ଜୟ ଶ୍ରୀରାମ ନାରା ଦେଇ ମୁମ୍ବାଇରୁ ଅଯୋଧ୍ୟା ପଦଯାତ୍ରା କରୁଛନ୍ତି ଏହି ମୁସଲମାନ ଯୁବତୀ: ଭାଇରାଲ ହେଉଛି ଭିଡିଓ

ଅଯୋଧ୍ୟା,୨୬।୧୨: ୨୨ ଜାନୁଆରୀ ୨୦୨୪ ଭାରତୀୟ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ। କାରଣ ଏହି ଦିନ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦ୍‌ଘାଟିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୫୦୦୦ ଲୋକ ଯୋଗଦେବେ। ଏଥିପାଇଁ ଅନେକ ପ୍ରସ୍ତୁତି ଚାଲିଛି ଏବଂ ସମସ୍ତ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଉଛି। ଏହି ସମୟରେ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯୁବତୀ ଜଣଙ୍କ ମୁମ୍ବାଇରୁ ଅଯୋଧ୍ୟାକୁ ପାଦରେ ଯାତ୍ରା କରୁଛନ୍ତି ଏବଂ ନିଜକୁ ଜଣେ ଭାରତୀୟ ସନାତନୀ ମୁସଲମାନ ବୋଲି କହୁଛନ୍ତି। ତାଙ୍କ ଭିଡିଓ ଏବେ ଭାଇରାଲ ହେଉଛି।
ଏକ୍ସରେ Gems Of Bharat ନାମକ ହ୍ୟାଣ୍ଡେଲରେ ଯୁବତୀଙ୍କ ଏକ ଭିଡିଓ ଶେୟାର କରାଯାଇଛି। ଯୁବତୀ ଜଣଙ୍କ ଏକ ବ୍ୟାଗ୍‌ ପକାଇଛନ୍ତି। ଯେଉଁଥିରେ ଏକ ବ୍ୟାନର ଲାଗିଛି ଏବଂ ଏଥିରେ ଲେଖା ଅଛି – ଜୟ ଶ୍ରୀ ରାମ, ମୁମ୍ବାଇ ଅଯୋଧ୍ୟା ପର୍ଯ୍ୟନ୍ତ ପଦଯାତ୍ରା। ଏହି ବ୍ୟାନରରେ ନବ ନିର୍ମିତ ରାମ ମନ୍ଦିରର ଏକ ଫଟୋ ମଧ୍ୟ ରଖାଯାଇଛି ଏବଂ ଏକ ସାଫ୍ରନ ରଙ୍ଗର ପତାକା ଲଗାଯାଇଛି। ଏହି ଯୁବତୀ ନିଜକୁ ଶବନମ ଶେଖ ବୋଲି କହୁଛନ୍ତି ଏବଂ ଏହା ସହିତ ସେ ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଦେଉଛନ୍ତି।
ଶବନମ ଶେଖ କୁହନ୍ତି ଯେ, ମୁଁ ଜଣେ ଭାରତୀୟ ସନାତନୀ ମୁସଲମାନ। ଯେତେବେଳେ ତାଙ୍କୁ ପଚରାଗଲା ସେ କେବେ ଅଯୋଧ୍ୟାରେ ପହଞ୍ଚିବେ? ଜବାବରେ ସେ କହିଛନ୍ତି ଯେ ମୁଁ ପ୍ରଭୁ ରାମ ଜୀଙ୍କ ନାମ ମନରେ ସ୍ଥିର କରିସାରିଛି, କେତେ ସମୟ ଲାଗିବ ମୁଁ ଜାଣେ ନାହିଁ। ଶବନାମ ଶେଖଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲକ୍ଷ ଲକ୍ଷ ଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓ ଦେଖିଛନ୍ତି ଏବଂ ଯୁବତୀକୁ ପ୍ରଶଂସା କରୁଛନ୍ତି। ଅନେକ ଲୋକ ମଧ୍ୟ ଏହି ଯୁବତୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଶବନମ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ପଦଯାତ୍ରା ସହ ଜଡିତ ଅନେକ ଭିଡିଓ ମଧ୍ୟ ଶେୟାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିତିଲେ ସଞ୍ଜୁ ସାମସନ, ଅସହାୟ ପରିବାର ପାଇଁ ଦେବଦୂତ ସାଜି କଲେ ଏମିତି କାମ, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୧୪।୧୧: ଭାରତୀୟ କ୍ରିକେଟର ସଞ୍ଜୁ ସାମସନଙ୍କ ଚାରିଟେବଲ ଫାଉଣ୍ଡେସନର ସହାୟତାରେ ଶେଷରେ କେରଳର ଏକ ପରିବାରକୁ ୧୦ ବର୍ଷ ପରେ ନିଜ ଘରର ଚାବି ମିଳିଛି। ପ୍ରାୟ…

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଚୌହ୍ବାନ, କାଲି ବାଣ୍ଟିବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଭୁବନେଶ୍ୱର, ୧୩।୧୧(ସୁନିତ୍‌ ମିଶ୍ର): କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବଲାଙ୍ଗୀର ଜିଲାରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଚୌହ୍ବାନଙ୍କ ଉପସ୍ଥିତିରେ…

‘ଅକ୍ୱାନ’ ଭୟ: ଓଡ଼ିଶାରେ ୧୮ରୁ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୩ା୧୧ (ବନ୍ଦନା ସେଠୀ)- ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଶନିବାର ସୁଦ୍ଧା ଆହୁରି ସ୍ପଷ୍ଟ ଚିହ୍ନିତ…

ରୋହିତ-ବିରାଟଙ୍କ ପାଖରେ ଶେଷ ସୁଯୋଗ! ବଡ଼ ପ୍ରଦର୍ଶନ ପାଇଁ ଚାପରେ…

ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ନଭେମ୍ବର ୧୩ ତାରିଖ ଅତ୍ୟନ୍ତ ନୈରାଶ୍ୟଜନକ ସାବ୍ୟସ୍ତ ହୋଇଛି। ଦିନିକିଆ ସିରିଜରେ ୨-୦ରେ ଆଗୁଆ…

ପ୍ରକାଶ ପାଇଲା ଦଶମ ଶ୍ରେଣୀ ପରୀକ୍ଷା ତାରିଖ: ଏହି ଦିନ ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ…

ଭୁବନେଶ୍ୱର, ୧୩।୧୧: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷର ଦଶମ ଶ୍ରେଣୀ (ମାଟ୍ରିକ୍) ବୋର୍ଡ ପରୀକ୍ଷା ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।…

ମହାକାଳପଡ଼ାରେ କଂଗ୍ରେସର ‘ଭୋଟ ବଞ୍ଚାଅ: ଦେଶ ବଞ୍ଚାଅ’ ଅଭିଯାନ: ଯୋଗଦେଲେ ୨୦୦ରୁ ଊର୍ଦ୍ଧ୍ୱ କର୍ମୀ

ମହାକାଳପଡ଼ା,୧୩।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ) ମହାକାଳପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନ ଆୟୋଜିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ତରାଇଙ୍କ…

ହୋଟେଲ ରୁମରେ ଲୁଚି ରହିଛି କି କ୍ୟାମେରା? ଜାଣନ୍ତୁ କିପରି ସ୍ମାର୍ଟଫୋନ୍ ମାଧ୍ୟମରେ ସହଜରେ କରିବେ ଯାଞ୍ଚ

କୌଣସି ହୋଟେଲରେ ରହିବା ସମୟରେ ଆମେ ସାଧାରଣତଃ କୋଠରୀର ପରିଷ୍କାର ପରିଚ୍ଛନ୍ନତା, ବେଡ୍ ଏବଂ ଅନ୍ୟାନ୍ୟ ସୁବିଧା ଉପରେ ଅଧିକ ଧ୍ୟାନ ଦେଇଥାଉ। କିନ୍ତୁ କେବେ ଆପଣ…

ପରକୀୟା ପ୍ରୀତିରୁ ବିଭତ୍ସ ହତ୍ୟାକାଣ୍ଡ: ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ମୋହନା, ୧୩।୧୧ (ମନ୍ମଥ ମିଶ୍ର): ପରକୀୟା ପ୍ରୀତିରୁ ଗଡ଼ିଲା ମୁଣ୍ଡ। ପତ୍ନୀଙ୍କ ସହ ଅନ୍ୟ ଜଣେ ବୃଦ୍ଧଙ୍କ ଅନୈତିକ ସମ୍ପର୍କକୁ ସହ୍ୟ କରିପାରିଲେନି ସ୍ୱାମୀ। ଶେଷରେ ପ୍ରତିଶୋଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?