ଭାଜପାକୁ ଟକ୍କର ଦେବାକୁ ବିରୋଧୀଙ୍କ ରଣନୀତି

ଜଗତ୍‌ସିଂହପୁର ଅଫିସ, ୫।୨: ଜଗତ୍‌ସିଂହପୁର ଜିଲାର ୨୬ ଜିଲା ପରିଷଦ ଆସନ ମଧ୍ୟରୁ ରଘୁନାଥପୁର ଜିଲା ପରିଷଦ ୧ନଂ. ଜୋନ୍‌ର ଗୁରୁତ୍ୱ ରହିଛି। କାରଣ ୨୦୧୭ ନିର୍ବାଚନରେ ଏହି ଜୋନ୍‌ରେ ବିଜେଡିକୁ ହରାଇ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏଥର ଭାଜପାକୁ ଚେକ୍‌ ଦେବା ପାଇଁ ବିଜେଡି ନେତୃତ୍ୱ ଅଣ୍ଟା ଭିଡିଥିବା ବେଳେ କଂଗ୍ରେସ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋର୍‌ଦାର କରାଯାଇଛି।
ଅନ୍ୟପଟେ ପ୍ରାର୍ଥୀଙ୍କ ଯୋଗ୍ୟତା ଓ ଦକ୍ଷତାକୁ ଭୋଟର ପରଖୁଛନ୍ତି। ଏଠାରେ ତ୍ରିମୁଖୀ ଲଢେଇ ହେଉଥିଲେ ସୁଦ୍ଧା ଭାଜପା ଓ ବିଜେଡି ମଧ୍ୟରେ ମୁହଁାମୁହିଁ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କୁହାଯାଇଛି।
୧ନଂ. ଜୋନ୍‌ଟି ଗତଥର ଅଣସଂରକ୍ଷିତ ଥିବାବେଳେ ଏଥର ଅନୁସୂଚିତ ଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଏହି ଜୋନ କହିଲେ ରଘୁନାଥପୁର, ବରାଗୋଳ, ଜଗନ୍ନାଥପୁର, ତରିକୁନ୍ଦ, ଧରାଧରପୁର, ଗୁଆଳିପୁର, ତାରପୁର, ପୂରଣ ଓଡ଼ପଡ଼ା ଓ ଜଏଶୋଳ ପଞ୍ଚାୟତକୁ ନେଇ ଗଠିତ । ଗତ ନିର୍ବାଚନରେ ଜୋନରେ ଭୋଟର ସଂଖ୍ୟା ୩୨,୩୪୨ ଥିଲା। ଏଥର ଅଧିକ ୨,୩୧୮ ଜଣ ଯୋଡି ହୋଇଛନ୍ତି। ୨୦୧୭ ନିର୍ବାଚନ ଫଳାଫଳ ଦେଖିଲେ ଜଣାଯାଏ ଏହି ଜୋନରୁ ଭାଜପା ପ୍ରାର୍ଥୀ ଅଶୋକ କୁମାର ମହାରଣାଙ୍କୁ ୧୨୦୩୭ ଖଣ୍ଡ, ଅର୍ଥାତ୍‌ ମୋଟ ମତଦାନର ୩୭.୨୧% ଭୋଟ ମିଳିଥିଲା। ବିଜେଡି ପ୍ରାର୍ଥୀ ପରମାନନ୍ଦ ସ୍ବାଇଁଙ୍କ ସପକ୍ଷରେ ୧୦୩୮୧ ଖଣ୍ଡ, ଅର୍ଥାତ୍‌ ୩୨.୦୯% ଭୋଟ ଯାଇଥିଲା। କଂଗ୍ରେସ ପ୍ରାର୍ଥୀ ଗଗନଚନ୍ଦ୍ର ଦାଶଙ୍କୁ ୩୬୨୧ ଖଣ୍ଡ, ଅର୍ଥାତ୍‌ ୧୧.୧୯% ଭୋଟ ମିଳିଥିଲା। ଏହି ନିର୍ବାଚନରେ ବିଜେଡିର ସ୍ବାଇଁଙ୍କଠାରୁ ଭାଜପା ପ୍ରାର୍ଥୀ ମହାରଣା ଅଧିକ ୧୬୫୬ ଖଣ୍ଡ ଭୋଟ ପାଇ ସମସ୍ତ ଆକଳନକୁ ଗୋଳମାଳିଆ କରି ଦେଇଥିଲେ। ଜିଲାରେ ବିଜେଡି ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ହାତେଇ ନେଇଥିଲେ ସୁଦ୍ଧା ରଘୁନାଥପୁର ୧ନଂ. ଜୋନ ହାତଛଡା ହେବା ଘଟଣା ଦଳୀୟ ନେତୃତ୍ୱଙ୍କୁ ଶକ୍ତ ଆଘାତ ଦେଇଥିଲା। ଆଗାମୀ ନିର୍ବାଚନରେ ଏହି ଫଳର ପୁନରାବୃତ୍ତି କିପରି ନ ହେବ ସେନେଇ ବିଜେଡି ନେତୃତ୍ୱ ନୂଆ ରଣନୀତି ଆପଣାଉଛନ୍ତି।
ଭାଜପାରୁ ସୁଚିତ୍ରା ଭୋଇ, ବିଜେଡିରୁ ରିନାରାଣୀ ମଲ୍ଲିକ ଓ କଂଗ୍ରେସରୁ ନନ୍ଦିକା ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ନନ୍ଦିକା କହିଛନ୍ତି, ସେ ଯୁକ୍ତ ୩ ପାସ ପରେ ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ବଡବାପା, ବଡ ଭଉଣୀ ମଧ୍ୟ ବ୍ୟାଙ୍କ ପରିଚାଳକ। ଅତୀତରେ ବଡ ବୋଉ ବରାଗୋଳ ପଞ୍ଚାୟତ ସମିତି ସଭ୍ୟ ଥିଲେ। ବାପା ବେସରକାରୀ ଭାବେ ବିଦ୍ୟୁତ କାମ କରନ୍ତି। ଅର୍ଥ ବଳ ନ ଥିଲେ ମଧ୍ୟ ସେ ଲୋକଙ୍କ ସୁଖଦୁଃଖରେ ସାଥୀ ହୋଇପାରିବେ ବୋଲି ସେ କହିଛନ୍ତି। ଇତିମଧ୍ୟରେ ବରାଗୋଳ ଓ ଜଏଶୋଳ ପଞ୍ଚାୟତରେ ଘର ଘରକୁ ବୁଲି ପ୍ରଚାର କରିଛନ୍ତି। ଏହି ସମୟରେ ଭଲ ସମର୍ଥନ ମିଳିଛି ବୋଲି ନନ୍ଦିକା ପ୍ରକାଶ କରିଛନ୍ତି। ନିର୍ବାଚନରେ ଜନମତ ତାଙ୍କ ସପକ୍ଷରେ ଯିବାନେଇ ସେ ଆଶାବାଦୀ ରହିଛନ୍ତି। ବିଜେଡି ପ୍ରାର୍ଥୀ ରିନାରାଣୀ କହିଛନ୍ତି, ସ୍ବାମୀ ଦୀର୍ଘ ୨୦ ବର୍ଷ ଧରି ବିଜେଡିର ଜଣେ ସକ୍ରିୟ କର୍ମୀ ଭାବରେ କାମ କରିଆସୁଛନ୍ତି। ୨୦୧୩ ନିର୍ବାଚନରେ ସ୍ବାମୀ ଗୁଆଳିପୁର ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ହୋଇ ୧୧ ଖଣ୍ଡ ଭୋଟରେ ହାରିଯାଇଥିଲେ। କିନ୍ତୁ ଲୋକଙ୍କ ସେବାରେ ସେ ନିଜକୁ ଉତ୍ସର୍ଗ କରିଦେଇଥିବାରୁ ବହୁ ଜନ ସମର୍ଥନ ମିଳୁଛି । ଏଥିମଧ୍ୟରେ ପାଖାପାଖି ୪ ମାସ ହେବ ସେ ଜୋନ ଅନ୍ତର୍ଗତ ୯ଟି ପଞ୍ଚାୟତ ବୁଲି ନିଜ ସପକ୍ଷରେ ଜନମତ ସୃଷ୍ଟି କରିବାରେ ଲାଗିଛନ୍ତି। ରଘୁନାଥପୁର, ଧରାଧରପୁର, ଗୁଆଳିପୁର, ଜୟଶୋଳ ଆଦି ପଞ୍ଚାୟତରେ ଅଧିକ ଭଲ ଫଳ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଗତ ଥର ଅପେକ୍ଷା ଏଥର ନିର୍ବାଚନୀ ପରିବେଶ ବଦଳି ଥିବାରୁ ସେ ଜିତିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭାଜପା ପ୍ରାର୍ଥୀ ସୁଚିତ୍ରା କହିଛନ୍ତି, ତାଙ୍କ ସ୍ବାମୀ ଗତ କରୋନା ମହାମାରୀ ସମୟରେ ଲୋକଙ୍କୁ ସହଯୋଗ କରିଥିଲେ। ଏଥିସହ ଭତ୍ତାଠାରୁ ଅନ୍ୟ ସରକାରୀ ଯୋଜନା କିପରି ଲୋକେ ପାଇବେ ସେନେଇ ବିଶେଷ ଦାୟିତ୍ୱ ନେଇଥିଲେ। ଏନେଇ ପ୍ରତି ପଞ୍ଚାୟତରୁ ଭଲ ଭୋଟ ମିଳିବାର ଥିଲେ ସୁଦ୍ଧା ତରିକୁନ୍ଦ, ବରାଗୋଳ, ଜୟଶୋଳ, ଗୁଆଳିପୁର, ପୂରଣ ଓଡ଼ପଡ଼ା ଓ ଜଗନ୍ନାଥପୁରରୁ ତାଙ୍କ ସପକ୍ଷରେ ଅଧିକ ଭୋଟ ଆସିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri