ଚତୁର୍ଥ ଥର ପିତା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତା, ନୂଆ ଅତିଥି ସ୍ବାଗତ ପାଇଁ ରହିଛି ସ୍ବତନ୍ତ୍ର ପ୍ଲାନ୍‌

ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଖୁବ୍‌ଶୀଘ୍ର ପିତା ହେବାକୁ ଯାଉଛନ୍ତି। ସୈଫ୍‌ଙ୍କ ସ୍ତ୍ରୀ ତଥା କରିନା କପୁର ନିଜ ଦ୍ୱିତୀୟ ସନ୍ତାନଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି। ଏଥିପୂର୍ବରୁ ନୂଆ ଅତିଥିଙ୍କୁ ସ୍ବାଗତ ପାଇଁ ସୈଫ୍‌ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ସୈଫଙ୍କ ଅନୁଯାୟୀ ସେ ଫେବୃୟାରୀରେ ପୁଣି ଥରେ ପିତା ହେବାକୁ ଯାଉଛନ୍ତି। ଚତୁର୍ଥ ଥର ପାଇଁ ପିତା ହେବା ପାଇଁ ଅଭିନେତା ବହୁତ ଉତ୍ସାହିତ ଏବଂ ସେ ବହୁତ ଯୋଜନା କରିଛନ୍ତି। ସୈଫ କହିଛନ୍ତି ଯେ ସନ୍ତାନ ଏହି ଦୁନିଆକୁ ଆସିବା ପୂର୍ବରୁ ସେ ପୈତୃକ ଛୁଟି ନେବାକୁ ଯାଉଛନ୍ତି। ଯାହାଦ୍ୱାରା ସେ ନବଜାତ ଶିଶୁ ସହିତ ସମୟ ବିତାଇ ପାରିବେ। ଏହାପୂର୍ବରୁ ମଧ୍ୟ ୩ ପିଲାଙ୍କ ଜନ୍ମବେଳେ ମୁଁ ଛୁଟି ନେଇଥିଲି ବୋଲି ସେ କହିଛନ୍ତି। ସୈଫ ଅଲି ଖାନ ଏବେ ୩ ସନ୍ତାନ ସାରା ଅଲି ଖାନ-ଇବ୍ରାହିମ ଅଲି ଖାନ ଏବଂ ତୈମୁର ଅଲି ଖାନଙ୍କ ପିତା। ସାରା ଏବଂ ଇବ୍ରାହିମ ସୈଫଙ୍କ ପ୍ରଥମ ସ୍ତ୍ରୀ ଅମୃତା ସିଂଙ୍କ ସନ୍ତାନ ହୋଇଥିବାବେଳେ ତୈମୁର ଅଲି ଖାନ ତାଙ୍କର ଦ୍ୱିତୀୟ ସ୍ତ୍ରୀ କରୀନା କପୁରଙ୍କ ସନ୍ତାନ। କରୀନା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି: ପ୍ରତିଟି ଅକ୍ଷରରେ ତାଙ୍କ ଫିଲ୍ମର ଚରିତ୍ର ତିଆରିକଲେ ଚିତ୍ରକାର

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇପଡ଼ିଛି ସିନେଜଗତ। ପ୍ରଶଂସକଙ୍କଠାରୁ ଆରମ୍ଭକରି ସେଲିବ୍ରିଟିମାନେ ତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରୁଛନ୍ତି। କେହି...

ଆଡଭାନ୍ସ ବୁକିଂରେ ରେକର୍ଡ କଲା ‘ବ୍ରହ୍ମାସ୍ତ୍ର’

ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ପ୍ରଥମ ଥର ପାଇଁ ଆଲିଆ- ରଣବୀର ନଜର ଆସିବେ। ବର୍ତ୍ତମାନ ଏହି...

ଆୟେଶା ଶ୍ରଫ୍‌ଙ୍କଠାରୁ ୫୮ ଲକ୍ଷ ଠକେଇ

ମୁମ୍ବାଇ, ୯ା୬: ବଲିଉଡ୍‌ର ବରିଷ୍ଠ ଅଭିନେତା ଜାକି ଶ୍ରଫ୍‌ଙ୍କ ସ୍ତ୍ରୀ ଆୟେଶା ଶ୍ରଫ୍‌ ୫୮ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଛନ୍ତି। ଅଭିଯକ୍ତ ଆଲାନ ଫର୍ଣ୍ଣାଣ୍ଡିଜ୍‌ଙ୍କ...

ମାସ୍କ ପିନ୍ଧି ସାଇକେଲ ଚଲାଇଲେ ସଲମାନ୍‌ ଖାନ୍‌: ୟୁଜର୍ସ କହିଲେ ଏମିତି…

ବଲିଉଡ୍‌ର ସୁପରଷ୍ଟାର ସଲମାନ୍‌ ଖାନ୍‌ ନିଜର ଉଦାରତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କରୋନା ସମୟରେ ସେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଛନ୍ତି। ଅଭାବୀ...

ଏଭଳି ଢ଼ଙ୍ଗରେ ସ୍ବାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସନା ଖାନ୍‌: କହିଲେ ମିଳିଛି ‘ଶ୍ରେଷ୍ଠ ସ୍ବାମୀ’

ବମ୍ବେ: ବିବାହ ପରେ ଏବେ ହନିମୁନ୍‌ରେ ବିଗ୍‌ବସ୍‌ ଫେମ୍‌ ସନା ଖାନ୍‌। ଅଭିନୟଜଗତକୁ ବାଏ ବାଏ କହିବା ପରେ ଏବେ ମୁଫ୍‌ତି ଅନସ ସଈଦଙ୍କ ହାତ...

ତୁନିଶାଙ୍କ ମୃତ୍ୟୁ ପରେ ଶୁଟିଂସେଟ୍‌ରେ ବଢୁଛି ଭୟ

ମୁମ୍ବାଇ: ୨୦ ବର୍ଷ ବୟସରେ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି। ତୁନିଶାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ଅଭିନେତ୍ରୀ କିପରି ଏପରି ଭୟଙ୍କର...

ରିଲିଜ୍‌ ହେଲା ‘ଫିଲ୍ମ ଗଙ୍ଗୁବାଇ କାଠିୟାଓ୍ବାଡି’ର ଆଉ ଏକ ଗୀତ

ମୁମ୍ବାଇ: ଫିଲ୍ମ ‘ଗଙ୍ଗୁବାଇ କାଠିୟାଓ୍ବାଡି’ ଆସନ୍ତା ୨୫ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ତେବେ ଏହି ଫିଲ୍ମର ଗୋଟିଏ ପରେ ଗୋଟିଏ ଗୀତ ରିଲିଜ୍‌ ହେଉଛି।...

ପୁଅଙ୍କ ଟ୍ରୋଲ୍‌ ସହିପାରିଲେନି ବିଗ୍‌ ବି, ଦେଲେ ଏମିତି କଡ଼ା ଜବାବ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନ ପୁଅ ଅଭିଷେକଙ୍କୁ ପ୍ରଶଂସା କରି ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ‘ଦସବୀ’ର ଟ୍ରେଲର ରିଲିଜ ହେବା ସହିତ ଅଭିଷେକଙ୍କୁ...

Advertisement
Archives

Model This Week