Posted inଫୁରସତ

ଏମିତି ମନ୍ଦିର ଯେଉଁଠି ପୁରୁଷଙ୍କୁ ପ୍ରବେଶ ମନା

ଦେବୀ କନ୍ୟାକୁମାରୀ ମନ୍ଦିର, କନ୍ୟାକୁମାରୀ- ଭାରତର ଦକ୍ଷିଣ ଭାଗରେ ସ୍ଥିତ ଏହି ମନ୍ଦିର ବର୍ଷର କୌଣସି ଦିନ ପୁରୁଷଙ୍କ ପାଇଁ ଖୋଲା ନୁହେଁ। କେବଳ ତପସ୍ବୀ ପୁରୁଷଙ୍କୁ ମନ୍ଦିରର ଗେଟ୍‌ ପର୍ଯ୍ୟନ୍ତ ଯିବାକୁ ଅନୁମତି ରହିଛି। ବିବାହିତ ପୁରୁଷ ତ ଏହାର ପରିସର ଭିତରକୁ ପ୍ରବେଶ କରିପାରିବେ ନାହିଁ। ଏହି ମନ୍ଦିରରେ କନ୍ୟା ମା’ ଦେବୀ ଭଗବତୀ ଦୁର୍ଗାଙ୍କୁ ପୂଜା କରାଯାଏ। ୫୧ଟି ଶକ୍ତିପୀଠ ମଧ୍ୟରେ ଅନ୍ୟତମ ଏହି ମନ୍ଦିରରେ କେବଳ ମହିଳାମାନେ ମା’ଙ୍କୁ ପୂଜା କରିଥାନ୍ତି। ପୌରାଣିକ କଥାନୁସାରେ ମା’ ଭଗବତୀ ଦୁର୍ଗା ମହାଦେବଙ୍କୁ ବିବାହ କରିବାର ବାଞ୍ଛା ନେଇ ସମୁଦ୍ର ମଝିର ଏହି ନିରୋଳା ସ୍ଥାନକୁ ଆସି ତପସ୍ୟା କରିଥିଲେ। ଖାସ୍‌ ସେଥିପାଇଁ ଏଠାରେ ବିବାହିତ ପୁରୁଷଙ୍କ ପ୍ରବେଶ ନିଷେଧ ବୋଲି କୁହାଯାଏ।

କାମାକ୍ଷା ମନ୍ଦିର, ଆସାମ- ଏହି ମନ୍ଦିର ଆସାମର ଗୁଆହାଟୀରେ ନୀଳାଚଳ ପାହାଡ଼ରେ ରହିଛି। ଏଠାରେ ପ୍ରତିବର୍ଷ ଅମ୍ବୁବାଚୀ ନାମକ ମେଳାର ଆୟୋଜନ ହୁଏ। ଏହି ସମୟରେ ମନ୍ଦିରର ଦ୍ୱାର ଚାରି ଦିନ ବନ୍ଦ ରହିଥାଏ। କାରଣ ଏହା ହେଉଛି ଦେବୀଙ୍କ ମାସିକ ଧର୍ମର ସମୟ। ସେଥିପାଇଁ ଏହି ସମୟରେ ମନ୍ଦିରକୁ ପୁରୁଷଙ୍କ ପ୍ରବେଶ ନିଷେଧ ଥାଏ। ପୂଜାପାଠ କିମ୍ବା ଅନ୍ୟ କାର୍ଯ୍ୟ ପାଇଁ କେବଳ ମହିଳା ଅବା ତପସ୍ବୀ ପୁରୁଷଙ୍କୁ ମନ୍ଦିର ପରିସରରେ ପ୍ରବେଶ କରିବାକୁ ଅନୁମତି ଥାଏ।

