Posted inଖେଳ

୧୯୮୫-୮୬ ପରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଏମିତି କାରନାମା କଲା ଭାରତ

ମେଲବୋର୍ନ, ୨୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହୋଇଛି। ସିରିଜର ଦ୍ୱିତୀୟ ମ୍ୟାଚ ମେଲବୋନର୍ର୍ କ୍ରିକେଟ ଗ୍ରାଉଣ୍ଡରେ (ଏମସିଜି) ଖେଳାଯାଉଛି। ବକ୍ସିଂ ଡେ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୧୩୧ ରନ ଅଗ୍ରଣୀ ହାସଲ କରିଥିଲା। ଏହାପୂର୍ବରୁ ଆଡିଲେଡରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୫୩ ରନର ଅଗ୍ରଣୀ ହାସଲ କରିଥିଲା। ଅଷ୍ଟ୍ରେଲିଆରେ ଚାଲିଥିବା ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିବାକୁ ଭାରତ ଦ୍ୱିତୀୟ ଥର କରିଛି। ୧୯୮୫-୮୬ ପରଠାରୁ ଏହା ପ୍ରଥମଥର ଅଷ୍ଟ୍ରେଲିଆରେ ପ୍ରଥମ ଦୁଇଟି ଟେଷ୍ଟ ସିରିଜର ପ୍ରଥମ ଇନିଂସରେ ଭାରତୀୟ କ୍ରିକେଟ ଦଳ ଅଗ୍ରଣୀ ହାସଲ କରିଛି।
୧୯୮୫-୮୬ ମସିହାରେ ଆଡିଲେଡରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ୩୮୧ ରନ ଜବାବରେ ଭାରତ ପ୍ରଥମ ଇନିଂସରେ ୫୨୦ ରନ ସଂଗ୍ରହ କରିଥିଲା। ଏହା ପରେ ମେଲବୋର୍ନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆାର ୨୬୨ ରନ ଜବାବରେ ଭାରତ ୪୪୫ରନ ସ୍କୋର କରିଥିଲା। ତେବେ ଏହି ଦୁଇଟି ମ୍ୟାଚ୍‌ର ଫଳାଫଳ ଡ୍ର ରହିଥିଲା। ତୃତୀୟ ଟେଷ୍ଟ ମ୍ୟାଚ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିଲା ଯେଉଁଥିରେ ଭାରତ ୪ ଉଇକେଟ ପାଇଁ ୬୦୦ ରନ ସଂଗ୍ରହ କରିଥିଲା ଏବଂ ପରେ ଅଷ୍ଟ୍ରେଲିଆକୁ ୩୯୬ ରନ୍‌ରେ ଅଲଆଉଟ୍‌ ରଖିଥିଲା। ତେବେ ଏହି ଟେଷ୍ଟ ଡ୍ର ରହିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାବରଙ୍କୁ ପଛରେ ପକାଇଲେ ସୂର୍ଯ୍ୟକୁମାର

ଦୁବାଇ, ୨୧।୯:ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟର ତାଲିକାରେ ଭାରତର ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ପଛରେ ପକାଇ  ତୃତୀୟ ସ୍ଥାନ ଅଧିକାର କରିଛନ୍ତି।...

ଲଭ୍‌ଲିନା, ନୀରଜ ଜିତିଲେ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୪ା୮ (ପି.ଟି.)-ରୁଷିଆର କାସ୍ପିସ୍କଠାରେ ଚାଲିଥିବା ମାଗୋମ୍‌ଡ ସଲାମ ଉମାଖାନୋଭ ମେମୋରିଆଲ ଇଣ୍ଟରନ୍ୟାଶନାଲ ବକ୍ସିଂ ଟୁର୍ନାମେଣ୍ଟରେ ଭାରତୀୟ ବକ୍ସରମାନେ ଭଲ ପ୍ରଦର୍ଶନ କରିଛନ୍ତି। ଶନିବାର ଲଭ୍‌ଲିନା...

କୋଭିଡ୍‌-୧୯: ଆରବର୍ଷକୁ ଘୁଞ୍ଚିଲା ଥୋମାସ, ଉବର କପ୍‌

ନୂଆଦିଲ୍ଲୀ, ୧୬।୯ (ପି.ଟି.): ଡେନମାର୍କରେ ଆୟୋଜନ ହେବାକୁ ଥିବା ଥୋମାସ ଓ ଉବର କପ୍‌କୁ ଆସନ୍ତାବର୍ଷକୁ ଘୁଞ୍ଚାଇ ଦିଆଯାଇଛି। ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ମଙ୍ଗଳବାର...

ଅଭ୍ୟାସ ମ୍ୟାଚ୍‌: ଭାରତ ଅଗ୍ରଣୀ: ଦ୍ରୁତ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ

ହାମିଲଟନ, ୧୬।୨(ପି.ଟି.)- ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତୀୟ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଶନିବାର ଦ୍ୱିତୀୟ...

ପ୍ରଥମ ନଜରରେ ହରଭଜନ ସିଂଙ୍କ ପ୍ରେମରେ ପଡିଥିଲେ ଏହି ଖେଳାଳି

ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଅଧିନାୟକ କ୍ୟାରିୟର ବେଳର ଏକ ରୋଚକ କଥା ଉନ୍ମୋଚନ କରିଛନ୍ତି। ୨୦୦୧ରେ ଅଷ୍ଟ୍ରେଲିଆ...

ମହିଳା ଦିନିକିଆ ସିରିଜ: ଦକ୍ଷିଣ ଆଫ୍ରିକାଠାରୁ ଭାରତ ହାରିଲା

ଲକ୍ଷ୍ନୌ,୧୮।୩: ଭାରତ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା ଦଳ ୫ ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦକ୍ଷିଣ...

ସମ୍ମାନ ରକ୍ଷା ପାଇଁ ପଡିଆକୁ ଓହ୍ଲାଇଲା ଭାରତ: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି

କାନବେରା,୨।୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ କାନବେରାରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌...

ଓଡ଼ିଶା ଓମେନ୍ସ ଲିଗ୍‌: ସାଇ- ଏସ୍‌ଟିସି, ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ

ଭୁବନେଶ୍ୱର,୭।୩(ସ୍ପୋର୍ଟ୍ସ ବ୍ୟୁରୋ): ଏଠାରେ ଚାଲିଥିବା ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟଏଲ୍‌)ରେ ଶନିବାର ଦୁଇଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ସାଇ- ଏସ୍‌ଟିସି ଓ ରାଇଜିଂ...

Advertisement
Archives

Model This Week