ସୁରକ୍ଷା ମିଳିଲେ ସମୃଦ୍ଧ ହେବେ

ଢେଙ୍କାନାଳ ଅଫିସ,୩।୩(ରତନ ନାୟାର): ଜୈବ ବିବିଧତାରେ ଭରପୂର ଢେଙ୍କାନାଳ ବନଖଣ୍ଡକୁ ସମୃଦ୍ଧ କରିଛନ୍ତି ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ। ହାତୀ, ହରିଣ, ଶମ୍ବର, ବାର୍‌ହା, କୁଟୁରା, ଗୟଳ, କଲରାପତରିଆ, ଅହିରାଜ, ଅଜଗର ସମେତ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ପାଇଁ ଜିଲାର ପ୍ରାକୃତିକ ପରିବେଶ ବରଦାନ ସାବ୍ୟସ୍ତ ହୋଇଛି। ତେବେ ଜଙ୍ଗଲ ଇଲାକାରେ ଶିକାରୀଙ୍କ ଦୌରାତ୍ମ୍ୟ ଏବେ ବନ୍ୟପ୍ରାଣୀଙ୍କ ଜୀବନକୁ ବିପଦକୁ ଠେଲିଦେଉଛି। ବାର୍‌ହା ଶିକାର ଉଦ୍ଦେଶ୍ୟରେ ବିଛାଯାଉଥିବା ଫାଶରେ ପଡ଼ି ଐତିହ୍ୟପ୍ରାଣୀ ହାତୀ ଏବଂ କଲରାପତରିଆଙ୍କ ଜୀବନ ଯିବା ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି।

ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ହିନ୍ଦୋଳ ରେଞ୍ଜ୍‌ର କନ୍ଧରା, ହିତିଣ୍ଡା, ମାଟିଆମୁଣ୍ଡିଆ, ନନ୍ଦିନିଆ, କୋଇ, କପିଳାସ ରେଞ୍ଜ୍‌ର କପିଳାସ ଅଭୟାରଣ୍ୟ ଏବଂ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍‌ର ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରେ ସର୍ବାଧିକ ବନ୍ୟପ୍ରାଣୀ ବିଚରଣ କରୁଛନ୍ତି। ମାର୍ଚ୍ଚ ୨ ତାରିଖ ସୁଦ୍ଧା ଜିଲାରେ ୩୨୦ ହାତୀ ଥିବା ବେଳେ ସେଥିରୁ କେବଳ ୨୦୦ଟି ହିନ୍ଦୋଳ ରେଞ୍ଜ୍‌ରେ ଅଛନ୍ତି। ନନ୍ଦିନିଆ, କନ୍ଧରା ସଂରକ୍ଷିତ ଜଙ୍ଗଲରେ ସର୍ବାଧିକ ହାତୀ ରହିଛନ୍ତି। କଲରାପତରିଆ ବାଘ ବଂଶ ବଢୁଥିବାରୁ କନ୍ଧରା, କୋଇ, ନନ୍ଦିନିଆ ସଂରକ୍ଷିତ ଜଙ୍ଗଲକୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କରିଡରରେ ସାମିଲ କରାଯାଇଛି। ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ଠାବ ପରେ ନୂତନ ଆଶା ସଞ୍ଚାର ହୋଇଛି। ଜିଲାରେ ଏବେସୁଦ୍ଧା ୮ଟି କଲରାପତରିଆ ଟ୍ରାପ୍‌ କ୍ୟାମେରାରେ ଧରାପଡ଼ିଛନ୍ତି। ତେବେ ଏମାନଙ୍କ ପ୍ରକୃତ ସଂଖ୍ୟା ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଅନୁରୂପ ଭାବେ କପିଳାସ ଅଭୟାରଣ୍ୟରେ ବିଭିନ୍ନ ପ୍ରଜାତିର ହରିଣ ବଂଶ ବଢ଼ିବାରେ ଲାଗିଛି। ସେମାନଙ୍କ ଖାଦ୍ୟ ଅଭାବ ପୂରଣ କରିବା ଲାଗି ବହୁ ସ୍ଥାନରେ ଘାସ ଲଗାଯାଇଛି। ଖାଦ୍ୟଶୃଙ୍ଖଳରେ ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ବାଘ ଭଳି ମାଂସାଶୀ ପ୍ରାଣୀଙ୍କ ସଂଖ୍ୟା ବଢ଼ାଇବାରେ ସହାୟକ ହୋଇଥାଏ। ତେଣୁ ବନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି। ଏଥିସହ ସଂରକ୍ଷିତ ଜଙ୍ଗଲରେ କୃତ୍ରିମ ଜଳାଶୟ ଖନନ କରାଯିବା ସହ ନାଳଗୁଡ଼ିକରେ ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଉଛି। ବିଭିନ୍ନ ସ୍ଥାନରୁ ଶିକାରୀଙ୍କ ଉପରେ ନଜର ରଖିବାକୁ ଓ୍ବାଚ୍‌ଟାଓ୍ବାର ନିର୍ମାଣ ହୋଇଛି। ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବାକୁ କପିଳାସ ଅଭୟାରଣ୍ୟରେ ୬୦ଟି କ୍ୟାମେରା ଲଗାଯାଇଥିବାବେଳେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯାଇଛି। ସବୁ ସଂରକ୍ଷିତ ଜଙ୍ଗଲରେ ଏଲିଫ୍ୟାଣ୍ଟ ସ୍କ୍ବାଡ୍‌, ବନ କର୍ମଚାରୀଙ୍କୁ ସୁରକ୍ଷା ଉପକରଣ ଦିଆଯାଇ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।

