Posted inଫୁରସତ

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା ଦ୍ୱାରା ସମସ୍ତ ପାପ ଧୋଇଯାଏ ଏବଂ ଗଙ୍ଗା ଜଳକୁ ଅମୃତ ବୋଲି ବିବେଚନା କରାଯାଏ। ଏହି ପରମ୍ପରା ଶତାବ୍ଦୀ ଧରି ପ୍ରଚଳିତ। କୁହାଯାଏ, ଗଙ୍ଗା ଜଳ ପିଇବା ଦ୍ୱାରା ଅନେକ ରୋଗ ଭଲ ହୁଏ।

ହିନ୍ଦୁ ଧର୍ମ ବ୍ୟତୀତ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ଗଙ୍ଗା ନଦୀକୁ ସମ୍ମାନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋଗଲ ଶାସକମାନେ ଗଙ୍ଗା ନଦୀର ଜଳକୁ ପବିତ୍ର ମାନିଥିଲେ। ଜଣେ ମୋଗଲ ଶାସକ ସର୍ବଦା ଗଙ୍ଗାଜଳ ପିଉଥିଲେ ଏବଂ ଏହାକୁ ସ୍ବର୍ଗର ଜଳ ବୋଲି ମାନିଥିଲେ। ଏହି ମୋଗଲ ଶାସକଙ୍କ ନାମ ଆକବର ଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆବୁଲ ଫଜଲଙ୍କ ପୁସ୍ତକ ‘ଆଇନ-ଇ-ଆକବରୀ’ ରେ ଉଲ୍ଲେଖ ଅଛି। ପୁସ୍ତକରେ କୁହାଯାଇଛି, ଆକବର ଗଙ୍ଗାଜଳ ପିଉଥିଲେ।

ଯେତେବେଳେ ମୋଗଲ ଶାସକ ଆକବର ଆଗ୍ରା ଏବଂ ଫତେପୁର ସିକ୍ରିରେ ରହୁଥିଲେ, ସେତେବେଳେ ତାଙ୍କ ପାନୀୟ ପାଇଁ ଉତ୍ତରପ୍ରଦେଶର ସୋରୋନରୁ ଗଙ୍ଗାଜଳ ଅଣାଯାଉଥିଲା। ଯେତେବେଳେ ଆକବର ଲାହୋରକୁ ତାଙ୍କର ରାଜଧାନୀ କରିଥିଲେ, ସେତେବେଳେ ପିଇବା ପାଇଁ ହରିଦ୍ୱାରରୁ ଗଙ୍ଗାଜଳ ଅଣାଯିବା ଆରମ୍ଭ ହୋଇଥିଲା। ଋଷିକେଶ ଏବଂ ହରିଦ୍ୱାରରୁ ଗଙ୍ଗା ଜଳ ଆଣିବା ପାଇଁ ଅନେକ ଘୋଡ଼ା ସୈନିକଙ୍କୁ ଦିଲ୍ଲୀ ଏବଂ ଆଗ୍ରାରେ ନିୟୋଜିତ କରାଯାଇଥିଲା।

ଏକ ରିପୋର୍ଟ ଅନୁସାରେ, ଆକବର ଘରେ ଏବଂ ଯାତ୍ରା ସମୟରେ କେବଳ ଗଙ୍ଗାଜଳ ପିଉଥିଲେ। ସେ ଗଙ୍ଗାଜଳ ଆଣିବା ପାଇଁ ନଦୀ କୂଳରେ ତାଙ୍କର ସବୁଠାରୁ ବିଶ୍ୱସ୍ତ ଲୋକଙ୍କୁ ନିୟୋଜିତ କରିଥିଲେ। କୌଣସି ବିଷ ମିଶା ନ ଯିବା ପାଇଁ ଆକବରଙ୍କ ପାଇଁ ପାଣି ସିଲ୍‌ ହୋଇଥିବା ପାତ୍ରରେ ଅଣାଯାଉଥିଲା।

ଆକବରଙ୍କ ଖାଦ୍ୟରେ ଯମୁନା ଏବଂ ଚେନାବ ନଦୀର ପାଣି ବ୍ୟବହାର କରାଯାଉଥିଲା, କିନ୍ତୁ ଏଥିରେ ଗଙ୍ଗାଜଳ ସର୍ବଦା ମିଶ୍ରିତ ହେଉଥିଲା। ଆକବରଙ୍କ ବ୍ୟତୀତ, ବାବର ଏବଂ ହ୍ୟୁମାୟୁନ ମଧ୍ୟ ଗଙ୍ଗା ଜଳକୁ ପସନ୍ଦ କରୁଥିଲେ। ସେ ଏହାକ ୁ ‘ ଆବ-ଏ-ହାୟତ’ବୋଲି ବିବେଚନା କରୁଥିଲେ, ଯାହାର ଅର୍ଥ ‘ସ୍ବର୍ଗରୁ ପାଣି’।

କିଛି ଲୋକ ମୋଗଲ ଶାସକମାନେ ଗଙ୍ଗାଜଳ ପିଇବାର ଅନେକ କାରଣ ଦର୍ଶାଇଛନ୍ତି। ସେମାନେ କୁହନ୍ତି ଯେ, ଗଙ୍ଗା ଜଳ ଦୀର୍ଘ ସମୟ ପାଇଁ ସଂରକ୍ଷଣ କରାଯାଇପାରିବ। କାରଣ ଗଙ୍ଗାଜଳରେ ଜୀବାଣୁ ବୃଦ୍ଧି ପାଏ ନାହିଁ। ପରୀକ୍ଷାରୁ ପ୍ରମାଣିତ ହୋଇଛି ଯେ, ଗଙ୍ଗାଜଳରେ ଅନେକ ଉପାଦାନ ଏବଂ ଖଣିଜ ପଦାର୍ଥ ରହିଛି ଯାହା ଏହାକୁ ଭଲ ରଖିଥାଏ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri