ଏହି ନାଟକ

ଦୀର୍ଘବର୍ଷ ଚାକିରି କରିବା ପରେ ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଫିସର ଅଭୟକାନ୍ତ ପାଠକଙ୍କୁ ଭିଜିଲାନ୍ସ ଦୁର୍ନୀତି ଅଭିଯୋଗରେ ଗିରଫ କରିଛି। ତାଙ୍କ ପୁଅ ଆକାଶ ମଧ୍ୟ ବଡ଼ ଠକେଇରେ ସମ୍ପୃକ୍ତ ଥିବା ନେଇ ଗିରଫ ହୋଇଛନ୍ତି। ତେବେ ଅଭୟକାନ୍ତଙ୍କ ଦୁର୍ନୀତି ଉପରେ ଶେଷ କଥା କହିବ ନ୍ୟାୟାଳୟ। ତାଙ୍କ ବିରୋଧରେ ଯଦି ଅଭିଯୋଗ ସତ୍ୟ ହୋଇଥାଏ, ତାହାହେଲେ ଏହା ଦିନେ, ମାସେ ବା ବର୍ଷକର କଥା ନୁହେଁ। ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱର କାହାଣୀ ଏବେ ଧରାପଡ଼ିବା ଆଶ୍ଚର୍ଯ୍ୟ ଲାଗୁଛି। ଭିଜିଲାନ୍ସର ଯାଞ୍ଚ ପ୍ରାୟତଃ ଚପରାସୀ, ପିଅନ, କିରାଣି କିମ୍ବା କନିଷ୍ଠ ଯନ୍ତ୍ରୀଙ୍କ ସ୍ତରରେ ଅଧିକାଂଶ ସମୟରେ ଅଟକିଯିବାର ଖବର ସମସ୍ତେ ପଢ଼ନ୍ତି। ବଡ଼ବଡ଼ିଆଙ୍କ ଦୁର୍ନୀତିକୁ ଧରିବାରେ ଓଡ଼ିଶା ଭିଜିଲାନ୍ସ ବିଭାଗର ଇତିହାସ ନାହିଁ। ହଠାତ୍‌ ନିଦ୍ରାଭଙ୍ଗ ଘଟି ବଡ଼ ମାଛ ଧରିବାକୁ ବନିଶି କଣ୍ଟା ଧରି ଭିଜିଲାନ୍ସ ବିଭାଗ ବାହାରିଲା। ଚୋର ଧରିବା ଏହାର ଦୈନନ୍ଦିନ ବିଷୟ ହେବା ଦରକାର। ତାହା ନ ହୋଇଥିବାରୁ ଭିଜିଲାନ୍ସର ଏହି ବହୁଳ ପ୍ରଚାରିତ ଆକ୍ରମଣ କେବଳ ଆକ୍ରୋଶରେ ଶିକାର କରୁଥିବା ଭଳି ମନେହେଉଛି। ଏବେ ଆଇଏଫ୍‌ଏସ୍‌ ଅଫିସର ପାଠକ ଓ ତାଙ୍କ ପୁଅଙ୍କ ସହ ଗଞ୍ଜାମ ଜିଲାର ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ବନ୍ଧ ଥିବା ବିଷୟ ଚର୍ଚ୍ଚାକୁ ଆସିବା ପରେ ତାଙ୍କୁ ବିଜୁ ଜନତା ଦଳ (ବିଜେଡି)ରୁ ବହିଷ୍କାର କରାଯାଇଛି। ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡକୁ ନେଇ ଶାସକ ଦଳକୁ ବିରୋଧୀ ଟାର୍ଗେଟ କରିବା ପରେ ପାଠକ-ପ୍ରଦୀପ ଘଟଣା ରାଜ୍ୟ ରାଜନୀତିକୁ ନୂଆ ରୋଚକ ସ୍ତରକୁ ଆଣିଛି। ପରୀ ଘଟଣାରୁ ଦୃଷ୍ଟି ହଟାଇବା ସକାଶେ ସରକାରଙ୍କ ଇଙ୍ଗିତରେ ଏଭଳି କରାଯାଉଛି ବୋଲି କୁହାଯାଉଛି। କାଳେ ଜନସାଧାରଣ ଆକ୍ରମଣାତ୍ମକ ହୋଇଯିବେ, ସେଥିଲାଗି ମାସକ ପୂର୍ବରୁ ବିଧାନସଭାର ଶୀତ ଅଧିବେଶନକୁ ଅଚାନକ ବନ୍ଦ କରିଦିଆଯିବା ମଧ୍ୟ ପ୍ରଶ୍ନ ସୃଷ୍ଟି କରୁଛି।

ପଞ୍ଚଦଶ ବିଧାନସଭାରେ କଂଗ୍ରେସ ବିରୋଧୀ ଦଳ ଭୂମିକା ଗ୍ରହଣ କରିଥିବା ବେଳେ ୨୦୧୯ ଷୋଡ଼ଶ ବିଧାନସଭାରୁ ଭାଜପା ସେ ଆସନ ପାଇଛି। ଉଭୟ ଦଳର ନେତାମାନଙ୍କ କାର୍ଯ୍ୟକଳାପକୁ ଦେଖିଲେ ମନେହୁଏ, ଯେପରି ଡମ୍ବରୁ ବଜାଇ ମାଙ୍କଡ଼ ନଚାଇଲା ଭଳି ସରକାର ସେମାନଙ୍କୁ ନଚାଉଛି। ବିଧାନସଭାକୁ ସାମ୍ନା କରିବାକୁ ଅନିଚ୍ଛୁକ ସରକାର, ବାଡ଼ି ଉଠାଇବା ମାତ୍ରକେ, ବିରୋଧୀ ଦଳ ହୋହଲ୍ଲା କରି କିଛିଦିନ ମଧ୍ୟରେ ବିଧାନସଭା ବନ୍ଦ କରିଦେଉଛନ୍ତି। କୌଶଳ ବା ଷ୍ଟ୍ରାଟେଜି ବଦଳାଇବାର ମଧ୍ୟ ପ୍ରୟୋଜନ ଉଠୁନାହିଁ। ଗଣତନ୍ତ୍ରରେ ବିଧାନସଭା ବା ପାର୍ଲାମେଣ୍ଟ ଲୋକହିତକର ଆଇନ ପ୍ରଣୟନ ସହ ଉନ୍ନତିମୂଳକ କାର୍ଯ୍ୟ କରିବା ଲାଗି ଅଭିପ୍ରେତ। ହେଲେ ଓଡ଼ିଶାରେ କିଛି ବର୍ଷ ହେବ ଦେଖାଯାଉଛି ଯେ, ଅସୁବିଧାଜନକ ସ୍ଥିତି ଆଶଙ୍କା କରି ବିଧାନସଭା ଅଧିବେଶନକୁ ଯଥେଷ୍ଟ ଆଗରୁ ବାରମ୍ବାର ବନ୍ଦ କରିଦିଆଯାଉଛି। ଚଳିତ ଶୀତ ଅଧିବେଶନକୁ ମାସକ ପୂର୍ବରୁ ମୁଲତବୀ କରିଦିଆଯିବା ମନେହେଉଛି ସତେଯେପରି ଶାସକ-ବିରୋଧୀ ସାଲିସ କରି ଏଭଳି କାର୍ଯ୍ୟ କରୁଛନ୍ତି। ଲେଜିସ୍‌ଲେଚର (ବିଧାନମଣ୍ଡଳ)ରେ ବିରୋଧୀ ଦୁର୍ବଳ କିମ୍ବା ଲୋଭୀ ହୋଇଗଲେ ଗଣତନ୍ତ୍ର ଫମ୍ପା ହୋଇଯାଏ। ଓଡ଼ିଶାବାସୀଙ୍କ ଦୁଃଖ ଯେ, ଏଠାରେ ବିରୋଧୀ ସାଜିଥିବା ଦଳ ଓ ତା’ର ନେତୃତ୍ୱ ସମ୍ପୂର୍ଣ୍ଣ ଭାବେ ସାଲିସ ମାଧ୍ୟମରେ ଲାଭ ଉଠାଇବାକୁ ଚେଷ୍ଟା କରୁଛି। କୌଣସି କଷ୍ଟ କିମ୍ବା ରାଜନୈତିକ ଅଭିଯାନ କରିବା ପରିବର୍ତ୍ତେ ଉଷୁମ ଥିବା ଚୌକିରେ ବସିପଡ଼ିବାକୁ ଚେଷ୍ଟିତ। କୌତୂହଳର ବିଷୟ ହେଉଛି, ଅନେକ ବଡ଼ ସମସ୍ୟାକୁ ‘ଛୋଟିଆ’ କରି ତାକୁ ଚତୁରତାର ସହିତ ରାଜନୈତିକ ପ୍ରସଙ୍ଗ ଭାବେ ଧ୍ୱଂସ କରିଦିଆଯାଉଛି। ପରବର୍ତ୍ତୀ ସମୟରେ ସେହି ପ୍ରସଙ୍ଗକୁ ପୁନର୍ବାର ରାଜନୈତିକ ଆନ୍ଦୋଳନର ରୂପ ଦିଆଯାଇ ପାରୁନାହିଁ। ସବୁଦିନ ସକାଳୁ ଖବରକାଗଜ ପଢ଼ି ସେଥିରେ ପ୍ରକାଶ ପାଉଥିବା କୌଣସି ଅନୈତିକ କାର୍ଯ୍ୟ ବିରୋଧରେ ତୁରନ୍ତ କେତେ ଜଣ ଏକାଠି ହୋଇ ଧ୍ୱନି ଦେଇଦେଲେ ସେହି ସମସ୍ୟା ବା ପ୍ରସଙ୍ଗ ସମାଧି ପାଇଯାଉଛି। ତା’ ପରେ ଦଳୀୟ କାର୍ଯ୍ୟାଳୟକୁ ଫେରି ମାଂସ ଭାତ ଭୋଜିରେ ବିପ୍ଳବୀମାନେ ଆପ୍ୟାୟିତ ହେଉଛନ୍ତି। ଭାବୁଛନ୍ତି କେହି କିଛି ବୁଝିପାରୁନାହାନ୍ତି। ସେହିଭଳି କେତେକ ଗଣମାଧ୍ୟମ ସଂସ୍ଥା ନିଜର ସୁବିଧା ତଥା ବ୍ୟକ୍ତିଗତ ପଦପଦବୀ ହାସଲ କରିବା ଲୋଭ ରଖି ଅତିରଞ୍ଜିତ କରି କାହାଣୀ ଛପାଉଛନ୍ତି ପ୍ରଥମ ପୃଷ୍ଠାରେ। ଏହିଭଳି ଚାଞ୍ଚଲ୍ୟକର ଖବର ପରିବେଷଣ କଲେ ପାଠକ କ୍ଷଣିକ ସମୟ ପାଇଁ କୁତୁକୁତୁ ହୋଇପାରନ୍ତି। କିନ୍ତୁ ସେହି ପାଠକମାନେ ଏହାଦ୍ୱାରା ବୋକା ସାବ୍ୟସ୍ତ ହେଉଛନ୍ତି। କାରଣ ସେମାନେ ଭିତିରି କଥା ବୁଝିବାରେ ଅସମର୍ଥ।

ଏବେ ଓଡ଼ିଶାର ଲୋକଙ୍କୁ ଭାବିବାକୁ ହେବ ଯେ, ଆମ ସମ୍ମୁଖରେ ଥିବା ରାଜନୈତିକ ବିକଳ୍ପ ଭିନ୍ନ ପତାକା ଧରିଥାଇପାରନ୍ତି, କିନ୍ତୁ ବାସ୍ତବରେ ସମସ୍ତଙ୍କ ରଙ୍ଗ ଗୋଟିଏ। ଆମେ ଜନସାଧାରଣ ଭକୁଆ ହେଉଛେ। ଦଳୀୟ ଚେଲାଚାମୁଣ୍ଡା ଆମକୁ ଦେଖି ଉତ୍‌ଫୁଲ୍ଲିତ ହେଉଛନ୍ତି। ନେତାମାନେ ନୀରବତା ରକ୍ଷାକରି ଭାଗବଣ୍ଟାରେ ଲାଗି ପଡ଼ୁଛନ୍ତି। ଆଉ କେତେ ଦିନ ଏହି ନାଟକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri