Posted inଖେଳ

କୋଚ୍‌ଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ, ୨।୭- ଜିମ୍ବାଓ୍ବେର ପୂର୍ବତନ କ୍ରିକେଟର୍‌ ଗ୍ରାଣ୍ଟ ପ୍ଲାଓ୍ବାର ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପାକିସ୍ତାନ ଜାତୀୟ କ୍ରିକେଟ୍‌ ଦଳର ବ୍ୟାଟିଂ କୋଚ୍‌ ରହିଥିଲେ। ଏହି ସମୟ ମଧ୍ୟରେ ଘଟିଯାଇଥିବା ଏମିତି ଏକ ଘଟଣାକୁ ଫ୍ଲାଓ୍ବାର ଏବେ ସାମ୍ନାକୁ ଆଣିଛନ୍ତି, ଯାହାକୁ ଶୁଣିଲେ ସହଜେ ବିଶ୍ୱାସ କରିହେବ ନାହିଁ। ‘ପୂର୍ବତନ ଅଧିନାୟକ ୟୁନିସ ଖାନ୍‌ଙ୍କୁ ଦିନେ କିଛି ବ୍ୟାଟିଂ ଟିପ୍ସ ଦେଉଥିବାବେଳେ ହଠାତ୍‌ ସେ ରାଗିଯାଇ ମୋ ବେକରେ ଛୁରୀ ଲଗାଇ ଦେଇଥିଲେ’ ବୋଲି ଫ୍ଲାଓ୍ବାର ଦାବି କରିଛନ୍ତି। ନିକଟରେ ଏକ ସାକ୍ଷାତ୍‌କାର ଅବସରରେ ଯେତେବେଳେ ଫ୍ଲାଓ୍ବାରଙ୍କୁ ପଚରା ଯାଇଥିଲା କି ତୁମ କୋଚିଂ କ୍ୟାରିୟରରେ କେଉଁ କଷ୍ଟଦାୟକ ଖେଳାଳିଙ୍କ ସମ୍ମୁଖୀନ ହୋଇଥିଲେ। ଏହାର ଉତ୍ତରରେ ୟୁନିସ ଖାନଙ୍କ ନାମ ନେଇଥିଲେ ଫ୍ଲାଓ୍ବାର। ‘ବ୍ରିସବେନର ଗୋଟିଏ ଘଟଣା ମୋର ମନେ ରହିଛି। ସେଠାରେ ଖେଳାଯାଉଥିବା ଏକ ଟେଷ୍ଟ ମ୍ୟାଚ୍‌ର ସକାଳ ଟିଫିନ ସମୟରେ ମୁଁ ତାଙ୍କୁ (ୟୁନିସ) କିଛି ବ୍ୟାଟିଂ ଟିପ୍ସ ଦେବାକୁ ଚେଷ୍ଟା କରୁଥିଲି। କିନ୍ତୁ ମୋ ଉପଦେଶ ତାଙ୍କୁ ଭଲ ଲାଗି ନ ଥିଲା ଏବଂ ସେ ଏକ ଛୁରୀ ମୋ ବେକ ପାଖକୁ ଆଣିଥିଲେ। ସେଠାରେ ମୁଖ୍ୟକୋଚ୍‌ ମିକି ଆର୍ଥର ବସିଥିଲେ। ସେତେବେଳେ ତାଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା’ ବୋଲି ୪୯ ବର୍ଷୀୟ ଫ୍ଲାଓ୍ବାର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏହା ଆଶ୍ଚର୍ଯ୍ୟଜନକ ଥିଲା। କିନ୍ତୁ କୋଚିଂ କ୍ୟାରିୟରର ଏକ ଅଂଶ। ଯାହାକି ଏହି ଯାତ୍ରାକୁ ଆହୁରି କଠିନ କରିଥାଏ। ମୁଁ ପ୍ରକୃତରେ କୋଚିଂକୁ ଉପଭୋଗ କରିଛି। ମୋତେ ଆହୁରି କିଛି ଶିଖିବାକୁ ବାକି ରହିଛି। ଆଜି ଯେଉଁସ୍ତରରେ ପହଞ୍ଚତ୍ଛି ସେଥିଲାଗି ଭାଗ୍ୟବାନ ମନେ କରୁଛି। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୬ରେ ପାକିସ୍ତାନ ଯେତେବେଳେ ଅଷ୍ଟ୍ରେଲିଆ ଗସ୍ତ କରିଥିଲା ସେତେବେଳେ ପ୍ରଥମ ଟେଷ୍ଟ ବ୍ରିସବେନରେ ଖେଳିଥିଲା। ସେହି ସମୟରେ ଏହି ଘଟଣା ଘଟିଥିଲା ବୋଲି ଜଣାପଡ଼ିଛି। ମ୍ୟାଚ୍‌ର ପ୍ରଥମ ଇନିଂସରେ ୟୁନୁସ ୦ ଓ ଦ୍ୱିତୀୟ ଇନିଂସରେ ୬୫ ରନ ସଂଗ୍ରହ କରିଥିଲେ। ସେହିଭଳି ସିରିଜର ଅନ୍ତିମ ମ୍ୟାଚ୍‌ରେ ୟୁନିସ ୧୭୫ ରନର ଅପରାଜିତ ଇନିଂସ ମଧ୍ୟ ଖେଳିବାରେ ସଫଳ ହୋଇଥିଲେ। ଗ୍ରାଣ୍ଟ ଫ୍ଲାଓ୍ବାର ବର୍ତ୍ତମାନ ଶ୍ରୀଲଙ୍କା କ୍ରିକେଟ୍‌ ଦଳର ବ୍ୟାଟିଂ କୋଚ୍‌ ଦାୟିତ୍ୱ ତୁଲାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୋଲରଙ୍କୁ କ୍ଷମା ଦେଲେ ନି ଟିମ୍‌ ଇଣ୍ଡିଆର ନୂଆ ଓପନିଂ ଯୋଡ଼ି

ଦୁବାଇ,୧୮।୧୦: ଟି୨୦ ବିଶ୍ୱକପ୍‌ ପୂର୍ବରୁ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ମିଳିଛି ଜବରଦସ୍ତ ବିଜୟ। ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୧୮୯ ରନ୍‌ର ଟାର୍ଗେଟକୁ ଟିମ୍‌ ଇଣ୍ଡିଆ...

ସିନିୟର ମୁମ୍ବାଇ ଦଳରେ ଅର୍ଜୁନ ତେନ୍ଦୁଲକର

ମୁମ୍ବାଇ,୨ା୧- ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ମୁମ୍ବାଇର ସିନିୟର ଦଳରେ ଯାଗା ମିଳିଛି। ଏହା ସ୍ପଷ୍ଟ କରିଛନ୍ତି ମୁମ୍ବାଇ ଦଳର ମୁଖ୍ୟ ଚୟନକର୍ତ୍ତା...

ଆଜିଠୁ ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତର ୨୧୫ ଆଥଲେଟ୍‌ କରିବେ ଅଂଶଗ୍ରହଣ

ବର୍ମିଂହାମ୍‌, ୨୭।୭: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ଆଜିଠାରୁ ଇଂଲଣ୍ଡର ବର୍ମିଂହାମ ଠାରେ ଆରମ୍ଭ ହେବ। ଏଥିପାଇଁ ଭାରତୀୟ ଖେଳାଳିମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଇଂଲଣ୍ଡରେ ପହଞ୍ଚିଛନ୍ତି।...

ୟୁଏସ୍‌ ଆମେଚର ଗଲ୍ଫରେ ଭାଗ ନେବେ ଅନିକା

ନୂଆଦିଲ୍ଲୀ,୧୮।୭(ପି.ଟି.): ଭାରତୀୟ ଉଦୀୟମାନ ମହିଳା ଆମେଚର ଗଲ୍ଫର ଅନିକା ବର୍ମା ଏବେ ଏକ ବିଶ୍ୱସ୍ତରୀୟ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଅଗଷ୍ଟ ୬ରୁ ୯ ତାରିଖ...

କୋଭିଡ-୧୯ ପ୍ରତିବନ୍ଧକ: ବାଲା ଦେବୀଙ୍କ ସ୍କଟ୍‌ଲାଣ୍ଡ ରହଣି ବଢିଲା

ନୂଆଦିଲ୍ଲୀ, ୨୧।୩ (ପି.ଟି.)- କରୋନା ଭାଇରସ ବା କୋଭିଡ-୧୯ ପ୍ରତିବନ୍ଧ ପାଇଁ ଭାରତୀୟ ମହିଳା ଫୁଟବଲ ତାରକା ଏନ୍‌ ବାଲା ଦେବୀଙ୍କ ସ୍କଟଲାଣ୍ଡ ରହିଣିରେ ବୃଦ୍ଧି...

ୟୁଜର୍ସଙ୍କୁ ଭାଗ ଭାଗ କରିଦେଲା ମୋଟେରା ଷ୍ଟାଡିୟମର ନାମକରଣ

ନୂଆଦିଲ୍ଲୀ,୨୪।୨: ଗୁଜରାଟର ଅହମ୍ମଦାବାଦ ସ୍ଥିତ ବିଶ୍ୱର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ କରାଯାଇଛି। ୧.୩୨ ଲକ୍ଷ ଦର୍ଶକଙ୍କ କ୍ଷମତା ବିଶିଷ୍ଟ...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲ: ପଞ୍ଚମ ଟାଇଟଲ ଲକ୍ଷ୍ୟରେ ଭାରତ

ପୋଚେଫ୍ସଟ୍ରୁମ୍‌,୯।୨(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଭାରତ ଓ ବାଂଲାଦେଶ ରବିବାର ପରସ୍ପରକୁ ଭେଟିବେ। ସ୍ଥାନୀୟ...

ଷ୍ଟୋକ୍ସ ବିବିସି ସ୍ପୋଟର୍‌ସ ପର୍ସନାଲିଟି ଅଫ୍‌ ଦ ଇୟର

ଲଣ୍ଡନ,୧୬।୧୨- ବିବିସି ସ୍ପୋଟର୍‌ସ ପର୍ସନାଲିଟି ଅଫ୍‌ ଦ ଇୟର ପୁରସ୍କାରରେ ଇଂଲଣ୍ଡ କ୍ରିକେଟ ହ୍ୟାଟ୍ରିକ କରିଛି। ବିଶ୍ୱକପ୍‌ ଚାମ୍ପିୟନ ଇଂଲଣ୍ଡକୁ ବର୍ଷର ଶ୍ରେଷ୍ଠ ଦଳ ଓ...

Advertisement
Archives

Model This Week