ଅଧିକ ଶୋଉଥିଲେ ହୋଇପାରେ ଏହି ରୋଗ, ବିଶେଷଜ୍ଞ କୁହନ୍ତି…

ଜଣେ ବ୍ୟକ୍ତି ରାତିରେ ଅତିକମ୍‌ରେ ୭-୮ ଘଣ୍ଟା ଶୋଇବା ନିହାତି ଦରକାର। କେତେକ ବ୍ୟକ୍ତି ବିଳମ୍ବିତ ରାତିରେ ଶୋଇବାକୁ ଯାଆନ୍ତି ଆଉ ଡେରିରେ ବିଛଣା ତ୍ୟାଗ କରନ୍ତି। କିନ୍ତୁ କିଛି ବ୍ୟକ୍ତି ଆବଶ୍ୟକତାଠାରୁ ଅଧିକ ସମୟ ଶୋଇବାକୁ ପସନ୍ଦ କରନ୍ତି। ହେଲେ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ। ଏ ନେଇ ଟୋକିଓ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ପ୍ରକାଶିତ ରିପୋର୍ଟରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ଆବଶ୍ୟକତାଠାରୁ ଅଧିକ ସମୟ ଶୁଅନ୍ତି ତେବେ ସେ ହୃଦ୍‌ଜନିତ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏଭଳି ବିଷୟବସ୍ତୁକୁ ନେଇ ସେମାନେ ଏକ ସର୍ଭେ କରିଥିଲେ। ପରିଶେଷରେ ସେମାନେ ଜାଣିବାକୁ ପାଇଥିଲେ ଯେ ଆବଶ୍ୟକତାଠାରୁ ଅଧିକ ସମୟ ଶୋଉଥିବା କେତେକ ବ୍ୟକ୍ତିଙ୍କଠାରେ ସେମାନେ ହୃଦ୍‌ଜନିତ ସମସ୍ୟାର ଲକ୍ଷଣ ଦେଖିବାକୁ ପାଇଥିଲେ। ରାତିରେ ଆବଶ୍ୟକ ମୁତାବକ ଶୋଇବା- ଏ କଥାକୁ ଆମେ ହୃଦୟଙ୍ଗମ କରିବା ଦରକାର। ଠିକ୍‌ ଭାବରେ ନ ଶୋଇଲେ ତାହା କେତେକ ସ୍ବାସ୍ଥ୍ୟ ସମସ୍ୟାକୁ ପରୋକ୍ଷରେ ଆମନ୍ତ୍ରଣ କରିଥାଏ। ତେଣୁ ଆମେ ଏ ନେଇ ସଚେତନ ରହିବା ଆବଶ୍ୟକ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ପିଭିଟିଜିଙ୍କ ସ୍ବାସ୍ଥ୍ୟାବସ୍ଥା ଚିନ୍ତାଜନକ, ୮୧ପ୍ରତିଶତ ମହିଳା ବ୍ୟବହାର କରୁନାହାନ୍ତି…

ଭୁବନେଶ୍ୱର,୨୧।୭(ସୁଚିସ୍ମିତା ସାହୁ): ଓଡ଼ିଶାର ବିଶେଷ ଭାବେ ଅନୁନ୍ନତ ଜନଜାତି ଗୋଷ୍ଠୀ(ପିଭିଟିଜି)ଙ୍କ ମଧ୍ୟରେ କୁପୋଷଣ, ରକ୍ତହୀନତା, ମାତୃ ସ୍ବାସ୍ଥ୍ୟ ଓ ମୌଳିକ ସ୍ବାସ୍ଥ୍ୟସେବାର ଅଭାବ ଚିନ୍ତାର ବିଷୟ ପାଲଟିଛି।…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, କଲେଜ ପ୍ରିନ୍ସିପାଲଙ୍କଠାରୁ ନିଯୁକ୍ତି କ୍ଷମତା ପ୍ରତ୍ୟାହାର

ଭୁବନେଶ୍ୱର,୨୧।୭(ସୁଚିସ୍ମିତା ସାହୁ): ସରକାରୀ କଲେଜରେ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ସରକାରୀ କଲେଜ ପ୍ରିନ୍ସିପାଲଙ୍କଠାରୁ ନିଯୁକ୍ତି କ୍ଷମତାକୁ ପ୍ରତ୍ୟାହାର କରାଯାଇଥିବାବେଳେ ଏହି ଦାୟିତ୍ୱରେ…

ଘୂର୍ଣ୍ଣିବଳୟ ସକ୍ରିୟ: ୨୪ ଯାଏ ଲାଗିରହିବ ଘଡ଼ିଘଡ଼ି ସହ ବର୍ଷା, ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର, ୨୧।୭- ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅପରପକ୍ଷେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଥିବା ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟରୁ ଏକ ଟ୍ରଫ୍‌…

ରାୟଗଡ଼ାକୁ ଚାଲାଣ କରୁଥିବାବେଳେ ମାଡିବସିଲା ପୋଲିସ, ୧୦୦ କେଜି ଗଞ୍ଜେଇ ଜବତ

ମୋହନା, ୨୦।୭( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡ଼ବା ଥାନା ପୋଲିସ ଆଜି ୧୦୦ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ…

ରଥଯାତ୍ରାରେ ମୃତ୍ୟୁବରଣ କରିଥିବା ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା

ଭୁବନେଶ୍ୱର,୨୦।୭:ଚଳିତ ରଥଯାତ୍ରା ଦିନ ପୁରୀଠାରେ ଅତ୍ୟଧିକ ଗହଳି କାରଣରୁ ୨ ଜଣଙ୍କ ପ୍ରାଣହାନି ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ କଟକର ଅନିଲ ଦାସ ଏବଂ ମୁମ୍ବାଇର ଅଶୋକ…

ନିର୍ବାଚନ ପ୍ରତିଶ୍ରୁତି ଭୁଲିଗଲେଣି ନେତା: ବ୍ରାହ୍ମଣୀଗାଁରେ ସ୍ଥାପନ ହେଉନି 5g ନେଟୱାର୍କ, ବଢୁଛି ଜନଅସନ୍ତୋଷ

ଦାରିଙ୍ଗବାଡି,୨୦।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚଳଭାବେ ଜଣାଶୁଣା ବ୍ରାହ୍ମଣୀଗାଁଠାରେ ଗତ ଏକ ଦଶନ୍ଧି ହେଲା ବିଏସଏନଏଲ ମୋବାଇଲ ସେବା ଉପଲବ୍ଧ। ତେବେ…

୯୭ ବର୍ଷରେ ମିଳିଲା ସରକାରୀ ସହାୟତା: ବୃଦ୍ଧା ମହିଳାଙ୍କ ମୁହଁରେ ଫୁଟିଲା ହସ

ଗଜପତି,୨୦।୭(ଗିରିଧାରୀ ପରିଛା): ପ୍ରଶାସନ କେବଳ ଅଫିସ ଭିତରେ ସୀମିତ ନ ରହି ଲୋକଙ୍କ ଦ୍ୱାରରେ ପହଞ୍ଚିଲେ କିପରି ପରିବର୍ତ୍ତନ ଆସିପାରେ, ତାହାର ଏକ ଉଦାହରଣ ଗଜପତି ଜିଲାର…

ପ୍ରହସନ ପାଲଟିଲାଣି ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି: ଲୋକେ ଅସନ୍ତୋଷ

କେସିଙ୍ଗା,୨୦।୭:(ତୁମେଶ୍ୱର ସାହୁ): ସାଧାରଣ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାର ଲୋକଙ୍କ ପାଖରେ ଯୁଗ୍ମ ଅଭିଯୋଗ ଶୁଣାଣି ବ୍ୟବସ୍ଥା କରିଛନ୍ତି। ତେବେ ପ୍ରଶାସନିକସ୍ତରରେ ସ୍ଥାଣୁତା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri