Posted inଜାତୀୟ

ଏହି ରାଜ୍ୟର ଏମପି ହେଉଛନ୍ତି ଦେଶର ସବୁଠାରୁ ଧନୀ, ଜାଣନ୍ତୁ ଓଡିଶାରୁ କିଏ..

ନୂଆଦିଲ୍ଲୀ,୧୪।୩: ଆପଣ ଜାଣିଛନ୍ତି କି, ଲୋକ ସଭା ଓ ରାଜ୍ୟ ସଭାରେ କେଉଁ ଏମପି ସବୁଠାରୁ ଅଧିକ ଧନୀ ଅଟନ୍ତି। ସେପ୍ଟେମ୍ବର ୨୦୨୩ ରେ, ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ADR) ଓ ଆସୋସିଏଶନ ନ୍ୟାଶନାଲ ଇଲେକ୍ଟୋରାଲ ୱାଚ (NEW) ଦ୍ୱାରା ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଯେଉଁଥିରେ ଦେଶର ସମସ୍ତ ଏମପିଙ୍କ ବିଷୟରେ ଅନେକ ତଥ୍ୟ ଦିଆଯାଇଥିଲା। ଜାଣିଲେ ତାଜୁବ ହେବେ ୟୁପି ଓ ବିହାରର କୌଣସି ବି ଏମପି ଏହି ଧନୀ ତାଲିକାରେ ନାହାନ୍ତି।

ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ର ରିପୋର୍ଟରେ ଦେଶର ସବୁଠାରୁ ଧନୀ ଏମପି ତେଲଙ୍ଗାନାରେ ଅଛନ୍ତିି। ରାଜ୍ୟର ଲୋକସଭା ଏବଂ ରାଜ୍ୟସଭା ଏମପିଙ୍କ ହାରାହାରି ସମ୍ପତ୍ତି ହେଉଛି ୩୮.୩୩ କୋଟି ଟଙ୍କା। ତେଲଙ୍ଗାନାର ୨୪ ଜଣ ଏମପିଙ୍କ ହାରାହାରି ସମ୍ପତ୍ତି ହେଉଛି ୨୨.୨୬ କୋଟି ଟଙ୍କା। ଏହା ପରେ ଆନ୍ଧ୍ରପ୍ରଦେଶର ୩୬ ଏମପିଙ୍କ ହାରାହାରି ସମ୍ପତ୍ତି ହେଉଛି ୧୫୦.୭୬ କୋଟି ଟଙ୍କା। ସେହିଭଳି ପଞ୍ଜାବର ୨୦ ଜଣ ଏମପିଙ୍କ ହାରାହାରି ସମ୍ପତ୍ତି ହେଉଛି ୮୮.୯୪ କୋଟି ଟଙ୍କା। କେବଳ ଏତିକି ନୁହେଁ ଦେଶର ପ୍ରାୟ ୫୩ ଜଣ ଏମପିଙ୍କ ନାମ ବିଲିୟନେୟାର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି, ଯାହା ମୋଟ ଏମପିଙ୍କ ମାତ୍ର ୭ ପ୍ରତିଶତ ଅଟେ।

ଲାକ୍ଷାଦ୍ୱୀପ ଏମପିଙ୍କର ସବୁଠାର କମ୍‌ ସମ୍ପତ୍ତି ରହିଛି। ଏହି ଏମପିଙ୍କର ହାରାହାରି ସମ୍ପତ୍ତି ୯.୩୮ ଲକ୍ଷ ଟଙ୍କା । ଏହା ପରେ ତ୍ରିପୁରାର ତିନିଜଣ ଏମପିଙ୍କ ହାରାହାରି ସମ୍ପତ୍ତି ୧.୦୯କୋଟି ଟଙ୍କା। ସେହିଭଳି ମଣିପୁରର ୩ ସାଂସଦ ଅଛନ୍ତି, ଯାହାଙ୍କ ହାରାହାରି ସମ୍ପତ୍ତି ୧.୧୨ କୋଟି ଟଙ୍କା । ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ର ରିପୋର୍ଟ ଅନୁଯାୟୀ ଦେଶର ମୋଟ ଏମପିଙ୍କ ମଧ୍ୟରୁ ୫୩ ଜଣ ଏମପିଙ୍କୁ କୋଟିପତି ତାଲିକାରେ ରଖାଯାଇଛି। ଏଥିମଧ୍ୟରୁ ୭ ଜଣ ଏମପି ତେଲଙ୍ଗାନାର, ୯ ଜଣ ଏମପି ଆନ୍ଧ୍ରପ୍ରଦେଶର ଏବଂ ଦୁଇଜଣ ଏମପି ଦିଲ୍ଲୀର ଅଟନ୍ତି। ସେହିପରିି ପଞ୍ଜାବର ୪ ଏମପି, ଉତ୍ତରପ୍ରଦେଶର ୧ , ମହାରାଷ୍ଟ୍ରର ୬ ଜଣ ଏବଂ କର୍ନାଟକର ୩ ଜଣ ଏମପି କୋଟିପତି ଅଟନ୍ତି। ଏହିସବୁ ଏମପିମାନେ ସେମାନଙ୍କର ନିର୍ବାଚନ ଆଫିଡିବେଟରେ ୧୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଘୋଷଣା କରିଛନ୍ତି। ଏହି ତାଲିକାରେ ଓଡିଶାର କୌଣସି ଏମପିଙ୍କ ନାଁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକରେ ୧,୬୦୦ ଟନ୍‌ର ଲିଥିୟମ ଖଣି ଠାବ

ନୂଆଦିଲ୍ଲୀ, ୨୭ା୭: କର୍ନାଟକର ମାଣ୍ଡ୍ୟା ଏବଂ ୟାଦଗିରି ଜିଲାରେ ଲିଥିୟମ୍‌ ଖଣିର ସନ୍ଧାନ ମିଳିଥିବା କେନ୍ଦ୍ର ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ରାଜ୍ୟ ସଭାକୁ ସୂଚନା ଦେଇଛନ୍ତି।...

ମୋଦିଙ୍କ ‘ଅଗ୍ନିପଥ’ ମନ୍ତବ୍ୟକୁ ବିରୋଧୀଙ୍କ ନିନ୍ଦା

ନୂଆଦିଲ୍ଲୀ, ୨୭ା୭(ପି.ଟି.): କାର୍‌ଗିଲ ଯୁଦ୍ଧ ବିଜୟର ୨୫ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଡ୍ରାସ୍‌ଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାତୀୟ ସୁରକ୍ଷା...

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri