Posted inଫୁରସତ

ପ୍ରେମିକାଙ୍କୁ ପ୍ରଭାବିତ କରିବା ପାଇଁ ଯୁବକମାନଙ୍କୁ କୋଚିଂ ଦେଉଛନ୍ତି ଏହି ମଡେଲ୍‌: ଏକ ଘଣ୍ଟା ପାଇଁ ଫି’ ରହିଛି…

କଟରେ ଭାଲେଣ୍ଟାଇନ୍ସ ସପ୍ତାହ ସରିଛି। ଏହି ସମୟରେ ପ୍ରେମିକା-ପ୍ରେମିକମାନେ ପରସ୍ପରକୁ ଉପହାର ଦେବା ସହ ନିଜ ପ୍ରେମକୁ ପ୍ରକାଶ କରିଥିଲେ। କିଛି ଜଣ ପ୍ରେମିକ କିମ୍ବା ପ୍ରେମିକା ନ ଥିବାରୁ ମନ ଦୁଃଖ କରିଥିଲେ। ଏମିତି କିଛି ଯୁବକ କିମ୍ବା ଯୁବତୀ ଯଦି କାହାକୁ ମନ ଦେବାକୁ ଚାହୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଟ୍ୟୁସନ୍‌ ହେବାକୁ ପଡିବ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜଣେ ବ୍ରିଟିଶ ମଡେଲ ଡେଟିଂ ପାଇଁ କୋଚିଂ ଦେଉଛନ୍ତି। ସେ ଝିଇମାନଙ୍କୁ ପୁଅମାନେ କିପରି ପ୍ରଭାବିତ କରିବେ ସେନେଇ ଟିପ୍ସ ଦେଉଛନ୍ତି। କୋଚିଂ ପାଇଁ ମଡେଲ୍‌ ଜଣଙ୍କ ଘଣ୍ଟାକୁ ଫି’ ଭାବରେ ୩୦ ହଜାର ଟଙ୍କା ଚାର୍ଜ କରନ୍ତି।
କେଜିଆ ନୋବେଲ ନାମକ ଏହି ମଡେଲ ଡେଟିଂ ପାଇଁ ଆକର୍ଷଣୀୟ ଟିପ୍ସ ଦେଇଥାନ୍ତି। କେଜିଆ ୧୫ ବର୍ଷ ବୟସରେ ତାଙ୍କ ସ୍କୁଲ ପାଠପଢା ଛାଡିଦେଇଥିଲେ। ସେ ଏବେ ନିଜ କାମକୁ ବହୁତ ଉପଭୋଗ କରନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଏଥିରୁ ବହୁତ ରୋଜଗାର କରନ୍ତି। ୨୦୦୬ ମସିହାରେ କେଜିଆ ଲଣ୍ଡନର ଏକ ବାରରେ ବସିଥିଲେ। ଏହି ସମୟ ମଧ୍ୟରେ, ଏପରି କୋଚିଂର ଚିନ୍ତା ତାଙ୍କ ମନକୁ ଆସିଲା। ସେତେବେଳେ ତାଙ୍କୁ ୨୫ ବର୍ଷ ହୋଇଥିଲା। ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସି ପଚାରିଲେ ଯେ ସେ ସିଙ୍ଗ୍‌ଲ ପୁଅମାନଙ୍କୁ ମହିଳାଙ୍କା କେମିତି କଥାବାର୍ତ୍ତା କରିବେ କିଛି ମତାମତ ଦେଇପାରିବେ କିଛି। ଏହି ବ୍ୟକ୍ତି ଜଣକ ବୁଟକ୍ୟାମ୍ପର ଅଂଶ ଥିଲେ। ବୁଟକ୍ୟାମ୍ପରେ ପୁଅମାନଙ୍କୁ ଝିଅଙ୍କ ସହିତ କଥାବାର୍ତ୍ତା କରିବାକୁ ତାଲିମ ଦିଆଯାଏ। ଏହି ସମୟରେ, କେଜିଆ ମଧ୍ୟ ଜାଣିବାକୁ ପାଇଲେ ଯେ ବ୍ୟକ୍ତିଗତ ବିକାଶ କ୍ଷେତ୍ରରେ ମହିଳାଙ୍କ ଅଭାବ ରହିଛି। ଏହାପରେ କେଜିଆ ନିଜର ଏହି ଅନନ୍ୟ ବ୍ୟବସାୟ ଆରମ୍ଭ କରିଥିଲେ।
କେଜିଆ ଏକ ୟୁଟ୍ୟୁବ ଚ୍ୟାନେଲ ଚଲାନ୍ତି। ଏଠାରେ ତାଙ୍କୁ ୪ ଲକ୍ଷରୁ ଅଧିକ ସବ୍‌ସ୍ରାଇବର୍‌ ଅଛନ୍ତି। କେବଳ ଏତିକି ନୁହେଁ, ସେ ଏଥିରେ ୨୫ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ଲୋକମାନେ ଡେଟିଂ କର୍ମଶାଳାର ଆୟୋଜନ କରନ୍ତି। ଏପର୍ଯ୍ୟନ୍ତ କେଜିଆ ଏହି ଅନନ୍ୟ ବ୍ୟବସାୟରୁ ୧୦ କୋଟି ଟଙ୍କା ରୋଜଗାର କରିଛି। ସେ ଏକ ଘଣ୍ଟା କୋଚିଂ ପାଇଁ ୩୦ ହଜାର ଟଙ୍କା ଆଦାୟ କରନ୍ତି। କରୋନା ମହାମାରୀ ସମୟରେ ସେ ଅନଲାଇନରେ ନିଜର ପାଠ୍ୟକ୍ରମ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କେଜିଆ ନିଜେ ଛାଡପତ୍ର ପାଇଛନ୍ତି ଏବଂ ତାଙ୍କର ୬ ବର୍ଷର ପୁଅ ଅଛି।

 

View this post on Instagram

 

A post shared by Kezia Noble (@kezianoble18)


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?