ବଲିଉଡ୍‌ ତାଙ୍କୁ ପାରିଶ୍ରମିକ ଦେଇପାରିବ ନାହିଁ କହୁଥିବା ମହେଶ ବାବୁ ଗୋଟିଏ ଫିଲ୍ମ ପାଇଁ ନିଅନ୍ତି ଏତିକି ଟଙ୍କା

ଆଜିକାଲି ଭାରତୀୟ ସିନେମାରେ ବଲିଉଡ ବନାମ ସାଉଥ ଇଣ୍ଡଷ୍ଟ୍ରିର ଯୁଦ୍ଧ ଦେଖିବାକୁ ମିଳୁଛି। ଏହି ବିବାଦ ଉପରେ ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ମହେଶ ବାବୁ ନିଜ ପ୍ରତିକ୍ରିୟା ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ହିନ୍ଦୀ ଫିଲ୍ମରେ କାମ କରିବାକୁ ସେ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି। କେବଳ ଏତିକି ନୁହେଁ, ବଲିଉଡ୍‌ ତାଙ୍କୁ ପାରିଶ୍ରମିକ ଦେଇପାରିବ ନାହିଁ ଏବଂ ସେ ହିନ୍ଦୀ ସିନେମା ପ୍ରତି ମଧ୍ୟ ଆଗ୍ରହୀ ନୁହଁନ୍ତି ବୋଲି କହିଛନ୍ତି।
ସାଉଥ ଇଣ୍ଡଷ୍ଟ୍ରିର ପ୍ରମୁଖ ଅଭିନେତାମାନଙ୍କ ମଧ୍ୟରୁ ମହେଶ ବାବୁ ଅନ୍ୟତମ। ସେ ସାଉଥ ଇଣ୍ଡଷ୍ଟ୍ରିର ରାଜା ଭାବେ ଜଣାଶୁଣା। ତାଙ୍କର ପ୍ରଶଂସକ ସଖ୍ୟା ମଧ୍ୟ ଢେର୍‌ ଅଧିକ। ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ରୋଜଗାର କ୍ଷେତ୍ରରେ ମଧ୍ୟ ସେ ବଲିଉଡ ଷ୍ଟାରଠାରୁ କମ ନୁହଁନ୍ତି। ସେ ସାଉଥ ସିନେମାରେ ସର୍ବାଧିକ ଫି’ ଆଦାୟ କରୁଥିବା ଅଭିନେତା ତାଲିକାରେ ସାମିଲ୍‌ ଅଛନ୍ତି। ମହେଶ ବାବୁ ଗୋଟିଏ ଫିଲ୍ମ ପାଇଁ ୫୫ କୋଟି ଟଙ୍କା ଆଦାୟ କରୁଥିଲେ କିନ୍ତୁ ଏବେ ସେ ତାଙ୍କ ଫି’ ବଢାଇଛନ୍ତି। ଏବେ ସେ ଏକ ଫିଲ୍ମ ପାଇଁ ୮୦ କୋଟି ଟଙ୍କା ଆଦାୟ କରୁଛନ୍ତି।
ମହେଶ ବାବୁଙ୍କ ନିଟ ମୂଲ୍ୟ କୋଟି କୋଟି ଟଙ୍କା ରହିଛି। ତାଙ୍କ ମୋଟ ନେଟ ମୂଲ୍ୟ ପ୍ରାୟ ୨୪୪ କୋଟି ଟଙ୍କା। ତାଙ୍କର ଅଧିକାଂଶ ରୋଜଗାର ଫିଲ୍ମ ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ଆସିଥାଏ
ଅନ୍ୟ ସେଲିବ୍ରିଟିଙ୍କ ପରି ମହେଶ ବାବୁ ମଧ୍ୟ ମହଙ୍ଗା ଗାଡିକୁ ଭଲ ପାଆନ୍ତି। ତାଙ୍କର ଏକରୁ ଅଧିକ ଦାମୀ ଗାଡି ଅଛି। ମହେଶ ବାବୁ ଟୟୋଟା ଲ୍ୟାଣ୍ଡ କ୍ରୁଜର ଭି୮, ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର ଭୋଗ, ବିଏମଡବ୍ଲୁ ୭୩୦ ଏଲ୍‌ଡି, ମର୍ସିଡିଜ-ବେଞ୍ଜ ଜିଏଲଏସ୪୫୦, ଅଡି ଏ୮ଏଲ୍‌ ପରି ଅନେକ ଗାଡିର ମାଲିକ ଅଟନ୍ତି। ଏହା ବ୍ୟତୀତ ମହେଶ ବାବୁଙ୍କର ମଧ୍ୟ ନିଜର ଭ୍ୟାନିଟି ଭ୍ୟାନ ଅଛି ଯାହା ପଞ୍ଚ ତାରକା ହୋଟେଲରୁ କମ ନୁହେଁ। ଏହି ଭ୍ୟାନିଟି ଭ୍ୟାନଗୁଡ଼ିକ ବିଳାସପୂର୍ଣ୍ଣ ସୁବିଧା ମଧ୍ୟ ରହିଛି। ଏହି ଭ୍ୟାନିଟିର ମୂଲ୍ୟ ୬ କୋଟି ଟଙ୍କା।
ମହେଶ ବାବୁ ମାତ୍ର ଚାରି ବର୍ଷ ବୟସରେ ଫିଲ୍ମ ଜଗତରେ ପାଦ ଦେଇଥିଲେ। ସେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି। ମହେଶ ବାବୁଙ୍କୁ ଶେଷଥର ପାଇଁ ସରିଲେରୁ ନୀକେଭାରୁରେ ଦେଖିବାକୁ ମିଳିଥିଲା। ଏବେ ତାଙ୍କର ଫିଲ୍ମ ‘ସରକାରୁସାକୁ ଭାରି ପାଟା’ ରିଲିଜ ପାଇଁ ପ୍ରସ୍ତୁତ ଅଛି। ଏହି ଫିଲ୍ମଟି ମେ ୧୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri