ଏହି ଦିନ ରିଲିଜ ହେବ ‘ବ୍ରହ୍ମାସ୍ତ୍ର: ପାର୍ଟ ୨’

ମୁମ୍ବାଇ: ନିର୍ଦ୍ଦେଶକ ଆର୍ୟନ ମୁଖାର୍ଜୀଙ୍କ ସୁପରହିଟ୍‌ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଗତ ବର୍ଷ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା। ଯାହା ବକ୍ସ ଅଫିସରେ ରେକର୍ଡ ସଂଖ୍ୟକ ଆୟ କରିଥିଲା। ଦର୍ଶକଙ୍କ ପାଖରୁ ଭଲ ପ୍ରତିକ୍ରିୟା ମଧ୍ୟ ପାଇଛି ‘ବ୍ରହ୍ମାସ୍ତ୍ର’। ତେବେ ‘ବ୍ରହ୍ମାସ୍ତ୍ର’ର ପ୍ରଥମ ଭାଗର ସଫଳତା ପରେ ଦର୍ଶକ ଏବଂ ପ୍ରଶଂସକମାନେ ଦ୍ୱିତୀୟ ଚଳଚ୍ଚିତ୍ରକୁ ନେଇ ଉତ୍ସାହିତ ଅଛନ୍ତି। ଏଥର ନିର୍ଦ୍ଦେଶକ ଦ୍ୱିତୀୟ ପାର୍ଟ ‘ବ୍ରହ୍ମାସ୍ତ୍ର: ପାର୍ଟ ୨ – ଦେବ’ ଉପରେ ନଜର ରଖିଛନ୍ତି। ଏହି ଫିଲ୍ମଟି
ଆସନ୍ତା ବର୍ଷ ରିଲିଜ ହେବ। ବର୍ତ୍ତମାନ ନିର୍ଦ୍ଦେଶକ କହିଛନ୍ତି ଯେ, ଫ୍ରାଞ୍ଚାଇଜର ଦ୍ୱିତୀୟ ଚଳଚ୍ଚିତ୍ର ୨୦୨୫ ସୁଦ୍ଧା ମୁକ୍ତିଲାଭ ହେବ। ବର୍ତ୍ତମାନ ଖବର ଅଛି ଯେ, ପ୍ରଥମ ପାର୍ଟ ପରି ଦ୍ୱିତୀୟ ପାର୍ଟ ରିଲିଜ ମଧ୍ୟ ବିଳମ୍ବ ହୋଇପାରେ। ନିର୍ଦ୍ଦେଶକ ଆହୁରି କହିଛନ୍ତି, ଦ୍ୱିତୀୟ ଚଳଚ୍ଚିତ୍ର ପାଇଁ ଆମେ ୧୦ ବର୍ଷ ନେବୁ ନାହିଁ। ଯଦି ଦ୍ୱିତୀୟ ଭାଗ ୧୦ବର୍ଷ ପରେ ରିଲିଜ ହୁଏ, ତେବେ ସେହି ଫିଲ୍ମ କେହି ଦେଖିବେ ନାହିଁ।
‘ବ୍ରହ୍ମାସ୍ତ୍ର: ପାର୍ଟ ୨ – ଦେବ’ଘୋଷଣା ହେବା ପରେ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି। ତେବେ ଦେବ ଭୂମିକାରେ ରଣବୀର ସିଂ, ହ୍ରିତିକ ରୋଶନ, ୟଶଙ୍କ ନାମ ସାମ୍ନାକୁ ଆସିଛି। ହେଲେ କାହାକୁ ଦେବ ଭୂମିକାରେ ଦେଖିବାକୁ ମିଳିବ ତାହାକୁ ନେଇ ନିର୍ଦ୍ଦେଶକ କିଛି ଘୋଷଣା କରିନାହାଁନ୍ତି। ନାମ ଜାଣିବାକୁ ହେଲେ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶକ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri