ବିହାର ପଲଟିକ୍ସରେ ପାଓ୍ବାରଫୁଲ ଏହି ଓଡ଼ିଶା ଆଇଏଏସ, ହୋଇପାରନ୍ତି ନୀତିଶଙ୍କ ଉତ୍ତରାଧିକାରୀ

ନୂଆଦିଲ୍ଲୀ,୧୨।୭: ଓଡ଼ିଶା ପରି ବିହାର ରାଜନୀତିରେ ପାଓ୍ବାର ପ୍ଲେ। ଓଡ଼ିଶାରେ ନବୀନ ସରକାର ଥିବାବେଳେ ଯେମିତି ଆଇଏଏସଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା ଏବେ ମଧ୍ୟ ସମାନ ଘଟଣା ବିହାରରେ ଦେଖିବାକୁ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖାସ୍‌ ଲୋକ ଅର୍ଥାତ୍‌ ପୂର୍ବତନ ବ୍ୟକ୍ତିଗତ ସଚିବ କାର୍ତ୍ତିକ ପାଣ୍ଡିଆନଙ୍କ ପରି ବିହାରରେ ମଧ୍ୟ ନୀତିଶ ସରକାରଙ୍କ କ୍ଷେତ୍ରରେ ମଧ୍ୟ ସମାନ ଜିନିଷ ଦେଖିବାକୁ ମିଳିଛି। ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପରାମର୍ଶଦାତା ଭାବେ ଯୋଗ ଦେଇଛନ୍ତି ପୂର୍ବତନ ଆଇଏଏସ ଅଧିକାରୀ ମନୀଷ ବର୍ମା। ତେବେ ଆମେ ପାଣ୍ଡିଆନଙ୍କ ସହ ମନୀଷଙ୍କ କଥା କାହିଁକି ଯୋଡୁଛୁ ଆସନ୍ତୁ ଜାଣିବା।

ଆଇଏଏସ ମନୀଷ ବର୍ମା ଜେଡିୟୁର ଜାତୀୟ ସାଧାରଣ ସଂପାଦକ ତଥା ନୀତିଶଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି। ୨୦୦୦ ବ୍ୟାଚ୍‌ ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ ଅଧିକାରୀ ତଥା ପାଟଣା ପୂର୍ବତନ ଜିଲା ମାଜିଷ୍ଟ୍ରେଟ୍‌ ମନୀଷ ବର୍ମା ୨୦୧୮ରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏହାପରେ ସେ ନୀତିଶଙ୍କ ଘନିଷ୍ଠ ସହଯୋଗୀ ବା ପରାମର୍ଶଦାତା ଭାବେ କାମ କରି ଆସୁଛନ୍ତି। ତେବେ ତାଙ୍କର ଆଇଏଏସ ପଦ ଛାଡି ଜେଡିୟୁକୁ ଏଣ୍ଟ୍ରି ମାରିବା, ଭବିଷ୍ୟତରେ ସେ ଦଳର ମୁଖିଆ ହୋଇପାରନ୍ତି ବୋଲି ମଧ୍ୟ ଆକଳନ କରାଯାଉଛି। ଏକ ବର୍ଷରୁ ଅଧିକ ସମୟ ଧରି ଜେଡିୟୁର ସାଂଗଠିନକ କାର୍ଯ୍ୟକଳାପରେ ସକ୍ରିୟ ଥିବା ବର୍ମା ଦଳର କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟ ସଭା ଏମପି ସଞ୍ଜୟ ଝା ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ନିକଟରେ ହୋଇଥିବା ଲୋକ ସଭା ନିର୍ବାଚନ ସମୟରେ ଜେଡିୟୁ ପାଇଁ ବର୍ମା ଜୋରଦାର ପ୍ରଚାର ଅଭିଯାନ କରିଥିଲେ। ଏକ ସକ୍ରିୟ ରାଜନେତା ପରି ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ବର୍ମା ୪୦ବର୍ଷ ବୟସରେ ଆଇଏଏସ ପଦ ଛାଡି ରାଜନୀତି ମୁହାଁ ହୋଇଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗୃହ ଜିଲା ନାଳନ୍ଦାର ବାସିନ୍ଦା ବର୍ମା ୨୦୧୨ରେ ଆନ୍ତଃରାଜ୍ୟ ଡେପୁଟେଶନରେ ନିଜ ରାଜ୍ୟକୁ ଫେରିଥିଲେ। ସେବେଠାରୁ ସେ କ୍ରମାଗତ ବିହାରରେ ଚାକିରି କରୁଥିଲେ। ସେ ପାଟଣା ଏବଂ ପୂର୍ଣ୍ଣିଆ ଜିଲାପାଳ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ମନୀଷ ବର୍ମା ମୁଖ୍ୟମନ୍ତ୍ରୀ ନୀତିଶଙ୍କ ଭଳି ଜାତିରେ କୁର୍ମି। ଜଣେ ପ୍ରଶାସନିକ ଅଧିକାରୀ ଭାବେ ମଧ୍ୟ ବର୍ମା ମୁଖ୍ୟମନ୍ତ୍ରୀଙ୍କ ଖୁବ୍‌ ନିକଟତର ଥିଲେ । ମନୀଷ ଦିଲ୍ଲୀ ଡେପୁଟେସନରେ ଯାଇଥିବା ବେଳେ ସେ ଭିଆରସ ନେଇ ବିହାର ଆସିଥିଲେ। ଏହାପରେ ନୀତିଶ ତାଙ୍କୁ ଦଳରେ ଗୁରୁ ଦାୟିତ୍ୱ ଦେଇଥିଲେ। ଏହାପରେ ମନୀଷ ବର୍ମା ଜେଡିୟୁର ସଂଗଠନ ସହ ଜଡିତ ହୋଇଥିଲେ । କୁହାଯାଉଛି, ବିହାରରେ ଲୋକ ସଭା ନିର୍ବାଚନରେ ଜେଡିୟୁର ଭଲ ପ୍ରଦର୍ଶନ ପଛରେ ମନୀଷ ବର୍ମାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉତ୍ତରାଧିକାରୀ ଭାବେ ବି ମନୀଷ ବର୍ମାଙ୍କ ନାଁ ଚର୍ଚ୍ଚା ହେଉଛି । ଗତ ନିର୍ବାଚନରେ ମନୀଷ ନାଳନ୍ଦା ଲୋକସଭାରୁ ଲଢିବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ତାହା କେବଳ ଚର୍ଚ୍ଚାରେ ରହି ଯାଇଥିଲା । ମାତ୍ର ଦେଢ ବର୍ଷ ପରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମନୀଷ ବର୍ମାଙ୍କ ନିଯୁକ୍ତିକୁ ନେଇ ବିହାର ରାଜନୀତି ସରଗରମ ହୋଇଛି।

ବର୍ମା ମାଓବାଦୀ ପ୍ରଭାବିତ ମାଲକାନଗିରି ଜିଲା ସମେତ ଓଡ଼ିଶାର ୩ଟି ଜିଲାରେ ଜିଲାପାଳ ଭାବେ କାର୍ଯ୍ୟ କରିଛନ୍ତି। ସେ ୨୦୧୨ରେ ଆନ୍ତଃରାଜ୍ୟ ଡେପୁଟେସନରେ ନିଜ ରାଜ୍ୟ ବିହାର ଫେରିଥିଲେ । ଯେଉଁଥିରେ ସେ ରାଜ୍ୟ ସରକାରଙ୍କ ଠାରୁ ସାମାଜିକ କଲ୍ୟାଣ ବିଭାଗରେ ନିର୍ଦ୍ଦେଶକ ଭାବରେ ତାଙ୍କର ପ୍ରଥମ ପଦବୀ ପାଇଥିଲେ। ବର୍ମା ନୀତିଶ କୁମାରଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ପୂର୍ବରୁ ଏଭଳି ଚର୍ଚ୍ଚା ଆରସିପି ସିଂହଙ୍କୁ ନେଇ ବି ହୋଇଥିଲା । ମନୀଷଙ୍କୁ ବି ଆରସିପି ସିଂହଙ୍କ ଭଳି ଜାତୀୟ ସାଧାରଣ ସଂପାଦକ ନିଯୁକ୍ତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?