ଏଥର ଭର୍ଚୁଆଲରେ ବଡ଼ଦିନ: କଟାଯିବନି କେକ୍‌, ଆଲିଙ୍ଗନ ବଦଳରେ ନମସ୍କାର

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ଆସନ୍ତା ୨୫ ତାରିଖରେ ବଡ଼ଦିନ ପାଳନ ଲାଗି ଚର୍ଚ୍ଚଗୁଡ଼ିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ୩ ତାରିଖ ପରେ ମନ୍ଦିର ଏବଂ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଥିଲେ ମଧ୍ୟ ଚର୍ଚ୍ଚଗୁଡ଼ିକରେ କଟକଣା ମଧ୍ୟରେ ଖ୍ରୀଷ୍ଟମାସ ସେଲିବ୍ରେଶନକୁ ଅନୁମତି ମିଳିଛି। ଏହାସତ୍ତ୍ୱେ ଚର୍ଚ୍ଚ ଖୋଲିବାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି କର୍ତ୍ତୃପକ୍ଷ। କେବଳ ଗୋଟିଏ ଦିନ ସର୍ବସାଧାରଣଙ୍କ ପାଇଁ ଚର୍ଚ୍ଚ ଖୋଲିବା ଏବଂ ଭିଡ଼ ନିୟନ୍ତ୍ରଣ କରିବା କର୍ତ୍ତୃପକ୍ଷଙ୍କ ପାଇଁ କାଠିକର ପାଠ ହେବ। କମ୍‌ ସଂଖ୍ୟକ କର୍ମଚାରୀରେ କୋଭିଡ୍‌ କଟକଣା ପାଳନ କରିବା ଏବଂ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରିବା ପ୍ରାୟତଃ ଅସମ୍ଭବ ହୋଇପଡ଼ିବ। ତେଣୁ ସରକାରୀ ନିୟମର ଅବମାନନା ଆଶଙ୍କା କରି ଚର୍ଚ୍ଚ ଖୋଲିବା ପରିବର୍ତ୍ତେ ଭର୍ଚୁଆଲରେ ବଡ଼ଦିନ ପାଳନ କରିବାକୁ ଅଧିକାଂଶ ଚର୍ଚ୍ଚ ନିଷ୍ପତ୍ତି ନେଇଛନ୍ତି।

ବଡ଼ଦିନରେ ଚର୍ଚ୍ଚ ଖୋଲିବାକୁ ହେଲେ ପ୍ରଥମେ ସ୍ଥାନୀୟ ପ୍ରଶାସନର ଅନୁମତି ନେବାକୁ କୁହାଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ ପାଳନ ସହ ଯେପରି ଅଧିକ ଲୋକ ଏକତ୍ରିତ ନ ହେବେ ସେ ସଂକ୍ରାନ୍ତରେ ନିଶ୍ଚିନ୍ତ ହେବା ସହ କେତେ ଲୋକଙ୍କୁ ନେଇ ଚର୍ଚ୍ଚଗୁଡ଼ିକ ବଡ଼ଦିନ ପ୍ରାର୍ଥନା କାର୍ଯ୍ୟକ୍ରମ କରିବେ ଏବଂ କେତେ ଲୋକଙ୍କ ପାଇଁ ସେଠାରେ ସ୍ଥାନ ରହିଛି ସେ ନେଇ ସବିଶେଷ ଲିଖିତ ତଥ୍ୟ ଦାଖଲ କରିବେ। ଆବେଦନ ପରେ ପରିସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ଚର୍ଚ୍ଚଗୁଡ଼ିକୁ ଅନୁମତି ଦିଆଯିବ ଏବଂ ଏହାପରେ ଯାଇ ଚର୍ଚ୍ଚରେ ବଡ଼ଦିନ ପାଳନ କରାଯାଇପାରିବ। ପ୍ରାର୍ଥନା ଗୃହରେ ଯେତିକି ଲୋକଙ୍କ ବସିବା ପାଇଁ ସ୍ଥାନ ରହିଥିବ ତା’ର ଅଧା ଲୋକଙ୍କୁ ନେଇ ପ୍ରାର୍ଥନା କରିବାକୁ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି। ସେହିଭଳି ସାମାଜିକ ଦୂରତ୍ୱ ରକ୍ଷା ଏବଂ ମାସ୍କ ପରିଧାନକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଚର୍ଚ୍ଚ କର୍ତ୍ତୃପକ୍ଷ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଥିଲେ ମଧ୍ୟ କଟକଣାକୁ ସାମାନ୍ୟ କୋହଳ କରିବାକୁ କହିଛନ୍ତି। ଆବଶ୍ୟକ ମାନବସମ୍ବଳ ଏବଂ ସୁରକ୍ଷାକର୍ମୀଙ୍କ ଅଭାବରୁ ଲୋକ ଗହଳିକୁ ନିୟନ୍ତ୍ରଣ କରିବା ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ଅସମ୍ଭବ ଆଶଙ୍କା କରି ଅଧିକାଂଶ ଚର୍ଚ୍ଚ ବଡ଼ଦିନ ପାଳନରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ୱରରେ ଥିବା ଚର୍ଚ୍ଚଗୁଡ଼ିକ ପକ୍ଷରୁ ଚଳିତବର୍ଷ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍‌ଲାଇନ୍‌ରେ ବଡ଼ଦିନ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରାର୍ଥନା କାର୍ଯ୍ୟକ୍ରମକୁ ଲାଇଭ୍‌ ଷ୍ଟ୍ରିମ୍‌ କରାଯିବ। ୮ମାସ ହେବ ଚର୍ଚ୍ଚ ବନ୍ଦ ରହିଥିବାରୁ ପ୍ରାର୍ଥନା ଓ ବାକ୍ୟ ପ୍ରଚାର ଅନ୍‌ଲାଇନରେ କରାଯାଉଥିଲା। ତେଣୁ ଏହା ଏବେ ବି ଅନ୍‌ଲାଇନ୍‌ରେ କରିବାରେ କୌଣସି ଅସୁବିଧା ନାହିଁ। ଏତେଦିନ ଧରି ଚର୍ଚ୍ଚ ବନ୍ଦ ଥିବାରୁ ଗୋଟିଏ ଦିନ ପାଇଁ ଖୋଲିଲେ ବହୁସଂଖ୍ୟାରେ ଜନସମାଗମ ହେବ। ଏଭଳିସ୍ଥଳେ ଭିଡ଼ ନିୟନ୍ତ୍ରଣ ଅସମ୍ଭବ ହୋଇପଡ଼ିବ। ଏହାକୁ ଦୃଷ୍ଟିରେ ରଖି ଖ୍ରୀଷ୍ଟମାସକୁ ଭର୍ଚୁଆଲ ମୋଡରେ କରିବାକୁ ଚର୍ଚ୍ଚ କର୍ତ୍ତୃପକ୍ଷ ଉଚିତ୍‌ ମଣୁଛନ୍ତି। ବଡ଼ଦିନ ପ୍ରାର୍ଥନାର ଲାଇଭ୍‌ ଷ୍ଟ୍ରିମିଂ ଚର୍ଚ୍ଚର ୟୁଟ୍ୟୁବ୍‌ ଚ୍ୟାନେଲରେ ହେବ ଏବଂ ମିଡ଼ନାଇଟ୍‌ କାର୍ଯ୍ୟକ୍ରମ ଜୁମ୍‌ରେ କରାଯିବ। ଏନେଇ ସତ୍ୟନଗରସ୍ଥିତ ୟୁନିୟନ ଚର୍ଚ୍ଚ ଫାଦର ଆୟୁବ୍‌ ଛିଞ୍ଛାଣି କହିଛନ୍ତି, ଏପର୍ଯ୍ୟନ୍ତ ଆମର କୌଣସି ନିଷ୍ପତ୍ତି ନିଆଯାଇନାହିଁ। ସରକାରଙ୍କ ନିୟମ ଅନୁଯାୟୀ ଯଦି ଆମେ ଅଧା ଲୋକଙ୍କୁ ଭିତରକୁ ଛାଡ଼ିବୁ ଓ ଅଧାଙ୍କୁ ଛାଡ଼ିବୁନି ତାହେଲେ ବିବାଦ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଭର୍ଚୁଆଲ୍‌ରେ ବଡ଼ଦିନ ପାଳନ ହେବାର ଅଧିକ ସମ୍ଭାବନା ରହିଛି। ନଚେତ୍‌ ଭୁବନେଶ୍ୱର ସହରରେ ଥିବା ସମସ୍ତ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ନେଇ ୧୫ଟି ଜୋନ୍‌ରେ ବିଭକ୍ତ କରାଯିବ ଏବଂ ଜୋନ୍‌ ଅନୁସାରେ ୧ ଘଣ୍ଟା ଲେଖାଏଁ ଚର୍ଚ୍ଚରେ ପ୍ରାର୍ଥନା ପାଇଁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri