Posted inଖେଳ

ଅପେକ୍ଷାର ଅନ୍ତ: ସ୍ପୋର୍ଟସ ଆଙ୍କରଙ୍କ ହାତ ଧରିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୫।୩: ଭାରତୀୟ କ୍ରିକେଟ ଦଳର ଦ୍ରୁତତମ ବୋଲର ଯଶପ୍ରୀତ‌ ବୁମ୍‌ରା ସୋମବାର ଗୋଆରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ସ୍ପୋର୍ଟସ ଆଙ୍କର ସଞ୍ଜନା ଗଣେଶନଙ୍କ ହାତ ଧରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଅଫିସିଆଲ ଟୁଇଟର ଆକାଉଣ୍ଟରେ ଦୁହିଁଙ୍କ ବିବାହର ଫଟୋ ଶେୟାର କରାଯାଇଛି। ଇଂଲଣ୍ଡ ବିପକ୍ଷରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜରେ ବୁମ୍‌ରା ଭାଗ ନେଇନାହାନ୍ତି। କାରଣ ବିବାହ ପାଇଁ ସେ କ୍ରିକେଟରୁ ବିରତି ନେଇଥିଲେ।

ସଞ୍ଜନାଙ୍କ ବିଷୟରେ କହିବାକୁ ଗଲେ ସେ ଜଣେ ସ୍ପୋର୍ଟସ ଆଙ୍କର ଏବଂ ମଡେଲ ମଧ୍ୟ। ସଞ୍ଜନା ଏବଂ ବୁମ୍‌ରା କିଛିଦିନ ଡେଟିଂ କରିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ବୁମ୍‌ରା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର ଫଟୋ ଶେୟାର କରିଛନ୍ତି।

ସଞ୍ଜନା ଶାହରୁଖ ଖାନଙ୍କ ଜଣେ ପ୍ରଶଂସକ ଏବଂ କେକେଆର ଦଳର ଏକ ଶୋ’ ଆୟୋଜନ କରିବା ବ୍ୟତୀତ ଆଇପିଏଲ ଫ୍ରାଞ୍ଚାଇଜ ଦଳ କୋଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ଚିୟର  କରିଥାନ୍ତି। କ୍ରୀଡ଼ା ପ୍ରତି ସଞ୍ଜନାଙ୍କର ବହୁତ ଆଗ୍ରହ ସହିତ ଷ୍ଟାର ସ୍ପୋର୍ଟସର ଜଣାଶୁଣା ଚେହେରା। ସଞ୍ଜନା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ। ଇନଷ୍ଟାଗ୍ରାମରେ ସଞ୍ଜନାଙ୍କର ୨ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟୁର୍ନାମେଣ୍ଟ ଛାଡ଼ିବାକୁ ରାଜି, ହେଲେ ଟିକା ନେବି ନାହିଁ: ଜୋକାଭିଚ୍‌

ୱାଶିଂଟନ,୧୫।୨: ଗୋଟିଏ ପଟେ ମହାମାରୀ କରୋନା ସହ ଲଢ଼ିବା ଲାଗି ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଟିକା ନ ନେବା ଜିଦରେ ଅଟଳ ରହିଛନ୍ତି ଟେନିସ...

ଆଜି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ହାଇଦ୍ରାବାଦ,୨୫।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆଜି ହାଇଦ୍ରାବାଦରେ ଖେଳାଯିବ। ସିରିଜ ହାତେଇବା...

ସାଫ ୧୮ ବର୍ଷରୁ କମ୍‌ ଫୁଟବଲ୍‌ : ଭାରତ- ବାଂଲାଦେଶ ମ୍ୟାଚ୍‌ ଡ୍ର

କାଠମାଣ୍ଡୁ,୨୪।୯(ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ସାଫ୍‌ ୧୮ ବର୍ଷରୁ କମ୍‌ ଫୁଟବଲ ଟୁର୍ନାମେଣ୍ଟରେ ଭାରତ ଡ୍ର’ ଅଭିଯାନ ଆରମ୍ଭ କରିଛି। ସୋମବାର ଭାରତ ତା’ର ପ୍ରଥମ...

ଆଲଜେରିଆକୁ ଦ୍ୱିତୀୟ ଆଫ୍ରିକାନ କପ୍‌

କାଇରୋ,୨୦।୭(ଏଏଫ୍‌ପି)- ଦୀର୍ଘ ୨୯ ବର୍ଷ ପରେ ଆଲଜେରିଆ ପ୍ରଥମ ଥର ପାଇଁ ଆଫ୍ରିକାନ କପ୍‌ ହାତେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ସେନେଗାଲକୁ ୧-୦ ଗୋଲରେ ହରାଇ...

ସୁସ୍ଥ ହୋଇ ଘରକୁ ଫେରିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୩୧।୧୨: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କୋଭିଡ ପଜିଟିଭ ଥିଲେ। ତାଙ୍କର ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ଏବେ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଶୁକ୍ରବାର...

ରାଣୀଙ୍କ ସମେତ ମହିଳା ହକି ଦଳର ୭ଙ୍କୁ କରୋନା

ନୂଆଦିଲ୍ଲୀ, ୨୭।୪(ପି.ଟି.)-ଭାରତୀୟ ମହିଳା ହକି ଅଧିନାୟିକା ରାଣୀ ରାମପାଲଙ୍କ ସମେତ ଦଳର ୭ ସଦସ୍ୟ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌...

ଶୂନରେ ଅଟିକିଛି ଟିମ୍‌ ଇଣ୍ଡିଆ

ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଆଉ ଏକ ବୃହତ୍‌ ପରାଜୟର ସମ୍ମୁଖୀନ ହୋଇଛି ଟିମ୍‌ ଇଣ୍ଡିଆ। ପାକିସ୍ତାନ ଠାରୁ ୧୦ ଉଇକେଟରେ ପରାସ୍ତ ଥିବା ଭାରତୀୟ...

ମୋ ପୁଅ, ଝିଅଙ୍କ ଟୁଇଟର ଆକାଉଣ୍ଟ ନାହିଁ: ସଚିନ ତେନ୍ଦୁଲକର

ମୁମ୍ବାଇ,୨୯।୧୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ନିଜ ପୁଅ, ଝିଅଙ୍କୁ ନେଇ ବେଶ୍‌ ସତର୍କ। ନିକଟରେ ପୁଅ ଅର୍ଜୁନ ଏବଂ ଝିଅ...

Advertisement
Archives

Model This Week