Posted inଫୁରସତ

କରୋନା ଶୂନ୍ୟ ହେବା ପରେ ଏକାଠି ରାତ୍ରୀ ଭୋଜନକରି ଉତ୍ସବ ମନାଇଲେ ସହରବାସୀ

ଚେକ୍‌ ରିପବ୍ଲିକର ରାଜଧାନୀ ପ୍ରାଗ ଚାଲର୍‌ସ ବ୍ରିଜ୍‌ରେ ଏକ ସୁନ୍ଦର ରାତ୍ରୀ ଭୋଜନର ଆୟୋଜନ ହୋଇଛି। ଏପରି ଉତ୍ସବ ମନାଇବାର କାରଣ ହେଉଛି ବର୍ତ୍ତମାନ ଏହି ସହରରେ ଜଣେ ହେଲେ କରୋନା ପଜିଟିଭ ନାହାନ୍ତି। ଏହି ଖୁସିକୁ ମନାଇବା ପାଇଁ ସହରର ପ୍ରସିଦ୍ଧ ଚାଲର୍‌ସ ବ୍ରିଜ୍‌ ଉପରେ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇଥିଲେ। ଲୋକମାନେ ଚେୟାର, ଟେବୁଲ ରଖି ଏକ ବିଶେଷ ରାତ୍ରୀ ଭୋଜନ କରୁଥିବାର ଦେଖିବାକୁ ମିଳିଛି। ତେବେ ଏହି ଭୋଜନ ପାଇଁ ସେମାନେ ଘରୁ ଖାଦ୍ୟ ଏବଂ ପାନୀୟ ନେଇ ଚାଲର୍‌ସ ବ୍ରିଜରେ ଆନନ୍ଦ ମନାଇଥିଲେ। ଏହି ସମୟରେ ଲୋକମାନେ ପରସ୍ପରଠାରୁ ୫୦୦ ମିଟର ଦୂରରେ ବସିଥିଲେ। ଯାହା ଦ୍ୱାରା ପାର୍ଟି ସହିତ ସାମାଜିକ ଦୂରତା ମଧ୍ୟ ଅବଲମ୍ବନ କରାଯାଇଥିଲା। ଏପରି ଉତ୍ସବ ମନାଇବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, କରୋନା ଭାଇରସ୍‌ ଉକ୍ତ ସ୍ଥାନରୁ ସମ୍ପୂର୍ଣ୍ଣ ରୂପେ ଚାଲିଯାଇଥିବା ନେଇ ଲୋକଙ୍କୁ ବାର୍ତ୍ତା ଦେବା।
ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ଲକ୍ଷ ଲୋକ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ବେଳେ ୩୫୦ ଜଣଙ୍କ ମୃତ୍ୟୁ ଘଟିଛି। କରୋନା ମହାମାରୀ ଯୋଗୁ ୟୁରୋପ ଦେଶରେ ୧ କୋଟି ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଆଣ୍ଟି-ଭାଇରସ ପଦକ୍ଷେପ ଗ୍ରହଣ କରିଥିଲେ। ଯେଉଁ କାରଣରୁ କରୋନା ଭାଇରସ୍‌ ଦିନକୁ ଦିନ ହ୍ରାସ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୂଅରୁ ବାହାରୁଛି ୨ ହଜାର ଟଙ୍କିଆ ନୋଟ୍‌, ଟଙ୍କା ନେବା ପାଇଁ ଭିଡ଼…

ଘାଟମପୁର,୧୪।୭: ଟଙ୍କା ପୁଣି କୂଅରୁ ବାହାରୁଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ଉତ୍ତରପ୍ରଦେଶର ଘାଟମପୁର ଅନ୍ତର୍ଗତ ଭିତରଗାଓ୍ବଁ ଅଞ୍ଚଳର ପସେମା...

ରାତାରାତି ୨୪,୦୦୦ କରୋଡର ମାଲିକାଣୀ ହେଲେ ମହିଳା, ସେଦିନର ଘଟଣା ଜାଣି ଉଡିଯିବ ହୋସ୍‌

କୁହାଯାଏ ଭଗବାନ ଯେତେବେଳେ ଦିଅନ୍ତି, ଛପର ଫାଡିକି ଦିଅନ୍ତି। କେତେକ ଲୋକଙ୍କ ଠାରେ ଏହା ସତ୍ୟ ପ୍ରମାଣିତ ହୋଇଥାଏ। ସେମାନଙ୍କ ମଧ୍ୟରୁ ଚାଇନାର ଜଣେ ମହିଳା...

ଏକତାର ନିଦର୍ଶନ ଏଇ ବ୍ରିଜ୍‌

ଭେନିସ୍‌ ସହର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ପ୍ରସିଦ୍ଧ। ଜଳମଗ୍ନ ଏହି ସହର ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଏଠାକାର ସ୍ଥାପତ୍ୟ ବି ବେଶ୍‌ ଉଚ୍ଚକୋଟୀର।...

ବର ମଦନିଶାରେ ଶାଶୁଙ୍କୁ ପିନ୍ଧାଇଲେ ବରଣମାଳା…

ମୁମ୍ବାଇ,୫।୬:ଏବେ ସୋସିଆଲ୍‌ ମିଡ଼ିଆରେ ଏକ ବିବାହ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ବିବାହରେ ମଦ ନିଶାରେ ଚୁର୍‌ ଥିବା ବର ବିଚରା କନ୍ୟା ବଦଳରେ...

ବେଲୁନ୍‌ରେ ଛୁଞ୍ଚି ଫୁଟାଇ ମନୋରମ ଭିଡିଓ ଶେୟାର କଲେ ଯୁବତୀ

ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଜଣେ ଇନ୍‌ଷ୍ଟାଗ୍ରାମ ୟୁଜର ପାଣି ଭର୍ତ୍ତି ବେଲୁନକୁ ଚୁଞ୍ଚିରେ ଫୋଡ଼ି ସ୍ଲୋ-ମୋଶନ ଭିଡିଓ ପ୍ରସ୍ତୁତ କରିଛନ୍ତି।...

ମଣିଷଙ୍କୁ ନିମିଷକେ ମାରିପାରୁଥିବା ଏହି ଜୀବର ମୃତ୍ୟୁ ନାହିଁ…

ଓ୍ବାଶିଂଟନ: ଏଭଳି ଏକ ସାମୁଦ୍ରିକ ଜୀବ ରହିଛି ଯାହାର ବିଷ ଦ୍ୱାରା ନିମିଷକେ ମଣିଷର ମୃତ୍ୟୁ ଘଟିଥାଏ। ତେବେ ଏହି ଜୀବଟିର ମୃତ୍ୟୁ କେବେ ହୋଇ...

ହାତୀର ବବ୍‌ କଟ୍‌ ହେୟାର୍‌

ବବ୍‌ କଟ୍‌ ହେୟାର୍‌ ଷ୍ଟାଇଲ୍‌ କରି ଯୁବତୀ ଓ ମହିଳାମାନେ ବେଶ୍‌ ଷ୍ଟାଇଲିଶ୍‌ ଲାଗନ୍ତି। ଏହି ହେୟାର ଷ୍ଟାଇଲ୍‌ ବହୁତ ପୁରୁଣା କିନ୍ତୁ ଆଜି ବି...

ଘର ତିଆରି ପାଇଁ ଗଛକୁ ନ କାଟି କରିନେଲେ ନିଜ ପରିବାର ସଦସ୍ୟ

ଯଦି ଘର ତିଆରି କରିବାର ଥାଏ ଆମେ ପ୍ରଥମେ ସେହି ଜାଗାରେ ଥିବା ଗଛ କାଟି ସଫା କରିଥାଉ। ବୃକ୍ଷ ହିଁ ଜୀବନ ଜାଣି ମଧ୍ୟ...

Advertisement


Archives

Model This Week