ଓଡ଼ିଶାରେ ଭାଜପା ବିଜୟ ପଛରେ କିଙ୍ଗମେକର୍‌ ସାଜିଲେ ଏହି ବ୍ୟକ୍ତି

ଭୁବନେଶ୍ୱର,୫।୬: ଉତ୍ତର ପ୍ରଦେଶ ପରେ ଓଡ଼ିଶା ଯଦି କେଉଁଠି ସର୍ବାଧିକ ସଫଳତା ହାସଲ କରିଛି ତାହା ହେଉଛି ଓଡ଼ିଶା। ରାଜ୍ୟର ଭୋଟରମାନେ କେବଳ ସମସ୍ତ ଲୋକ ସଭା ଆସନ ଭାଜପାକୁ ଦେଇନାହାନ୍ତି, ତାହା ନୁହେଁ ବରଂ ବିଧାନସଭାରେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି ଦଳ। ଏବେ ରାଜ୍ୟରେ ଭାଜପାର ସରକାର ଗଠନ କରିବାର ରାସ୍ତା ମଧ୍ୟ ସଫା ହୋଇଯାଇଛି। ତେବେ ଓଡିଶାରେ ଭାରତୀୟ ଜନତା ପାର୍ଟିକୁ ଏକ ଦୃଢ ସମର୍ଥନ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସାଜିଛନ୍ତି ଜଣେ ବ୍ୟକ୍ତି। ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ଜଣେ କେନ୍ଦ୍ର ମନ୍ତ୍ରୀ ଏହି କ୍ଷେତ୍ରରେ କିଙ୍ଗ୍‌ମେକର୍‌ ସାଜିଛନ୍ତି। ଏହି ମନ୍ତ୍ରୀଜଣକ ଅତୀତରେ ଓଡିଶା କ୍ୟାଡରର ଜଣେ ପ୍ରଶାସନିକ ଅଧିକାରୀ ମଧ୍ୟ ରହିଆସିଛନ୍ତି।

ରାଜ୍ୟର ମୋଟ ୨୧ଟି ଲୋକ ସଭା ଆସନ ମଧ୍ୟରୁ ଭାଜପା ୨୦ଟି ସିଟ ଜିତିଛି। କେବଳ ଗୋଟିଏ ଆସନ କଂଗ୍ରେସ ଖାତାକୁ ଯାଇଛି। ଅର୍ଥାତ ଭାଜପା ଲୋକ ସଭାରେ ପ୍ରାୟ ସମସ୍ତ ଆସନ ଜିତିଥିବାବେଳେ ବିଜେଡି ମୂଳପୋଛ ହୋଇଯାଇଛି। ୨୦୧୯ରେ ବିଜୁ ଜନତା ଦଳ ଲୋକ ସଭାରେ ୧୨ଟି ଓ ଭାଜପା ୮ଟି ସିଟ ପାଇଥିଲା। ଏପରିକି ସେତେବେଳେ କଂଗ୍ରେସ କେବଳ ଗୋଟିଏ ଆସନ ପାଇଥିଲା। କିନ୍ତୁ ଏଥର ପଲଟି ଯାଇଛି ବାଜି। ବିଜୁ ଜନତା ଦଳର ସମସ୍ତ ଆସନ ଭାଜପା ଖାତାକୁ ଯାଇଛି।

ଭାଜପାକୁ ଏହି ବମ୍ପର ସଫଳତା ଦେବା ପଛରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଠାରୁ ବଡ଼ ଗୋଟି ଚାଳନା କରିଛନ୍ତି ବୋଲି କୁହାଯାଉଛି। ପ୍ରାୟ ୨୮ବର୍ଷ ପୂର୍ବେ ଅଶ୍ୱିନୀ ଓଡିଶା କ୍ୟାଡରର ଜଣେ ପ୍ରଶାସନିକ ଅଧିକାରୀ ଥିଲେ। ସେ ଏଠାରେ ତୃଣମୂଳ ସ୍ତରରେ ସଂଯୁକ୍ତ ହୋଇ ରହିଛନ୍ତି। ଦୀର୍ଘ ଦିନ ଧରି ଏଠାରେ ପୋଷ୍ଟିଂ ହେତୁ ସେ ରାଜ୍ୟରେ ଏକ ଦୃଢ ଼ପରିଚୟ ହାସଲ କରିଛନ୍ତି। ଏଠାରେ, ସେ ପ୍ରତ୍ୟେକ ଆସନ ପାଇଁ ବିଭିନ୍ନ ରଣନୀତି ପ୍ରସ୍ତୁତ କରିବାରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?