ବ୍ରହ୍ମା ମନ୍ଦିର, ରାଜସ୍ଥାନ- ଏହି ମନ୍ଦିର ଭଗବାନ ବ୍ରହ୍ମାଙ୍କର କିଛି ଦୁର୍ଲଭ ମନ୍ଦିର ମଧ୍ୟରୁ ଅନ୍ୟତମ। ରାଜସ୍ଥାନ ପୁଷ୍କରରେ ଥିବା ଏହି ପ୍ରସିଦ୍ଧ ମନ୍ଦିରରେ ଜଣେ ଦେବତାଙ୍କୁ ପୂଜା କରାଯାଉଥିଲେ ହେଁ, ବିବାହିତ ପୁରୁଷ ଗର୍ଭଗୃହରେ ବ୍ରହ୍ମାଙ୍କ ପୂଜା କରିପାରିବେ ନାହିଁ। କେବଳ ସନ୍ନ୍ୟାସୀ ହିଁ ବ୍ରହ୍ମାଙ୍କର ପୂଜା କରିପାରିବେ। ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ବ୍ରହ୍ମା ଓ ତାଙ୍କ ପତ୍ନୀ ତଥା ମା’ ସରସ୍ବତୀ ଏକ ଯଜ୍ଞର ଆୟୋଜନ କରିଥାନ୍ତି। କିନ୍ତୁ ମା’ ସରସ୍ବତୀ ଟିକେ ବିଳମ୍ବରେ ପହଞ୍ଚତ୍ବାରୁ ଦେବୀ ଗାୟତ୍ରୀଙ୍କୁ ନେଇ ବ୍ରହ୍ମା ସେହି ଯଜ୍ଞ ସମ୍ପନ୍ନ କରିଦେଲେ। ଏଥିରେ ମା’ ସରସ୍ବତୀ କ୍ରୋଧିତ ହୋଇ ଅଭିଶାପ ଦେଲେ ଯେ, ଆଜିଠାରୁ କୌଣସି ପୁରୁଷ ଭକ୍ତ ଏହି ମନ୍ଦିରକୁ ଆସିବେନି। ଯଦି କୌଣସି ପୁରୁଷ ଏଠାକୁ ଆସନ୍ତି ତେବେ ତାଙ୍କ ବୈବାହିକ ଜୀବନ ଦୁଃଖରେ ଭରିଯିବ।

ସାବିତ୍ରୀ ମନ୍ଦିର, ରାଜସ୍ଥାନ- ଏହି ମନ୍ଦିର ରତ୍ନଗିରି ପାହାଡ ଉପରେ ବ୍ରହ୍ମା ମନ୍ଦିର ପଛଭାଗରେ ଅଛି। ଉକ୍ତ ମନ୍ଦିରରେ ପୂଜା ପାଆନ୍ତି ବ୍ରହ୍ମାଙ୍କ ପତ୍ନୀ ସାବିତ୍ରୀ(ସରସ୍ବତୀ)। ପୌରାଣିକ କଥାନୁସାରେ ବ୍ରହ୍ମା ଯେବେ ଦ୍ୱିତୀୟ ବିବାହ କଲେ ମା’ ସାବିତ୍ରୀ ତାଙ୍କୁ ଅଭିଶାପ ଦେବା ସହ ରତ୍ନଗିରି ପାହାଡ଼ର ଏହି ସ୍ଥାନକୁ ଆସି ରହିବାକୁ ଲାଗିଲେ। ସେବେଠାରୁ ମା’ ଏହି ସ୍ଥାନରେ ପୂଜା ପାଇଆସୁଛନ୍ତି। ଆଉ ଉକ୍ତ ମନ୍ଦିରକୁ ପୁରୁଷଙ୍କ ପ୍ରବେଶ ନିଷେଧ ରହିଛି।

ମାତା ମନ୍ଦିର, ମୁଜାଫର ନଗର- ଏହି ମନ୍ଦିରରେ ଦୁର୍ଗା ମା’ଙ୍କ ମାସିକ ଧର୍ମ ସମୟରେ ପୁରୁଷଙ୍କ ପ୍ରବେଶ ନିଷେଧ ଥାଏ। କେବଳ ମହିଳାମାନେ ଏହି ସମୟରେ ମନ୍ଦିରରେ ପ୍ରବେଶ କରନ୍ତି। ଏମିତିକି ମନ୍ଦିରର ପୂଜାରୀ ବି ଏହି ସମୟରେ ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ। ମନ୍ଦିରରେ ପୂଜା ଓ ଆଳତି ମହିଳା କରନ୍ତି।

ଅଟୁକଲ ଭଗବତୀ ମନ୍ଦିର, କେରଳ- କେରଳ ଥିରୁଭାନନ୍ତପୁରମ୍‌ର ଅଟୁକଲ ଭଗବତୀ ମନ୍ଦିରରେ ମା’ ଭଦ୍ରକାଳୀ(କନ୍ନକି) ଦେବୀଙ୍କୁ ପୂଜା କରାଯାଏ। ଏହି ମନ୍ଦିରର ପ୍ରମୁଖ ପର୍ବ ହେଉଛି ଅଟୁକଲ ପୋଙ୍ଗଲ। ଉକ୍ତ ଉତ୍ସବ ପ୍ରତିବର୍ଷ ଫେବୃୟାରୀରୁ ମାର୍ଚ୍ଚ ମାସ ଭିତରେ ପଡ଼େ। ୧୦ ଦିନ ବ୍ୟାପୀ ପାଳିତ ହେଉଥିବା ଏହି ଉତ୍ସବରେ ମହିଳା ଭକ୍ତଙ୍କ ପ୍ରବଳ ଭିଡ଼ ହୁଏ। ଅନ୍ୟକୌଣସି ଧାର୍ମିକସ୍ଥଳ ଅପେକ୍ଷା ଏଠାରେ ମହିଳା ଭକ୍ତଙ୍କର ଏତେ ଭିଡ଼ ହୁଏ ଯେ, ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ବି ଏହାର ନାମ ସ୍ଥାନ ପାଇଛି। ଉତ୍ସବ ବେଳେ ୩ ମିଲିୟନରୁ ଊର୍ଦ୍ଧ୍ୱ ମହିଳାଙ୍କ ସମାଗମ ହୁଏ। ହେଲେ ପୁରୁଷ ଭକ୍ତଙ୍କୁ ଏଥିରେ ଯୋଗଦେବା ନିଷେଧ ଥାଏ।

ଛକୁଲାଥୁକାଭୁ ମନ୍ଦିର- ମା’ ଭଗବତୀ ପୂଜା ପାଉଥିବା କେରଳର ଏହି ମନ୍ଦିରରେ ‘ନାରୀ ପୂଜା’ ନାମକ ଏକ ପର୍ବ ପାଳନ ହୁଏ। ଏହି ଅବସରରେ କେବଳ ମହିଳାମାନେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଥାଏ। ଆଉ ପୁରୁଷ ପୁରୋହିତ ସେମାନଙ୍କର ପାଦ ଧୋଇବା ପ୍ରଥା ବି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

ଅଜବ ପରମ୍ପରା:ପ୍ରେମ କରୁଥିଲେ ଏମିତି ଜଣାନ୍ତି….

ବେଜିଂ:ସାରା ବିଶ୍ୱରେ ପ୍ରେମ ପ୍ରକାଶର ଉପାୟ ପ୍ରାୟତଃ ଭିନ୍ନ। କିଏ ଫୁଲ ଦେଇ ପ୍ରପୋଜ୍‌ କରନ୍ତି ତ ଆଉ କିଏ ପ୍ରେମପତ୍ର ଦିଅନ୍ତି। ଆଉ କେହି...

ଅନ୍ତର୍ଜାତୀୟ ପର୍ବତ ଦିବସ: ହିମବାହର ଆବଶ୍ୟକତାକୁ ଗୁରୁତ୍ୱ

ପ୍ରତିବର୍ଷ ଡିସେମ୍ବର ୧୧ରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ପର୍ବତ ଦିବସ’। ପର୍ବତର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି, ପର୍ବତ ବିକାଶରେ ସୁଯୋଗ ଓ ପ୍ରତିବନ୍ଧକକୁ ଉଜାଗର...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri