Posted inଫୁରସତ

ବାହୁବଳୀ ଶିଶୁ: ଜନ୍ମ ହେଉ ହେଉ କଲା ଏମିତି କିଛି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଆପଣ ନିଶ୍ଚିତ ପ୍ରଭାସଙ୍କ ଫିଲ୍ମ ‘ବାହୁବଳୀ’ ଦେଖିଥିବେ। ସେହି ଫିଲ୍ମ ରିଲିଜ ହେବା ଦିନଠାରୁ ଯେକୌଣସି ବ୍ୟକ୍ତି କିଛି ଅବିଶ୍ୱସନୀୟ ଶକ୍ତି ପ୍ରଦର୍ଶନ କଲେ ସେମାନଙ୍କୁ ‘ବାହୁବଳୀ’ ସହିତ ତୁଳନା କରାଯାଉଛି। ଶକ୍ତିଶାଳୀ ଲୋକମାନେ ବାହୁବଳୀ ଭଳି କାର୍ଯ୍ୟ କଲେ ଏହା ଆଶ୍ଚର୍ଯ୍ୟଜନକ ନୁହେଁ, କିନ୍ତୁ ଆପଣ କେବେ ଦେଖିଛନ୍ତି କି ଏକ ନବଜାତ ଶିଶୁ ଏପରି କିଛି କରୁଛି, ଯାହା ପରେ ଲୋକମାନେ ତାକୁ ‘ବାହୁବଳୀ’ ବୋଲି କହୁଛନ୍ତି। ଏବେ ସେମିତି ଜଣେ ନବଜାତ ଶିଶୁ ହାତରେ ଧରି ଟ୍ରେ ଧରିଥିବାର ଦେଖାଯାଏ। ଏହି ପିଲାଟି ଜନ୍ମ ହେବା ମାତ୍ରେ ସେ ଦୁଇ ହାତରେ ସେହି ଟ୍ରେକୁ ଉଠାଇଥିଲା।

@bhakttrilokika ନାମକ ଏକ ଟୁଇଟର ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏହି ଭିଡିଓରେ ଜନ୍ମ ହେଉ ହେଉ ଶିଶୁଟି ଦୁଇ ହାତରେ ଟ୍ରେ’କୁ ଏପରି ଜାବୁଡ଼ି ଧରିଛି ନର୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓ ଶେୟାର କରାଯାଇ ଏଥିରେ କ୍ୟାପଶନ ଲେଖାଯାଇଛି, ଚନ୍ଦ୍ରୟାନ ଚନ୍ଦ୍ରରେ ପହଞ୍ଚିବା ମାତ୍ରେ ଭାରତରେ ଜନ୍ମିତ ପ୍ରକୃତ ‘ବାହୁବଳୀ’।

ଭିଡିଓରେ ନର୍ସ ଜଣକ ନବଜାତ ଶିଶୁର ଦୁଇ ଗୋଡ଼କୁ ଧରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟ ଲାଗେ ଯେତେବେଳେ ପିଲାଟି ଦୁଇ ହାତରେ ଟ୍ରେକୁ ଜାବୁଡ଼ି ଧରିଥାଏ। ଯେଉଁ ଟ୍ରେ’ରେ ଶିଶୁଟି ଜନ୍ମ ହେବା ପରେ ରଖାଯାଇଥିଲା। ନବଜାତ ଶିଶୁମାନଙ୍କର ଜନ୍ମ ହେବା ମାତ୍ରେ ଏତେ ଜୋରରେ ଧରି ରଖିବା ପାଇଁ ସେତେ ଶକ୍ତି ନ ଥାଏ। କିନ୍ତୁ ଏହି ପିଲା ନିଜର ଶକ୍ତି ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହି ଭିଡିଓଟି ୩ ଲକ୍ଷରୁ ଅଧିକ ଭ୍ୟୁ ପାଇଥିବା ବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର ପଚାରିଥିଲେ ଏହି ଭିଡିଓଟି ଠିକ୍‌ ଅଛି କି? ଅନ୍ୟ ଜଣେ କହିଛନ୍ତି, ଯେଉଁ ଡାକ୍ତର ଏହା କରିଛନ୍ତି, ତାଙ୍କୁ ଗିରଫ କର। କାରଣ ଏହା ଅମାନବୀୟ ଅଟେ। ଜଣେ କହିଛନ୍ତି, ମହିଳାଙ୍କୁ ଜେଲ ପଠାଯିବା ଉଚିତ। ଅନ୍ୟ ଜଣେ କହିଛନ୍ତି, ଏହିପରି ପିଲାଙ୍କ ଦୃଶ୍ୟ କରିବା ସମ୍ପୂର୍ଣ୍ଣ ଭୁଲ।


