ବାଜପେୟୀ ସରକାର ଭାଙ୍ଗି ଦେଇଥିଲେ ଓଡ଼ିଶାର ଏହି ନେତା

ଭୁବନେଶ୍ୱର,୬।୪:ମୁଣ୍ଡ ଉପରେ ନିର୍ବାଚନ। ଖଇ ଫୁଟା ଖରାରେ ମଇଦାନରେ ପ୍ରଚାର ଆରମ୍ଭ କଲେଣି ସବୁ ଦଳ। ପ୍ରାର୍ଥୀ ଘରକୁ ଘର ବୁଲି ମାଗୁଛନ୍ତି ଭୋଟ୍‌। କେଉଁ ଉପାୟରେ ଓ କି ପନ୍ଥା ଆପଣାଇଲେ ଭୋଟରଙ୍କ ମନ ବୁଝିବ ଏନେଇ ଦିନରାତି କସରତ କରୁଛନ୍ତି ପ୍ରାର୍ଥୀ। ଜଣେ ପ୍ରାର୍ଥୀ ହିଁ ଜାଣିଛନ୍ତି ଗୋଟିଏ ଭୋଟର ମୂଲ୍ୟ । ସେଥିପାଇଁ ତ ଗୋଟିଏ ଭୋଟ ହିଁ ଜଣେ ପ୍ରାର୍ଥୀଙ୍କ ବିଜୟ-ପରାଜୟ ନିର୍ଦ୍ଧାରଣ କରିଥାଏ । ଆଉ ସେହି ଗୋଟିଏ ଭୋଟର ମୂଲ୍ୟ କେତେ ତାହା ବୋଧ ହୁଏ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟତିତ ଆଉ କେହି ଅନୁଭବ କରି ନ ଥିବେ । ଗୋଟିଏ ଭୋଟ ଯେ ସରକାର ବଦଳାଇଦେବ ତାହା କେହି କେବେ କଳ୍ପନା ମଧ୍ୟ କରି ନ ଥିବେ । କିନ୍ତୁ ତାହା ହିଁ ହୋଇଥିଲା ୧୯୯୯ ମସିହାରେ । ମାତ୍ର ଗୋଟିଏ ଭୋଟ ପାଇଁ ଭାଙ୍ଗି ଯାଇଥିଲା ଅଟଳ ବିହାରୀ ବାଜପେୟୀଙ୍କ ଭାଜପା ସରକାର । ଆଉ କ୍ଷମତାକୁ ଆସିଥିଲା କଂଗ୍ରେସ ।

Former Odisha Chief Minister Giridhar Gamang Quits Congress

ବଡ କଥା ହେଉଛି ଯେଉଁ ଏମପିଙ୍କ ପାଇଁ ସରକାର ଭାଙ୍ଗିଥିଲା ସେ ଥିଲେ ଓଡ଼ିଶାର । ଆଉ ସେ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଗିରିଧରଙ୍କ ଗୋଟିଏ ଭୋଟ ଯୋଗୁ କଂଗ୍ରେସ ବହୁମତ ସାବ୍ୟସ୍ତ କରିଥିଲା ଆଉ ସରକାର ଗଠନ କରିଥିଲା । ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁ ଭାରତୀୟ ଇତିହାସର ସ୍ବର୍ଣ୍ଣିମ ଅଧ୍ୟାୟରେ ଲିପିବଦ୍ଧ ହୋଇ ରହିଛି ଆଉ ଆଗକୁ ମଧ୍ୟ ରହିବ । ବାଜପେୟୀ ସରକାରରେ ଥିବାବେଳେ ଏମିତି କିଛି କାମ କରିଯାଇଛନ୍ତି ଯେଉଁଥିପାଇଁ କି ପ୍ରତିଟି ଭାରତୀୟ ତାଙ୍କୁ ମନେ ରଖିଛନ୍ତି । ଆଉ ରାଜନୀତିରେ ଥିବା ବେଳେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡି ଯାଇଛନ୍ତି ବାଜପେୟୀ ।

କିନ୍ତୁ ଗମାଙ୍ଗଙ୍କ ଏହି କାର୍ଯ୍ୟ ବାଜପେୟୀଙ୍କୁବି ସେତେବେଳେ ଶକ୍ତ ଝଟ୍‌କା ଦେଇଥିଲା। ଯେତେବେଳେ ତାଙ୍କ ସରକାର ମାତ୍ର ଗୋଟିଏ ଭୋଟ ପାଇଁ ଧରାଶାୟୀ ହୋଇଥିଲା । ୧୯୯୯ ମସିହା ଏପ୍ରିଲ ୧୭ରେ ତତ୍‌କାଳୀନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ AIADMK ଦଳ NDAରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ବାଜପେୟୀଙ୍କ ସପକ୍ଷରେ ପଡିଥିଲା ୨୬୯ ଭୋଟ । ଆଉ ବିପକ୍ଷରେ ପଡିଥିଲା ୨୭୦ ଭୋଟ । ଆଉ ସବୁଠୁ ବଡ କଥା ହେଉଛି ଯେଉଁ ଗୋଟିଏ ଭୋଟ ପାଇ କଂଗ୍ରେସ ଆଗୁଆ ହୋଇଯାଇଥିଲା ସେ ଭୋଟ ଥିଲା ଗିରିଧର ଗମାଙ୍ଗଙ୍କର । ଗିରିଧର ସେତେବେଳେ କୋରାପୁଟ ଏମପି ଥିଲେ । ତେବେ ପରେ କ୍ଷମତାକୁ ଫେରି ୨୦୦୪ ମେ ୨୨ ଯାଏ ପ୍ରଧାନମନ୍ତ୍ରୀ ପଦରେ ଶାସନ କରିଥିଲେ ବାଜପେୟୀ ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri