ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବକ ସାପକୁ ଧରୁଥିବାର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି, ଜଣେ ଯୁବକ କଳାରଙ୍ଗର ଏକ ସ୍ଲୋପରେ ଛିଡା ହୋଇ ପାଣିରେ ପହଁରୁଥିବା ଏକ ସାପକୁ ଧରୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଉକ୍ତ ସ୍ଲୋପ ଉପରୁ ଏକ ଅଜଗର ଖସି ଖସି ଆସୁଛି। ପରେ ଯୁବକ ଜଣକ ଅଜଗରକୁ ଦେଖି ଡରି ଯାଉଛନ୍ତି ଏବଂ ପାଣି ଭିତରକୁ ଡେଇଁ ପଡୁଛନ୍ତି। ୨୦ ସେକେଣ୍ଡର ଏହି ଭିଡିଓକୁ ଦ ଅନଏକ୍ସପ୍ଲେନ୍ଡ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛି। ଏହି ଅନେକ ଲୋକ ଲାଇକ୍ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
WTF is going on here pic.twitter.com/bWy1ro8833
— The Unexplained (@Unexplained) September 24, 2020