Posted inଜାତୀୟ

ଉତ୍ତର ଭାରତରେ ଏଥର ହାଡ଼ଭଙ୍ଗା ଶୀତ ପୂର୍ବାନୁମାନ…

ନୂଆଦିଲ୍ଲୀ,୨୬।୧୦: ଏଥର ଉତ୍ତର ଭାରତରେ ହାଡ଼ଭଙ୍ଗା ଶୀତ ହେବାର ପୂର୍ବାନୁମାନ କରାଯାଇଛି। ଏଠାରେ ତାପମାତ୍ରା ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କିମ୍ବା ଏହାଠାରୁ କମ୍‌ ରହିବ ବୋଲି ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଉତ୍ତରପୂର୍ବ ଏସିଆରେ ମଧ୍ୟ ଏଭଳିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ଏଜେନ୍ସି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୃଷ୍ଟି ହେଉଥିବା ଲା ନିନା ପ୍ରଭାବରେ ଏଭଳି ପାଣିପାଗ ଉତ୍ତର ଏସିଆରେ ଅନୁଭୁତ ହେବ ବୋଲି କୁହାଯାଉଛି।

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଚାଇନା ସମେତ କେତେକ ଦେଶରେ କୋଇଲା ଅଭାବ ଯୋଗୁ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ପ୍ରବଳ ଥଣ୍ଡାରେ ଏହି ସମସ୍ୟା ଅଧିକ ଗୁରୁତର ହେବାର ଆଶଙ୍କା ରହିଥିବା ଏଥିରେ ଦର୍ଶାଯାଇଛି।

ଡାଟା ଯୋଗାଣକାରୀ ଡିଟିଏନ୍‌ର ପାଣିପାଗ ଗତିବିଧି ଉପାଧ୍ୟକ୍ଷ ରେନି ଓ୍ବାଣ୍ଡେଓ୍ବେଗ କହିଛନ୍ତି ଯେ, ଚଳିତ ବର୍ଷ ଶୀତଦିନେ ଉତ୍ତର ପୂର୍ବ ଏସିଆରେ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବ।

ସେହିପରି ଉତ୍ତର ଭାରତରେ ଜାନୁୟାରୀ ଫେବୃୟାରୀରେ ତାପମାତ୍ରା ୩ ଡିଗ୍ରୀ ତଳେ ରହିବାର ପୂର୍ବାନୁମାନ କରାଯାଇଛି।

ଆଟମସସ୍ପିଅରିକ୍‌ ଜି-୨ର ପାଣିପାଗ ବିଭାଗ ନିର୍ଦ୍ଦେଶକ ଟ୍ରୋଡ୍‌ କ୍ରୋଫର୍ଡଙ୍କ ଅନୁସାରେ, ଏଭଳି ସ୍ଥିତି ପାଇଁ କେବଳ ଲା ନିନା ଦାୟୀ ନୁହେଁ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ମଧ୍ୟ ଏହା ହେବାକୁ ଯାଉଛି। ଆର୍କଟିକ୍‌ର କାରା ସାଗରରେ ବରଫ ଖଣ୍ଡ କମ୍‌ ଦେଖିବାକୁ ମିଳିଛି। ଏହା ସିଧା ସଳଖ ପ୍ରଭାବ ଉତ୍ତର ପୂର୍ବ ଏସିଆର ଶୀତ ଦିନିିଆ ପାଣିପାଗ ଉପରେ ପଡ଼ିବାର ସମ୍ଭାବନା ରହିଛି।

ଲା ନିନା ପ୍ରଭାବରେ ସମୁଦ୍ର ଜଳ ପ୍ରବଳ ଥଣ୍ଡା ହେବାରେ ଲାଗିଥାଏ। ଫଳରେ ତାପମାତ୍ରା କମିଯାଇଥାଏ। ସେହିପରି ଏଲ୍‌ ନିନୋ ପ୍ରଭାବରେ ସମୁଦ୍ର ଜଳ ଗରମ ହେବାରେ ଲାଗେ। ଏହା ଫଳରେ ମୌସୁମୀ ଉପରେ ପ୍ରତିକୂଳ ପ୍ରଭାବ ଅନୁଭୁତ ହୋଇଥାଏ। ତେଣୁ ମୌସୁମୀରେ ଅନିୟମିତିତା ଦୃଷ୍ଟିଗୋଚର ହୋଇଥାଏ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ବଡ଼ ବୟାନ ଦେଲେ ଅଧିନାୟକ, ପରିବର୍ତ୍ତନର ସମୟ….

ନୂଆଦିଲ୍ଲୀ,୧୦।୭: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ସିରିଜ ହାରିଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…

ଜଳୁଛି ଇରାନ! ଅନେକ ସହରରେ ବିସ୍ଫୋରଣ ପରେ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ବଡ଼ ଚାଲ୍ ଖେଳୁଛନ୍ତି…

ଓ୍ବାଶିଂଟନ,୧୦।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟର ଶେଷ ଦିନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ତାଙ୍କ ପୁଅ ମୁସ୍ତାଫା ଖାମେନେଇ…

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ଦେଶବ୍ୟାପୀ ମୌସୁମୀ ବର୍ଷାର ତାଣ୍ଡବ, ଜନଜୀବନ ଅସ୍ତବ୍ୟସ୍ତ

ନୂଆଦିଲ୍ଲୀ,୧୦।୭ (ପି.ଟି.): ଦେଶର ବିଭିନ୍ନ ପ୍ରାନ୍ତରେ ଗୁରୁବାର ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଫଳରେ ରାସ୍ତାଘାଟ ବୁଡ଼ିଯିବା ସହ ଗଛ ଉପୁଡ଼ିବା, ସମ୍ପତ୍ତି…

ଗାଡ଼ି ଟାୟାରରେ କମ୍‌ ପବନ ଯୋଗୁ ବାର୍ଷିକ ୪,୫୦୦ କୋଟିର ତେଲ ନଷ୍ଟ

ନୂଆଦିଲ୍ଲୀ, ୧୦।୭(ପି.ଟି.): ଯାନବାହନ ରକ୍ଷଣାବେକ୍ଷଣ କ୍ଷେତ୍ରରେ ସବୁଠାରୁ ଅବହେଳିତ ବିଷୟ ହେଉଛି ଟାୟାରର କମ୍‌ ପବନ (ପ୍ରେସର) ରହିବା। ହେଲେ ଏଥିଯୋଗୁ ଭାରତ ପ୍ରତିବର୍ଷ ପ୍ରାୟ ୪୨…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri