Posted inଫୁରସତ

୨୦ ବର୍ଷ ଧରି ଖାଲି ପାଦରେ ଚାଲୁଛନ୍ତି ଏହି ବ୍ୟକ୍ତି, କାରଣ ଜାଣିଲେ…

ପ୍ରାୟତଃ ଲୋକମାନେ ନିଜ ଘରେ ଖାଲି ପାଦରେ ଚାଲନ୍ତି। ବାହାରକୁ ଯିବା ପାଇଁ ଚପଲଠାରୁ ଜୋତା ପର୍ଯ୍ୟନ୍ତ ସବୁକିଛି ପିନ୍ଧିବାକୁ ପସନ୍ଦ କରନ୍ତି। କହିବାକୁ ଗଲେ ବିନା ଚପଲରେ ମଣିଷ ଘରୁ ଗୋଡ଼ କାଢ଼େନି। ମାତ୍ର ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ଦୀର୍ଘ ୨୦ ବର୍ଷ ଧରି ଚପଲ ନ ପିନ୍ଧି ଖାଲି ପାଦରେ ଯାତ୍ରା କରୁଛନ୍ତି। ଏହି ବ୍ୟକ୍ତି ଜଣଙ୍କ ଆମେରିକାରେ ରହୁଛନ୍ତି।

ଆମେରିକାର କନେକ୍ଟିକଟ୍‌ର ବାସିନ୍ଦା ୫୯ ବର୍ଷୀୟ ଜୋସେଫ୍‌ ଡେରୁଭୋ ଜୁନିୟର ଦୀର୍ଘ ୨ ଦଶନ୍ଧି ଧରି ଜୋତା ପିନ୍ଧୁନାହାନ୍ତି। ଏହି ନିଷ୍ପତ୍ତି ନେବା ପଛର କାରଣ କ’ଣ ଯଦିଓ ତାଙ୍କର ମନେ ନାହିଁ ତଥାପି ସେ କୁହନ୍ତି, ୨୦୦୨ରେ ପ୍ରଥମ ଆପଲ ଆଇଫୋନ୍‌ ଲଞ୍ଚ୍‌ ହେବାର ୫ ବର୍ଷ ପୂର୍ବରୁ ଏହି ନିଷ୍ପତ୍ତି ନେଇଥିଲେ କି କେବେ ଜୋତା ପିନ୍ଧିବେ ନାହିଁ। ସେ ଦୀର୍ଘଦିନ ଧରି କଠିନ କ୍ରୀଡ଼ା ଜୋତା ପିନ୍ଧି ଜଗିଂ ହେତୁ ତାଙ୍କ ଆଙ୍ଗୁଠିରେ ଫୁଲା ଦେଖାଗଲା। ଯାହା ଯନ୍ତ୍ରଣାଦାୟକ ଥିଲା। ଏଭଳି ପରିସ୍ଥିତିରେ ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ। ଅସ୍ତ୍ରୋପଚାରର କିଛି ଦିନ ପୂର୍ବରୁ ଜୋସେଫ୍‌ ଜୋତା ପିନ୍ଧିବା ବନ୍ଦ କରିଦେଲେ କାରଣ ତାଙ୍କର ଯନ୍ତ୍ରଣା ଅସହ୍ୟ ହୋଇଯାଇଥିଲା।

ଅସ୍ତ୍ରୋପଚାର ଦିନ ଆସିବା ବେଳକୁ ତାଙ୍କର ଯନ୍ତ୍ରଣା ଟିକେ କମିଯାଇଥିଲା। ସେଥିପାଇଁ ସେ ଅସ୍ତ୍ରୋପଚାର ପାଇଁ ରାଜି ହୋଇ ନ ଥିଲେ ଏବଂ ଏହା ବିନା ଧିରେ ଧିରେ ତାଙ୍କ ଗୋଡ଼ ଭଲ ହେବାକୁ ଲାଗିଲା। ସେବେଠାରୁ ସେ ଖାଲି ପାଦରେ ଚାଲିବା ଆରମ୍ଭ କଲେ। ସେ ଜୋତା ଏବଂ ଚପଲ ଛାଡ଼ିଦେଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୨୦ ବର୍ଷ ଧରି ସେ ଜୋତା ପିନ୍ଧୁନାହାନ୍ତି।

ଜୋସେଫ୍‌ କୁହନ୍ତି, ଯେତେବେଳେ ସେ ସାଙ୍ଗମାନଙ୍କ ସହିତ ରେଷ୍ଟୁରାଣ୍ଟକୁ ଯାଆନ୍ତି, ସେତେବେଳେ ତାଙ୍କୁ ଚପଲ ବିନା ପ୍ରବେଶ କରିବାକୁ ଦିଆଯାଇ ନ ଥାଏ। ଏହି କାରଣରୁ ସେ ନିଜ କାର୍‌ରେ ଏକ ସ୍ଲିପର ରଖିଥାନ୍ତି। ଯାହାକୁ ସେ ସେହି ସମୟରେ ପିନ୍ଧନ୍ତି ଏବଂ ସେ ଯିବା ମାତ୍ରେ ସେଗୁଡ଼ିକୁ ନେଇଯାଆନ୍ତି। ଜୋସେଫ୍‌ କହିଛନ୍ତି, ବର୍ତ୍ତମାନ ସେ ଜାଣିନାହାନ୍ତି ଯେ, ସେ ଜୋତା ପିନ୍ଧୁ ନାହାନ୍ତି। କାରଣ କେବେ ଯଦି ଜୋତା ପିନ୍ଧିବାକୁ ଦରକାର ପଡୁଛି ସେ ଏହାକୁ ଅଶୁଭ ବୋଲି ମନେ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଜାର ହଜାର ବର୍ଷ ଧରି ଏହି ପାହାଡ଼ରେ ଲାଗୁଛି ନିଆଁ, କାରଣ ଜାଣିଲେ…

ଦୁନିଆରେ ଅନେକ ଅଜବ ସ୍ଥାନ ରହିଛି, ଯାହା ସମ୍ପର୍କରେ ସବୁ ଲୋକ ଜାଣି ନ ଥାନ୍ତି। ଏବେ ସେମିତି ଏକ ସ୍ଥାନ ବିଷୟରେ ଜାଣିବାକୁ ମିଳିଛି।...

ହୃଦୟକୁ ବ୍ୟାଗରେ ରଖି ବଞ୍ଚିଛନ୍ତି ମହିଳା

କୁହାଯାଏ ବଞ୍ଚିଥିବା ମଣିଷର ମୁଖ୍ୟ ଅଙ୍ଗ ହେଉଛି ହାର୍ଟ ବା ହୃଦୟ । ଏହା ଯଦି କିଛି ସେକେଣ୍ଡ ପାଇଁ ବନ୍ଦ ହୋଇଯାଏ ତେବେ ମଣିଷର...

କୁକୁରକୁ ହେଲମେଟ୍‌ ପିନ୍ଧାଇ ବାଇକ୍‌ରେ ବୁଲାଇଲେ ମାଲିକ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ; ଲୋକେ କଲେ ପ୍ରଶଂସା

ଚେନ୍ନାଇ,୮।୧: ଏବେ ସୋସିଆଲ୍‌ ମିଡ଼ିଆରେ କୁକୁରକୁ ହେଲମେଟ୍‌ ପିନ୍ଧାଇ ବାଇକ୍‌ରେ ବୁଲାଇଥିବା ଜଣେ ମାଲିକଙ୍କ ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହାର ତାମିଲନାଡୁର...

ପ୍ରତିରୋଧକ ବ୍ୟବସ୍ଥାକୁ ଗୁରୁତ୍ୱ

ଦିନକୁଦିନ ସମଗ୍ର ବିଶ୍ୱରେ କର୍କଟ ରୋଗୀଙ୍କ ସଂଖ୍ୟା ସହ ଏହି ରୋଗଜନିତ ମୃତ୍ୟୁହାର ବୃଦ୍ଧି ପାଉଛି। ଗ୍ଲୋବୋକାନ ଆକଳନ ଅନୁଯାୟୀ, ୨୦୪୦ ମସିହା ସୁଦ୍ଧା ବିଶ୍ୱବ୍ୟାପୀ...

ଏଠାରେ ମିଳୁଛି ବିବାହ ପାଇଁ ସ୍ବତନ୍ତ୍ର ମାସ୍କ: ଦାମ୍‌ ୧.୫ ଲକ୍ଷରୁ ଆରମ୍ଭ

ମହାମାରୀ କରୋନା ସମୟରେ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଉଛି। ସେହିପରି ଏହା ଏବେ ରୋଜଗାର ଏକ ମାଧ୍ୟମ ପାଲଟିଲାଣି। ଏହି କ୍ରମରେ ଗୁଜୁରାଟ ସୁରଟର...

ପିଇବା ପାଣି ପାଇପ୍‌ରୁ ବାହାରୁଛି ସାପ…

ଭୋପାଳ,୩୧।୫: ପିଇବା ପାଣି ପାଇପ୍‌ରୁ ଛୋଟ ଛୋଟ ସାପ ଛୁଆ ବାହାରୁଛି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶ ଟିକମ୍‌ଗଡ଼ରେ ସରକାରୀ ସପ୍ଲାଏ...

ପିକ୍‌ନିକ୍‌ ସ୍ପଟ୍‌: ପୁଞ୍ଜିସିଲ

ବଣ ପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି କୋରାପୁଟ ଜିଲା। ଏଠାରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ପୁଞ୍ଜିସିଲ ଅନ୍ୟତମ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ପର୍ଯ୍ୟଟକଙ୍କ ଆକର୍ଷଣର...

କରୋନା ନାମରେ ସହାୟତା ନେଇ ଲମ୍ବୋର୍ଗିନି ଗାଡି କିଣିଲେ ଏହି ବ୍ୟକ୍ତି

କରୋନା ସମୟରେ ଗରିବ ଏବଂ ବେରୋଜଗାର ସଂଖ୍ୟା ବଢ଼ିଯାଇଛି। ଅନେକ ବ୍ୟବସାୟ ବନ୍ଦ ହୋଇଯାଇଛି। ଏହି ସମୟରେ ସରକାର ଗରିବ ଏବଂ ଶ୍ରମିକଙ୍କୁ ସହାୟତା କରୁଛନ୍ତି।...

Advertisement
Archives

Model This Week