Enter your email to get our daily news in your inbox.

All Right Reserved By Dharitri.Com

କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଥ୍ରୋ ବଲ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) : ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ସିଆଇସିଏସଇ ସ୍ପୋଟର୍‌ସ ଏଣ୍ଡ ଗେମ୍ସ ପକ୍ଷରୁ ଦିନିକିଆ ଆଞ୍ଚଳିକ…

ଚାଷଜମିକୁ ଜଳସେଚନର ହେବ ସୁବିଧା : ଖୋଲିଲା ଜୟ ମଙ୍ଗଳ ଓ ଋଷିକୂଳ୍ୟାର ୧୫ ନମ୍ବର କେନାଲ

ଛତ୍ରପୁର,୧୦।୮, (ଦିଲ୍ଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ) : ଚଳିତ ଖରିଫ ଚାଷ ଋତୁରେ ଚାଷୀଙ୍କୁ ଆବଶ୍ୟକ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜୟ ମଙ୍ଗଳ କେନାଲରେ ଜଳ ଛଡ଼ାଯାଇଛି।…

ଶଶ୍ମାନ, ଠାକୁରାଣୀ ଶାଳରୁ ଜବରଦଖଲ ଉଚ୍ଛେଦ ଦାବି

ପାଟଣା,୧୦ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀ କାପୁଡ଼ି ଗାଁ ତେନ୍ତେଳା ଗ୍ରାମର ଶ୍ମଶାନ ଓ ଠାକୁରାଣୀ ଶାଳରେ ଉକ୍ତ ଗ୍ରାମର ସୁଦାମ ମହାନ୍ତ ଓ…

ଝାଡୁ ଧରିଲେ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ଲକ୍ଷ୍ୟ ପୂରଣ ପାଇଁ ସମସ୍ତେ ଏକାଠି ହୋଇ…

ଭଞ୍ଜନଗର,୧୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ସ୍ବଚ୍ଛତା ପଖଓ୍ବାଡ଼ା ଅବସରରେ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ଓ…

ମାଛ ଜାଲରେ ଫସିଲା ବିରାଟକାୟ ଅଜଗର

ବୀରମହାରାଜପୁର, ୧୦/୮ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ସଦେଇପୁର ଗାଁ ନିକଟସ୍ଥ ଏକ ପୋଖରୀରେ ମାଛ ଧରିବା ପାଇଁ…

ରାଜ୍ୟ ପାଇଁ ଖୁସି ଖବର: ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୮ ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ…

ଚାଷୀମାରଣ ନୀତିକୁ ବିରୋଧ, ଜେଲ୍‌ଭରୋ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): କୃଷିକ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣୀତ ବିଭିନ୍ନ ନୀତିକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି । ଏହି କ୍ରମରେ ସୋମବାର ବରଗଡ଼…

ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ରାଜେଶ ମହାରଣା, ତାଙ୍କ ସମର୍ଥକ

ଛତ୍ରପୁର, ୧୦।୮ (ବିଦ୍ୟାଧର ସାହୁ): ଛତ୍ରପୁର ନିର୍ବାଚନମଣ୍ଡଳୀର ଯୁବ ନେତା ରାଜେଶ ମହାରଣା ଓ ତାଙ୍କ ସମର୍ଥକମାନେ ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri