂର୍ତ୍ତି ବିସର୍ଜନ କରାଯିବ। ଏଥିପାଇଁ ପୁରୀ ପୌରସଂସ୍ଥା ପକ୍ଷରୁ ଅସ୍ଥାୟୀ ପୋଖରୀ ପ୍ରସ୍ତୁତ କରାଯିବ। କୋଭିଡ୍‌ ଗାଇଡ଼ଲାଇନ ଅନୁପାଳନ କରାଯାଇ ଆସନ୍ତା ୨୭ ତାରିଖ ଏକାଦଶୀରେ ଭସାଣି କରାଯିବ। ସିଂହଦ୍ୱାର ସମ୍ମୁଖକୁ ସବୁ ମୂର୍ତ୍ତି ଆସିବେ। ଏକାଦଶୀ ଦୀପ ଉଠିବା ପରେ ଗୋଟିକ ପରେ ଗୋଟିଏ ମୂର୍ତ୍ତି ଭସାଣି ପାଇଁ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ଭବତାରଣ ସାହୁଙ୍କ ସମେତ ବିଭିନ୍ନ ଥାନା ଅଧିକାରୀ ଯୋଗଦେଇଥିଲେ।

ଗାଇଡ୍‌ଲାଇନ୍‌ ଅନୁପାଳନକୁ ବିଏମ୍‌ସିର ଗୁରୁତ୍ୱ

ଭୁବନେଶ୍ୱର, ୨୩ା୧୦ (ବ୍ୟୁରୋ): ଭୁବନେଶ୍ୱରରେ ସଂକ୍ରମଣ କମୁଥିଲେ ମଧ୍ୟ ଏବେ ବି ଜଟିଳ ସ୍ଥିତି ସୁଧୁରିନାହିଁ। ଦୁର୍ଗାପୂଜାରେ ଯେପରି ସଂକ୍ରମଣ ବୃଦ୍ଧି ନ ହେବ ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଗୁରୁତ୍ୱ ଦେବା ସହ ଏହା ଉପରେ ସ୍ବତନ୍ତ୍ର ନଜର ରଖିଛି। ଏଥିପାଇଁ ଶୁକ୍ରବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ସମସ୍ତ ପୂଜା କମିଟି ସହ ଆଲୋଚନା କରି ସହଯୋଗ ଲୋଡ଼ିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ ଅନୁପାଳନ କରିବାକୁ ସେ ନିବେଦନ କରିଛନ୍ତି।
ବିଏମ୍‌ସି ମୁଖ୍ୟାଳୟରେ ଆୟୋଜିତ ବୈଠକରେ କମିଶନର ଚୌଧାରୀ ଗାଇଡ୍‌ଲାଇନ୍‌ ସଂକ୍ରାନ୍ତରେ ପୂଜା କମିଟି କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଲେ, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ମା’ ଦୁର୍ଗାଙ୍କ ମୂର୍ତ୍ତିରେ ରାସାୟନିକ ପଦାର୍ଥ ବ୍ୟବହାରକୁ ବାରଣ କରାଯାଇଛି। ମଣ୍ଡପରେ ସ୍ବଚ୍ଛତା ବଜାୟ ରଖିବା ସହ ଆବଶ୍ୟକ ଡଷ୍ଟବିନ୍‌ର ବ୍ୟବସ୍ଥା କରିବା, ପୂଜା ପରେ କୃତ୍ରିମ ପୋଖରୀରେ ମା’ଙ୍କ ମୂର୍ତ୍ତିକୁ ବିସର୍ଜନ କରିବାକୁ ପରାମର୍ଶ ଦେଇଥିଲେ। ଏହି ମଧ୍ୟରେ ପରିବେଶ ବିଶେଷଜ୍ଞ, ଜୋନାଲ ଡେପୁଟି କମିଶନର, ଏନ୍‌ଜିଓ ସଦସ୍ୟ ଓ ପୂଜା କମିଟିର ବରିଷ୍ଠ ସଦସ୍ୟଙ୍କୁ ନେଇ ଗଠିତ ଟିମ୍‌ ଯାଞ୍ଚ ପ୍ରକ୍ରିୟା ଶେଷ କରିଛନ୍ତି। ନିୟମ ଖିଲାପ କରୁଥିବା ନଜରକୁ ଆସିଲେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜରିମାନା ଆଦାୟ କରିବାକୁ କମିଶନର ଚୌଧାରୀ ନିର୍ଦ୍ଦେଶ ଦେଇଛନ୍ତି। ବିଏମ୍‌ସି ମୁଖ୍ୟାଳୟରେ ଆୟୋଜିତ ଏହି ବୈଠକରେ ବିଭାଗୀୟ ଅନ୍ୟ ଅଧିକାରୀ ଓ ବିଭିନ୍ନ ପୂଜା କମିଟି ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ ମହଙ୍ଗା ପଡ଼ିଲା ପ୍ରଧାନଶିକ୍ଷକ ନିଲମ୍ବିତ

ପାତ୍ରପୁର, ୧୮ା୯(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଣ୍ଡୁରା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ…

ଛତ୍ରପୁର କଲେଜ ଛକରେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌

ଛତ୍ରପୁର, ୧୮/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର କଲେଜ ଛକରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ସ୍କୁଟିକୁ ଧକ୍କା…

ଶାଶୁଙ୍କୁ ଛୁରିରେ ଆକ୍ରମଣ କଲେ ବୋହୁ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୧୮।୯( ଦ୍ବିତୀକୃଷ୍ଣ ପଣ୍ଡା): ପାରିବାରିକ କଳହକୁ କେନ୍ଦ୍ରକରି ଶାଶୁଙ୍କୁ ଛୁରିରେ ଆକ୍ରମଣ କରିବା ଅଭିଯୋଗରେ ବୋହୁ ଗିରଫ ହୋଇଛନ୍ତି। ସେ ହେଲେ ଭାରତୀ ସାହୁ। କରୁଣାକର ମାର୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?