ଏଥର ବି ତାଲିକାରେ ନାମନାହିଁ

ଲୋଇସିଂହା,୨୩।୧(ଡି.ଏନ.ଏ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପଞ୍ଚାୟତ ଅନ୍ତର୍ଗତ କେଉଁଟିପାଲିର ଫୁଲ ମୁଦୁଲି(୭୭)। ଏହି ବିଧବା ମହିଳାଙ୍କର କେହି ସାହାରା ନାହାନ୍ତି। ଝାଟିମାଟି ଘର ଭାଙ୍ଗି ମାଟିରେ ମିଶି ଯାଇଛି। କିଛି ବିକଳ୍ପ ନ ପାଇ ୨୦୨୧ ଜୁଲାଇ ମାସରୁ ସ୍ବଚ୍ଛ ଭାରତ ପାଇଖାନା ଘରେ ସେ ଆଶ୍ରୟ ନେଇଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ସଦ୍ୟ ପ୍ରକାଶିତ ଆବାସ ଯୋଜନା ହିତାଧିକାରୀ ତାଲିକାରେ ବି ତାଙ୍କ ନାମ ନାହିଁ। ଅସହାୟ ଜୀବନ ବିତାଉଥିବା ଫୁଲଙ୍କ ପ୍ରତି ପ୍ରଶାସନର ଉଦାସୀନତାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ା
ସ୍ବାମୀ ବୁଧୁ ,ଦୁଇପୁଅ ଏବଂ ଝିଅଙ୍କୁ ନେଇ ଥିଲା ଫୁଲଙ୍କ ପରିବାର। ସ୍ବାମୀ ଏବଂ ଦୁଇପୁଅଙ୍କର ଦୀର୍ଘଦିନ ହେଲାଣି ମୃତ୍ୟୁ ହୋଇଯାଇଛି। ବୋହୂ ଓ ନାତିନାତୁଣୀ ଅନ୍ୟତ୍ର ରହୁଛନ୍ତି। ଏକମାତ୍ର ଝିଅ ବାହା ହୋଇ ତା ଶାଶୁ ଘରେ ରହୁଛି। ଏପରିସ୍ଥଳେ ଫୁଲ ନିଃସଙ୍ଗ ଜୀବନ ବିତାଉଛନ୍ତି। ଓଳିଏ ଖାଇ ଆରଓଳି ଉପବାସ ରହୁଥିବା ଫୁଲଙ୍କ କ୍ଷେତ୍ରରେ ଭଙ୍ଗାଘର ସଜାଡିବା ସମ୍ଭବ ହେଉନି ା ଯେକୌଣସି ମୂର୍ତ୍ତରେ ଘର ଭାଙ୍ଗିପଡିବା ଭୟରେ ସେ ଜୁଲଇ ୨୦୨୧ରୁ ସ୍ବଚ୍ଛ ଭାରତ ଯୋଜାନରେ ପାଇଥିବା ପାଇଖାନରେ ଆଶ୍ରୟ ନେଇଥିଲେ। ଏହା ଲୋକଲୋଚନକୁ ଆସିବା ପରେ ୨୩ଜୁଲାଇ ୨୦୨୧ରେ ‘ଆବାସ ଯୋଜନା ସ୍ବପ୍ନ, ପାଇଖାନାରେ ଆଶ୍ରୟ ନେଇଛନ୍ତି ବୃଦ୍ଧା ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା ା ଏହାପରେ ଜିଲା ପ୍ରଶାସନ ପକ୍ଷରୁ ତପତ୍ରତା ଦେଖାଇଥିଲେ। ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବିଭାଗୀୟ କର୍ମଚାରୀ କେଉଁଟିପାଲି ଯାଇ ତଦନ୍ତ କରିଥିଲେ ା ଏହାପରେ ସମ୍ପୃକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରି ଏକ ଆଶ୍ରମରେ ରଖିବାକୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟାମ କରାଯାଇଥିଲା ା ହେଲେ ବୃଦ୍ଧା ଆଶ୍ରମକୁ ଯିବାକୁ ମନା କରି ଜଣେ ସମ୍ପର୍କୀୟଙ୍କ ଘରେ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ ା ପୂର୍ବରୁ ଖାଦ୍ୟ ସୁରକ୍ଷା ଯୋଜନାରେ ୫ କେଜି ପଡିଏସ୍‌ ବଦଳରେ ଏବେ ଅନ୍ତଦ୍ୟୋୟ ଯୋଜନାରେ ୩୫କେଜି ଚାଉଳ ଦିଆଯାଉଛି ା ବିଧବା ଭତ୍ତା ବାବଦକୁ ୫ଶହ ଟଙ୍କା ମିଳୁଛି। ସେତେବେଳର ଏହି ଘଟଣାକୁ ଆଧାର କରି ରାଜ୍ୟ ଆଇନସେବା ପ୍ରାଧିକରଣ ସହସମ୍ପାଦକ ରୁଦ୍ରପ୍ରକାଶ ନାୟକ ବଲାଙ୍ଗୀର ଜିଲା ସମ୍ପାଦକଙ୍କୁ ପତ୍ର ଲେଖଥିଲେ। ଜିଲା ପ୍ରଶାସନ ସହ ସମନ୍ବୟ ରକ୍ଷା କରି ସମ୍ପୃକ୍ତ ବୃଦ୍ଧାଙ୍କୁ ଆବାସ ଯୋଜନରେ ଘର ଖଣ୍ଡିଏ ଯୋଗାଇଦେବାକୁ ଅନୁରୋଧ କରିଥିଲୋ। ଲୋଇସିଂହା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ପକ୍ଷରୁ ଫୁଲଙ୍କ ସହ ଯୋଗାଯୋଗ କରାଯାଇଥିଲା। ନ୍ୟାୟାଳୟର ହସ୍ତକ୍ଷେପ ପରେ ସେ ଘର ପାଇବା ନିଶ୍ଚିତ ବୋଲି ଗ୍ରାମବାସୀ ଆଶା ରଖିଥିଲେ। ଇତିମଧ୍ୟରେ ୧୬ ମାସ ବିତି ଯାଇଥିଲେ ବି ସ୍ଥିତିରେ ସୁଧାର ଆସିନାହିଁ। ପଞ୍ଚାୟତର ୨୨ ହିତାଧିକାରୀଙ୍କ ନାମ ତାଲିକାରେ ରହିଥିବାବେଳେ କେଉଁଟିପାଲିର ଜଣେ ହିତାଧିକାରୀ ଅଛନ୍ତି। ନିକଟରେ ଆବାସ ଯୋଜନାର ହିତାଧିକାରୀ ଚୟନ ତାଲିକା ପ୍ରକାଶ ପାଇଥିବା ବେଳେ ଫୁଲଙ୍କ ନାମ ଏଥିରେ ନ ରହିବା ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri