Posted inଖେଳ

ଟି-୨୦ରେ ଗେଲ୍‌-କୋହଲିଙ୍କଠାରୁ ଆହୁରି ବିପଜ୍ଜନକ ଏହି ବ୍ୟାଟ୍ସମ୍ୟାନ୍‌

ଲଣ୍ଡନ,୨୨।୭: ପାକିସ୍ତାନର ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ଟି -୨୦ କ୍ରିକେଟରେ ଦଳର ସବୁଠାରୁ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଭାବରେ ଉଭା ହୋଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଟି -୨୦ ମ୍ୟାଚରେ ଅପରାଜିତ ୭୬ ରନ୍‌ର ଇନିଂସ ଖେଳିଥିଲେ ଏବଂ ଟି -୨୦ରେ ୧୦୦୦ ରନ ମଧ୍ୟ ପୂରଣ କରିଥିଲେ। ଏହି ବର୍ଷ ରିଜୱାନ କ୍ରିକେଟର୍‌ରେ ହଇଚଇ ସୃଷ୍ଟି କରିଛନ୍ତି। ୨୦୨୧ରେ ସେ ହାରାହାରି ୧୦୦.୮୫ରେ ୧୩ଟି ଟି-୨୦ରେ ୭୦୬ ରନ ସଂଗ୍ରହ କରିଛନ୍ତି। ରିଜୱାନ ୧୪୦ ଷ୍ଟ୍ରାଇକର ହାରରେ ୧୩ ଇନିଂସରେ ଏକ ଶତକ ଏବଂ ସାତ ଅର୍ଦ୍ଧଶତକ ହାସଲ କରିଛନ୍ତ। ବିଶେଷ କଥା ହେଉଛି ସେ ମଧ୍ୟ ୬ଥର ନଟ୍‌ଆଉଟ୍‌ ଅଛନ୍ତି।
ରିଜଓ୍ବାନ୍‌ଙ୍କୁ ପ୍ରଥମେ ଡିସେମ୍ବର ୨୦୨୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖୋଳିବାର ସୁଯୋଗ ମିଳିଥିଲା। ଓପନର୍‌ ହେବା ମାତ୍ରେ ରିଜୱାନ ରନ ସ୍କୋର କରିବା ଆରମ୍ଭ କରିଥିଲେ। ଓପନିଂ ବେଳେ ରିଜୱାନ ୧୬ ଇନିଂସରେ ୮୩୪ ରନ ସଂଗ୍ରହ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୦୪। ସେ ଏବଂ ବାବର ଆଜାମଙ୍କ ଓପନିଂ ଯୋଡି ଏହି ସମୟରେ ଟି -୨୦ କ୍ରିକେଟରେ ସବୁଠାରୁ ବିପଜ୍ଜନକ ବୋଲି ବିବେଚନା କରାଯାଏ। ମହମ୍ମଦ ରିଜୱାନ ଟି -୨୦ ରେ ମାତ୍ର ୩୧ ଇନିଂସରେ ୧୦୦୦ ରନ ପୂରଣ କରିଛନ୍ତି। ସେ ପାକିସ୍ତାନ ପାଇଁ ୩୯ଟି ମ୍ୟାଚରେ ହାରାହାରି ୪୮.୫୨ରେ ରନ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ ଗୋଟିଏ ଶତକ ଏବଂ ୮ଟି ଅର୍ଦ୍ଧଶତକ ଅଛି । ଟି -୨୦ରେ ୭୫୦ରୁ ଅଧିକ ରନ ସ୍କୋର କରିଥିବା ଖେଳାଳିଙ୍କ ମଧ୍ୟରେ ରିଜୱାନ ହାରାହାରିରେ ଦ୍ୱିତୀୟ ଶ୍ରେଷ୍ଠ। ହାରାହାରି ଦୃଷ୍ଟିରୁ କେବଳ ବିରାଟ କୋହଲି (୫୨.୬୫) ତାଙ୍କଠାରୁ ଆଗରେ ଅଛନ୍ତି। ବାବର ଆଜାମ (୪୬.୮୦) ତୃତୀୟ ସ୍ଥାନରେ ଅଛନ୍ତି।
ରିଜୱାନ ଚଳିତ ବର୍ଷ ଟି -୨୦ ବ୍ୟତୀତ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ସ୍କୋର କରିଥିଲେ। ଜବରଦସ୍ତ ଫର୍ମରେ ଥିବା ରିଜଓ୍ବାନ ୨୦୨୧ ମସିହାରେ ହାରାହାରି ୫୦ରେ ୫ ଟେଷ୍ଟ ମ୍ୟାଚରେ ୩୦୩ ରନ ସ୍କୋର କରିଛନ୍ତି। ସେହିପରି ଦିନିକିଆ କ୍ରିକେଟରେ ୪୧ଟି ମ୍ୟାଚରେ ରିଜୱାନ ୮୬୪ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?