ଭାଜପାକୁ ଟକ୍କର ଦେବାକୁ ବିରୋଧୀଙ୍କ ରଣନୀତି

ଜଗତ୍‌ସିଂହପୁର ଅଫିସ, ୫।୨: ଜଗତ୍‌ସିଂହପୁର ଜିଲାର ୨୬ ଜିଲା ପରିଷଦ ଆସନ ମଧ୍ୟରୁ ରଘୁନାଥପୁର ଜିଲା ପରିଷଦ ୧ନଂ. ଜୋନ୍‌ର ଗୁରୁତ୍ୱ ରହିଛି। କାରଣ ୨୦୧୭ ନିର୍ବାଚନରେ ଏହି ଜୋନ୍‌ରେ ବିଜେଡିକୁ ହରାଇ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏଥର ଭାଜପାକୁ ଚେକ୍‌ ଦେବା ପାଇଁ ବିଜେଡି ନେତୃତ୍ୱ ଅଣ୍ଟା ଭିଡିଥିବା ବେଳେ କଂଗ୍ରେସ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋର୍‌ଦାର କରାଯାଇଛି।
ଅନ୍ୟପଟେ ପ୍ରାର୍ଥୀଙ୍କ ଯୋଗ୍ୟତା ଓ ଦକ୍ଷତାକୁ ଭୋଟର ପରଖୁଛନ୍ତି। ଏଠାରେ ତ୍ରିମୁଖୀ ଲଢେଇ ହେଉଥିଲେ ସୁଦ୍ଧା ଭାଜପା ଓ ବିଜେଡି ମଧ୍ୟରେ ମୁହଁାମୁହିଁ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କୁହାଯାଇଛି।
୧ନଂ. ଜୋନ୍‌ଟି ଗତଥର ଅଣସଂରକ୍ଷିତ ଥିବାବେଳେ ଏଥର ଅନୁସୂଚିତ ଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଏହି ଜୋନ କହିଲେ ରଘୁନାଥପୁର, ବରାଗୋଳ, ଜଗନ୍ନାଥପୁର, ତରିକୁନ୍ଦ, ଧରାଧରପୁର, ଗୁଆଳିପୁର, ତାରପୁର, ପୂରଣ ଓଡ଼ପଡ଼ା ଓ ଜଏଶୋଳ ପଞ୍ଚାୟତକୁ ନେଇ ଗଠିତ । ଗତ ନିର୍ବାଚନରେ ଜୋନରେ ଭୋଟର ସଂଖ୍ୟା ୩୨,୩୪୨ ଥିଲା। ଏଥର ଅଧିକ ୨,୩୧୮ ଜଣ ଯୋଡି ହୋଇଛନ୍ତି। ୨୦୧୭ ନିର୍ବାଚନ ଫଳାଫଳ ଦେଖିଲେ ଜଣାଯାଏ ଏହି ଜୋନରୁ ଭାଜପା ପ୍ରାର୍ଥୀ ଅଶୋକ କୁମାର ମହାରଣାଙ୍କୁ ୧୨୦୩୭ ଖଣ୍ଡ, ଅର୍ଥାତ୍‌ ମୋଟ ମତଦାନର ୩୭.୨୧% ଭୋଟ ମିଳିଥିଲା। ବିଜେଡି ପ୍ରାର୍ଥୀ ପରମାନନ୍ଦ ସ୍ବାଇଁଙ୍କ ସପକ୍ଷରେ ୧୦୩୮୧ ଖଣ୍ଡ, ଅର୍ଥାତ୍‌ ୩୨.୦୯% ଭୋଟ ଯାଇଥିଲା। କଂଗ୍ରେସ ପ୍ରାର୍ଥୀ ଗଗନଚନ୍ଦ୍ର ଦାଶଙ୍କୁ ୩୬୨୧ ଖଣ୍ଡ, ଅର୍ଥାତ୍‌ ୧୧.୧୯% ଭୋଟ ମିଳିଥିଲା। ଏହି ନିର୍ବାଚନରେ ବିଜେଡିର ସ୍ବାଇଁଙ୍କଠାରୁ ଭାଜପା ପ୍ରାର୍ଥୀ ମହାରଣା ଅଧିକ ୧୬୫୬ ଖଣ୍ଡ ଭୋଟ ପାଇ ସମସ୍ତ ଆକଳନକୁ ଗୋଳମାଳିଆ କରି ଦେଇଥିଲେ। ଜିଲାରେ ବିଜେଡି ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ହାତେଇ ନେଇଥିଲେ ସୁଦ୍ଧା ରଘୁନାଥପୁର ୧ନଂ. ଜୋନ ହାତଛଡା ହେବା ଘଟଣା ଦଳୀୟ ନେତୃତ୍ୱଙ୍କୁ ଶକ୍ତ ଆଘାତ ଦେଇଥିଲା। ଆଗାମୀ ନିର୍ବାଚନରେ ଏହି ଫଳର ପୁନରାବୃତ୍ତି କିପରି ନ ହେବ ସେନେଇ ବିଜେଡି ନେତୃତ୍ୱ ନୂଆ ରଣନୀତି ଆପଣାଉଛନ୍ତି।
ଭାଜପାରୁ ସୁଚିତ୍ରା ଭୋଇ, ବିଜେଡିରୁ ରିନାରାଣୀ ମଲ୍ଲିକ ଓ କଂଗ୍ରେସରୁ ନନ୍ଦିକା ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ନନ୍ଦିକା କହିଛନ୍ତି, ସେ ଯୁକ୍ତ ୩ ପାସ ପରେ ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ବଡବାପା, ବଡ ଭଉଣୀ ମଧ୍ୟ ବ୍ୟାଙ୍କ ପରିଚାଳକ। ଅତୀତରେ ବଡ ବୋଉ ବରାଗୋଳ ପଞ୍ଚାୟତ ସମିତି ସଭ୍ୟ ଥିଲେ। ବାପା ବେସରକାରୀ ଭାବେ ବିଦ୍ୟୁତ କାମ କରନ୍ତି। ଅର୍ଥ ବଳ ନ ଥିଲେ ମଧ୍ୟ ସେ ଲୋକଙ୍କ ସୁଖଦୁଃଖରେ ସାଥୀ ହୋଇପାରିବେ ବୋଲି ସେ କହିଛନ୍ତି। ଇତିମଧ୍ୟରେ ବରାଗୋଳ ଓ ଜଏଶୋଳ ପଞ୍ଚାୟତରେ ଘର ଘରକୁ ବୁଲି ପ୍ରଚାର କରିଛନ୍ତି। ଏହି ସମୟରେ ଭଲ ସମର୍ଥନ ମିଳିଛି ବୋଲି ନନ୍ଦିକା ପ୍ରକାଶ କରିଛନ୍ତି। ନିର୍ବାଚନରେ ଜନମତ ତାଙ୍କ ସପକ୍ଷରେ ଯିବାନେଇ ସେ ଆଶାବାଦୀ ରହିଛନ୍ତି। ବିଜେଡି ପ୍ରାର୍ଥୀ ରିନାରାଣୀ କହିଛନ୍ତି, ସ୍ବାମୀ ଦୀର୍ଘ ୨୦ ବର୍ଷ ଧରି ବିଜେଡିର ଜଣେ ସକ୍ରିୟ କର୍ମୀ ଭାବରେ କାମ କରିଆସୁଛନ୍ତି। ୨୦୧୩ ନିର୍ବାଚନରେ ସ୍ବାମୀ ଗୁଆଳିପୁର ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ହୋଇ ୧୧ ଖଣ୍ଡ ଭୋଟରେ ହାରିଯାଇଥିଲେ। କିନ୍ତୁ ଲୋକଙ୍କ ସେବାରେ ସେ ନିଜକୁ ଉତ୍ସର୍ଗ କରିଦେଇଥିବାରୁ ବହୁ ଜନ ସମର୍ଥନ ମିଳୁଛି । ଏଥିମଧ୍ୟରେ ପାଖାପାଖି ୪ ମାସ ହେବ ସେ ଜୋନ ଅନ୍ତର୍ଗତ ୯ଟି ପଞ୍ଚାୟତ ବୁଲି ନିଜ ସପକ୍ଷରେ ଜନମତ ସୃଷ୍ଟି କରିବାରେ ଲାଗିଛନ୍ତି। ରଘୁନାଥପୁର, ଧରାଧରପୁର, ଗୁଆଳିପୁର, ଜୟଶୋଳ ଆଦି ପଞ୍ଚାୟତରେ ଅଧିକ ଭଲ ଫଳ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଗତ ଥର ଅପେକ୍ଷା ଏଥର ନିର୍ବାଚନୀ ପରିବେଶ ବଦଳି ଥିବାରୁ ସେ ଜିତିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭାଜପା ପ୍ରାର୍ଥୀ ସୁଚିତ୍ରା କହିଛନ୍ତି, ତାଙ୍କ ସ୍ବାମୀ ଗତ କରୋନା ମହାମାରୀ ସମୟରେ ଲୋକଙ୍କୁ ସହଯୋଗ କରିଥିଲେ। ଏଥିସହ ଭତ୍ତାଠାରୁ ଅନ୍ୟ ସରକାରୀ ଯୋଜନା କିପରି ଲୋକେ ପାଇବେ ସେନେଇ ବିଶେଷ ଦାୟିତ୍ୱ ନେଇଥିଲେ। ଏନେଇ ପ୍ରତି ପଞ୍ଚାୟତରୁ ଭଲ ଭୋଟ ମିଳିବାର ଥିଲେ ସୁଦ୍ଧା ତରିକୁନ୍ଦ, ବରାଗୋଳ, ଜୟଶୋଳ, ଗୁଆଳିପୁର, ପୂରଣ ଓଡ଼ପଡ଼ା ଓ ଜଗନ୍ନାଥପୁରରୁ ତାଙ୍କ ସପକ୍ଷରେ ଅଧିକ ଭୋଟ ଆସିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?