୫ ନଂ. ଜୋନ୍‌ରେ ତ୍ରିମୁଖୀ ଲଢ଼େଇ

କେନ୍ଦ୍ରାପଡ଼ା ଅଫିସ, ୫ା୨: କେନ୍ଦ୍ରାପଡ଼ା ଜିଲାରେ ଆସନ୍ତା ୨୨ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହେବ। କେନ୍ଦ୍ରାପଡ଼ା ବ୍ଲକ ୫ ନଂ. ଜୋନ୍‌ ଜିଲା ପରିଷଦ ପଦବୀ ପାଇଁ ୩ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଅନ୍ନପୂର୍ଣ୍ଣା ମଲ୍ଲିକ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଭାଜପାରୁ ପଦ୍ମିନୀ ମଲ୍ଲିକ ଓ ବିଜେଡିରୁ ଲିଲିତା ଦାସ ପ୍ରାର୍ଥୀ ହୋଇଛନ୍ତି। ଏହି ୩ ପ୍ରାର୍ଥୀ ନବାଗତା। ଲିଲିତା ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏଲଏଲବି କରିଛନ୍ତି। ସେହିପରି ପଦ୍ମିନୀ ବିଏ ପାସ କରିଥିବା ବେଳେ ଅନ୍ନପୂର୍ଣ୍ଣାଙ୍କ ଶିକ୍ଷାଗତ ଯୋଗ୍ୟତା ନବମ ପାସ। ଏହି ଆସନକୁ ଦଖଲ କରିବାକୁ ସବୁ ପ୍ରାର୍ଥୀ ତତ୍ପର ହୋଇ ଉଠିଛନ୍ତି। ଏହି ଜୋନରେ ଢୋଲ ପଞ୍ଚାୟତର ୧୪ ୱାର୍ଡରେ ୩୦୭୪ ଭୋଟର ଅଛନ୍ତି। ସେହିପରି ଧୁମାତରେ ୧୭ ୱାର୍ଡର ୪୫୯୩, ଘାଘରାରେ ୧୨ ୱାର୍ଡର ୩୨୨୫, ଇନ୍ଦୁପୁରରେ ୧୨ ୱାର୍ଡର ୪୧୧୧, କୋରୋରେ ୧୮ ୱାର୍ଡର ୫୧୬୩, କୁତରଙ୍ଗରେ ୧୧ ୱାର୍ଡର ୧୮୫୭, ନିକିରାଇରେ ୨୪ ୱାର୍ଡର ୬୮୧୨ ଓ ଚାରିଗଁା ପଞ୍ଚାୟତର ୧୨ ୱାର୍ଡରେ ୩୩୮୩ ଭୋଟର ମତଦାନ ପାଇଁ ଚିହ୍ନଟ ହୋଇଛନ୍ତି। ଏହି ତ୍ରିମୁଖୀ ଲଢ଼େଇରେ ସ୍ଥାନୀୟ ସମସ୍ୟା ସହିତ ରାଜନୈତିକ ସଙ୍ଗଠନ ଫଳାଫଳକୁ ପ୍ରଭାବିତ କରିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ରାଜନୈତିକ ବିଶ୍ଳେଷକ ଶିବାଶିଷ ମହାନ୍ତି, ପ୍ରଶାନ୍ତ କୁମାର ନାୟକ, ମୀର ଅବୁ ଓବେଦା ପ୍ରମୁଖ କହିଛନ୍ତି, ଜୋନ ଅଞ୍ଚଳର ଅର୍ଥନୀତି କୃଷି ପର୍ଯ୍ୟବସିତ। ସ୍ଥାନୀୟ ସମସ୍ୟା ମଧ୍ୟରେ କ୍ଷେତକୁ ଜଳ ପରିଚାଳନା ମୁଖ୍ୟ ହୋଇଥିବା ବେଳେ ଗ୍ରାମ୍ୟ ରାସ୍ତା ନିର୍ମାଣରେ ବହୁ ଅନିୟମିତତା ଅଛି। ଏହାବ୍ୟତୀତ ସ୍ଥାନୀୟ ଅଞ୍ଚଳର ଐତିହ୍ୟ ସଂରକ୍ଷଣ ପ୍ରତି ପୂର୍ବରୁ କୌଣସି ସଫଳ ଉଦ୍ୟମ ହୋଇପାରିନାହିଁ। ଜୋନ ଅଞ୍ଚଳରେ ସିଏଚ୍‌ସି ହୋଇଛି। ତେବେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ଉନ୍ନତିକୁ ପ୍ରାର୍ଥୀମାନେ ପ୍ରାଥମିକତା ଦେଇଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ଜୋନରେ ଭାଜପାର ରେଶମୀ ଚକ୍ରବର୍ତ୍ତୀ ନିର୍ବାଚିତ ହୋଇଥିଲେ। ଦ୍ୱିତୀୟ ସ୍ଥାନରେ ବିଜେଡି ପ୍ରାର୍ଥୀ ଥିଲେ। ଚଳିତ ନିର୍ବାଚନରେ ଏହି ଜୋନ୍‌ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଏଠାରେ ପ୍ରାର୍ଥୀ ଦେଇଥିବାରୁ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବ। ଭାଜପା ପୂର୍ବରୁ ଏଠାରେ ଜିତାପଟ ନେଇଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କର ରାଜନୈତିକ ଅଭିଜ୍ଞତା ଅଛି। ଅପରପକ୍ଷରେ ବିଜେଡି ଏଠାରେ ଶିକ୍ଷିତା ପ୍ରାର୍ଥୀ ଦେଇ ଗତ ନିର୍ବାଚନ ପରାଜୟକୁ ଭୁଲିବାକୁ ଚେଷ୍ଟା କରୁଛି। ଦଳୀୟ ନେତାମାନେ ମହିଳା ସଙ୍ଗଠନ ସହ ଯୋଗାଯୋଗରେ ରହିଛନ୍ତି। ଏଥିସହ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ରଣନୀତି ପ୍ରସ୍ତୁତ କରିଛି। ହାତରେ ପ୍ରାୟ ୧୮ ଦିନ ଥିବାରୁ ୩ ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରିଛନ୍ତି ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି। ନିର୍ବାଚନରେ ଥିବା ୩ ପ୍ରାର୍ଥୀ ବିଜୟକୁ ନେଇ ଆଶାବାଦୀ ବୋଲି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?