 

ବାଘଙ୍କ ପାଇଁ ସ୍ବତନ୍ତ୍ର ସର୍ଭେଲାନ୍ସ ବ୍ୟବସ୍ଥା ହେଉ
ବାଘଛାଲର ମୂଲ୍ୟ ବିଦେଶ ବଜାରରେ କାହିଁରେ କେତେ। ଏହି କାରଣରୁ କଲରାପତରିଆଙ୍କ ଶିକାର ବଢୁଛି। ଢେଙ୍କାନାଳ ଜିଲାର କନ୍ଧରା, ଅନନ୍ତପୁର, ରଞ୍ଜାଗଡ଼, କପିଳାସ ଅଭୟାରଣ୍ୟରେ କଲରାପତରିଆଙ୍କ ସୁରକ୍ଷା ଲାଗି ସ୍ବତନ୍ତ୍ର ସର୍ଭେଲାନ୍ସ ବ୍ୟବସ୍ଥା କରାଯିବା ଜରୁରୀ। ସେହିପରି ଜାତୀୟ ରାଜପଥ ଏବଂ ରେଳଧାରଣା ନିକଟବର୍ତ୍ତୀ ପ୍ରକୃତ ହାତୀ ଚଲାପଥ ଚିହ୍ନଟ କରି ତୁରନ୍ତ ଅଣ୍ଡରପାସ୍‌ ନିର୍ମାଣ ହେବା ଦରକାର।

-ପ୍ରଦ୍ୟୁମ୍ନ ରଥ, ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ
କଲରାପତରିଆ ବଂଶବୃଦ୍ଧିକୁ ଗୁରୁତ୍ୱ ଦେବା ଉଚିତ
ସାତକୋଶିଆ ସୀମାନ୍ତ ହିନ୍ଦୋଳ ରେଞ୍ଜ୍‌ର କୋଇ, ନନ୍ଦିନିଆ ଦେଇ କନ୍ଧରା ପର୍ଯ୍ୟନ୍ତ ବାଘମାନେ ନିର୍ଭୟରେ ଘୂରି ବୁଲୁଛନ୍ତି। ହିନ୍ଦୋଳ ଏନ୍‌ଏସିଠାରୁ ମାତ୍ର ୪ କିଲୋମିଟର ଦୂରରେ ନନ୍ଦିନିଆ ସଂରକ୍ଷିତ ଜଙ୍ଗଲ ଥିବାରୁ ବନ୍ୟପ୍ରାଣୀ-ମଣିଷ ସଂଘର୍ଷ ଆଶଙ୍କା ଲାଗି ରହୁଛି। ତେଣୁ ଏହିସବୁ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ଜରୁରୀ ହୋଇପଡ଼ିଛି। ଏଥିସହ କଲରାପତରିଆ ବଂଶବୃଦ୍ଧିକୁ ଗୁରୁତ୍ୱ ଦେବା ଉଚିତ।

-ସୁବାସ ଚନ୍ଦ୍ର ପାଳ, ବୁଦ୍ଧିଜୀବୀ, ହିନ୍ଦୋଳ
ଶିକାରୀ ଉପଦ୍ରବ ରୋକିବା ପାଇଁ ପ୍ରୟାସ ଜାରି ରହିଛି
ଜଙ୍ଗଲ ସମ୍ପଦରେ ସମୃଦ୍ଧ ଢେଙ୍କାନାଳ ଜିଲାରେ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି। କଲରାପତରିଆ ବଂଶ ବଢୁଥିବାରୁ କୋଇ, କନ୍ଧରା, ନନ୍ଦିନିଆ ସଂରକ୍ଷିତ ଜଙ୍ଗଲ ବ୍ୟାଘ୍ର କରିଡରରେ ସାମିଲ ହୋଇଛି। ସେମାନଙ୍କ ସୁରକ୍ଷା ଏବଂ ଶିକାରୀଙ୍କ ଉପଦ୍ରବ ରୋକିବା ପାଇଁ ପ୍ରୟାସ ଜାରି ରହିଛି। ବିଭିନ୍ନ ଜଙ୍ଗଲରେ ପାଣିର ମଧ୍ୟ ବ୍ୟବସ୍ଥା କରାଯାଇଛି। ନିଅଁାଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି।
-ଡ. ପ୍ରକାଶ ଚାନ୍ଦ ଗୋଗିନେନି, ଡିଏଫ୍‌ଓ

 

 


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri