୫ ନଂ. ଜୋନ୍‌ରେ ତ୍ରିମୁଖୀ ଲଢ଼େଇ

କେନ୍ଦ୍ରାପଡ଼ା ଅଫିସ, ୫ା୨: କେନ୍ଦ୍ରାପଡ଼ା ଜିଲାରେ ଆସନ୍ତା ୨୨ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହେବ। କେନ୍ଦ୍ରାପଡ଼ା ବ୍ଲକ ୫ ନଂ. ଜୋନ୍‌ ଜିଲା ପରିଷଦ ପଦବୀ ପାଇଁ ୩ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଅନ୍ନପୂର୍ଣ୍ଣା ମଲ୍ଲିକ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଭାଜପାରୁ ପଦ୍ମିନୀ ମଲ୍ଲିକ ଓ ବିଜେଡିରୁ ଲିଲିତା ଦାସ ପ୍ରାର୍ଥୀ ହୋଇଛନ୍ତି। ଏହି ୩ ପ୍ରାର୍ଥୀ ନବାଗତା। ଲିଲିତା ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏଲଏଲବି କରିଛନ୍ତି। ସେହିପରି ପଦ୍ମିନୀ ବିଏ ପାସ କରିଥିବା ବେଳେ ଅନ୍ନପୂର୍ଣ୍ଣାଙ୍କ ଶିକ୍ଷାଗତ ଯୋଗ୍ୟତା ନବମ ପାସ। ଏହି ଆସନକୁ ଦଖଲ କରିବାକୁ ସବୁ ପ୍ରାର୍ଥୀ ତତ୍ପର ହୋଇ ଉଠିଛନ୍ତି। ଏହି ଜୋନରେ ଢୋଲ ପଞ୍ଚାୟତର ୧୪ ୱାର୍ଡରେ ୩୦୭୪ ଭୋଟର ଅଛନ୍ତି। ସେହିପରି ଧୁମାତରେ ୧୭ ୱାର୍ଡର ୪୫୯୩, ଘାଘରାରେ ୧୨ ୱାର୍ଡର ୩୨୨୫, ଇନ୍ଦୁପୁରରେ ୧୨ ୱାର୍ଡର ୪୧୧୧, କୋରୋରେ ୧୮ ୱାର୍ଡର ୫୧୬୩, କୁତରଙ୍ଗରେ ୧୧ ୱାର୍ଡର ୧୮୫୭, ନିକିରାଇରେ ୨୪ ୱାର୍ଡର ୬୮୧୨ ଓ ଚାରିଗଁା ପଞ୍ଚାୟତର ୧୨ ୱାର୍ଡରେ ୩୩୮୩ ଭୋଟର ମତଦାନ ପାଇଁ ଚିହ୍ନଟ ହୋଇଛନ୍ତି। ଏହି ତ୍ରିମୁଖୀ ଲଢ଼େଇରେ ସ୍ଥାନୀୟ ସମସ୍ୟା ସହିତ ରାଜନୈତିକ ସଙ୍ଗଠନ ଫଳାଫଳକୁ ପ୍ରଭାବିତ କରିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ରାଜନୈତିକ ବିଶ୍ଳେଷକ ଶିବାଶିଷ ମହାନ୍ତି, ପ୍ରଶାନ୍ତ କୁମାର ନାୟକ, ମୀର ଅବୁ ଓବେଦା ପ୍ରମୁଖ କହିଛନ୍ତି, ଜୋନ ଅଞ୍ଚଳର ଅର୍ଥନୀତି କୃଷି ପର୍ଯ୍ୟବସିତ। ସ୍ଥାନୀୟ ସମସ୍ୟା ମଧ୍ୟରେ କ୍ଷେତକୁ ଜଳ ପରିଚାଳନା ମୁଖ୍ୟ ହୋଇଥିବା ବେଳେ ଗ୍ରାମ୍ୟ ରାସ୍ତା ନିର୍ମାଣରେ ବହୁ ଅନିୟମିତତା ଅଛି। ଏହାବ୍ୟତୀତ ସ୍ଥାନୀୟ ଅଞ୍ଚଳର ଐତିହ୍ୟ ସଂରକ୍ଷଣ ପ୍ରତି ପୂର୍ବରୁ କୌଣସି ସଫଳ ଉଦ୍ୟମ ହୋଇପାରିନାହିଁ। ଜୋନ ଅଞ୍ଚଳରେ ସିଏଚ୍‌ସି ହୋଇଛି। ତେବେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ଉନ୍ନତିକୁ ପ୍ରାର୍ଥୀମାନେ ପ୍ରାଥମିକତା ଦେଇଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ଜୋନରେ ଭାଜପାର ରେଶମୀ ଚକ୍ରବର୍ତ୍ତୀ ନିର୍ବାଚିତ ହୋଇଥିଲେ। ଦ୍ୱିତୀୟ ସ୍ଥାନରେ ବିଜେଡି ପ୍ରାର୍ଥୀ ଥିଲେ। ଚଳିତ ନିର୍ବାଚନରେ ଏହି ଜୋନ୍‌ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଏଠାରେ ପ୍ରାର୍ଥୀ ଦେଇଥିବାରୁ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବ। ଭାଜପା ପୂର୍ବରୁ ଏଠାରେ ଜିତାପଟ ନେଇଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କର ରାଜନୈତିକ ଅଭିଜ୍ଞତା ଅଛି। ଅପରପକ୍ଷରେ ବିଜେଡି ଏଠାରେ ଶିକ୍ଷିତା ପ୍ରାର୍ଥୀ ଦେଇ ଗତ ନିର୍ବାଚନ ପରାଜୟକୁ ଭୁଲିବାକୁ ଚେଷ୍ଟା କରୁଛି। ଦଳୀୟ ନେତାମାନେ ମହିଳା ସଙ୍ଗଠନ ସହ ଯୋଗାଯୋଗରେ ରହିଛନ୍ତି। ଏଥିସହ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ରଣନୀତି ପ୍ରସ୍ତୁତ କରିଛି। ହାତରେ ପ୍ରାୟ ୧୮ ଦିନ ଥିବାରୁ ୩ ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରିଛନ୍ତି ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି। ନିର୍ବାଚନରେ ଥିବା ୩ ପ୍ରାର୍ଥୀ ବିଜୟକୁ ନେଇ ଆଶାବାଦୀ ବୋଲି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣା ହେଲା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପାର୍ଥିଙ୍କ ନାମ! RJD ଏମପି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୮।୪: ଗୁରୁବାର ପାଟନାର ଆରଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ମହାମେଣ୍ଟର ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥିଙ୍କ ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। କିନ୍ତୁ, ବୈଠକରେ ଯୋଗ...

ବନ୍ଧୁକ ଛାଡ଼ିଲେ ୨୨ ମାଓବାଦୀ

ସୁକମା,୧୮।୪: ଦିନକୁ ଦିନ ଭୁଷୁଡୁଛି ମାଓବାଦୀଙ୍କ ଗଡ଼। ବନ୍ଧୁକ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ। ଶୁକ୍ରବାର ଛତିଶଗଡ଼ ସୁକୁମା ପୋଲିସ ନିକଟରେ ୨୨ ମାଓବାଦୀ...

Top 5 Odishi Dancers in Odisha: ଓଡ଼ିଶୀ ନୃତ୍ୟକୁ ପ୍ରଚାର ପ୍ରସାର କରିବାରେ ୫ ନୃତ୍ୟଶିଳ୍ପୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା

ଓଡ଼ିଶୀ ନୃତ୍ୟର ପରମ୍ପରାକୁ ସଂରକ୍ଷଣ ଓ ପ୍ରସାର କରିବାରେ ଅନେକ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଏମାନଙ୍କ ମଧ୍ୟରୁ ୫ ଶ୍ରେଷ୍ଠ ଓଡ଼ିଶୀ...

ଟ୍ରମ୍ପ୍‌ଙ୍କୁ ‘ସୁପ୍ରିମ’ ଝଟ୍‌କା: ନିଷ୍ପତ୍ତି ଉପରେ ଲାଗିଲା ରୋକ

ଓ୍ବାଶିଂଟନ,୧୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟରୁ ଏକ ଝଟକା ଲାଗିଛି। ଜନ୍ମରୁ ନାଗରିକତା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ କୋର୍ଟ...

ମାଲେସିଆ ବୁଲିବେ ଓଡ଼ିଶା ଚାଷୀ

ଭୁବନେଶ୍ୱର,୧୮।୪: ଓଡ଼ିଶା କୃଷି ବିଭାଗ ପକ୍ଷରୁ ଶୁକ୍ରବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଶୁକ୍ରବାରଠାରୁ ୭ ଦିନିଆ ମାଲେସିଆ ଗସ୍ତରେ ଯାଇ କୃଷି ଭିତ୍ତିକ ଶିଳ୍ପ...

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ଆନନ୍ଦପୁର,୧୮ା୪(ସୁଶାନ୍ତ କୁମାର ସାହୁ): ଚକ୍ରତୀର୍ଥରୁ ନିଜ ଘର ପୁରୁଣାଘାଟି ଫେରୁଥିବା ସମୟରେ କିଷାନ ପ୍ରଧାନ ନାମକ ଜଣେ ଯୁବକ କୁସବଣୀ ଛକ ନିକଟରେ ବାଇକ୍‌ ସ୍ଲିପ୍‌...

Top 5 temples in Western Odisha: ପଶ୍ଚିମ ଓଡ଼ିଶାର ଟପ୍‌-୫ ମନ୍ଦିର

ପଶ୍ଚିମ ଓଡ଼ିଶାରେ ଅନେକ ଐତିହାସିକ ଓ ଧାର୍ମିକ ମନ୍ଦିର ରହିଛି, ଯାହା ସାଂସ୍କୃତିକ ଓ ସ୍ଥାପତ୍ୟ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମନ୍ଦିରଗୁଡ଼ିକରେ ଶୈବ, ବୈଷ୍ଣବ...

‘ବିଶ୍ୱରେ ତାଙ୍କ ପରି କେହି ନାହିଁ, ୧୦୦ ପ୍ରତିଶତ ହେବ ଚୁକ୍ତି’, Giorgia Meloniଙ୍କୁ ଭେଟିବା ପରେ ଟ୍ରମ୍ପ କହିଲେ…

ଓ୍ବାଶିଂଟନ,୧୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଭେଟିଥିଲେ, ଯିଏ ଗୁରୁବାର ଶୁଳ୍କ ଯୁଦ୍ଧ ମଧ୍ୟରେ ହ୍ବାଇଟ ହାଉସର ଏକ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri