ଏହି ଦିନ ରିଲିଜ ହେବ ‘ବ୍ରହ୍ମାସ୍ତ୍ର: ପାର୍ଟ ୨’

ମୁମ୍ବାଇ: ନିର୍ଦ୍ଦେଶକ ଆର୍ୟନ ମୁଖାର୍ଜୀଙ୍କ ସୁପରହିଟ୍‌ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଗତ ବର୍ଷ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା। ଯାହା ବକ୍ସ ଅଫିସରେ ରେକର୍ଡ ସଂଖ୍ୟକ ଆୟ କରିଥିଲା। ଦର୍ଶକଙ୍କ ପାଖରୁ ଭଲ ପ୍ରତିକ୍ରିୟା ମଧ୍ୟ ପାଇଛି ‘ବ୍ରହ୍ମାସ୍ତ୍ର’। ତେବେ ‘ବ୍ରହ୍ମାସ୍ତ୍ର’ର ପ୍ରଥମ ଭାଗର ସଫଳତା ପରେ ଦର୍ଶକ ଏବଂ ପ୍ରଶଂସକମାନେ ଦ୍ୱିତୀୟ ଚଳଚ୍ଚିତ୍ରକୁ ନେଇ ଉତ୍ସାହିତ ଅଛନ୍ତି। ଏଥର ନିର୍ଦ୍ଦେଶକ ଦ୍ୱିତୀୟ ପାର୍ଟ ‘ବ୍ରହ୍ମାସ୍ତ୍ର: ପାର୍ଟ ୨ – ଦେବ’ ଉପରେ ନଜର ରଖିଛନ୍ତି। ଏହି ଫିଲ୍ମଟି
ଆସନ୍ତା ବର୍ଷ ରିଲିଜ ହେବ। ବର୍ତ୍ତମାନ ନିର୍ଦ୍ଦେଶକ କହିଛନ୍ତି ଯେ, ଫ୍ରାଞ୍ଚାଇଜର ଦ୍ୱିତୀୟ ଚଳଚ୍ଚିତ୍ର ୨୦୨୫ ସୁଦ୍ଧା ମୁକ୍ତିଲାଭ ହେବ। ବର୍ତ୍ତମାନ ଖବର ଅଛି ଯେ, ପ୍ରଥମ ପାର୍ଟ ପରି ଦ୍ୱିତୀୟ ପାର୍ଟ ରିଲିଜ ମଧ୍ୟ ବିଳମ୍ବ ହୋଇପାରେ। ନିର୍ଦ୍ଦେଶକ ଆହୁରି କହିଛନ୍ତି, ଦ୍ୱିତୀୟ ଚଳଚ୍ଚିତ୍ର ପାଇଁ ଆମେ ୧୦ ବର୍ଷ ନେବୁ ନାହିଁ। ଯଦି ଦ୍ୱିତୀୟ ଭାଗ ୧୦ବର୍ଷ ପରେ ରିଲିଜ ହୁଏ, ତେବେ ସେହି ଫିଲ୍ମ କେହି ଦେଖିବେ ନାହିଁ।
‘ବ୍ରହ୍ମାସ୍ତ୍ର: ପାର୍ଟ ୨ – ଦେବ’ଘୋଷଣା ହେବା ପରେ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି। ତେବେ ଦେବ ଭୂମିକାରେ ରଣବୀର ସିଂ, ହ୍ରିତିକ ରୋଶନ, ୟଶଙ୍କ ନାମ ସାମ୍ନାକୁ ଆସିଛି। ହେଲେ କାହାକୁ ଦେବ ଭୂମିକାରେ ଦେଖିବାକୁ ମିଳିବ ତାହାକୁ ନେଇ ନିର୍ଦ୍ଦେଶକ କିଛି ଘୋଷଣା କରିନାହାଁନ୍ତି। ନାମ ଜାଣିବାକୁ ହେଲେ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶକ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜ ପିଲାଙ୍କୁ ଛାଡପତ୍ର ବିଷୟରେ କହିବା ଏହି ଅଭିନେତାଙ୍କ ପାଇଁ ଥିଲା ସବୁଠୁ କଷ୍ଟ ଦାୟକ

୮୦-୯୦ ଦଶକରେ ଅନେକ ଫିଲ୍ମରେ ଅଭିନୟ କରିଥିବା ଅମ୍ରିତା ସିଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ପରେ ସେ ସୈଫ୍‌ ଅଲ୍ଲୀଖାନ୍‌ଙ୍କ ପ୍ରେମରେ...

ପ୍ରେମିକାଙ୍କୁ ସମୁଦ୍ର କୂଳରେ ଖୋଜୁଥିଲେ ଏହି ଅଭିନେତା

ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଶାହରୁଖ୍‌ କେବଳ ଅଭିନୟରେ...

ସଞ୍ଜୟ ସବୁବେଳେ ନିଜ ରୁମ୍‌ରେ ରହୁଥିବାରୁ, ନର୍ଗିସ କହିଥିଲେ ଏଭଳି

ମୁମ୍ବାଇ: ହିନ୍ଦି ସିନେମା ଚଳଚ୍ଚିତ୍ର ଜଗତରେ ଅଭିନେତ୍ରୀ ନର୍ଗିସ ଦତ୍ତ ହେଉଛନ୍ତି ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ। ଖୁବ୍‌ କମ୍‌ ବୟସରେ ସେ ଶିଶୁ କଳାକାର...

କ୍ଷମା ମାଗିଲେ ପରେଶ ରାଓ୍ବଲ

ନୂଆଦିଲ୍ଲୀ,୨।୧୨: ବଲିଉଡ ଅଭିନେତା ତଥା ଭାଜପା ନେତା ପରେଶ ରାୱଲ ଗୁଜରାଟ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାର କରୁଛନ୍ତି। ପ୍ରଚାର ସମୟରେ ସେ...

ପ୍ରବାସୀ ମହିଳା ପୁଅର ନାମ ରଖିଲେ ସୋନୁ ସୁଦ

କରୋନା ମୁକାବିଲାରେ ବଲିଉଡ୍‌ ତାରକାମାନେ ସହାୟତାର ହାତ ବଢାଇଛନ୍ତି। ଏବେ ଏଥିରେ ନିଜକୁ ସାମିଲ କରିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ସେ ମୁମ୍ବାଇରେ ଫଶି...

ବଲିଉଡ୍‌ରେ ଏଣ୍ଟ୍ରି କରିବେ ଖୁସି!

ମୁମ୍ବାଇ: କିଛିଦିନ ହେବ ବଲିଉଡ୍‌ରେ ଷ୍ଟାରକିଡଙ୍କ ଏଣ୍ଟ୍ରି ଏକ ଟ୍ରେଣ୍ଡ ପାଲଟି ଯାଇଛି କହିଲେ ଚଳେ । ସାରା ଅଲି ଖାଁ, ଇଶାନ ଖଟ୍ଟର, ଅନନ୍ୟା...

କରିସ୍ମା କହିଲେ, ପିଲାଦିନେ ଏମିତି ଥିଲେ କରୀନା

ସେଲିବ୍ରିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ବିଚାରପତି ଭାବେ କରୀନା କପୁର, ବାସ୍କୋ ଏବଂ ରଫ୍‌ତାର ଉପସ୍ଥିତ ଥିଲେ। କିନ୍ତୁ ଏହି ସପ୍ତାହରେ କରୀନାଙ୍କ ସ୍ଥାନରେ...

ପୁଣି ଫ୍ୟାଶନ୍‌ର ଜଲଓ୍ବା ଦେଖାଇଲେ ସଚିନଙ୍କ ଝିଅ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ପୁଣି ନିଜ ଫ୍ୟାଶନର ଜଲଓ୍ବା ଦେଖାଇଛନ୍ତି। ସବୁବେଳେ ନିଜର ନିଆରା ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଥିବା ସାରା...

Advertisement
Archives

Model This Week