Posted inଖେଳ

୪୧ ବର୍ଷ ପରେ ଭାରତୀୟ କ୍ରିକେଟ୍‌ରେ ଘଟିଲା ଏମିତି

କଲମ୍ବୋ,୨୩।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତୃତୀୟ ତଥା ଶେଷ ଦିନିକିଆରେ ଭାରତୀୟ ଦଳରେ ୬ଟି ପରିବର୍ତ୍ତନ ହୋଇଛି। ଏହି ମ୍ୟାଚ୍‌ରେ ପାଞ୍ଚ ଜଣ ଖେଳାଳି ଡେବ୍ୟୁ କରିଛନ୍ତି। ୪୧ ବର୍ଷ ପରେ ପ୍ରଥମ ଥର ପାଇଁ ପାଞ୍ଚ ଖେଳାଳି ଦିନିକିଆରେ ଡେବ୍ୟୁ କରିଛନ୍ତି । ଏହା ପୂର୍ବରୁ ୧୯୮୦ରେ ଅଷ୍ଟ୍ରେଲିଆର ଏମ୍‌ସିଜି ଗ୍ରାଉଣ୍ଡରେ ଏହା ଘଟିଥିଲା। ଦିଲୀପ ଦୋଶୀ, କିର୍ତ୍ତୀ ଆଜାଦ, ରୋଜର ବିନି, ସନ୍ଦୀପ ପାଟିଲ ଏବଂ ତିରୁମାଲାଇ ଶ୍ରୀନିବାସନ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ। ଭାରତ ପାଇଁ ଡେବ୍ୟୁ କରିଥିବା ଖେଳାଳିଙ୍କ ମଧ୍ୟରେ ରାହୁଲ ଚହର, ଚେତନ ସକରିଆ, ସଞ୍ଜୁ ସାମସନ, କେ. ଗୌତମ ଏବଂ ନୀତୀଶ ରାଣା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଆରେ ହେବ ଆଇଏସ୍‌ଏଲ୍‌-୭

ନୂଆଦିଲ୍ଲୀ, ୧୭।୮(ପି.ଟି.)- ଇଣ୍ଡିଆନ ସୁପରଲିଗ୍‌(ଆଇଏସ୍‌ଏଲ୍‌)ର ସପ୍ତମ ସଂସ୍କରଣ ଗୋଆର ୩ଟି ଭେନ୍ୟୁରେ ଅନୁଷ୍ଠିତ ହେବ। କରୋନା ଭାଇରସ ଜନିତ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ...

ପ୍ରଥମ କ୍ରିକେଟର ଏଲିସେ ପେରି

ବ୍ରିଗଟନ,୨୯।୭(ପିଟି)- ଟି୨୦ ଫର୍ମାଟ୍‌ରେ ୧ ହଜାର ରନ୍‌ ଓ ୧୦୦ ଉଇକେଟ ନେବାରେ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଏଲିସେ ପେରି ବିଶ୍ୱର ପ୍ରଥମ କ୍ରିକେଟର। ଏଠାରେ ଖେଳାଯାଇଥିବା...

ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଆରମ୍ଭ: ବାରବାଟୀରେ ଫ୍ଲଡଲାଇଟ୍‌ ମରାମତି; ଗ୍ୟାଲେରି ଅନୁଧ୍ୟାନ କଲା ସରକାରୀ ଏଜେନ୍ସି

କଟକ ଅଫିସ,୧୩ା୧୧- ଡିସେମ୍ବର ୨୨ରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ପୂର୍ବରୁ ଷ୍ଟାଡିୟମର ନବକଳେବର ପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କର୍ତ୍ତୃପକ୍ଷ ତତ୍ପର...

ଏସ୍‌ଆର୍‌ଏଚ୍‌ ଜିତିଲା ଟସ୍‌, ପ୍ରଥମେ ବୋଲିଂ…

ମୁମ୍ବାଇ, ୨୩।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ଟସ ଜିତି ପ୍ରଥମେ ବୋଲିଂ...

ଇଂଲଣ୍ଡ ବିପକ୍ଷ ସିରିଜ୍‌ରୁ ମିଳିବ ଭାରତୀୟ ଟି୨୦ ବିଶ୍ୱକପ୍‌ ଦଳ

ଅହମ୍ମଦାବାଦ,୧୦।୩ : ଆସନ୍ତା ଶୁକ୍ରବାରଠାରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌। ସମସ୍ତ ମ୍ୟାଚ୍‌ ସ୍ଥାନୀୟ...

ଗର୍ଲଫ୍ରେଣ୍ଡର ସାଙ୍ଗକୁ ବି ଛାଡ଼ି ନ ଥିଲେ ଏହି ମହାନ୍‌ କ୍ରିକେଟର

କୁହାଯାଏ ଗର୍ଲଫ୍ରେଣ୍ଡଠାରୁ ତା’ ସାଙ୍ଗ ଆହୁରି ସୁନ୍ଦରୀ। ଏହା ହିଁ ଘଟିଥିଲା ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ କ୍ଷେତ୍ରରେ। ହେଜଲ କିଜଙ୍କୁ ବିବାହ...

୧୨୫ରେ ଅଟକିଲା ପଞ୍ଜାବ

ଶାରଜା,୨୫।୯: ଶାରଜାରେ ଶନିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱିତୀୟ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌ ଅଧିନାୟକ କେନ ଓ୍ବିଲିୟମସନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି...

ପ୍ରଥମ ଟେଷ୍ଟ: ପଲ୍‌ଙ୍କ ସ୍ଥାନରେ କୁମିନ୍ସ

ନର୍ଥ ସାଉଣ୍ଡ୍‌ (ଆଣ୍ଟିଗୁଆ), ୨୨।୮- ସ୍ଥାନୀୟ ସାର୍‌ ଭିଭିଆନ୍‌ ରିଚାଡର୍‌ସ ଷ୍ଟାଡିୟମରେ ଗୁରୁବାରଠାରୁ ଭ୍ରମଣକାରୀ ଭାରତ ବିପକ୍ଷରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଘରୋଇ...

Advertisement
Archives

Model This Week