‘ରାମାୟଣ’ ଧାରାବାହିକରେ କୁମ୍ଭୀର ସହ ଏମିତି ହୋଇଥିଲା ହନୁମାନଙ୍କ ଲଢ଼େଇ, ଜାଣନ୍ତୁ କିପରି ଓକେ ହେଲା ଶଟ୍‌

ମୁମ୍ବାଇ: ରାମାୟଣ ଧାରାବାହିକ ତ ଅଧିକାଂଶ ଲୋକ ଦେଖିଥିବେ। ମାତ୍ର ଏହାର ଗୋଟିଏ ଗୋଟିଏ ସିନ୍‌ ବା ଦୃଶ୍ୟ ଶୁଟିଂ ପାଇଁ କଳାକାରଙ୍କୁ ଯେ କେତେ କଷ୍ଟ ସହିବାକୁ ପଡ଼େ ତାହା ଖୁବ୍‌ କମ୍‌ ଲୋକ ଜାଣିଥାନ୍ତି। ତେବେ ରାମାୟଣ ଧାରାବାହିକରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନିଲ ଲହରୀ ଏହାର କିଛି ଦୃଶ୍ୟର ଫଟୋ, ଭିଡିଓ ପ୍ରଶଂସକଙ୍କ ପାଇଁ ଲଗାତର ସୋସିଆଲ ମିଡିଆରେ ଶେୟାର କରିଚାଲିଛନ୍ତି। ଏବେ ସୁନିଲ୍‌ ସୋସିଆଲ ମିଡିଆରେ ଆଉ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସମୁଦ୍ର ମଧ୍ୟରେ ହନୁମାନ ଏବଂ କୁମ୍ଭୀର ମଧ୍ୟରେ ଲଢ଼େଇ ହେଉଥିବା ଦୃଶ୍ୟ ରହିଛି। ସୁନିଲ ଏହି ସିନ୍‌ ସମ୍ପର୍କରେ ଏକ ରୋଚକପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି, ଯେତେବେଳେ ହନୁମାନ ସ୍ନାନ କରିବାକୁ ସମୁଦ୍ରକୁ ଯାଇଥିଲେ ଏହି ସମୟରେ କୁମ୍ଭୀର ସହ ଲଢ଼େଇ ହୋଇଥିଲା। ଏହାର କିଛି ଦୃଶ୍ୟ ରିୟଲ ବା ବାସ୍ତବ। ଯେତେବେଳେ କୁମ୍ଭୀରଟି ପାଣିରେ ପହଁରୁଥିଲା। ପରେ ଫାଇଟ୍‌ ଦୃଶ୍ୟରେ ଫାଇବରରେ ଏକ କୁମ୍ଭୀରର ବ୍ୟବହାର କରାଯାଇଥିଲା। ଏହି ଦୃଶ୍ୟ ପାଇଁ ଏକ ଛାଞ୍ଚ ପ୍ରସ୍ତୁତ କରାଯାଇଥିଲା। ଏହି ଛାଞ୍ଚରେ ଫାଇବରର ତରଳ ପଦାର୍ଥ ଢଳାଯାଇଥିଲା। ପରେ ଏହାକୁ ଏକ କୁମ୍ଭୀରର ଆକୃତି ଦିଆଯାଇଥିଲା। କିଛି ବାସ୍ତବ ଦୃଶ୍ୟ ଏବଂ ଆଉ କିଛି କୃତ୍ରିମ ଦୃଶ୍ୟକୁ ନେଇ ଶଟ୍‌ଟିକୁ ଓକେ କରାଯାଇଥିଲା।


All Right Reserved By Dharitri.Com

କଞ୍ଚା ଆମ୍ବ ଖାଇଲେ ଦୀପିକା: କ’ଣ ଖୁସି ଖବର ବୋଲି ପଚାରିଲେ ପ୍ରଶଂସକ

ବଲିଉଡ୍‌ର ଚର୍ଚ୍ଚିତ ଯୋଡି ମଧ୍ୟରୁ ଅନ୍ୟତମ ହେଉଛନ୍ତି ଦୀପିକା ପାଦୁକୋନ ଓ ରଣବୀର ସିଂହ। ପ୍ରଶଂସକମାନେ ଏହି ଯୋଡିକୁ ବେସ୍‌ ପସନ୍ଦ କରୁଛନ୍ତି। ଏହି ଯୋଡିଙ୍କ...

ଭୁଲରେ ଇନ୍‌ଷ୍ଟାଗ୍ରାମ୍‌ରେ ଲାଇଭ୍‌ ଆସିଗଲେ କଟ୍ରିନା

ଲକ୍‌ଡାଉନ୍‌ ଯୋଗୁ ବଲିଉଡ୍‌ କଳାକାରମାନେ ଘରେ ରହି ସମୟ ବିତାଉଛନ୍ତି। ଏହି ସମୟରେ ସେମାନେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଥିବା ଦେଖିବାକୁ ମିଳୁଛି। ଏଥିରୁ...

ଲକ୍‌ଡାଉନ୍‌ରେ ଗାଁରେ ଫସିଲେ ରତନ: ଚୁଲିରେ କରୁଛନ୍ତି ରୋଷେଇ

ଲକ୍‌ଡାଉନ୍‌ ପାଇଁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି। ଅନେକ ଲୋକ ଅଛନ୍ତି ଯୋଉଁମାନେ ନିଜ ଘରଠାରୁ ଦୂରେଇ ଅନ୍ୟ ସ୍ଥାନରେ ଫସି ରହିଛନ୍ତି। ଏମିତି...

‘କଂସ’କୁ ନେଇ ଆଶାବାଦୀ ବିନୋଦ

ଆଗଧାଡ଼ିର ଯାତ୍ରା ନିର୍ଦ୍ଦେଶକ ଲିଟିଲ ମାଷ୍ଟର ବିନୋଦ ରାଉତ। ତାଙ୍କ ନାଟକ ପ୍ରତି ଦର୍ଶକମାନଙ୍କର ସ୍ବତନ୍ତ୍ର ଅପେକ୍ଷା ରହିଥାଏ। ଚଳିତବର୍ଷ ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ବିନୋଦ...

ଆସିମ-ହିମାଂଶୀଙ୍କ ନୂଆ ମ୍ୟୁଜିକ୍‌ ଭିଡିଓର ପୋଷ୍ଟର ରିଲିଜ୍‌

ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ବିଗ୍‌ ବସ୍‌-୧୩’ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ ଆସିମ ରିୟାଜ ଏବଂ ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା। ଏହି ଯୋଡିଙ୍କୁ ମ୍ୟୁଜିକ...

ପରଲୋକରେ ଅଭିନେତା କୁଶଲ ପଞ୍ଜାବୀ

ମୁମ୍ବାଇ,୨୭।୧୨: ଟେଲି କଳାକାର କୁଶଲ ପଞ୍ଜାବୀଙ୍କର ୩୭ବର୍ଷ ବୟସରେ ମୃତ୍ୟୁ ହୋଇଛି। ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଶୁକ୍ରବାର ଦ୍ୱିପ୍ରହରେ ତାଙ୍କର...

କୃତିଙ୍କ ହେୟାର ମସାଜ୍‌ କରୁଛନ୍ତି ପୁଲକିତ

ମୁମ୍ବାଇ: କୃତି ଖରବନ୍ଦା ଏବଂ ପୁଲକିତ ସମ୍ରାଟ ଦୁହେଁ ଦୀର୍ଘ ଦିନ ହେବ ଲିଭ୍‌ ଇନ୍‌ ରିଲେଶନସିପ୍‌ରେ ରହୁଛନ୍ତି। କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌...

ଘାରିଛି ଅଭିନୟ ନିଶା

ସତରେ ଅଭିନୟ ନିଶା କେତେ ଗାଢ଼ ତାହା ଅନୁଭବୀ ହିଁ ଜାଣେ। ମେକ୍‌ଅପ୍‌ ନେଇ ମଞ୍ଚ ଉପରେ ପୁଣି ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ଜୀବନ୍ତ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *