Posted inଫୁରସତ

ଜାଗୁଆର, ମର୍ସିଡିଜ୍‌, ବିଏମ୍‌ଡବ୍ଲ୍ୟୁଠାରୁ ବି ଅଧିକ ଦାମ୍‌ ଏହି ମେଣ୍ଢାର ମୂଲ୍ୟ, ଜାଣନ୍ତୁ କେତେ ଆଉ କାହିଁକି

ସାଧାରଣତଃ ଏକ ମେଣ୍ଢାର ମୂଲ୍ୟ ୧୦ରୁ ୨୦ ହଜାର ଟଙ୍କା ମଧ୍ୟରେ ଥାଏ। ରାଜସ୍ଥାନର ଗ୍ରାମାଞ୍ଚଳର ଅଧିକାଂଶ ଲୋକ ମେଣ୍ଢା ଓ ଛେଳି ପାଳନ କରି ରୋଜଗାର କରିଥାନ୍ତି। ମେଣ୍ଢାପାଳକମାନେ ପଶମ ଏବଂ କ୍ଷୀରରୁ ଭଲ ରୋଜଗାର କରନ୍ତି। କିନ୍ତୁ ଆଜି ଆମେ ଏମିତି ଏକ ମେଣ୍ଢା ବିଷୟରେ କହିବୁ ଯାହାର ମୂଲ୍ୟ ଜାଗୁଆର, ବିଏମ୍‌ଡବ୍ଲ୍ୟୁ ଏବଂ ମର୍ସିଡିଜ୍‌ଠାରୁ ବି ଅଧିକ।

A rare look at the world's most expensive sheep

ଏହି ମେଣ୍ଢା ଉପରେ ଈଶ୍ୱରଙ୍କ ନାମ ମଧ୍ୟ ଲେଖାଯାଇଛି ଏବଂ ଏହାକୁ କାଜୁ ବାଦାମ, କଦଳୀ ଏବଂ ସେଓ ଖାଇବାକୁ ଦିଆଯାଏ। ମେଣ୍ଢାପାଳକ କହିଛନ୍ତି, ଏହା ଏକ ବିଶେଷ ପ୍ରକାରର ମେଣ୍ଢା। ଯାହାର ଦାମ୍‌ ୫୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ

ଭବାନୀ ସିଂ ସିକର ଜିଲାର ନେଚ୍‌ଓ୍ବା ତହସିଲର କଲଓ୍ବା ଗାଁର ଉତ୍ତର ଭାଗରେ ମେଣ୍ଢା ପାଳନରେ କାମ କରନ୍ତି। ତାଙ୍କ ଘରେ ଏକ ଅନନ୍ୟ ମେଣ୍ଢା ଜନ୍ମ ହୋଇଛି। ଯାହାର ବଜାର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ବୋଲି କୁହାଯାଉଛି। ଏହା ହେଉଛି ଏକ ବିଶେଷ ପ୍ରକାରର ଗୁଜରାଟୀ ପ୍ରଜାତିର ମେଣ୍ଢା। ଯାହାର ଓଜନ ଏବଂ ଗଠନ ସ୍ଥାନୀୟ ମେଣ୍ଡାଠାରୁ ବହୁତ ଅଧିକ।

A rare look at the world's most expensive sheep

ମେଣ୍ଢା ପାଟିର ଉଭୟ ପାର୍ଶ୍ୱରେ ଆଲ୍ଲା ଶବ୍ଦ ଲେଖା ହୋଇଛି। ଏହାର ଗୋଟିଏ ପଟେ ସ୍ପଷ୍ଟ ଜଣାପଡୁଛି ଯେ, ଆଲ୍ଲା ଊର୍ଦ୍ଦୁ ଭାଷାରେ ଲେଖା ହୋଇଥିବା ବେଳେ ଅନ୍ୟ ପଟେ ଏକ ଚନ୍ଦ୍ର ଥିବା ଦେଖିବାକୁ ମିଳିଛି। ମୁସଲମାନମାନଙ୍କ ପାଇଁ ଚନ୍ଦ୍ରର ଚିହ୍ନ ଶୁଭ ବୋଲି ବିବେଚନା କରାଯାଏ।

କୃଷକ ଭବାନୀ ସିଂ କୁହନ୍ତି, ଯଦି କେହି ୫୦ ଲକ୍ଷରୁ ଅଧିକ ମୂଲ୍ୟରେ କିଣନ୍ତି। ମୁଁ ଏହାକୁ ବିକ୍ରୟ କରିବି ନାହିଁ। ତେଣୁ ବର୍ତ୍ତମାନ ଏଭଳି ପରିସ୍ଥିତିରେ ଜାଗୁଆର, ବିଏମ୍‌ଡବ୍ଲ୍ୟୁ ଏବଂ ମର୍ସିଡିଜ ଭଳି ରାଜକୀୟ ଷ୍ଟାଇଲିଶ କାର୍‌ ମଧ୍ୟ ଏହି ମେଣ୍ଢା ତୁଳନାରେ ଫିକା ପଡ଼ିଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?