Posted inଖେଳ

ଏହି କାରଣରୁ ମାଛମାଂସ ଛାଡିଦେଇଥିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ। କେବଳ ନିଜ ବ୍ୟାଟିଂ ପାଇଁ ନୁହେଁ, ଫିଟନେସ୍‌ରେ ମଧ୍ୟ ସେ ଅନ୍ୟ ଖେଳାଳିଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ନିଜକୁ ଫିଟ୍‌ ରଖିବା ପାଇଁ ସେ ଗତ ୨ବର୍ଷଠାରୁ ଶାକାହାରୀ ହେବାର ନିଷ୍ପତ୍ତି ନେଇଥିଲେ। ଶାକାହାରୀ ହେବା ପରେ ମୁଁ କ୍ରୋଧକୁ ନିୟନ୍ତ୍ରଣ କରିବା ସହ ନିଜକୁ ଫିଟ୍‌ ମଧ୍ୟ ଅନୁଭବ କରୁଥିବା ସେ କହିଛନ୍ତି। ନେଟଫ୍ଲିକ୍ସ ଶୋ’ ଗେମ୍‌ ଚେଞ୍ଜର ଦେଖିବା ପରେ ବିରାଟ କହିଥିଲେ, ଶାକାହାରୀ ହେବା ପରେ ଡାଏଟ୍‌କୁ ନେଇ ମୋର ଯେଉଁ ଚିନ୍ତାଧାରା ଥିଲା ତାହା କେବଳ କଳ୍ପନା ଥିଲା। ଏଭଳି ଡକ୍ୟୁମେଣ୍ଟାରୀ ଦେଖି ମୋତେ ଯାହା ଅନୁଭବ ହେଉଛି ତାହା ଆଗରୁ କେବେ ହୋଇ ନ ଥିଲା ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ଗେମ୍‌ ଚେଞ୍ଜର ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ଥିଲା। ଏଥିରେ ଜେମ୍ସ କେମରୁନ୍‌, ଜ୍ୟାକି ଚାନ୍‌ ଏବଂ ଅର୍ନାଲ୍ଡ ଶ୍ୱାର୍ଜନେଗର ପ୍ରମୁଖ ଅଭିନୟ କରିଥିଲେ। ଏହି ଫିଲ୍ମରେ ଶାକାହାରୀ ଭୋଜନ ଦ୍ୱାରା ଖେଳାଳିଙ୍କ ଲାଭ ବିଷୟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ,ଟି-୨୦ ମ୍ୟାଚ୍‌ରେ ଗୋଟିଏ ବି ଛକା ଲଗାଇନାହାନ୍ତି ଏହି ୩ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳରେ ଏବେ ଏକରୁ ଅଧିକ ମହାନ ଖେଳାଳି ଅଛନ୍ତି। ଏହି ଦଳରେ ୩ ଜଣ ଖେଳାଳି ଅଛନ୍ତି ଯେଉଁମାନେ ଏ ପର୍ଯ୍ୟନ୍ତ ଦିନିକିଆ...

ଜାତୀୟ କ୍ୟାମ୍ପରୁ ଓହରିଲେ ଭିନେଶ

ନୂଆଦିଲ୍ଲୀ, ୧୯ା୮ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଏକମାତ୍ର ଭାରତୀୟ ମହିଳା ରେସ୍‌ଲର ଭିନେଶ ଫୋଗତ ଜାତୀୟ କ୍ୟାମ୍ପରୁ ଓହରି ଯାଇଛନ୍ତି। କୋଭିଡ୍‌-୧୯...

ଅବସର ପଛର କାରଣ ହୃଦୟ ବିଦାରକ ପରାଜୟ

ଆବୁଧାବି,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ ମଝିରେ ଅବସର ଘୋଷଣା କରିଛନ୍ତି ଅସଘର ଅଫଘାନ। ତେବେ ଗତ ମ୍ୟାଚ୍‌ରେ ପାକିସ୍ତାନଠାରୁ ହୃଦୟ ବିଦାରକ ପରାଜୟ ପରେ ହଠାତ୍‌...

କାରିବିୟନ ପ୍ରିମିୟର ଲିଗ୍‌: ନାଇଟ ରାଇଡର୍ସ-ଜୌକ୍ସ ଫାଇନାଲ

ଟାରୌବା, ୧୦।୯(ପି.ଟି.)- ତ୍ରିନିଦାଦ ନାଇଟ ରାଇଡର୍ସ ଓ ସେଣ୍ଟ ଲୁସିଆ ଜୌକ୍ସ ବିଜୟ ହାସଲ କରି ଚଳିତ କାରିବିୟନ ପ୍ରିମିୟର ଲିଗ୍‌(ସିପିଏଲ)ର ଫାଇନାଲରେ ପ୍ରବେଶ କରିଛନ୍ତି।...

କରୋନା ଭାଇରସ୍‌ ଆକ୍ରାନ୍ତ: ଫେଲାଇନ ପ୍ରଥମ

ଶାଂଘାଇ, ୨୩।୩ (ଏଏଫ୍‌ପି)- ଚାଇନିଜ ସୁପର୍‌ ଲିଗ୍‌ (ସିଏସ୍‌ଏଲ୍‌)ର ପ୍ରଥମ ଫୁଟ୍‌ବଲର୍‌ ଭାବେ ମାରୋଉଆନେ ଫେଲାଇନ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଫେଲାଇନ୍‌ଙ୍କ କ୍ଲବ ଶାନଡଙ୍ଗ୍‌...

ଲକ୍‌ଡାଉନ୍‌ରେ ଲେଖକ ହେଲେ ମାରିଜନେ

ନୂଆଦିଲ୍ଲୀ,୧୩।୪ (ପି.ଟି.): କୋଭିଡ୍‌-୧୯ ପାଇଁ ସାରା ଦେଶ ତଥା ବିଶ୍ୱରେ ଲକ୍‌ଡାଉନ ଜାରି ହୋଇଛି। ଏହି ସମୟରେ ଭାରତୀୟ ମହିଳା ହକି ଦଳର କୋଚ ଜୋଏର୍ଡ...

ଏହି କ୍ରିକେଟର୍‌ଙ୍କ ଯୋଗୁ ସର୍ବସାଧାରଣରେ ଶର୍ଟ ଖୋଲିଦେଇଥିଲେ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ଚମତ୍କାର ଫିଲ୍ଡର ମହମ୍ମଦ କୈଫ ଆଜି ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରୟାଗରାଜ (ତତ୍କାଳୀନ ଆହ୍ଲାବାଦ) ରେ ଜନ୍ମଗ୍ରହଣ କରିଥିବା କୈଫ...

ସାନିଆଙ୍କୁ ନ ଭେଟି ଇଂଲଣ୍ଡ ଗସ୍ତ କଲେ ସୋଏବ

ନୂଆଦିଲ୍ଲୀ, ୧୮।୮: ତିନୋଟି ଲେଖାଏ ଟେଷ୍ଟ ଓ ଟି୨୦ ସିରିଜ ଖେଳିବା ଲାଗି ପାକିସ୍ତାନ କ୍ରିକେଟ୍‌ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ରହିଛି। ଘରୋଇ ଇଂଲଣ୍ଡ...

Advertisement
Archives

Model This Week