Posted inଫୁରସତ

ଏମିତି ମନ୍ଦିର ଯେଉଁଠି ପୁରୁଷଙ୍କୁ ପ୍ରବେଶ ମନା

ଦେବୀ କନ୍ୟାକୁମାରୀ ମନ୍ଦିର, କନ୍ୟାକୁମାରୀ- ଭାରତର ଦକ୍ଷିଣ ଭାଗରେ ସ୍ଥିତ ଏହି ମନ୍ଦିର ବର୍ଷର କୌଣସି ଦିନ ପୁରୁଷଙ୍କ ପାଇଁ ଖୋଲା ନୁହେଁ। କେବଳ ତପସ୍ବୀ ପୁରୁଷଙ୍କୁ ମନ୍ଦିରର ଗେଟ୍‌ ପର୍ଯ୍ୟନ୍ତ ଯିବାକୁ ଅନୁମତି ରହିଛି। ବିବାହିତ ପୁରୁଷ ତ ଏହାର ପରିସର ଭିତରକୁ ପ୍ରବେଶ କରିପାରିବେ ନାହିଁ। ଏହି ମନ୍ଦିରରେ କନ୍ୟା ମା’ ଦେବୀ ଭଗବତୀ ଦୁର୍ଗାଙ୍କୁ ପୂଜା କରାଯାଏ। ୫୧ଟି ଶକ୍ତିପୀଠ ମଧ୍ୟରେ ଅନ୍ୟତମ ଏହି ମନ୍ଦିରରେ କେବଳ ମହିଳାମାନେ ମା’ଙ୍କୁ ପୂଜା କରିଥାନ୍ତି। ପୌରାଣିକ କଥାନୁସାରେ ମା’ ଭଗବତୀ ଦୁର୍ଗା ମହାଦେବଙ୍କୁ ବିବାହ କରିବାର ବାଞ୍ଛା ନେଇ ସମୁଦ୍ର ମଝିର ଏହି ନିରୋଳା ସ୍ଥାନକୁ ଆସି ତପସ୍ୟା କରିଥିଲେ। ଖାସ୍‌ ସେଥିପାଇଁ ଏଠାରେ ବିବାହିତ ପୁରୁଷଙ୍କ ପ୍ରବେଶ ନିଷେଧ ବୋଲି କୁହାଯାଏ।

କାମାକ୍ଷା ମନ୍ଦିର, ଆସାମ- ଏହି ମନ୍ଦିର ଆସାମର ଗୁଆହାଟୀରେ ନୀଳାଚଳ ପାହାଡ଼ରେ ରହିଛି। ଏଠାରେ ପ୍ରତିବର୍ଷ ଅମ୍ବୁବାଚୀ ନାମକ ମେଳାର ଆୟୋଜନ ହୁଏ। ଏହି ସମୟରେ ମନ୍ଦିରର ଦ୍ୱାର ଚାରି ଦିନ ବନ୍ଦ ରହିଥାଏ। କାରଣ ଏହା ହେଉଛି ଦେବୀଙ୍କ ମାସିକ ଧର୍ମର ସମୟ। ସେଥିପାଇଁ ଏହି ସମୟରେ ମନ୍ଦିରକୁ ପୁରୁଷଙ୍କ ପ୍ରବେଶ ନିଷେଧ ଥାଏ। ପୂଜାପାଠ କିମ୍ବା ଅନ୍ୟ କାର୍ଯ୍ୟ ପାଇଁ କେବଳ ମହିଳା ଅବା ତପସ୍ବୀ ପୁରୁଷଙ୍କୁ ମନ୍ଦିର ପରିସରରେ ପ୍ରବେଶ କରିବାକୁ ଅନୁମତି ଥାଏ।

ବ୍ରହ୍ମା ମନ୍ଦିର, ରାଜସ୍ଥାନ- ଏହି ମନ୍ଦିର ଭଗବାନ ବ୍ରହ୍ମାଙ୍କର କିଛି ଦୁର୍ଲଭ ମନ୍ଦିର ମଧ୍ୟରୁ ଅନ୍ୟତମ। ରାଜସ୍ଥାନ ପୁଷ୍କରରେ ଥିବା ଏହି ପ୍ରସିଦ୍ଧ ମନ୍ଦିରରେ ଜଣେ ଦେବତାଙ୍କୁ ପୂଜା କରାଯାଉଥିଲେ ହେଁ, ବିବାହିତ ପୁରୁଷ ଗର୍ଭଗୃହରେ ବ୍ରହ୍ମାଙ୍କ ପୂଜା କରିପାରିବେ ନାହିଁ। କେବଳ ସନ୍ନ୍ୟାସୀ ହିଁ ବ୍ରହ୍ମାଙ୍କର ପୂଜା କରିପାରିବେ। ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ବ୍ରହ୍ମା ଓ ତାଙ୍କ ପତ୍ନୀ ତଥା ମା’ ସରସ୍ବତୀ ଏକ ଯଜ୍ଞର ଆୟୋଜନ କରିଥାନ୍ତି। କିନ୍ତୁ ମା’ ସରସ୍ବତୀ ଟିକେ ବିଳମ୍ବରେ ପହଞ୍ଚତ୍ବାରୁ ଦେବୀ ଗାୟତ୍ରୀଙ୍କୁ ନେଇ ବ୍ରହ୍ମା ସେହି ଯଜ୍ଞ ସମ୍ପନ୍ନ କରିଦେଲେ। ଏଥିରେ ମା’ ସରସ୍ବତୀ କ୍ରୋଧିତ ହୋଇ ଅଭିଶାପ ଦେଲେ ଯେ, ଆଜିଠାରୁ କୌଣସି ପୁରୁଷ ଭକ୍ତ ଏହି ମନ୍ଦିରକୁ ଆସିବେନି। ଯଦି କୌଣସି ପୁରୁଷ ଏଠାକୁ ଆସନ୍ତି ତେବେ ତାଙ୍କ ବୈବାହିକ ଜୀବନ ଦୁଃଖରେ ଭରିଯିବ।

ସାବିତ୍ରୀ ମନ୍ଦିର, ରାଜସ୍ଥାନ- ଏହି ମନ୍ଦିର ରତ୍ନଗିରି ପାହାଡ ଉପରେ ବ୍ରହ୍ମା ମନ୍ଦିର ପଛଭାଗରେ ଅଛି। ଉକ୍ତ ମନ୍ଦିରରେ ପୂଜା ପାଆନ୍ତି ବ୍ରହ୍ମାଙ୍କ ପତ୍ନୀ ସାବିତ୍ରୀ(ସରସ୍ବତୀ)। ପୌରାଣିକ କଥାନୁସାରେ ବ୍ରହ୍ମା ଯେବେ ଦ୍ୱିତୀୟ ବିବାହ କଲେ ମା’ ସାବିତ୍ରୀ ତାଙ୍କୁ ଅଭିଶାପ ଦେବା ସହ ରତ୍ନଗିରି ପାହାଡ଼ର ଏହି ସ୍ଥାନକୁ ଆସି ରହିବାକୁ ଲାଗିଲେ। ସେବେଠାରୁ ମା’ ଏହି ସ୍ଥାନରେ ପୂଜା ପାଇଆସୁଛନ୍ତି। ଆଉ ଉକ୍ତ ମନ୍ଦିରକୁ ପୁରୁଷଙ୍କ ପ୍ରବେଶ ନିଷେଧ ରହିଛି।

ମାତା ମନ୍ଦିର, ମୁଜାଫର ନଗର- ଏହି ମନ୍ଦିରରେ ଦୁର୍ଗା ମା’ଙ୍କ ମାସିକ ଧର୍ମ ସମୟରେ ପୁରୁଷଙ୍କ ପ୍ରବେଶ ନିଷେଧ ଥାଏ। କେବଳ ମହିଳାମାନେ ଏହି ସମୟରେ ମନ୍ଦିରରେ ପ୍ରବେଶ କରନ୍ତି। ଏମିତିକି ମନ୍ଦିରର ପୂଜାରୀ ବି ଏହି ସମୟରେ ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ। ମନ୍ଦିରରେ ପୂଜା ଓ ଆଳତି ମହିଳା କରନ୍ତି।

ଅଟୁକଲ ଭଗବତୀ ମନ୍ଦିର, କେରଳ- କେରଳ ଥିରୁଭାନନ୍ତପୁରମ୍‌ର ଅଟୁକଲ ଭଗବତୀ ମନ୍ଦିରରେ ମା’ ଭଦ୍ରକାଳୀ(କନ୍ନକି) ଦେବୀଙ୍କୁ ପୂଜା କରାଯାଏ। ଏହି ମନ୍ଦିରର ପ୍ରମୁଖ ପର୍ବ ହେଉଛି ଅଟୁକଲ ପୋଙ୍ଗଲ। ଉକ୍ତ ଉତ୍ସବ ପ୍ରତିବର୍ଷ ଫେବୃୟାରୀରୁ ମାର୍ଚ୍ଚ ମାସ ଭିତରେ ପଡ଼େ। ୧୦ ଦିନ ବ୍ୟାପୀ ପାଳିତ ହେଉଥିବା ଏହି ଉତ୍ସବରେ ମହିଳା ଭକ୍ତଙ୍କ ପ୍ରବଳ ଭିଡ଼ ହୁଏ। ଅନ୍ୟକୌଣସି ଧାର୍ମିକସ୍ଥଳ ଅପେକ୍ଷା ଏଠାରେ ମହିଳା ଭକ୍ତଙ୍କର ଏତେ ଭିଡ଼ ହୁଏ ଯେ, ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ବି ଏହାର ନାମ ସ୍ଥାନ ପାଇଛି। ଉତ୍ସବ ବେଳେ ୩ ମିଲିୟନରୁ ଊର୍ଦ୍ଧ୍ୱ ମହିଳାଙ୍କ ସମାଗମ ହୁଏ। ହେଲେ ପୁରୁଷ ଭକ୍ତଙ୍କୁ ଏଥିରେ ଯୋଗଦେବା ନିଷେଧ ଥାଏ।

ଛକୁଲାଥୁକାଭୁ ମନ୍ଦିର- ମା’ ଭଗବତୀ ପୂଜା ପାଉଥିବା କେରଳର ଏହି ମନ୍ଦିରରେ ‘ନାରୀ ପୂଜା’ ନାମକ ଏକ ପର୍ବ ପାଳନ ହୁଏ। ଏହି ଅବସରରେ କେବଳ ମହିଳାମାନେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଥାଏ। ଆଉ ପୁରୁଷ ପୁରୋହିତ ସେମାନଙ୍କର ପାଦ ଧୋଇବା ପ୍ରଥା ବି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri